Posted inଗଜପତି

ମୁମ୍ବାଇରୁ ଗଜପତିକୁ ୩ ଟ୍ରକ୍‌ରେ ଫେରୁଛନ୍ତି ପ୍ରବାସୀ

ପାରଳାଖେମୁଣ୍ଡି, ୧୪ା୫ (ସ୍ବ.ପ୍ର.)- ମହାରାଷ୍ଟ୍ରର ନଭି ମୁମ୍ବାଇରୁ ଗଜପତି ଜିଲାକୁ ଟ୍ରକ୍‌ ଯୋଗେ ୧୫୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ଶ୍ରମିକ ଫେରୁଥିବା ଜଣାପଡିଛି ା ଏମାନଙ୍କ ମଧ୍ୟରେ ଗଜପତି ଜିଲାର ଗୁମ୍ମା ଓ ରାୟଗଡ଼ା ଜିଲାର ଶ୍ରମିକ ଅଛନ୍ତି। ଗୁମ୍ମା ବ୍ଲକର ବାବୁଲୁ ଲୁଆର, ଜୁରାସ ଗମା, ଲିଭିଙ୍ଗ୍‌ଷ୍ଟନ୍‌ ଭୂୟଁା, ଇସ୍ରାଏଲ ଭୂୟଁା,ମିଶାଇଲ ଭୂୟଁା ପ୍ରମୁଖ କହିଛନ୍ତି ଯେ, ଆମେ ନଭି ମୁମ୍ବାଇରେ କାର୍ଯ୍ୟ କରୁଥିଲା। ପ୍ରତ୍ୟହ ୫ରୁ ୬ଶହ ଟଙ୍କା ରୋଜଗାର କରୁଥିଲୁ ା ତେବେ ଲକ୍‌ଡାଉନ୍‌ ଯୋଗୁ ସବୁ କାମ ବନ୍ଦ ହୋଇଗଲା ା ସଞ୍ଚତ୍ତ ଯାହା ଅର୍ଥ ଥିଲା ସେଥିରେ ପ୍ରାୟ ଦେଢମାସ ଚଳିଲୁ ା ଏବେ ଅର୍ଥାଭାବ ଯୋଗୁ ମୁମ୍ବାଇରେ ଚଳିବା କଷ୍ଟକର ହେଉଛି। କୌଣସି ଉପାୟ ନ ପାଇ ଆମେ ୩ଟି ଟ୍ରକ୍‌ରେ ୧୫୦ରୁ ଊର୍ଦ୍ଧ୍ୱ ଶ୍ରମିକ ଗଜପତି ଫେରୁଛୁ ା ରାୟଗଡା ଜିଲାର ଅଳ୍ପ କେତେଜଣ ଶ୍ରମିକ ଆମ ସହ ଫେରୁଛନ୍ତି ବୋଲି ସେମାନେ କହିଛନ୍ତି।


All Right Reserved By Dharitri.Com

ଲକ୍‌ଡାଉନ ଉଲ୍ଲଂଘନ କରି କ୍ୱାରାଣ୍ଟାଇନରେ ରହିଲେ ସରପଞ୍ଚ, ଯନ୍ତ୍ରୀଙ୍କ ସହ ଏସ୍‌ଆଇ

ପାରଳାଖେମୁଣ୍ଡି,୧୨ା୫ (ସ୍ବ.ପ୍ର.) -ଗଜପତି ଜିଲାରେ ଲକ୍‌ଡାଉନ ନିୟମ ଉଲ୍ଲଂଘନ କରି ଜିଲାପାଳ କ୍ଷମତାପ୍ରାପ୍ତ ଜଣେ ସରପଞ୍ଚ ନିଜ ପରିବାରଙ୍କ ସହ କ୍ୱାରାଣ୍ଟାଇନରେ ରହିଛନ୍ତି। ସେହିପରି କରୋନା...

କାଦୁଅ କରିବା, ଗଜାଧାନ ବୁଣା ଯନ୍ତ୍ରର କ୍ଷେତ୍ର ପ୍ରଦର୍ଶନ

ସୋରଡ଼ା,୩୦ା୭(ଡି.ଏନ.ଏ.)-ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ପଶୁ ଶକ୍ତିର ସଦୁପଯୋଗ ସମ୍ବନ୍ଧୀୟ ସର୍ବଭାରତୀୟ ସଂଯୋଜିତ ଗବେଷଣା ପ୍ରକଳ୍ପ, ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର, ଗଞ୍ଜାମ...

ମଣ୍ଡିରେ ଅନିୟମିତତା: ଧାନ ବିକ୍ରି ପାଇଁ ଆନ୍ଧ୍ରକୁ ଯାଉଛନ୍ତି ଚାଷୀ

ପାରଳାଖେମୁଣ୍ଡି,୬ା୧(ସ୍ବ.ପ୍ର.) – ଗଜପତି ଜିଲାରେ ଡିସେମ୍ବର ୧୨ରୁ ଧାନମଣ୍ଡି ଖୋଲାଯାଇଥିଲେ ମଧ୍ୟ ବ୍ୟାପକ ଅନିୟମିତତା ଯୋଗୁ ଜିଲାର ଚାଷୀ ଧାନ ବିକ୍ରି ପାଇଁ ଆନ୍ଧ୍ର ଯାଉଥିବା...

କ୍ୟାନ୍‌ସର ପୀଡ଼ିତଙ୍କ କ୍ୱାରାଣ୍ଟାଇନରେ ମୃତ୍ୟୁ

କାଶୀନଗର,୨୧ା୫(ଡି.ଏନ୍‌.ଏ.)-ଗଜପତି ଜିଲା କାଶୀନଗର ବ୍ଲକ ସିଆଳି ପଞ୍ଚାୟତର ହରିପୁର ଗ୍ରାମର ଅଲଡ଼ାଠାରେ ହୋଇଥିବା କ୍ୱାରାଣ୍ଟାଇନ ସେଣ୍ଟରରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାମ କାଟ୍ଟି...

ପାଇଖାନା ନିର୍ମାଣରେ ଅନିୟମିତତା

ରାୟଗଡ଼(ଗଜପତି), ୯ା୩ (ଡି.ଏନ୍‌.ଏ.) ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମରେ ଗାଁରୁ ସହର ସମସ୍ତ ଅଞ୍ଚଳକୁ ବାହ୍ୟ ମଳମୁକ୍ତ କରିବାହ ପାଇଁ ପ୍ରତ୍ୟେକ ଘରେ ସ୍ବଚ୍ଛ ଶୌଚାଳୟ ନିର୍ମାଣ...

ପଲ୍ୟୁସନ୍‌ ସାର୍ଟିଫିକେଟ୍‌ ଲାଗି ଗାଡ଼ି ମାଲିକଙ୍କଠାରୁ ମୋଟା ଅଙ୍କର ଅର୍ଥ ଆଦାୟ

ଚନ୍ଦ୍ରଗିରି,୨୦।୯(ଡି.ଏନ୍‌.ଏ.): ସରକାର ଟ୍ରାଫିକ ନିୟମ କଡ଼ାକଡ଼ି କରିବା ପରେ ସମଗ୍ର ରାଜ୍ୟର ଗାଡ଼ି ମାଲିକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଅନ୍ୟପଟେ ଲୋକଙ୍କ ସୁବିଧାକୁ...

ଗୁମ୍ମା ବ୍ଲକ କାର୍ଯ୍ୟାଳୟରେ ୭୩ତମ ସ୍ବାଧୀନତା ଦିବସ

ଗୁମ୍ମା, ୧୫।୮-ଗୁମ୍ମା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ୭୩ତମ ସ୍ବାଧୀନତା ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଡିଓ ନଟବର ଗରଡ଼ା, ସଡିପିଓ ଅନିତା ରାଣୀ ପଟ୍ଟନାୟକ,...

୧୬ କୋଟି ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

ଆର.ଉଦୟଗିରି,୯ା୧୧(ଡି.ଏନ.ଏ.)-ଆର.ଉଦୟଗିରି ଥାନା କାଲିପଙ୍କ ଏବଂ ପାଇକରାୟ ଜଙ୍ଗଲରୁ ଅବକାରୀ, ପୋଲିସ, ବନ ବିଭାଗ ଏବଂ ରାଜସ୍ବ ବିଭାଗ ଚଢ଼ାଉ କରି ବିପୁଳ ଗଞ୍ଜେଇ ଗଛ ନଷ୍ଟ...

Leave a comment

Your email address will not be published. Required fields are marked *