କରୋନା ଯୋଦ୍ଧାଙ୍କ ପାଇଁ ପୁଣି ସହଯୋଗର ହାତ ବଢାଇଲେ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାରଙ୍କ ବଦାନ୍ୟତା ପୁଣି ଦେଖିବାକୁ ମିଳିଛି। କରୋନା ଯୁଦ୍ଧରେ ଆଗଧାଡିର ଯୋଦ୍ଧା ସାଜିଥିବା ମୁମ୍ବାଇ ପୋଲିସ ପାଇଁ ଏଥର ସହଯୋଗର ହାତ ବଢାଇଛନ୍ତି ଅକ୍ଷୟ। ଏଥର ସେ ମୁମ୍ବାଇ ପୋଲିସକୁ ୧ହଜାର ରିଷ୍ଟ ବ୍ୟାଣ୍ଡ ଦାନ କରିଛନ୍ତି। ଏହି ବ୍ୟାଣ୍ଡ ମାଧ୍ୟମରେ କୋଭିଡ-୧୯ର ଲକ୍ଷଣ ସମ୍ପର୍କରେ ସୂଚନା ମିଳିପାରିବ। ତେବେ ମୁମ୍ବାଇ ପୋଲିସ ପ୍ରଥମ ଅର୍ଗାନାଇଜେଶନ ଭାବେ ଏହା ବ୍ୟବହାର କରିବାକୁ ଯାଉଛି। ଏହି ବ୍ୟାଣ୍ଡ ବାନ୍ଧିବା ପରେ ଏଥିରେ ବଡି ଟେମ୍ପରେଚର, ହାର୍ଟ ବିଟ୍‌, ବ୍ଲଡ ପ୍ରେସର, ଷ୍ଟେପ କାଉଣ୍ଟ ଓ କ୍ୟାଲୋରୀ ସମ୍ପର୍କରେ ସୂଚନା ମିଳିପାରିବ। ତେବେ ଅକ୍ଷୟ ଏହି ରିଷ୍ଟ ବ୍ୟାଣ୍ଡ ପ୍ରସ୍ତୁତକାରୀ କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ରହିଛନ୍ତି। ଏହାକୁ ଘଣ୍ଟା ଭଳି ଜଣେ ହାତରେ ବାନ୍ଧି ପାରିବେ। ଏଥିରେ ଥିବା ସେନ୍‌ସର ବଡି ଟେମ୍ପରେଚର, ହାର୍ଟ ବିଟ୍‌, ବ୍ଲଡ ପ୍ରେସର ଆଦି ବିଷୟରେ ସୂଚନା ପ୍ରଦାନ କରିବ। ସୂଚନାଯୋଗ୍ୟ, ଏହାପୂର୍ବରୁ ଅକ୍ଷୟ ମୁମ୍ବାଇ ପୋଲିସକୁ କରୋନା ସହ ଲଢିବାକୁ ୨ କୋଟି ଟଙ୍କା ଦାନ କରିଥିଲେ। ଏଥିପାଇଁ ମୁମ୍ବାଇ ପୋଲିସ କମିଶନର ଅକ୍ଷୟଙ୍କୁ ଧନ୍ୟବାଦ ଦେଇଥିଲେ। ଏହାସହ ବିଏମ୍‌ସିକୁ ପିପିଇ, ମାସ୍କ ଓ ର଼୍ୟାପିଡ ଟେଷ୍ଟ କିଟ୍‌ କ୍ରୟ କରିବାକୁ ୩ କୋଟି ଟଙ୍କାର ସାହାଯ୍ୟ ଦେଇଥିବା କୁହାଯାଏ।


All Right Reserved By Dharitri.Com

‘ଦବଙ୍ଗ-୩’ ପାଇଁ ପଛରେ ପଡିଲା ‘ମର୍ଦାନୀ-୨’

ମୁମ୍ବାଇ: ଏଥର ଫ୍ରାଇଡେରେ ରିଲିଜ୍‌ ହୋଇଥିଲା ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁଙ୍କ ଅଭିନୀତ ଫିଲ୍ମ ‘ଦବଙ୍ଗ-୩’। ପ୍ରଥମ ଦିନରେ ଏହା କଲେକ୍ସନ କରିଛି ପାଖାପାଖି ୨୪...

ପ୍ରିନ୍‌ସେସ୍‌ ଲୁକ୍‌ରେ ନୀଳନୟନା

ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବେ ଇଟାଲୀର ରୋମ ସହରରେ। ତାଙ୍କ ସହିତ ସ୍ବାମୀ ଅଭିଷେକ ବଚ୍ଚନ ଏବଂ ଝିଅ ଆରାଧ୍ୟା ମଧ୍ୟ ଅଛନ୍ତି। ଦୁଇଦିନ...

ଅତୀତକୁ ମନେ ପକାଇଲେ ଦୀପିକା

ମୁମ୍ବାଇ: ବଲିଉଡ୍‌ ନାୟିକା ଦୀପିକା ପାଦୁକୋନ ଏବେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ଥିବା ଦେଖାଯାଇଛି। କିଛିଦିନ ହେବ ସେ କିଛି ପୁରୁଣା ଫଟୋ ଇନଷ୍ଟାଗ୍ରାମରେ...

ଏସିଡ୍‌ ପୀଡିତାଙ୍କ ସହ ଜନ୍ମଦିନ ପାଳିବେ ଦୀପିକା

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଛପାକ’ର ପ୍ରମୋଶନ୍‌ରେ ବ୍ୟସ୍ତ ଅଛନ୍ତି। ଫିଲ୍ମଟି ଜାନୁୟାରୀ ୧୦ରେ ପରଦାକୁ ଆସିବାକୁ ଥିବାବେଳେ ଏହାପୂର୍ବରୁ ଅର୍ଥାତ୍‌...

ବାପାଙ୍କ ସର୍ତ୍ତରେ ପ୍ରେମିକା ଜୟାଙ୍କୁ ହଠାତ୍‌ ବିବାହ କରିଥିଲେ ବିଗ୍‌ ବି

ମୁମ୍ବାଇ: ମହାନାୟକ ଅମିତାଭ ବଚ୍ଚନ ଅଭିନୟ ସାଙ୍ଗକୁ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାର ଶିରୋନାମା ପାଲଟିଥାନ୍ତି। ଏବେ ବି ରେଖାଙ୍କ ସହ ତାଙ୍କ ସମ୍ପର୍କ...

ବିରାଟଙ୍କ କେଶ କାଟି ବାହାବା ସାଉଁଟୁଛନ୍ତି ଅନୁଷ୍କା: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

କରୋନା(କୋଭିଡ-୧୯) ସଂକ୍ରମଣକୁ ନେଇ ସମଗ୍ର ବିଶ୍ୱ ଏବେ ଚିନ୍ତାରେ। ଏହି ଭାଇରସକୁ ରୋକିବା ପାଇଁ ସମଗ୍ର ଦେଶକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଏପ୍ରିଲ ୧୪...

ପୂର୍ବ ପ୍ରେମିକାଙ୍କ ସହ ଫାର୍ମହାଉସ୍‌ରେ ନୂତନ ବର୍ଷକୁ ସ୍ବାଗତ କଲେ ସଲ୍‌ମାନ

ବମ୍ବେ: ଏକଦା ସଙ୍ଗୀତା ବିଜଲାନୀଙ୍କ ସହ ପ୍ରେମ ସମ୍ପର୍କରେ ବାନ୍ଧି ହୋଇଥିଲେ ଦବଙ୍ଗ ଖାନ୍‌। ହେଲେ ଏହା ବେଶି ଦିନ ତିଷ୍ଠି ନ ଥିଲା। ଏଣୁ...

ଦିବ୍ୟାଙ୍କା କହିଲେ ମୋ’ ଭାଇ କରୋନା ସଂକ୍ରମିତ ନୁହନ୍ତି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀଙ୍କ ଭୋପାଳସ୍ଥିତ ଘର ବାହାରେ ‘କୋଭିଡ୍‌-୧୯ ଡୁ ନଟ୍‌ ଭିଜିଟ୍‌’ ନୋଟିସ୍‌ ଲଗାଯାଇଛି। କାରଣ ତାଙ୍କ ଭାଇ ଐଶ୍ୱର୍ଯ୍ୟ ତ୍ରିପାଠୀ...

Leave a comment

Your email address will not be published. Required fields are marked *