କାଲିଫର୍ଣ୍ଣିଆ: କରୋନା ସଂକ୍ରମଣରୁ ରକ୍ଷାପାଇବା ପାଇଁ ସମସ୍ତେ ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ଉପରେ ଜୋର୍‌ ଦେଉଛନ୍ତିି। ସେଥିପାଇଁ ତ କେହି କାହା ପାଖକୁ ନ ଆସିବା ପାଇଁ କୁହାଯାଉଛି। କିନ୍ତୁ ସାମାଜିକ ଦୂରତା ରକ୍ଷାକରି ଜେଜେ, ଜେଜେ ମା’ଙ୍କୁ ହଗ୍‌ (ଆଲିଙ୍ଗନ) କରିବା ପାଇଁ ଏକ ନୂଆ ଉପାୟ ବାହାର କରିଛନ୍ତି କାଲିଫର୍ଣ୍ଣିଆର ୧୦ ବର୍ଷର ଝିଅ ପିଗି। ସୁରକ୍ଷା ସହିତ ଜେଜେ ଓ ଜେଜେ ମା’ଙ୍କୁ ହଗ୍‌ କରିବା ପାଇଁ ସେ ବାହାର କରିଛନ୍ତି ଏକ ସ୍ବତନ୍ତ୍ର ଧରଣର ଉପକରଣ। ପିଗି ତିଆରି କରିଥିବା ଏହି ଉପକରଣକୁ ତାଙ୍କ ମା’ ଲିଣ୍ଡ୍‌ସେ ଓକ୍‌ରେ ଫେସ୍‌ବୁକ୍‌ରେ ପୋଷ୍ଟକରି ତା’ର ନାଁ ‘ହଗ୍‌ କର୍ଟନ୍‌’ ଦେଇଛନ୍ତି। ଏହି ଉପକରଣଟି ପ୍ଲାଷ୍ଟିକ୍‌ରେ ତିଆରି। ଦ୍ୱାର ପାଖରେ ଏହା ଏକ ପରଦା ଭଳି ଝୁଲିଥାଏ। ଏଥିରେ ନିଜର ଦୁଇହାତକୁ ଗଳାଇ ପରଦା ଏପଟରୁ ପିଗି ତାଙ୍କ ଜେଜେ ଓ ଜେଜେ ମା’ଙ୍କୁ ହଗ୍‌ କରିପାରୁଛନ୍ତି। ଏଭଳି ହଗ୍‌ କରି ଉଭୟ ବେଶ୍‌ ଭାବବିହ୍ବଳ ହୋଇ ପଡୁଛନ୍ତି। ପିଗିଙ୍କ ଏଭଳି ଢଙ୍ଗରେ ହଗ୍‌ କରିବା ଶୈଳୀ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଲୋକେ ବେଶ୍‌ ଭାବପ୍ରବଣ ହୋଇ ବିଭିନ୍ନ କମେଣ୍ଟ କରିଛନ୍ତି। ଏବେ ସୁଦ୍ଧା ପିଗିଙ୍କର ଏହି ଭିଜୁଆଲକୁ ୮ ହଜାରରୁ ଅଧିକ ଲୋକ ଦେଖି ପ୍ରଶଂସା କରିଛନ୍ତି ଓ ତାଙ୍କ ଜେଜେ ଓ ଜେଜେ ମା’ଙ୍କ ଓଠରେ ସେ ହସ ଫୁଟାଇ ପାରିଛନ୍ତି ବୋଲି କମେଣ୍ଟ ଦେଇଛନ୍ତି।


All Right Reserved By Dharitri.Com

ତମାଖୁ ଅଭ୍ୟାସ ବନ୍ଦ ନ କଲେ ଚାକିରି ଛାଡ଼: କମ୍ପାନୀ ପକ୍ଷରୁ କର୍ମଚାରୀଙ୍କୁ ତାଗିଦ

ଗାନ୍ଧିନଗର,୧୩।୨: କର୍ମଚାରୀଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଗୁଜରାଟର ଏକ କମ୍ପାନୀ ପକ୍ଷରୁ ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି। କମ୍ପାନୀ ପକ୍ଷରୁ ସମସ୍ତ କର୍ମଚାରୀଙ୍କୁ ତମାଖୁ ଅଭ୍ୟାସ...

ବିଶ୍ୱ ମହାସାଗର ଦିବସ: ପ୍ରଦୂଷଣ ଯୋଗୁ ପ୍ରତିବର୍ଷ ୧୦ ଲକ୍ଷ ପକ୍ଷୀ ଏବଂ ଏକ ଲକ୍ଷ ସାମୁଦ୍ରିକ ଜୀବଙ୍କ ମୃତ୍ୟୁ ଘଟୁଛି

ଓ୍ବାଶିଂଟନ,୮।୬: ବୃଦ୍ଧି ପାଉଥିବା ପ୍ରଦୂଷଣର ପ୍ରଭାବ ମହାସାଗର ଉପରେ ପଡ଼ିବାରେ ଲାଗିଛି। ଏଥିଯୋଗୁ ପ୍ରତିବର୍ଷ ୧୦ ଲକ୍ଷ ପକ୍ଷୀ ଏବଂ ଏକ ଲକ୍ଷ ସାମୁଦ୍ରିକ ଜୀବଙ୍କ...

ଚାଇନାର ଏହି ମହିଳାଙ୍କୁ ଶୁଭି ନ ଥାଏ ପୁରୁଷଙ୍କ କଥା

ଅନେକ ସମୟରେ ଆପଣ ଭିନ୍ନ ଭିନ୍ନ ଲୋକଙ୍କ ସଂସ୍ପର୍ଶରେ ଆସିଥିବେ। ଯେଭଳି କି କମ୍‌ ଶୁଭୁଥିବା ଓ ଗନ୍ଧ ବାସ୍ନା ବାରିପାରୁୁ ନ ଥିବା ବ୍ୟକ୍ତି।...

ରାଜନଗରରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ସେଣ୍ଟର ନିର୍ମିତ

ରାଜନଗର,୧୩।୪(ଡି.ଏନ୍‌.ଏ.): ମହାମାରୀ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। କରୋନା...

ଆଶା ଦେଖାଇଛି ଅକ୍ସଫୋର୍ଡ ଟିକା

ନୂଆଦିଲ୍ଲୀ,୧୯।୪: କରୋନା ଭାଇରସ୍‌ରେ ସାରା ବିଶ୍ୱରେ ସାଢ଼େ ୨୨ ଲକ୍ଷରୁ ଊର୍ଦ୍ଧ୍ୱ ସଂକ୍ରମିତ ହୋଇଥିବାବେଳେ ଦେଢ଼ ଲକ୍ଷ ଲୋକଙ୍କ ଜୀବନ ଗଲାଣି। ଏହି ମହାମାରୀଠାରୁ କିଭଳି...

ମେ ୨୨ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୭୫ ହଜାର ଟପିପାରେ

ନୂଆଦିଲ୍ଲୀ,୨୩ା୪: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ଟପିଲାଣି। ପ୍ରାୟ ୬୫୦ ଲୋକଙ୍କ ଜୀବନ ଗଲାଣି। ଗତ କିଛିଦିନର ସ୍ଥିତିକୁ ଦେଖିଲେ ସଂକମ୍ରିତ ଓ...

ସର୍ବୋଚ୍ଚ ରୋପ୍‌ ଓ୍ବେରେ ଚାଲି ରେକର୍ଡ

ଜର୍ମାନୀର ସର୍ବୋଚ୍ଚ ପର୍ବତ ଜୁଗ୍‌ସପିଜ୍‌ର ଉଚ୍ଚତା ୯୭୧୮ ଫୁଟ୍‌। ଏଠାରେ ଥିବା ୯୯୫ ମିଟର ଲମ୍ବ ରୋପ୍‌ଓ୍ବେରେ ସୁଇଜରଲାଣ୍ଡର ୪୬ ବର୍ଷୀୟ ଫ୍ରେଡି ନକ୍‌ ସନ୍ତୁଳନ...

ନିୟନ୍ତ୍ରଣ କକ୍ଷକୁ ଆସିଛି ୮,୫୬୨ କଲ୍‌

ପୁରୀ ଅଫିସ,୧୬ା୪: ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ ସମୟରେ ପୁରୀ କେୟାର୍ସ ଅଭିଯାନ ସଫଳତା ସହ ଲୋକମାନଙ୍କ ପାଖରେ ପହଞ୍ଚିପାରିଛି। କରୋନା ମୁକାବିଲା ପାଇଁ ହଠାତ୍‌ ଲକ୍‌ଡାଉନ...

Leave a comment

Your email address will not be published. Required fields are marked *