କୃଷି, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଉପରେ ଗୁରୁତ୍ୱ

ଭୁବନେଶ୍ୱର/ଛତ୍ରପୁର/ରାୟଗଡ଼ାଅଫିସ/ପାରଳାଖେମୁଣ୍ଡି,୧୬ା୫: କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ବିଭିନ୍ନ ଜିଲାରେ କୋଭିଡ୍‌ ହସ୍ପିଟାଲ ପ୍ରସ୍ତୁତ କରିଛନ୍ତି। ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ୫-ଟି ବିଭାଗ ସଚିବ ଭି.କେ. ପାଣ୍ଡିଆନ ଏବଂ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଗଞ୍ଜାମ, ରାୟଗଡା, ଗଜପତି ଜିଲା ଗସ୍ତକରି ବିଭିନ୍ନ କୋଭିଡ ହସ୍ପିଟାଲ ଏବଂ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର(ଟିଏମ୍‌ସି) ପରିଦର୍ଶନ କରିଥିଲେ। କରୋନା ମୁକାବିଲା, ପ୍ରବାସୀ ଓଡ଼ିଆଙ୍କୁ ଟିଏମ୍‌ସି କେନ୍ଦ୍ରରେ ମିଳୁଥିବା ସୁବିଧା ବିଷୟରେ ସମୀକ୍ଷା କରିଥିଲେ। ଜିଲାଗୁଡିକରେ କୃଷିକାର୍ଯ୍ୟକୁ ତ୍ୱରାନ୍ବିତ କରିବା ସହ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବାକୁ ଜିଲାପାଳମାନଙ୍କୁ ସେମାନେ ନିର୍ଦ୍ଦେଶ ଦେଇଥିଲେ।
ପାଣ୍ଡିଆନ୍‌ ଶୁକ୍ରବାର ଗଞ୍ଜାମ ଜିଲାର ହିଞ୍ଜିଳିକାଟୁ, ଶେରଗଡ, ପୋଲସରା ଓ ଆସିକା ବ୍ଲକକୁ ଯାଇ ସରପଞ୍ଚମାନଙ୍କ ସହ କରୋନା ମୁକାବିଲା ଓ କ୍ୱାରାଣ୍ଟାଇନ୍‌ ସେଣ୍ଟରଗୁଡିକର ସୁପରିଚାଳନା, ପ୍ରବାସୀ ତଥା ଅନ୍ତେବାସୀମାନଙ୍କୁ କିଭଳି ଖାଦ୍ୟ ମଳୁଛି ଏବଂ ଲକ୍‌ଡାଉନ୍‌ ଗାଇଡ୍‌ଲାଇନ୍‌ କିପରି କାର୍ଯ୍ୟକାରୀ ହେଉଛି ସେ ନେଇ ଆଲୋଚନା କରିଥିଲେ। ବ୍ରହ୍ମପୁର ଉପକଣ୍ଠ ଶୀତଳାପଲ୍ଲୀସ୍ଥିତ ପାରଳା ମହାରାଜା ଇଞ୍ଜିିନିୟରିଂ କଲେଜରେ ହୋଇଥିବା କୋଭିଡ୍‌ କେୟାର ସେଣ୍ଟର ପରିଦର୍ଶନ କରିଥିଲେ। ସେହିପରି ଉନ୍ନୟନ କମିଶନର ଏବଂ ୫-ଟି ସଚିବ ରାୟଗଡ଼ା ଓ ଗଜପତି ଜିଲା ଗସ୍ତ କରି କରୋନା ସ୍ଥିତି ସମୀକ୍ଷା କରିଥିଲେ। ପ୍ରବାସୀ ଶ୍ରମିକଙ୍କୁ ସଙ୍ଗରୋଧରେ ରଖିବା ଏବଂ ସଂକ୍ରମିତଙ୍କ ଚିକିତ୍ସା ସୁବିଧା ଆଦି ଭିତ୍ତିଭୂମିର ତଦାରଖ କରିଥିଲେ। ଦୁଇ ଅଧିକାରୀ ପ୍ରଥମେ ରାୟଗଡ଼ା ଜିଲାର ଜେକେପୁର ଇଏସ୍‌ଆଇ ହସ୍ପିଟାଲ ପରିସରସ୍ଥ କୋଭିଡ୍‌ ହସ୍ପିଟାଲ ପରିଦର୍ଶନ କରିଥିଲେ। ଜରୁରୀ ପରିସ୍ଥିତିରେ ଅନ୍ୟ ଜିଲା ଉପରେ ନିର୍ଭର ନ କରି ଯେପରି ରୋଗୀଙ୍କ ଚିକିତ୍ସା ହୋଇପାରିବ, ସେଥିପାଇଁ ଏହି ହସ୍ପିଟାଲରେ ୧୦ ଶଯ୍ୟା ବିଶିଷ୍ଟ ଆଇସିୟୁ ବ୍ୟବସ୍ଥା କରିବାକୁ ପାଣ୍ଡିଆନ ଜିଲାପାଳ ପ୍ରମୋଦ କୁମାର ବେହେରାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରୋଗୀଙ୍କ ପାଇଁ ହସ୍ପିଟାଲରେ କ’ଣ ବ୍ୟବସ୍ଥା ରହିଛି ସେ ନେଇ ମେଡିକାଲ ଅଫିସର ଡା. ଲକ୍ଷ୍ମୀକାନ୍ତ ସାହୁଙ୍କୁ ସେ ପଚାରି ବୁଝିଥିଲେ। ପରେ ସେମାନେ ଗଜପତି ଜିଲା ରାଜସୀତାପୁରଠାରେ ଥିବା କୋଭିଡ୍‌ ହସ୍ପିଟାଲ ପରିଦର୍ଶନ କରିଥିଲେ। ପ୍ରବାସୀଙ୍କ ପାଇଁ ଜିଲାରେ ସଙ୍ଗରୋଧ କେନ୍ଦ୍ର ଏବଂ କୋଭିଡ୍‌ ହସ୍ପିଟାଲରେ କିଭଳି ବ୍ୟବସ୍ଥା ରହିଛି, ତାହାର ଅନୁଧ୍ୟାନ କରିଥିଲେ।


All Right Reserved By Dharitri.Com

ଗ୍ରାମବାସୀଙ୍କ ସହିତ ଥାଳି, ଘଣ୍ଟ ବଜାଇଲେ କେନ୍ଦ୍ରମନ୍ତ୍ରୀ

ସଜନାଗଡ଼, ୨୨।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ରବିବାର ସବୁଠି ଜନତା କର୍ଫ୍ୟୁର ପ୍ରଭାବ ଦେଖିବାକୁ ମିଳିଥିଲା। କରୋନା ମୁକାବିଲା ଲାଗି ଲୋକେ ସ୍ବତଃସ୍ଫୁର୍ତ୍ତ ଭାବେ ଜନତା...

ହାତୀ ଆକ୍ରମଣରେ ଯୁବକ ମୃତ

ରାସୋଳ, ୧୨ା୪(ଡି.ଏନ.ଏ.)- ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ ଖଲିବୁରେଇ ସେକ୍ସନ ଗୋବିନ୍ଦପୁର ଗ୍ରାମର ପଙ୍କଜ ସାମଲଙ୍କ ରବିବାର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି । ଭୋରରୁ...

ପୁରୁଣା ବୃତ୍ତି: ଅଲୋଡ଼ା ହୋଇ ବି ପୋଷୁଛି ପେଟ

କେନ୍ଦୁଝର, ୧୧ା୧ (ସ୍ବ.ପ୍ର.) ଆଗରୁ ଗ୍ରାମାଞ୍ଚଳରେ ଥିଲା କମାର ଶାଳ । ଲୋକେ ଛୁରି, ପନିକି, କଟୁରି, ଦା, କୋଦାଳ, ଟାଙ୍ଗିଆ ଆଦି କମାର ଶାଳରେ...

ଦନ୍ତାହାତୀ ଉପଦ୍ରବ: ଲୋକେ ଆତଙ୍କିତ, ୪ଘର ଭାଙ୍ଗି ଧାନ ଚାଉଳ ଖାଇଲା

ବାଲିଶଙ୍କରା, ୨୭।୨ (ଡି.ଏନ.ଏ)-ସୁନ୍ଦରଗଡ଼ ଜିଲାର ବିଭିନ୍ନ ବନ ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଛି। ସୁନ୍ଦରଗଡ଼ ସଦର ରେଞ୍ଜ ରାଉଳଡେଗା ସେକ୍ସନର ଘୋଘର ଗ୍ରାମରେ...

ନ୍ୟାୟ ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣରୁ ବଞ୍ଚିତ ଅଭିଭାବକ

ଯୋଡ଼ା,୨।୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ାସ୍ଥିତ ବନେଇକଳା ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣରୁ ବଞ୍ଚିତ ଛାତ୍ରୀଛାତ୍ରଙ୍କ ଅଭିଭାବକମାନେ ସୋମବାର ନ୍ୟାୟ ପାଇଁ ଲିଖିତ ଆକାରରେ...

କଣ୍ଟିଲୋ ନୀଳମାଧବ ଜୀଉ ମନ୍ଦିର: ବଢୁଛି ପର୍ଯ୍ୟଟକଙ୍କ ସଂଖ୍ୟା; ସୁଧୁରୁନି ସମସ୍ୟା

ଖଣ୍ଡପଡା,୧୨।୧୨(ସ୍ବ.ପ୍ର.): କଣ୍ଟିଲୋର ଶ୍ରୀନୀଳମାଧବପୀଠ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନର ମର୍ଯ୍ୟାଦା ଲାଭ କରିଛି। ଏଠାର କଂସା ପିତ୍ତଳ ବାସନ ଶିଳ୍ପ ରାଜ୍ୟ ତଥା...

୫ ଦଫା ଦାବିରେ ଆଶା ସାଥୀ ସଂଘର ବିକ୍ଷୋଭ

ରାୟଗଡ଼ା ଅଫିସ ,୨୭।୨: ଭାରତୀୟ ମଜଦୁର ଦ୍ୱାରା ପରିଚାଳିତ ରାଜ୍ୟ ଆଶା ସାଥୀ ସଂଘ ନିର୍ଦ୍ଦେଶକ୍ରମେ ୫ ଦଫା ଦାବି ନେଇ ରାୟଗଡ଼ା ଜିଲା ଶାଖା...

ଏମ୍‌ପି ଅନୁଭବଙ୍କ ବିରୋଧରେ ଅଭିଯୋଗ

କେନ୍ଦ୍ରାପଡା ଅଫିସ,୩୧।୧: ବିବାଦ କେନ୍ଦ୍ରାପଡା ଏମପି ଅନୁଭବ ମହାନ୍ତିଙ୍କ ପିଛା ଛାଡୁନାହିଁ। ପୂର୍ବରୁ ତାଙ୍କ ନାମରେ କଟକର ପୁରୀଘାଟ ଥାନା ଓ କେନ୍ଦ୍ରାପଡ଼ା ଟାଉନ ଥାନାରେ...

Leave a comment

Your email address will not be published. Required fields are marked *