ହୋଟେଲରେ ସୋସିଆଲ ଡିଷ୍ଟାନସିଂର ଭିନ୍ନ ଚିତ୍ର

ଓ୍ବାଶିଂଟନ,୧୫।୫: କରୋନା ଭାଇରସ ସଂକ୍ରମଣକୁ ନେଇ ବିଶ୍ୱର ଅଧିକାଂଶ ଦେଶରେ ଏବେ ଲକ୍‌ଡାଉନ ଜାରି ରହିଛି। ଆମେରିକାରେ ସ୍ଥିତି ଅସମ୍ଭାଳ ହୋଇପଡିଥିବା ବେଳେ ଏବେ ଏହି ଶକ୍ତିଶାଳୀ ଦେଶର ଅର୍ଥବ୍ୟବସ୍ଥା ମଧ୍ୟ ଦୋହଲି ଯାଇଛି। ଏପରି ସ୍ଥଳେ ଏବେ ପୁଣିଥରେ ଆମେରିକା ଅଣ୍ଟାଭିଡି ଠିଆ ହେବାକୁ ଚେଷ୍ଟା କରୁଛି। ତେବେ ଲକ୍‌ଡାଉନ ଯୋଗୁ ବାଧାପ୍ରାପ୍ତ ହୋଇଥିବା ହୋଟେଲ ଶିଳ୍ପ ଏବେ ନୂଆ ଢଙ୍ଗରେ ଲୋକଙ୍କ ପାଖରେ ପହଞ୍ଚିବାକୁ ପ୍ରୟାସ କରୁଥିବା ଦେଖାଯାଇଛି। ଲକ୍‌ଡାଉନ ଖୋଲିବା ପରେ ଏବେ ଲୋକେ ହୋଟେଲ ବା ରେସ୍ତୋରାଁରେ ସୋସିଆଲ ଡିଷ୍ଟାନସିଂ ମେଣ୍ଟେନ କରିବେ ବୋଲି ଜଣାପଡିଛି। ଯେପର୍ଯ୍ୟନ୍ତ କରୋନାର କୌଣସି ଔଷଧ ବା ଭ୍ୟାକ୍ସିନ୍‌ ଆସିନାହିଁ ସେପର୍ଯ୍ୟନ୍ତ ଅନ୍ତତଃପକ୍ଷେ ସୋସିଆଲ ଡିଷ୍ଟାନସିଂକୁ ଗୁରୁତ୍ୱ ଦିଆଯିବ। ଏହାକୁ ଲକ୍ଷ୍ୟ କରି ନର୍ଦନ ଭର୍ଜିନିଆରେ ଥିବା Inn at Little Washington ନାମକ ହୋଟେଲରେ ଗ୍ରାହକମାନେ ଏକେଲା ନ ବସି ଏକ ମୂର୍ତ୍ତି ନିକଟରେ ବସି ଖାାଇପାରିବେ। ଗ୍ରାହକଙ୍କୁ ଏକଲାପଣ ଅନୁଭବ ନ କରିବା ପାଇଁ ହୋଟେଲ ପକ୍ଷରୁ ଏଭଳି ଉପାୟ ଚିନ୍ତା କରାଯାଇଛି। ତେବେ ଜଣେ ଗ୍ରାହକଙ୍କ ପାଖରେ ବସିଥିବା ମୂର୍ତ୍ତି ନିକଟରେ ମଧ୍ୟ ସମାନ ଖାଦ୍ୟ ପରସା ଯିବାର ବ୍ୟବସ୍ଥା କରାଯାଇଛି। ଭର୍ଜିନିଆର ଏହି ପ୍ରସିଦ୍ଧ ହୋଟେଲରେ ଏଥର ଗ୍ରାହକଙ୍କୁ ସୋସିଆଲ ଡିଷ୍ଟାନସିଂର ଭିନ୍ନ ଅନୁଭୁତି ମିଳିବ ବୋଲି କୁହାଯାଉଛି। ତେବେ ଆମେରିକାରେ ହୋଟେଲ ଶିଳ୍ପ ଯେବେବି କାର୍ଯ୍ୟକ୍ଷମ ହେବ ସେବେ ସୋସିଆଲ ଡିଷ୍ଟାନସିଂକୁ ଏକ ନିୟମ ଭାବେ ପାଳନ କରାଯିବ ବୋଲି ଜଣାପଡିଛି।


All Right Reserved By Dharitri.Com

୨୦୨୫ ସୁଦ୍ଧା ଆଣବିକ ଯୁଦ୍ଧାସ୍ତ୍ର ସଂଖ୍ୟା ୨୫୦କୁ ବୃଦ୍ଧି କରିବ ପାକିସ୍ତାନ: ନିୟନ୍ତ୍ରଣ ରେଖାରେ ଯୁଦ୍ଧ ହେଲେ ସୃଷ୍ଟି ହେବ ୧୬ରୁ ୩୬ ନିୟୁତ ଟନ୍‌ ଓଜନର କଳା ଧୂଆଁ

ଇସଲାମାବାଦ୍‌,୧୬।୧୧: ଆସନ୍ତା ୨୦୨୫ ସୁଦ୍ଧା ପାକିସ୍ତାନ ଏହାର ଯୁଦ୍ଧାସ୍ତ୍ର ସଂଖ୍ୟା ୨୫୦କୁ ବୃଦ୍ଧି କରିବାକୁ ଯୋଜନା ପ୍ରସ୍ତୁତ କରିଛି। ବେଆଇନ ଭାବେ ପାକିସ୍ତାନ ଉଦ୍ୟମ ଜାରି...

ଚାଇନାକୁ ପଛରେ ପକାଇଲା ଇଟାଲି: ମୃତଦେହ ସଂସ୍କାର ପାଇଁ ନେବାକୁ ପଡୁଛି ସେନାର ସହାୟତା

ରୋମ,୨୦।୩: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ତା’ର ଠିକଣା ବଦଳାଇ ଇଟାଲିରେ କାୟା ବିସ୍ତାର କରି ଚାଲିଛି। ଏବେ ପର୍ଯ୍ୟନ୍ତ ଇଟାଲିରେ କରୋନା...

ବୈଜ୍ଞାନିକଙ୍କ ଭବିଷ୍ୟବାଣୀ:ପୃଥିବୀ ସହ ଧକ୍କାହେବ ଗ୍ରହାଣୁ ଆପୋଫିସ୍‌

ଓ୍ବାଶିଂଟନ,୧୧-୧୦:: ପୃଥିବୀ ସହ ଏକ ଗ୍ରହାଣୁ ଧକ୍କା ହେବ। ଫଳରେ ଏହା ବିପର୍ଯ୍ୟୟ ଆଣିଦେବା ସହ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁର କାରଣ ସାଜିବ ବୋଲି...

୩ ସପ୍ତାହରେ ବେଘର ହୋଇଛନ୍ତି ଲକ୍ଷେ ୪୦ ହଜାର ଶିଶୁ

ନ୍ୟୁୟର୍କ,୩।୧: ସିରିଆରେ ଗୃହଯୁଦ୍ଧ ଜାରି ରହିଛି। ଦେଶର ଉତ୍ତର-ପଶ୍ଚିମ ଅଞ୍ଚଳରେ ଲାଗି ରହିଥିବା ଗୃହଯୁଦ୍ଧ ଯୋଗୁ ଗତ ୩ ସପ୍ତାହ ମଧ୍ୟରେ ଲକ୍ଷେ ୪୦ ହଜାର...

ଭାରତରେ ପରିବେଶ ସୁରକ୍ଷା କାର୍ଯ୍ୟ କରୁଛନ୍ତି ବିଦେଶିନୀ

କୋବଲମ୍‌,୨୯।୨: ଦେଶରେ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏନେଇ ସରକାର ତଥା ବିଭିନ୍ନ ସେଚ୍ଛାସେବୀ ସଂଗଠନ ପକ୍ଷରୁ ସଚେତନତା କାର୍ଯ୍ୟ ଜାରି ରହିଛି। ତେବେ...

ମଣିଷ ମୁଣ୍ଡିଆ ମାଛ

ନୂଆଦିଲ୍ଲୀ:ମାଛର ମୁଣ୍ଡ ପୂରା ମଣିଷ ମୁଣ୍ଡ ଭଳି। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି। କିନ୍ତୁ ଏଭଳି ମାଛକୁ ଠାବ କରାଯାଇଛି ଚାଇନାରେ, ଯାହାର ଭିଡିଓ ଏବେ ଭାଇରାଲ...

ଶ୍ରୀଲଙ୍କା ଆକ୍ରମଣରେ ମୃତକଙ୍କ ଭାଇରାଲ ହୋଇଥିବା ଫଟୋ ୧୩ ବର୍ଷର ପୁରୁଣା

କଲମ୍ବୋ,୨୯।୪: ଶ୍ରୀଲଙ୍କାରେ ଏପ୍ରିଲ ୨୧ ଇଷ୍ଟର ଉତ୍ସବ ପାଳିତ ହେଉଥିବା ବେଳେ ସିରିଏଲ ବିସ୍ଫୋରଣ ହୋଇଥିଲା। ଏହି ଆକ୍ରମଣରେ ୨୫୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଶହରୁ...

ଏହି ଦ୍ୱୀପରେ ରହିଛି ପଥର ଜଙ୍ଗଲ…

ପୃଥିବୀର ବିଭିନ୍ନ ଅଞ୍ଚଳରେ ରହିଛି ବହୁ ରହସ୍ୟ। ବେଳେବେଳେ ଏସବୁ ଆଧୁନିକ ମଣିଷ ମନକୁ ବେଶ୍‌ ଆନ୍ଦୋଳିତ କରିଥାଏ। ଚାଇନାରେ ଏଭଳି ଏକ ରହସ୍ୟମୟ ଦ୍ୱୀପ...

Leave a comment

Your email address will not be published. Required fields are marked *