ଧନୀ ମନ୍ଦିରଗୁଡ଼ିକ ସୁନା ଦାନ କରନ୍ତୁ କହି ଟ୍ରୋଲ୍‌ ହେଲେ ଫିଲ୍ମନିର୍ମାତା

ବମ୍ବେ: ସାରା ବିଶ୍ୱ ଏବେ କରୋନା କବଳରେ। ପ୍ରତ୍ୟେହ ହଜାର ହଜାର ସଂଖ୍ୟାରେ ଲୋକ ଏଥିରେ ପ୍ରାଣ ହରାଉଛନ୍ତି। ଭାରତରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାର ମୁକାବିଲା ଲାଗି ଲକ୍‌ଡାଉନ୍‌ ଜାରି ରହିଥିବାରୁ ଲୋକମାନେ ଖାଦ୍ୟ ବିନା ଆଉଟୁପାଉଟୁ ହେଉଥିବା ନଜରକୁ ଆସୁଛି। ବିଶେଷକରି ଖଟିଖିଆ ତଥା ଶ୍ରମିକ ଶ୍ରେଣୀୟ ଲୋକେ ଏଥିରେ ପ୍ରଭାବିତ ହେଉଛନ୍ତି। ଏଭଳିସ୍ଥିତିରେ ସରକାରଙ୍କୁ ଅନେକେ ସହଯୋଗର ହାତ ବଢ଼ାଉଛନ୍ତି। ହେଲେ ଦେଶର ଧନୀ ମନ୍ଦିରଗୁଡ଼ିକ ଏହି ସମୟରେ ଗଚ୍ଛିତ ନବେ ପ୍ରତିଶତ ସୁନା ଦାନ କରନ୍ତୁ ବୋଲି ମତ ପ୍ରକାଶ କରିଛନ୍ତି ଫିଲ୍ମ ନିର୍ମାତା ସୁଭାଷ ଘାଇ।

ସୁଭାଷ ଏକ ଟୁଇଟ୍‌ କରି କହିଛନ୍ତି, ଭଗବାନଙ୍କ ମନ୍ଦିର ଯିବା ପାଇଁ ଏହା ଠିକ୍‌ ସମୟ ନୁହେଁ କି? ଯେତେସବୁ ଧନୀ ମନ୍ଦିର ରହିଛି ଏବଂ ଯେଉଁମାନଙ୍କ ପାଖରେ ପର୍ଯ୍ୟାପ୍ତ ସୁନା ମହଜୁଦ ଅଛି। ସେମାନେ ଆଗକୁ ଆସି ସରକାରଙ୍କୁ ନିଜର ନବେ ପ୍ରତିଶତ ସୁନା ଦିଅନ୍ତୁ। ଏହାଦ୍ୱାରା ଗରିବ ଲୋକମାନଙ୍କର କଷ୍ଟ ଦୂର ହୋଇପାରିବ। ଭଗବାନଙ୍କୁ ଦେଖି ସବୁ ଲୋକ ମଧ୍ୟ ସେସବୁ ଦାନ କରିଛନ୍ତି। ଏହାଛଡ଼ା ଟୁଇଟ୍‌ରେ ସେ ପ୍ରଧାନମନ୍ତ୍ରୀଙ୍କ ଅଫିସକୁ ଟ୍ୟାଗ୍‌ କରିଥିବା ଦେଖାଯାଇଛି।

ସୁଭାଷଙ୍କ ଏହି ଟୁଇଟକୁ କିଛି ଲୋକ ପସନ୍ଦ କରୁଥିବା ବେଳେ ଅନେକେ ଏହାକୁ ବିରୋଧ କରି ଟ୍ରୋଲ୍‌ କରିଛନ୍ତି। ସେ ନିଜେ ଦାନ କରିବା ଉଚିତ୍‌। ଏପରିକି ଏହାକୁ ନେଇ ସେ ରାଜନୀତି କରନ୍ତୁ ନାହିଁ ବୋଲି ଟ୍ରୋଲର୍‌ କହୁଛନ୍ତି।


All Right Reserved By Dharitri.Com

ଫଟୋଗ୍ରାଫରଙ୍କ ଉପରେ ରାଗିଲେ ତୈମୁର

ମୁମ୍ବାଇ: ଷ୍ଟାର କିଡ୍‌ ଭାବେ ଶୈଫିନାଙ୍କ ପୁଅ ତୈମୁର ଅଲ୍ଲି ଖାଁ ବଲିଉଡ୍‌ଠାରୁ ସୋସିଆଲ ମିଡିଆ ପର୍ଯ୍ୟନ୍ତ ସବୁଠି ବେଶ୍‌ ପରିଚିତ। କାରଣ ହେଉଛି ତାଙ୍କର...

ହୃଦୟ ଜିତିଲେ ରଣବୀର ସିଂ

ଫିଲ୍ମ ‘୮୩’ରେ ୧୯୮୩ ବିଶ୍ୱକପର ହିରୋ କପିଳ ଦେବଙ୍କ ଲୁକରେ ନଜର ଆସିବେ ରଣବୀର ସିଂ। କପିଳଙ୍କ ଲୁକରେ ରଣବୀରଙ୍କୁ ଠିକ ଭାବରେ ଚିହ୍ନି ମଧ୍ୟ...

ମ୍ୟୁଜିକାଲ ଫିଲ୍ମ ‘୯୯ ସଙ୍ଗସ୍‌’ର ଟ୍ରେଲର ରିଲିଜ

ସଂଗୀତ ମାଧ୍ୟମରେ ସାରା ବିଶ୍ୱକୁ ଦିଓ୍ବାନା କରିଥିବା ସଂଗୀତକାର ଏ.ଆର୍‌ ରହମାନଙ୍କ ସିନେମା ‘୯୯ ସଙ୍ଗ୍‌ସ’ର ଟ୍ରେଲର ରିଲିଜ୍‌ ହୋଇଛି। ଏହା ଏକ ମ୍ୟୁଜିକାଲ ରୋମାଣ୍ଟିକ୍‌...

ଦବଙ୍ଗ-୩ ଟ୍ରେଲର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲ୍‌ମାନ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଦବଙ୍ଗ-୩ର ଟ୍ରେଲର ରିଲିଜ୍‌ ହୋଇଛି। ୩ ମିନିଟ୍‌ର ଏହି ଟ୍ରେଲରରେ ସଲ୍‌ମାନଙ୍କ ବହୁ ଦମ୍‌ଦାର...

ରଣବୀରଙ୍କ ଫଟୋ ଶେୟାର କରି ଅମିତାଭ କହିଲେ ଏମିତି

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବହୁ ଆକ୍ଟିଭ୍‌। ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି ନିଜ ପରିବାରର ଫଟୋ ହେଉ କିମ୍ବା...

ଅଭିନୟ ଜଗତରେ ଡେବ୍ୟୁ କଲେ ସୁହାନା

ଶେଷରେ ପ୍ରତୀକ୍ଷାର ଅନ୍ତ ଘଟିଛି। ବଲିଉଡ ବାଦଶାହ ଶାହରୁଖ ଖାଁଙ୍କ ଝିଅ ସୁହାନା ଶେଷରେ ଚଳଚ୍ଚିତ୍ର ଜଗତରେ ଏଣ୍ଟ୍ରି ମାରିଛନ୍ତି। ତାଙ୍କ ଡେବ୍ୟୁ ଶର୍ଟ ଫିଲ୍ମ...

ଗର୍ଭବତୀ ଥିବା ନେଇ କ’ଣ କହିଲେ ଅନୁଷ୍କା

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଗର୍ଭବତୀ ଥିବା ନେଇ ଏବେ ଚାରିଆଡେ ଚର୍ଚ୍ଚା ହେଉଛି। ଏନେଇ ନିଜେ ମୁହଁ ଖୋଲିଛନ୍ତି ଅନୁଷ୍କା। ସେ କହିଛନ୍ତି, ମୋ...

‘ବିଗ୍‌ ବସ୍‌’ ବଦଳାଇଲା ଭାଗ୍ୟ, ଏସିଆର ସେକ୍ସି ପୁରୁଷ ତାଲିକାରେ ଚମକିଲେ ଆସିମ୍‌

ବମ୍ବେ: ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍‌ବସ୍‌’ ଅନେକ ସେଲିବ୍ରିଟିଙ୍କ ଭାଗ୍ୟ ପରିବର୍ତ୍ତନ କରିଛି। କହିବାକୁ ଗଲେ ଶୋ’ରେ ଭାଗନେଇଥିବା ସାଧାରଣ ଲୋକ ମଧ୍ୟ ସେଲିବ୍ରିଟିରେ ଗଣା...

Leave a comment

Your email address will not be published. Required fields are marked *