ହ୍ବାଟ୍ସଆପ୍‌ରେ ଲୋକଙ୍କୁ ଉତ୍ତର ଦେଉଛନ୍ତି ଏସ୍‌ପି

ସମ୍ବଲପୁର,୧୫।୫ (ବ୍ୟୁରୋ): ସମ୍ବଲପୁର ପୋଲିସ ଲକ୍‌ଡାଉନ୍‌ ସମ୍ପର୍କରେ ଠିକ୍‌ ସୂଚନା ଦେବା ପାଇଁ ଏକ ହ୍ବାଟ୍ସଆପ ନମ୍ବର (୯୪୩୮୯୧୬୫୫୦) ସର୍ବସାଧାରଣ କରିଛି। ଏହା କେବଳ ଦିନ ୧୧ଟାରୁ ୧୨ ପର୍ଯ୍ୟନ୍ତ ଖୋଲା ରହୁଛି। ନିଜେ ଏସ୍‌ପି କନୱର ବିଶାଳ ସିଂ ଏହାକୁ ପରିଚାଳନା କରୁଛନ୍ତି। ଲକ୍‌ଡାଉନକୁ ନେଇ କୌଣସି ଲୋକଙ୍କ ମଧ୍ୟରେ କିଛି ଦ୍ୱନ୍ଦ୍ୱ ବା ସନ୍ଦେହ ଆସିଲେ ସେମାନେ ସିଧାସଳଖ ଏଥିରେ କୌଣସି ପ୍ରଶ୍ନ ପଚାରି ପାରିବେ। ନିଜେ ଏସ୍‌ପି ଏହାର ଉତ୍ତର ସେହି ନମ୍ବରକୁ ଦେବେ। ଗୁରୁବାର ପ୍ରଥମ ଦିନରେ ୨୮ ଓ ଶୁକ୍ରବାର ୫୨ ଜଣ ପ୍ରଶ୍ନ କରି ଉତ୍ତର ପାଇଛନ୍ତି। ଏ ସମ୍ପର୍କରେ ଏସ୍‌ପି ସିଂ କହିଛନ୍ତି ଯେ, ଅନେକ ସମୟରେ ଜନସାଧାଣ ଲକଡାଉନ ଓ କଟକଣା ଉପରେ ଠିକ ସୂଚନା ପାଉ ନ ଥିଲେ । ସେମାନେ ସୋସିଆଲ ମିଡିଆରେ ଭୁଲ ତଥ୍ୟ ପାଇ ହଇରାଣ ହରକତ ହେଉଥିଲେ। ଏଣୁ ଲୋକଙ୍କୁ ସହଯୋଗ କରିବା ପାଇ ଏଭଳି ବ୍ୟବସ୍ଥା କରାଯାଇଛି।


All Right Reserved By Dharitri.Com

ସାନିଟାଇଜ୍‌ ହେଲା ସଂକ୍ରାମକ ରୋଗ ଚିକିତ୍ସାଳୟ

ପୁରୀ ଅଫିସ,୨।୪: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବୁଧବାର ସଂକ୍ରାମକ ରୋଗ ଚିକିତ୍ସାଳୟ (ଆଇଡିଏଚ୍‌)କୁ ସାନିଟାଇଜ୍‌ କରାଯାଇଛି। ଏହା ପରିସରରେ ଥିବା...

ଓଡ଼ିଶା ବିଧାନସଭାରେ ରେକର୍ଡ: ସୂର୍ଯ୍ୟ ଗଞ୍ଜାମ ଜିଲାରୁ ପଞ୍ଚମ ବାଚସ୍ପତି

ବ୍ରହ୍ମପୁର ଅଫିସ,୩୦ା୫-ବିଜେଡିର ବରିଷ୍ଠ ନେତା ତଥା ଅତୀତର ମୋହନା ଓ ବର୍ତ୍ତମାନର ଦିଗପହଣ୍ଡି ସେଗ୍‌ମେଣ୍ଟରୁ ଲଗାତର ଭାବେ ସାତ ଥର ବିଧାୟକ ଏବଂ ବିଜୁ ପଟ୍ଟନାୟକ...

ଛିଙ୍କିବା-କାଶିବା ସମୟରେ ମୁହଁରେ ହାତ ନ ଦେଲେ ଜରିମାନା: ଜୁନ୍‌ ୧ରୁ ସରକାରୀ ନିୟମ ଲାଗୁ

ବେଜିଂ,୨୮।୪: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ ଚାଇନା ସରକାର ଏକ ନୂଆ ନିୟମ ଲାଗୁ କରିବାକୁ...

ଦୁର୍ଦ୍ଦିନରେ ଗଞ୍ଜାମର କିଆ ଫୁଲ ଚାଷୀ: ଗଛରେ ନଷ୍ଟ ହେଉଛି ଫୁଲ, ଜିଲାପାଳ ଦୃଷ୍ଟି ଦେବାକୁ ଦାବି

ଛତ୍ରପୁର, ୧୨।୪(ଡି.ଏନ୍‌.ଏ.)- ବିଶ୍ୱ ବିଖ୍ୟାତ ଗଞ୍ଜାମ ଜ଼ିଲାର କିଆ ଶିଳ୍ପ କରୋନା ପରିପ୍ରେକ୍ଷୀରେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଚାଷୀମାନେ ଗଛରୁ କିଆ ଫୁଲ ତୋଳିପାରୁନାହାନ୍ତି। ଫଳରେ...

ଅସହାୟ ପରିବାରକୁ ସାହାଯ୍ୟର ହାତ ବଢ଼ାଇଲେ ସରପଞ୍ଚ

ଲାଠୋର, ୨୨।୪ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଅଧୀନ ଜଲପାଙ୍କେଲ ଗ୍ରାମର ସ୍ବର୍ଗତ ଦୁର୍ଯ୍ୟୋଧନ ମେହେରଙ୍କ ପରିବାରକୁ ସ୍ଥାନୀୟ ସରପଞ୍ଚ ପ୍ରବୀଣ...

ପଞ୍ଚାୟତ ଅଫିସରୁ ପିଡିଏସ୍‌ ଚାଉଳ ଚୋରି କରିନେଲେ ଦୁର୍ବୃତ୍ତ

ବରଗଡ଼ ଅଫିସ, ୨୪।୨: ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଦୁଲମପୁର ପଞ୍ଚାୟତ ଅଫିସ ଗୋଦାମ ଗୃହରୁ ରବିବାର ବିଳମ୍ବିତ ରାତିରେ ହିତାଧିକାରୀଙ୍କୁ ବଣ୍ଟନ ପାଇଁ...

୪ ସ୍ବାବ୍‌ ଗ୍ରହଣ କେନ୍ଦ୍ରରେ ୨୭୨ ଜଣଙ୍କ ନମୁନା ସଂଗ୍ରହ

ବିଞ୍ଝାରପୁର,୨୭।୪(ଡି.ଏନ.ଏ): ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଞ୍ଝାରପୁର ବ୍ଲକରେ କୋଲକାତା ଫେରନ୍ତାଙ୍କ ପାଇଁ ୪ଟି ସ୍ବାବ୍‌ ଗ୍ରହଣ କେନ୍ଦ୍ର କରାଯାଇଛି। ବ୍ଲକର ସୟଦପୁରସ୍ଥିତ ବ୍ରଜସୁନ୍ଦର...

ମେସ୍କୋ ହୋଟେଲ, ଗେଷ୍ଟ ହାଉସ୍‌ ଦଖଲକୁ ନେଲା ଇଡ୍‌କୋ

କଳିଙ୍ଗନଗର,୨୬।୯(ଡି.ଏନ୍‌.ଏ.): କଳିଙ୍ଗନଗର ଶିଳ୍ପାଞ୍ଚଳ ଯଖପୁରାଠାରେ ଥିବା ମେସ୍କୋଷ୍ଟିଲର ଏକ ହୋଟେଲ ଓ ଗେଷ୍ଟହାଉସ୍‌କୁ ବୁଧବାର ଇଡ୍‌କୋ ଦଖଲକୁ ନେଇଛି। ଇଡ୍‌କୋ କର୍ତ୍ତୃପକ୍ଷ ଏବଂ ଜିଲା ପ୍ରଶାସନ...

Leave a comment

Your email address will not be published. Required fields are marked *