Posted inଫୁରସତ

ଅନ୍ତର୍ଜାତୀୟ ପରିବାର ଦିବସ: ବିଶ୍ୱକୁ ନିଜ ପରିବାର ଭାବିବା ଜରୁରୀ

ଜାତିସଂଘ: ପ୍ରତିବର୍ଷ ମେ ମାସ ୧୫ ତାରିଖରେ ଅନ୍ତର୍ଜାତୀୟ ପରିବାର ଦିବସ ପାଳନ କରାଯାଇଥାଏ। ୧୯୯୩ ମସିହାରେ ଜାତିସଂଘ ସାଧାରଣ ପରିଷଦ ଦ୍ୱାରା ଏହି ଦିବସ ପାଳନ କରିବା ଲାଗି ଘୋଷଣା କରାଯାଇଥିଲା। ‘ବସୁଧୈବ କୁଟୁମ୍ବକମ୍‌’କୁ ମାନି ଏକ ପରିବାର ସୂତ୍ରରେ ବାନ୍ଧିହୋଇ ସମସ୍ତେ ବିଶ୍ୱର ପ୍ରଗତି ଓ ସଚେତନତା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି। ସମାଜରେ ମୁଣ୍ଡ ଟେକୁଥିବା ବିଭିନ୍ନ ସମସ୍ୟା, ପ୍ରାକୃତିକ ଦୁର୍ବିପାକର ସାମ୍ନାକରିବା ଓ ସମସ୍ତେ ଏକାଠି ହୋଇ ସହଯୋଗର ହାତ ବଢ଼ାଇବା ଲାଗି ଏହି ଦିବସ ପ୍ରେରଣା ଯୋଗାଇଥାଏ। ନିଜ ପରିବାର ସହିତ ସମାଜ ତଥା ବିଶ୍ୱର ବିକାଶ ଓ ପାରସ୍ପରିକ ସହଯୋଗ ଲାଗି ଏହି ଦିବସର ବେଶ୍‌ ଗୁରୁତ୍ୱ ରହିଛି। କେବଳ ରକ୍ତ ସମ୍ପର୍କ ନୁହେଁ, ନିଜ ଚାରିପଟେ ରହିଥିବା ସମସ୍ତ ବର୍ଗଙ୍କୁ ନିଜର ବୋଲି ଭାବିବାକୁ ପଡ଼ିବ। ଦାରିଦ୍ର୍ୟ, ସ୍ବାସ୍ଥ୍ୟସେବା, ବେକାରି ସମସ୍ୟା ଭଳି ବିଶ୍ୱ ପରିବାର ସମ୍ମୁଖୀନ ହେଉଥିବା ସମସ୍ତ ଚ୍ୟାଲେଞ୍ଜର ମିଳିତ ମୁକାବିଲା କରିବା ଜରୁରୀ। ରକ୍ତ ସମ୍ପର୍କରେ ରହିଥିବା ସୁସମ୍ପର୍କ ଭଳି ସମାଜିକ ସମ୍ପର୍କରେ ମଧ୍ୟ ଏହା ପରିଲକ୍ଷିତ ହେବା ଜରୁରୀ। ଏବେ ବିଶ୍ୱ କରୋନା ମହାମାରୀ କବଳରେ ଛଟପଟ ହେଉଛି। ମୁଣ୍ଡ ପରେ ମୁଣ୍ଡ ଗଡ଼ିଚାଲିଛି। ୪୩ ଲକ୍ଷ ଲୋକଙ୍କୁ କବଳିତ କରିବାରେ ଏହି ପ୍ରାଣଘାତୀ ମୂତାଣୁ ସକ୍ଷମ ହୋଇଛି। ଏଭଳି ସ୍ଥିତିରେ ବିଶ୍ୱ ପରିବାର ଏକାଠି ହୋଇ କାମ କରିବା ଦରକାର। ଜନସଚେତନତା ସହ ଶାନ୍ତି ଓ ବିକାଶ କ୍ଷେତ୍ର ଲାଗି ସମସ୍ତେ ଏକ ପରିବାର ଭଳି ଆଗେଇ ଆସିବା ଏହି ଦିବସର ମୂଳ ଉଦ୍ଦେଶ୍ୟ।


All Right Reserved By Dharitri.Com

ଆତଙ୍କବାଦୀରୁ ସମାଜସେବୀ

ଜଣଙ୍କ ମନରେ କେତେବେଳେ ପରିବର୍ତ୍ତନ ଆସିବ ତାହା କହିହୁଏନି , ଯେମିତି ଘଟିଛି ଆସାମର ମୋନି ମାନିକ ଗୋଗୋଇଙ୍କ କ୍ଷେତ୍ରରେ। ମୋନିଙ୍କୁ ବୟସ ଏବେ ୫୭...

ପକେଟ ମନି ସଞ୍ଚୟ କରି ଗରିବ ପିଲାଙ୍କ ମୁହଁରେ ହସ ଫୁଟାଇଲେ ସ୍କଟଲାଣ୍ଡରୁ ଆସିଥିବା ପରିବାର

ଆଲିଗଢ,୨୫।୧୦: ସଂସ୍କୃତିରୁ ହିଁ ସଂସ୍କାରର ଜନ୍ମ ହୋଇଥାଏ। ଭାରତୀୟ ସଂସ୍କୃତିର ଏହି ସଂସ୍କାର ପାଇଁ ସାତ ସମୁଦ୍ର ପାର ହୋଇ ଦୀପାବଳି ମନାଇବାକୁ ଆସିଛନ୍ତି ସ୍କଟଲାଣ୍ଡର...

ଫ୍ଲୋରାଇଡ୍‌ ଯୋଗୁ ବଢ଼ିପାରୁନି ଏହି ଗାଁଲୋକଙ୍କ ଆୟୁଷ

ଏଭଳି ଏକ ଗାଁ ଅଛି, ଯେଉଁଠାରେ ଲୋକ ଦୀର୍ଘାୟୁ ହୋଇ ନ ଥାନ୍ତି। ତାଙ୍କର ଜୀବନକାଳ ବହୁତ୍‌ କମ୍‌। ସେଠାରେ ପରିସ୍ଥିତି ଏଭଳି ହୋଇଛି ଯେ,...

ଦୟାଳୁ ଲୋକେ ହୁଅନ୍ତି ଦୀର୍ଘଜୀବୀ…

କାଲିଫର୍ନିଆ: ଦୀର୍ଘଜୀବୀ ହେବା ପାଇଁ ଖାଦ୍ୟପେୟ ଏବଂ ଜୀବନଶୈଳୀରେ ସକାରାତ୍ମକ ପରିବର୍ତ୍ତନ ଆବଶ୍ୟକ ବୋଲି ଚିକିତ୍ସକ ପରାମର୍ଶ ଦେଇଥାନ୍ତି। ତେବେ ନିକଟରେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ହୋଇଥିବା...

ପ୍ରେମୀଯୁଗଳଙ୍କ ଆଶା ‘ଜୁଲିଏଟ୍‌ କ୍ଲବ’

ଭେରୋନା: ପ୍ରେମ ପ୍ରଣୟର କବି ଓ୍ବିଲିୟମ ସେକ୍ସପିୟର, ଯାହାଙ୍କ କାଳଜୟୀ କବିତା, ଗଳ୍ପ, ଉପନ୍ୟାସ, ନାଟକକୁ ଆଜି ବି ଝୁରି ହେଉଛନ୍ତି ବିଶ୍ୱବାସୀ। ‘ଦି ବାର୍ଡ...

ଉହାନ କମ୍ ବିପଦପୂର୍ଣ୍ଣ ଅଞ୍ଚଳ ଘୋଷିତ

ବେଜିଂ, ୨୦ା୪- କରୋନା ଭାଇରସର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଚାଇନାର ଉହାନ ସହରକୁ ଏକ କମ୍ ବିପଦପୂର୍ଣ୍ଣ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। କରୋନା ଯୋଗୁ ସହରର...

ପୋଷା ପ୍ରାଣୀଙ୍କୁ ନିଜ ସନ୍ତାନ ଭଳି ପାଳନ୍ତି ଏହି ଜନଜାତି…

ପୃଥିବୀର ବିଭିନ୍ନଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ସୁଦାନରେ ବାସ କରୁଥିବା ମୁନ୍ଦରୀ ଜନଜାତି ପୋଷା ଗୃହପାଳିତ ପ୍ରାଣୀଙ୍କୁ ନିଜ ସନ୍ତାନ ଭଳି ଲାଳନପାଳନ କରିଥାନ୍ତି।...

୧୦୫ ବର୍ଷରେ ପରୀକ୍ଷା ପାସ୍‌ କଲେ ବୃଦ୍ଧା

ଥିରୁଭାନନ୍ତପୁରମ,୬।୧: କେରଳର ୧୦୫ ବର୍ଷର ଜଣେ ବୃଦ୍ଧା ଚତୁର୍ଥ ଶ୍ରେଣୀ ପାସ୍‌ କରିଛନ୍ତି। ଭଗୀରଥି ଆମ୍ମା ନାମ୍ନୀ ଏହି ବୃଦ୍ଧା ଜଣଙ୍କ ଭାରତର ସବୁଠୁ ବୟସ୍କ...

Leave a comment

Your email address will not be published. Required fields are marked *