କ୍ୱାରାଣ୍ଟାଇନରେ ଥିବାରୁ ମା’ଙ୍କୁ ପୁଅ ଦେଇପାରିଲେନି ମୁଖାଗ୍ନି

ନବରଙ୍ଗପୁର,୧୪।୫(ବି.ପ୍ର.)- କରୋନା କେବଳ ମଣିଷ ମଣିଷ ଭିତରେ ଦୂରତା ବଢ଼ାଇନାହିଁ। ଏହି ଭୂତାଣୁ ସଂକ୍ରମଣର ଆଶଙ୍କା ଯୋଗୁ ନିଜ ମା’ର ଶେଷ ଦର୍ଶନ କରିପାରିଲାନି କ୍ୱାରାଣ୍ଟାଇନରେ ଥିବା ଏକମାତ୍ର ପୁଅ। ଏପରିକି ମା’ର ମୃତଦେହ ଉପରେ ୨ ଟୋପା ଲୁହ ଝରେଇବା ଦୂରେଥାଉ ମୁଖାଗ୍ନି ଦେବାର ଅଧିକାର ବି ଛଡ଼େଇ ନେଇଛି କୋଭିଡ୍‌-୧୯। ଏପରି ଏକ ଦୃଶ୍ୟ ନବରଙ୍ଗପୁର ଜିଲାରେ ଦେଖିବାକୁ ମିଳିଥିଲା।
ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଝାଡ଼ବନ୍ଧଗୁଡ଼ା ପଞ୍ଚାୟତ ମୁର୍ଲାବାଇ ଗ୍ରାମର ଧନେଇ ଜାନୀ(୫୯)ଙ୍କ ବୁଧବାର ରାତିରେ ମୃତ୍ୟୁ ହୋଇଥିଲା। ଧନେଇଙ୍କ ଏକମାତ୍ର ପୁଅ ଶଙ୍କର ଜାନୀ (୨୦) ଗତ ୧୧ ତାରିଖରେ ହାଇଦ୍ରାବାଦରୁ ଫେରି ନନ୍ଦାହାଣ୍ଡି ବ୍ଲକର ଆଦର୍ଶ ବିଦ୍ୟାଳୟରେ ଥିବା ସଙ୍ଗରୋଧ କେନ୍ଦ୍ରରେ ରହିଛନ୍ତି। ସଙ୍ଗରୋଧର ଆବଶ୍ୟକତା ଜରୁରୀ ଥିବାରୁ ମା’ର ମୃତ୍ୟୁ ହେବା ଜାଣିବା ପରେ ମଧ୍ୟ କ୍ୱାରାଣ୍ଟାଇନରୁ ଆସି ଶୁଦ୍ଧିକ୍ରିୟା କରିପାରି ନ ଥିଲେ। ତେବେ ଜିଲା ପ୍ରଶାସନ ବଢ଼ାଇଥିଲା ସହାୟତାର ହାତ। ଧନେଇଙ୍କ ପୁତୁରା ଭଗତ ଜାନୀଙ୍କୁ ମୁଖାଗ୍ନି ଦେବା ପାଇଁ ଅନୁମତି ଦିଆଯାଇଥିଲା। ମୃତକଙ୍କ ଅନ୍ତିମ ସଂସ୍କାର ସମୟରେ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପ୍ରସନ୍ନ ବିଶୋୟୀ ଉପସ୍ଥିତ ଥିଲେ। ଏଥିସହ ହରିଶ୍ଚନ୍ଦ୍ର ଯୋଜନାରେ ୨ହଜାର ଟଙ୍କା,ଶୁଦ୍ଧିକ୍ରିୟା ପାଇଁ ୫୦ କେଜି ଚାଉଳ ଓ ୫ କେଜି ଡାଲି , ଜିଲା ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି।


All Right Reserved By Dharitri.Com

ଅଜଣା ରୋଗରେ ଛାତ୍ର ଆକ୍ରାନ୍ତ

ପାପଡାହାଣ୍ଡି,୨୮।୨(ଡି.ଏନ.ଏ.) – ଅଜଣା ରୋଗରେ ଆକ୍ରାନ୍ତ ହୋଇ ଜଣେ ଛାତ୍ରଙ୍କ ହାତ ଗୋଡ କାମ କରୁନି। ଛାତ୍ର ଜଣକ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। କିନ୍ତୁ...

ଗାଁରେ ପଶିଲା ବାର୍‌ହା,ଉଦ୍ଧାର ପାଇଁ ବନବିଭାଗ ଟିମର ଉଦ୍ୟମ ଜାରି

ଚନ୍ଦାହାଣ୍ଡି,୯ା୩(ଡି.ଏନ.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ୍‌ ବେହେରାମୁଣ୍ଡା ଗ୍ରାମ ପାଣ୍ଡେ ସାହିରେ ସୋମବାର ଏକ ବାର୍‌ହା ପଶିଥିବା ଜଣାପଡ଼ିଛି। ହଠାତ୍‌ ଗାଁର ଭୁବନ ପାଣ୍ଡେଙ୍କ ଘରେ...

ମୃତଦେହକୁ ଝୁଣି ଖାଉଛନ୍ତି ବୁଲା କୁକୁର, କାହାରି ନିଘା ନାହିଁ

ନବରଙ୍ଗପୁର,୨।୧(ବି.ପ୍ର.): ନବରଙ୍ଗପୁର ଜିଲା ସଦର ମହକୁମା ଗାବ୍ରିଆଲଗୁଡ଼ା ନିକଟରେ ଥିବା କୁସୁମଝର ଡ୍ୟାମ୍‌ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦିନେ କି ଦୁଇଦିନ ନୁହେଁ,...

ରାଜ୍ୟସ୍ତରୀୟ ପାଓ୍ବାର ଲିଫ୍ଟି ଚାମ୍ପିୟନଶିପ: ତେନ୍ତୁଳିଖୁଣ୍ଟିରୁ ଭାଗ ନେବେ ୮ ଜଣ

ତେନ୍ତୁଳିଖୁଣ୍ଟି, ୨୮।୧୧(ଡି.ଏନ.ଏ)-ପାଓ୍ବାର ଲିଫ୍ଟି ଆସୋସିଏଶନ ଅଫ ଓଡିଶା ଦ୍ୱାରା ହେବାକୁ ଥିବା ପାଓ୍ବାର ଲିଫ୍ଟି ଚାମ୍ପିୟନସିପ-୧୯ରେ ନବରଙ୍ଗପୁର ଜିଲାରୁ ୧୦ ଜଣ ଭାଗ ନେଉଛନ୍ତି। କେବଳ...

୪ କିମି ଚାଲି ଦୁର୍ଗମ ଅଞ୍ଚଳରେ ପହଞ୍ଚିଲେ ବିଡିଓ

ତେନ୍ତୁଳିଖୁଣ୍ଟି,୧୨।୧(ଡି.ଏନ.ଏ)- ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରିଗୁଡା ପଞ୍ଚାୟତର ଦୁର୍ଗମ ଅଞ୍ଚଳ କାଦମାଳି ଗ୍ରାମକୁ ଯିବା ପାଇଁ ରାସ୍ତା ନାହିଁ। କେବଳ ପଡିଛି ପାଦଚଲା ରାସ୍ତା।...

ରିଲିଫ ପାଣ୍ଠିକୁ ୩ ମାସର ଦରମା ଦେଲେ ଜିଲା ପରିଷଦ ଅଧ୍ୟକ୍ଷା

ପାପଡ଼ାହାଣ୍ଡି,୪।୪(ଡି.ଏନ୍.ଏ.): କରୋନା ମୁକାବିଲା ଲାଗି ସହାୟତାର ହାତ ବଢ଼ାଇଛନ୍ତି ନବରଙ୍ଗପୁର ଜିଲା ପରିଷଦ ଅଧ୍ୟକ୍ଷା ଭଗବତି ଭତରା। ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ସେ ନିଜର ତିନି...

ପଡ଼ିିଛି ସଙ୍କଟ

ପ୍ରଶାସନ ପକ୍ଷରୁ କରୋନା ଭାଇରସ୍‌ ନେଇ ସଚେତନ କରାଯାଉଛି। ଦେଶବ୍ୟାପୀ ଲକ୍‌ଡାଉନ୍‌। ଦେକାନ ବଜାର ବନ୍ଦ। ପରିବା ବଜାର, ଔଷଧ ଦୋକାନ, ଡାକ୍ତରଖାନା, କ୍ଷୀର ବ୍ୟବସାୟ...

ପାପଡ଼ାହାଣ୍ଡି ବ୍ଲକ ସଦର ମହକୁମାକୁ କରାଗଲା ସାନିଟାଇଜ୍‌

ପାପଡାହାଣ୍ଡି,୯।୪(ଡି.ଏନ୍‌.ଏ.): କରୋନା ଭୁତାଣୁ ସଂକ୍ରମଣ ରୋକିବା ପାଇଁ ଗୁରୁବାର ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ସଦର ମହକୁମାକୁ ସାନିଟାଇଜ କରାଯାଇଛି। ଓୟୁଯେ ସଂଘ , ସ୍ବାସ୍ଥ୍ୟ,...

Leave a comment

Your email address will not be published. Required fields are marked *