ବ୍ରାହ୍ମଣୀରୁ ବେଧଡକ ବାଲି ଚାଲାଣ

ଓଡ଼ାପଡ଼ା,୧୬ା୫(ଡି.ଏନ.ଏ) – ଲକ୍‌ଡାଉନ୍‌ ସମୟରେ ଢେଙ୍କାନାଳ ଜିଲା ବ୍ରାହ୍ମଣୀ ନଦୀରୁ ବେଧଡକ୍‌ ଚାଲିଛି ବାଲି ଚାଲାଣ। କରୋନା ସଂକ୍ରମଣ ନିରୋଧୀ ଅଭିଯାନରେ ଅଧିକାରୀମାନେ ନିୟୋଜିତ ହୋଇଥିବାବେଳେ ଏହାର ସୁଯୋଗ ନେଉଛନ୍ତି ଅସାଧୁ ବ୍ୟବସାୟୀ। ଶୁକ୍ରବାର ନାଧରା ଘାଟ ଉପରେ ଚଢ଼ାଉ ବେଳେ ବାଲି ମାଫିଆଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ପ୍ରଶାସନିକ ଅଧିକାରୀ। ଆକ୍ରମଣର ଭୟ ଦେଖାଇ ଜଣେ ଅଭିଯୁକ୍ତ ଏକ ଟ୍ରାକ୍ଟର ଇଞ୍ଜିନ ଛଡ଼ାଇ ନେଇଛନ୍ତି। ଘଟଣାସ୍ଥଳରୁ ୩ ଟ୍ରାକ୍ଟର ଇଞ୍ଜିନ, ଅଭିଯୁକ୍ତ ଛଡ଼ାଇ ନେଇଥିବା ଟ୍ରାକ୍ଟର ଇଞ୍ଜିନର ଡାଲା ଏବଂ ଗୋଟିଏ ଟିପ୍ପର ଜବତ କରାଯାଇଛି।
ବାଲି ଚାଲାଣରେ ସମ୍ପୃକ୍ତ ବ୍ୟକ୍ତି ତଳିଆ ପୋଲିସ କର୍ମଚାରୀଙ୍କୁ ହାତ କରି ତହସିଲ ଅଧିକାରୀଙ୍କ ଗାଡି ଉପରେ ଲଗାତର ନଜର ରଖୁଥିଲେ। ସେମାନଙ୍କ ଗତିବିଧି ସମ୍ପର୍କରେ ସୂଚନା ସଂଗ୍ରହ କରି ତଦନୁଯାୟୀ ବାଲି ଚାଲାଣରେ ସହାୟତା କରୁଥିଲେ। ପୂର୍ବରୁ ଏପରି ବାଲି ଚାଲାଣକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ହେଲେ ବ୍ୟବସାୟୀମାନେ ଲୋକଙ୍କୁ ଧମକଚମକ ଦେଇ ବେନିୟମ କାର୍ଯ୍ୟ ଜାରି ରଖିଥିଲେ। କୌଣସି ସୂତ୍ରରୁ ସୂଚନା ପାଇ ଶୁକ୍ରବାର ଅପରାହ୍ନରେ ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ନିର୍ଦ୍ଦେଶରେ ଏକ ଟିମ୍‌ ବାଲିଘାଟ ଉପରେ ଅତର୍କିତ ଚଢ଼ାଉ କରିଥିଲା। ରାଜସ୍ବ ବିଭାଗ ଅଧିକାରୀମାନେ ପହଞ୍ଚତ୍ ଗାଡ଼ିଗୁଡ଼ିକୁ ଅଟକ ରଖିଥିବାବେଳେ ଜଣେ ଅଭିଯୁକ୍ତ ଲୁହାରଡ୍‌ ଧରି ଆକ୍ରମଣ କରିବାକୁ ଧମକ ଦେଇଥିଲେ। ଏଥିସହ ସେଠାରେ ଥିବା ଏକ ଟ୍ରାକ୍ଟର ଇଞ୍ଜିନକୁ ନେଇ ପଳାଇଥିଲେ। ଚଢ଼ାଉରୁ ବର୍ତ୍ତିବାକୁ ଅଭିଯୁକ୍ତମାନେ ଟ୍ରାକ୍ଟର ନମ୍ବର ଲିଭାଇ ଦେଇଥିଲେ। ତେବେ ଇଞ୍ଜିନ ଓ ଚେଚିସ୍‌ ନମ୍ବରରୁ ଗାଡ଼ି ମାଲିକଙ୍କ ସମ୍ପର୍କରେ ତଥ୍ୟ ମିଳିଯିବ ବୋଲି ଚଢ଼ାଉରେ ସାମିଲ ଥିବା ଅଧିକାରୀମାନେ କହିଛନ୍ତି।
ଅତିରିକ୍ତ ତହସିଲଦାର ସାଗରିକା ସାହୁ, ଓଡ଼ାପଡ଼ା ଆର୍‌ଆଇ ଚିନ୍ମୟ ଦାସ, ମୋଟଙ୍ଗା ଆର୍‌ଆଇ ନିବେଦିତା ନାୟକ, ଷଡଙ୍ଗୀ ଆର୍‌ଆଇ ବୀରେନ୍ଦ୍ର ସିଂ, ପିଙ୍ଗୁଆ ଆର୍‌ଆଇ ପ୍ରସାଦ ସିଂ, ଗଦାଶିଳା ଆରଆଇ ଉଚ୍ଛବ ଦେହୁରୀ ପ୍ରମୁଖ ଚଢ଼ାଉରେ ସାମିଲ ହୋଇଥିଲେ। ଉପଜିଲାପାଳ ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି। ରିପୋର୍ଟ ଲେଖାଯିବା ଯାଏ ଏ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇନାହିଁ।


All Right Reserved By Dharitri.Com

ବଜ୍ରପାତରେ ୨ ମୃତ, ୧୦ ବଖରା ମାଟିରେ ମିଶିଲା

ପଦ୍ମପୁର,୨୩ା୪(ଡି.ଏନ୍‌.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଗୋପବନ୍ଧୁନଗର ଗ୍ରାମରେ ଗୁରୁବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। ଏହାର ପ୍ରଭାବରେ ପ୍ରବଳ ବର୍ଷା ଓ ପବନ...

ତେଲକୋଇରେ ହାତୀ ଆତଙ୍କ

କେନ୍ଦୁଝର, ୬।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳ ଅଧୀନସ୍ଥ ଖୁଣ୍ଟାପଡା ଗାଁରେ ହାତୀ ଉପଦ୍ରବ ଦେଖାଯାଇଛି। ୫ ଟିକିଆ ହାତୀପଲ ଗାଁରେ ପଶି ଖଳାରେ ଥିବା...

ଦୁର୍ଦ୍ଦିନରେ ନଳିତା ଚାଷୀ

ହାଟଡିହୀ,୧୬।୯(ଡି.ଏନ.ଏ.)- କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅକରୁଆ ପଞ୍ଚାୟତ ଅକରୁଆ, ଆମ୍ବଗଡିଆ ଓ ଦଧିବାମନପୁର ଗ୍ରାମର ନଳିତା ଚାଷୀମାନେ ଦୁର୍ଦ୍ଦଶାରେ ଦିନ କାଟୁଥିବାବେଳେ ସରକାରୀ ପ୍ରୋତ୍ସାହନ...

କମ୍‌ସଂଖ୍ୟକ ଉପସ୍ଥାନ ଯୋଗୁ ବନ୍ଦ ହେଲା ୨ ସ୍କୁଲ

ଗଣିଆ,୨୨।୧୦(ଡି.ଏନ.ଏ.)-ନୟାଗଡ଼ ଜିଲା ଗଣିଆ ବ୍ଲକରେ କମ୍‌ସଂଖ୍ୟକ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ଯୋଗୁ ୨ଟି ସ୍କୁଲ ସୋମବାରଠାରୁ ବନ୍ଦ କରାଯାଇଥିବା ଦେଖିବାକୁ ମିଳିଛି ା ବନ୍ଦ ହୋଇଥିବା ୨ଟି...

ବୃଦ୍ଧଙ୍କୁ ହତ୍ୟା ଘଟଣା:ନଦୀପଠାରେ ପୋତିଥିବା କଟାମୁଣ୍ଡ ଉଦ୍ଧାର

ମୋହନା,୧୫ା୧୧(ଡି.ଏନ୍‌.ଏ.)- ଗଜପତି ଜିଲା ମୋହନା ଥାନା ମେରାପଲ୍ଲୀ ପଞ୍ଚାୟତରେ ଗୁଣିଗାରେଡି ସନ୍ଦେହରେ ମଙ୍ଗଳବାର ଅପରାହ୍ନରେ ଦାସୁ ମଳିକଙ୍କୁ ହତ୍ୟା କରାଯାଇଥିଲା। ବୁଧବାର ଥାନାରେ ଅଭିଯୋଗ ପରେ...

କରୋନା ସହାୟତା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୫ହଜାର ଟଙ୍କା ପ୍ରଦାନ

କେସିଙ୍ଗା, ୨୨।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ତୁର୍ଲାଖମନ ପଞ୍ଚାୟତ ଅଧୀନ ଲିମଗାଁରେ ଥିବା ଦୀପ୍ତିଦାନ ଚର୍ଚ୍ଚ ପକ୍ଷରୁ ୨୫ ହଜାର ଟଙ୍କା ମୁଖ୍ୟମନ୍ତ୍ରୀ...

ହିତାଧିକାରୀଙ୍କୁ ମିଳିଲା ୪ ମାସର ଭତ୍ତା

ଭଞ୍ଜନଗର,୨୭।୩(ଡି.ଏନ.ଏ)-କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଲୋକେ ଘରୁ ନ ବାହାରିବାକୁ କୁହାଯାଇଛି। ଲୋକଙ୍କ ପାଖରେ ରାଶନ, ପନିପରିବା, ଫଳ, କ୍ଷୀର, ଔଷଧ ଏବଂ ଭତ୍ତା...

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ କାର୍ଯ୍ୟାଦେଶ ବଣ୍ଟନ

ଜୁନାଗଡ,୨୪।୯(ଡି.ଏନ.ଏ.) କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ବଳଦିଆମାଲ ପଞ୍ଚାୟତରେ ସୋମବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ପାଇଁ କାର୍ଯ୍ୟାଦେଶ ବଣ୍ଟନ ହୋଇଯାଇଛି। ଏଥିରେ ପଞ୍ଚାୟତର ୨୯ଜଣ ହିତାଧିକାରୀଙ୍କୁ...

Leave a comment

Your email address will not be published. Required fields are marked *