ଶୁକ୍ରବାର ବଦଳରେ ସୋମବାର ବସିବ କପଡ଼ା ବଜାର

ବରଗଡ଼ ଅଫିସ୍‌,୧୪ା୫- ବରଗଡ଼ ବ୍ଲକ ଅନ୍ତର୍ଗତ ବେହେରା ମାର୍କେଟ୍‌ ୟାର୍ଡ଼ରେ ପ୍ରତି ସପ୍ତାହର ଶୁକ୍ରବାର ଉଭୟ କୃଷକ ବଜାର ଏବଂ କପଡ଼ା ବଜାର ବସୁଥିଲା। ତେବେ ବର୍ତ୍ତମାନ କରୋନା ସଂକ୍ରମଣ ଭୟ ରହିଥିବାବେଳେ ଉକ୍ତ ବଜାରରେ ଅସମ୍ଭାଳ ଭିଡ଼ ଯୋଗୁ ସାମାଜିକ ଦୂରତା ରହୁ ନଥିବା ପରିଲକ୍ଷିତ ହୋଇଥିଲା । ଫଳରେ ସ୍ଥାନୀୟ ଗ୍ରାମବାସୀ ସେଠାରୁ କପଡ଼ା ବଜାର ବନ୍ଦ କିମ୍ବା ସ୍ଥାନାନ୍ତର ପାଇଁ ଦାବି କରି ଜିଲା ପ୍ରଶାସନକୁ ଫେରାଦ ହେବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଲେଖି ଜଣାଇଥିଲେ । ଗ୍ରାମବାସୀଙ୍କ ଦାବିକୁ ଦୃଷ୍ଟିରେ ଜିଲା ପ୍ରଶାସନ ଉକ୍ତ ବଜାରରେ ଉଭୟ କୃଷକ ବଜାର ଏବଂ କପଡ଼ା ବଜାର ପାଇଁ ପୃଥକ ଦିବସ ନିର୍ଦ୍ଧାରୀତ କରିଛନ୍ତି । ଅନ୍ୟାଦେଶ ପର୍ଯ୍ୟନ୍ତ ଏଣୁ ଏଣିକି ପ୍ରତି ଶୁକ୍ରବାର ବେହେରା ମାର୍କେଟ୍‌ ୟାର୍ଡ଼ରେ କୃଷକ ବଜାର ଏବଂ ପ୍ରତି ସୋମବାର କପଡ଼ା ବଜାର ବସିବ ବୋଲି ନିଷ୍ପତ୍ତି ନିଆଯାଇଛି । ବରଗଡ଼ ଜିଲା ନିୟନ୍ତ୍ରୀତ ବଜାର କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋ ତାଙ୍କ ପତ୍ରସଂଖ୍ୟା- ୪୩୩ ତା୧୪।୫।୨୦୨୦ରିଖରେ ଏହା ଉଲ୍ଲେଖ କରିଛନ୍ତି ।


All Right Reserved By Dharitri.Com

କେନ୍ଦୁଘାଟି ଗାଁକୁ ହୁଲି ଡଙ୍ଗା ଭରସା: ପୋଲ ନିର୍ମାଣ ଦାବିରେ ଗ୍ରାମବାସୀ ଜିଲାପାଳଙ୍କୁ ଭେଟିଲେ

ଝୁମ୍ପୁରା, ୨୨।୧ (ଡି.ଏନ.ଏ.)-କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଫୁଲଝର ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଘାଟି ଗ୍ରାମବାସୀ ବୈତରଣୀ ନଦୀରେ ପୋଲ ନିର୍ମାଣ ଦାବି କରି ପୁଣି ଥରେ...

ଡିସେମ୍ବର ୨୬ରୁ ଜାନୁୟାରୀ ୪ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଲାଗି ଭିତରକନିକା ବନ୍ଦ

ରାଜନଗର,୨୪।୧୨(ଡି.ଏନ୍‌.ଏ.): ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଚଳିତ ମାସ ଡିସେମ୍ବର ୨୬ରୁ ଜାନୁୟାରୀ ୪ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ। ଏ...

ଓଡ଼ିଶା ସମବାୟ ଗୃହ ନିର୍ମାଣ ନିଗମ ପରିଚାଳନା ପରିଷଦ ମାମଲା: ହାଇକୋର୍ଟଙ୍କ ରେକର୍ଡପତ୍ର ତଲବ

କଟକ ଅଫିସ,୧୭ା୧୨: ଓଡ଼ିଶା ସମବାୟ ଗୃହ ନିର୍ମାଣ ନିଗମର ପରିଚାଳନା ପରିଷଦକୁ ରଦ୍ଦ କରାଯିବା ନେଇ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ରେଜିଷ୍ଟ୍ରାରଙ୍କ ପକ୍ଷରୁ...

ସାମାଜିକ ଦୂରତ୍ୱ ଭୁଲି ଭତ୍ତା ପାଇଁ ଭିଡ଼

ଜୟପୁର,୪।୪(ଡି.ଏନ୍.ଏ.): କୋରାପୁଟ ଜିଲା ଜୟପୁର ପୌରସଂସ୍ଥା ପକ୍ଷରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ୨୮ଟି ୱାର୍ଡର ହିତାଧିକାରୀଙ୍କୁ ଏକ ହଜାର ଟଙ୍କା ଲେଖାଏଁ ଭତ୍ତା...

ହୋଟେଲରେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ ଘଟଣାରେ ଭିନ୍ନମୋଡ଼:ଅଭିଯୋଗ ଆଣିଥିବା ବାଂଲାଦେଶୀ ଯୁବତୀ ଗିରଫ

କଟକ ରୋଡ,୨୫ା୧୨(ଡି.ଏନ୍‌.ଏ.):ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ କଟକ ରୋଡର ଏକ ହୋଟେଲରେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ ଏବଂ ମାଡ଼ ଘଟଣାରେ ଭିନ୍ନ ମୋଡ଼ ନେଇଛି। ଥାନାରେ ଅଭିଯୋଗ...

ଭଡ଼ାରେ ଲାଗିଥିଲା ପଞ୍ଚାୟତ କାର୍ଯ୍ୟାଳୟ : ବିଡିଓଙ୍କ ଉପସ୍ଥିତିରେ ଖାଲିହେଲା ଘର

ନାଉଗାଁ,୩୧ା୭(ସ୍ବ.ପ୍ର.): ନାଉଗାଁ ପଞ୍ଚାୟତ କାର୍ଯ୍ୟାଳୟକୁ ଦୀର୍ଘ ୬ ବର୍ଷ ହେଲା ଭଡ଼ା ସୂତ୍ରରେ ପ୍ରଦାନ କରାଯାଇଥିଲା। ଜଣେ ବ୍ୟବସାୟୀ ସେଠାରେ ସିମେଣ୍ଟ, ରଡ୍‌, ସାର ଆଦି...

କରୋନା ପାଇଁ ସତର୍କ, ସଚେତନ ରହିବାକୁ ପରାମର୍ଶ

ବିନିକା,୮ା୫(ଡି.ଏନ୍‌.ଏ.)-ଶୁକ୍ରବାର ବିଶ୍ୱ ରେଡକ୍ରସ ଦିବସ ଅବସରରେ ବିନିକା ଓ ଡୁଙ୍ଗୁରୀପାଲି ବ୍ଲକ୍‌ ଶିକ୍ଷା ବିଭାଗ ଅଧୀନ ବିଭିନ୍ନ ବିଦ୍ୟାଳୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିିତ ହୋଇଥିଲା।...

ମକର ସଂକ୍ରାନ୍ତି: ଗଙ୍ଗାସାଗରରେ ବୁଡ଼ ପକାଇଲେ ଶଙ୍କରାଚାର୍ଯ୍ୟ

ଭୋଗରାଇ,୧୫।୧(ଡି.ଏନ୍‌.ଏ.): ପଶ୍ଚିମବଙ୍ଗ ସାଗରଦ୍ୱୀପର ଗଙ୍ଗା ଓ ସାଗର ସଙ୍ଗମସ୍ଥଳରେ ମକର ସଂକ୍ରାନ୍ତି ଅବସରରେ ବୁଧବାର ସକାଳେ ପୁରୀ ଗୋବର୍ଦ୍ଧନ ପୀଠର ମଠାଧୀଶ ଜଗଦ୍‌ଗୁରୁ ସ୍ବାମୀ ନିଶ୍ଚଳାନନ୍ଦ...

Leave a comment

Your email address will not be published. Required fields are marked *