ଗଜପତିରେ ୫-ଟି ସଚିବଙ୍କ କୋଭିଡ ହସ୍ପିଟାଲ ପରିଦର୍ଶନ, ଉନ୍ନୟନ କାର୍ଯ୍ୟର କଲେ ସମୀକ୍ଷା

ପାରଳାଖେମୁଣ୍ଡି,୧୫।୫(ଡି.ଏନ୍‌.ଏ.): ୫-ଟି ସଚିବ ଭି.କେ. ପାଣ୍ଡିଆନ ଗଜପତି ଜିଲା ଗସ୍ତରେ ଆସି ଭାରତମାତା ପରିସରରେ ପ୍ରସ୍ତୁତ ୧୧୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲକୁ ଶୁକ୍ରବାର ପରିଦର୍ଶନ କରିଛନ୍ତି। ତାଙ୍କ ସହିତ ଉନ୍ନୟନ ସଚିବ ସୁରେଶ କୁମାର ମହାପାତ୍ର, ଜିଲାପାଳ ଅନୁପମ ସାହା, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଗୁନୁରାଣି ପଟ୍ଟନାୟକ, ପ୍ରମୁଖ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ୫-ଟି ସଚିବ କୋଭିଡ ହସ୍ପିଟାଲର ବିଭିନ୍ନ ୱାର୍ଡ ବୁଲି ଦେଖିବା ସହ ଜିଲାରେ କୋଭିଡ ମୁକାବିଲା ପାଇଁ କିପରି ପ୍ରସ୍ତୁତି କରାଯାଇଛି, ବିଶେଷ କରି ଜିଲାକୁ ମାତ୍ରାଧିକ ସଂଖ୍ୟାରେ ଆସୁଥିବା ପ୍ରବାସୀ ଓଡ଼ିଆଙ୍କ ରହିବା ପାଇ କ୍ୱାରାଣ୍ଟାଇନ କେନ୍ଦ୍ର ଗୁଡିକରେ କିଭଳି ବ୍ୟବସ୍ଥା କରାଯାଇଛି ଏବଂ ରାସ୍ତାରେ ଯେପରି କେହି ଚାଲି ଚାଲି ନ ଆସିବେ ସେ ନେଇ ଜିଲା ପ୍ରଶାସନ ତଥା ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରି ସମୀକ୍ଷା କରିଛନ୍ତି। ଏଥିସହ ଗସ୍ତ ସମୟରେ ଏହି ହସପିଟାଲକୁ କିଭଳି ୨୦୦ ଶର୍ଯ୍ୟା ବିଶିଷ୍ଟ ହସ୍‌ପିଟାଲରେ ପରିଣତ କରାଯାଇପାରିବ ସେ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିବା ଜିଲାପାଳ କହିଛନ୍ତି।


All Right Reserved By Dharitri.Com

ଜଗତସିଂହପୁର ଜିଲାର ସମସ୍ତ ନମୁନା ନେଗେଟିଭ୍

ଜଗତ୍ସିଂହପୁର ଅଫିସ, ୫।୪: କରୋନା ଭୂତାଣୁ (କୋଭିଡ୍-୧୯ ) ସଂକ୍ରମଣକୁ ନେଇ ଜିଲାବାସୀଙ୍କ ମଧ୍ୟରେ ଦେଖା ଦେଇଥିବା ଭୟ ଆପାତତଃ ଦୂର ହୋଇଛି। କାରଣ ଖବର...

ପଲିଟେକନିକରେ ଖାଲି ପଡୁଛି ସିଟ୍‌: ପ୍ରଚାର ପ୍ରସାର ଅଭାବରୁ ଏହାର ସୁଯୋଗ ନେଇପାରୁନାହାନ୍ତି ଉପାନ୍ତ ଅଞ୍ଚଳର ପିଲା

ଜୟପୁର,୧୦।୬(ଡି.ଏନ୍‌.ଏ.)ଜୟପୁର ବ୍ଲକର ରଣ୍ଡାପାଲୀରେ ରାଜ୍ୟ ସରକାରଙ୍କ ଏକ ସରକାରୀ ପଲିଟେକନିକ ୨୦୧୪ରୁ ପ୍ରତିଷ୍ଠା ହୋଇଛି। କିନ୍ତୁ ଜିଲାର ଉପାନ୍ତ ବ୍ଲକର ଛାତ୍ରୀଛାତ୍ର ପଲିଟେକନିକକୁ ନେଇ ସଚେତନ...

ଜମି କିଣିବା ନାଁରେ ୧୫ ଲକ୍ଷ ଠକେଇ; ୧୦ ବର୍ଷ ପରେ ଜମି ପାଇଲେ ମହିଳା

ଗୋପାଳପୁର,୭ା୧୧-ଜଣେ ମହିଳାଙ୍କ ନାଁରେ ଜମି କିଣିବା ପାଇଁ ସମ୍ପର୍କୀୟ ଭାଇ ମହିଳାଙ୍କଠାରୁ ୧୫ ଲକ୍ଷ ଟଙ୍କା ନେଇଥିଲେ। ପରେ ଜମି କିଣି ସମ୍ପୃକ୍ତା ମହିଳାଙ୍କ ନାଁରେ...

ରାସ୍ତାକଡ଼ରୁ ଶିଶୁକନ୍ୟା ଉଦ୍ଧାର

ଏରସମା,୧୬।୩ (ସ୍ବ.ପ୍ର.): ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା। ଗତ ଗୁରୁବାର ଅନୁଗୋଳ ଜିଲାର ଏକ ଶ୍ମଶାନରୁ ଶିଶୁକନ୍ୟାଟିଏ ଉଦ୍ଧାର ହୋଇଥିବା ବେଳେ ରବିବାର ଏରସମା ଥାନା...

ବାଲେଶ୍ୱର ଷ୍ଟେଶନରେ ଅହୋରାତ୍ର ଉଡ଼ିଲା ତ୍ରିରଙ୍ଗା

ବାଲେଶ୍ୱର ଅଫିସ, ୧।୨-ବାଲେଶ୍ୱର ରେଳଷ୍ଟେଶନଠାରେ ରେଳ ବିଭାଗ ପକ୍ଷରୁ ଅହୋରାତ୍ର ତ୍ରିରଙ୍ଗା ପତକା ଉଡ଼ିବା ବ୍ୟବସ୍ଥା ଶୁକ୍ରବାରଠାରୁ କରାଯାଇଛି। ସଦର ବିଧାୟକ ମଦନମୋହନ ଦତ୍ତ ଷ୍ଟେଶନରେ...

ଲକଡାଉନ୍‌ ନିୟମକୁ ଅବମାନନା: ୧୦ ଦୋକାନ ସିଲ୍‌ କଲା ପ୍ରଶାସନ

ଯୋଡା,୨୪ା୫,(ଡି.ଏନ.ଏ.)-ଲକଡାଉନ୍‌ ୪.୦ ନିୟମକୁ ଅବମାନନା କରିବା ଅଭିଯୋଗରେ ଶନିବାର ସାରେ କେନ୍ଦୁଝର ଜିଲା ଯୋଡା ପୌରପାଳିକାରେ ଥିବା ୧୦ ଦୋକାନକୁ ପ୍ରଶାସନ ପକ୍ଷରୁ ସିଲ କରାଯାଇଛି।...

‘ନୃତ୍ୟକଳାରେ ଲୁଚିଛି ଆମ ପରିଚୟ’: ଶାସ୍ତ୍ରୀୟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଲକ୍ଷ୍ୟରେ ଶୁଭେନ୍ଦୁ

ଭଦ୍ରକ ଅଫିସ, ୨୧।୮- ଭଦ୍ରକ ଜିଲାରେ ଲୋକକଳା ଓ ସଂସ୍କୃତି ଅନନ୍ୟ। ଏ ମାଟିରେ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ ସମେତ ମୋଗଲ ତାମସା, ଚଢେୟା ଚଢେୟାଣୀ...

ନାବାଳିକା ନିଖୋଜ ଘଟଣା: ମିଛ ତଥ୍ୟ ଦେଉଛି ପ୍ରଶାସନ; ଏବେବି ନିଖୋଜ ୯, ଚିନ୍ତାରେ ପରିବାର

ବ୍ରହ୍ମପୁର ଅଫିସ, ୯। ୧-ଗୋଷାଣୀନୂଆଗଁ। ଥାନା ଉତ୍କଳ ବାଳାଶ୍ରମରୁ ୧୩ ନାବାଳିକା ନିଖୋଜ ଘଟଣାର ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ବିତିଛି। କିନ୍ତୁ ୯ ଜଣ...

Leave a comment

Your email address will not be published. Required fields are marked *