ବରୀ ବ୍ଲକରୁ ଆଉ ଜଣେ ନୂଆ କରୋନା ପଜିଟିଭ ଚିହ୍ନଟ

ବରୀ, ୧୬।୫(ସ୍ବ.ପ୍ର.): ଯାଜପୁର ଜିଲା ବରୀ ବ୍ଲକ ଅଞ୍ଚଳରେ ଦିନକୁ ଦିନ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶନିବାର ସକାଳୁ ପୁଣି ଜଣେ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ପଜିଟିଭ ଜଣଙ୍କ ପୁରୁଷ ହୋଇଥିବା ବେଳେ ୬୫ବର୍ଷୀୟ ବୋଲି ସୂଚନା ମିଳିଛି। ତାଙ୍କ ଘର ଅଟିରା ପଞ୍ଚାୟତ ଗହପାଳ ଗ୍ରାମରେ। ସେ କୋଲକାତା ଫେରନ୍ତା ବୋଲି ଜଣାପଡ଼ିଛି। ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଏକ ଡାକ୍ତରୀ ଦଳ ଗହପାଳ ଗ୍ରାମରେ ସକାଳୁ ପହଞ୍ଚି ଅଧିକ ତଥ୍ୟ ସଂଗ୍ରହ କରୁଥିବା ଜଣାପଡିଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ବରୀ ବ୍ଲକରେ ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ବରୀ ଅଞ୍ଚଳରେ କରୋନା ଭାଇରସକୁ ନେଇ ଲୋକେ ଭୟଭୀତ ହୋଇପଡିଛନ୍ତି ।


All Right Reserved By Dharitri.Com

ଛତ୍ରପୁର ହସ୍ପିଟାଲରେ ଜୀବାଣୁ ନାଶକ ସ୍ପ୍ରେ

ଛତ୍ରପୁର,୨୮ା୩(ଡି.ଏନ୍‌.ଏ.)- ଛତ୍ରପୁର ହସ୍ପିଟାଲ ପରିସରରେ ଶୁକ୍ରବାର ଅଗ୍ନିଶମ ବିଭାଗ ପକ୍ଷରୁ ଜୀବାଣୁ ନାଶକ ସିଞ୍ଚନ କରାଯାଇଛି। ପରେ ଛତ୍ରପୁର ଏନ୍‌ଏସିର ବିଭିନ୍ନ ଛକରେ ମଧ୍ୟ ଏହାକୁ...

କରୋନା ମୁକାବିଲା ପାଇଁ କେନ୍ଦ୍ରକୁ ରାଜ୍ୟର ପ୍ରସ୍ତାବ: ଏନ୍‌ଡିଆର୍‌ଏଫ୍‌ ଭଳି ସ୍ବାସ୍ଥ୍ୟ ବିପର୍ଯ୍ୟୟ ପ୍ରଶମନ କେନ୍ଦ୍ର ଖୋଲାଯାଉ

ଭୁବନେଶ୍ୱର,୧୭ା୪(ବ୍ୟୁରୋ): କୋଭିଡ୍‌-୧୯ ମୁକାବିଲା କରିବା ପାଇଁ ରାଜ୍ୟରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ବଳ(ଏନ୍‌ଡିଆର୍‌ଏଫ୍‌) ଭଳି ସ୍ବାସ୍ଥ୍ୟ ବିପର୍ଯ୍ୟୟ ପ୍ରଶମନ ତାଲିମ କେନ୍ଦ୍ର ସ୍ଥାପନ କରାଯାଉ, ଯଦ୍ଦ୍ବାରା...

ଲଗାଣ ବର୍ଷାରେ ଭାସିଲା ସହର

ଭଦ୍ରକ ଅଫିସ, ୨।୭ – ମୌସୁମୀର ୨ୟ ବର୍ଷାରେ ଭଦ୍ରକ ସହରର ସ୍ଥିତି ସଙ୍ଗୀନ ହୋଇପଡ଼ିଛି। ସହରର ଖାଲୁଆ ଅଞ୍ଚଳରେ ବର୍ଷାପାଣି ଜମି ରହିଛି। ରବିବାର...

କାମରେ ଲାଗୁନି ଜମି ପଟ୍ଟା: ତହସିଲ ଆଗରେ ଭୂମିହୀନଙ୍କ ଧାରଣା

ବାଲିଆ,୫ା୧୨: ବିରିଡ଼ି ତହସିଲ ଅଧୀନ କୁଳକଇଜଙ୍ଗା ପଞ୍ଚାୟତ ସମେତ ଅନ୍ୟ କେତେକ ପଞ୍ଚାୟତର ଭୂମିହୀନଙ୍କୁ ତହସିଲ ପ୍ରଶାସନ ପକ୍ଷରୁ ଜମିପଟ୍ଟା ପ୍ରଦାନ କରାଯାଇଥିଲା। ମାତ୍ର ସେହି...

ବରଯାତ୍ରୀ ନେଇ ଆସିଥିବା ଡିଜେ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ପାଟଣା,୧।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଏରେଣ୍ଡେଇ ପଞ୍ଚାୟତ ଦହିବୁଡା ହୁଡିସାହି ବାଙ୍କ ନିକଟରେ ଶନିବାର ସକାଳେ ଏକ ଡିଜେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି...

ଚିନି ଶିଳ୍ପ ପରିଚାଳନା ନିର୍ଦ୍ଦେଶକଙ୍କୁ ଘେରିଲେ ଶ୍ରମିକ

ଆସିକା, ୧୦ା୯(ଡି.ଏନ.ଏ.)-ଆସିକା ସମବାୟ ଚିନି ଶିଳ୍ପରେ ସୋମବାର ଅପରାହ୍ନରୁ ଶ୍ରମିକ ଅଶାନ୍ତି ଦେଖା ଦେଇଛି। ଶ୍ରମିକମାନେ ଚିନିଶିଳ୍ପ ପରିଚାଳନା ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ବେହେରାଙ୍କୁ ତାଙ୍କ କାର୍ଯ୍ୟାଳୟରେ...

କୋରାପୁଟ ଏସ୍‌ପିଙ୍କୁ ପୁରସ୍କୃତ କରିବ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

କୋରାପୁଟ,୧୩ା୮(ସ୍ବ.ପ୍ର.): କୋରାପୁଟ ଏସ୍‌ପି କନୱର ବିଶାଳ ସିଂ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀଙ୍କଠାରୁ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଅଗଷ୍ଟ ୧୫ରେ ଦିଲ୍ଲୀରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ...

ଗ୍ରାହକଙ୍କ ଲାଗି ତନିସ୍କର ସ୍ବତନ୍ତ୍ର କାର୍ଯ୍ୟକ୍ରମ

ଅନୁଗୋଳ ଅଫିସ,୧୯।୧ – ପ୍ରମୁଖ ଗହଣା ବ୍ରାଣ୍ଡ ତନିସ୍କ ପକ୍ଷରୁ ଅନୁଗୋଳ ଶୋ’ରୁମରେ ଏହାର ଗ୍ରାହକଙ୍କ ଲାଗି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି। କମ୍ପାନୀ...

Leave a comment

Your email address will not be published. Required fields are marked *