କୁଆପଥର ମାଡ଼ରେ ଫସଲ ନଷ୍ଟ: କ୍ଷୟକ୍ଷତି ଆକଳନ କଲା ପ୍ରଶାସନ

ଦଶମନ୍ତପୁର,୧୪ା୫( ଡି.ଏନ୍‌.ଏ. ) -କୋରାପୁଟ ଜିଲା ଦଶମନ୍ତପୁର ବ୍ଲକରେ ଗତ କୁଆପଥର ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କ ନିକଟରେ ପ୍ରଶାସନ ପହଞ୍ଚତ୍ଛି। ଏଥିରେ ଚାଷୀଙ୍କ ଖାଦ୍ୟଶସ୍ୟ ସହ ବହୁ ପରିମାଣରେ ପନିପରିବା କ୍ଷତି ହୋଇଛି। ଅନେକ ଆଶା ନେଇ ଉକ୍ତ ଅଞ୍ଚଳର ଚାଷୀ ଖରାଦିନିଆ ଧାନ,ଫଲକୋବି, ବାଇଗଣ, ଟମାଟୋ, ଲଙ୍କାମରିଚ ଼ଆଦି ଚାଷ କରିଥିଲେ। ମାତ୍ର ଗତ ସୋମବାର ହୋଇଥିବା ବର୍ଷା ଓ କୁଆପଥର ମାଡ଼ରେ ପ୍ରଚୁର ପରିମାଣରେ ସେମାନଙ୍କ ଫସଲ କ୍ଷତି ହୋଇଛି। ତହସିଲଦାର ଅଜୟ ପ୍ରକାଶ ତିର୍କୀ, ଆର୍‌ଆଇ ଅନୁପ କୁମାର ନାଗ, ସହକାରୀ ଆର୍‌ଆଇ ଦେବୀପ୍ରସାଦ ତ୍ରିପାଠୀ ଏବଂ କୃଷି ବିଭାଗ କର୍ମଚାରୀଙ୍କ ସହ ଦଶରଥପୁର ପଞ୍ଚାୟତର ମାଣ୍ଡିଆଗୁଡ଼ା, ବାଘଚେମା ମୌଜାର ବଦଳିକୁଡୁମା ଗ୍ରାମର ଚାଷୀଙ୍କ ନିକଟରେ ପହଞ୍ଚତ୍ କ୍ଷୟକ୍ଷତି ଆକଳନ କରିଥିବା ଜଣାପଡିଛି। ମାଣ୍ଡିଆଗୁଡ଼ା ଗ୍ରାମର ଚାଷୀ ଧରମା ସାଉନ୍ତାଙ୍କ ସହ ଅନ୍ୟମାନଙ୍କୁ ଭେଟି ସେମାନଙ୍କ ଚାଷ ସମ୍ପର୍କରେ ପଚାରି ବୁଝିଛନ୍ତି। ବଦଳିକୁଡୁମା ଗ୍ରାମର କ୍ଷତିଗ୍ରସ୍ତ ୫୨ ଜଣ ଚ଼ାଷୀଙ୍କ ଚାଷଜମିକୁ ଯାଇ ପ୍ରଶାସନ ପକ୍ଷରୁ ଅନୁଧ୍ୟାନ କରାଯାଇଛି। ଏହି ସମୟରେ କ୍ଷତିଗ୍ରସ୍ତ ଚାଷୀମାନେ ସେମାନଙ୍କୁ କ୍ଷତିପୂରଣ ଯୋଗାଇଦେବାକୁ ଦାବି କରିଛନ୍ତି। ଏ ସମ୍ପର୍କରେ ତହସିଲଦାର ତିର୍କୀ କହିଛନ୍ତି ଯେ, ବ୍ଲକର ୧୬ଟି ପଞ୍ଚାୟତରେ କ୍ଷୟକ୍ଷତି ଆକଳନକରି ରିପୋର୍ଟ ଦେବା ପାଇଁ ମୁଁ ଆର୍‌ଆଇଙ୍କୁ ନିର୍ଦ୍ଦେଶ ଦେଇଛି। ଆକଳନ ପରେ ଚ଼ାଷୀ କ୍ଷତିପୂରଣ ପାଇବା ନେଇ ବ୍ୟବସ୍ଥା କରାଯିବ।


All Right Reserved By Dharitri.Com

ଜୟପୁରରେ କୁକୁଡ଼ା ମଡକ: ଚିନ୍ତାରେ ଚାଷୀ

ଜୟପୁର, ୨।୩(ନି.ପ୍ର.): କୋରାପୁଟ ଜିଲା ଜୟପୁରରେ ଗତ କିଛି ଦିନ ହେବ କୁକୁଡ଼ା ମଡକ ଦେଖାଦେଇଛି। ଗତ ସପ୍ତାହକ ମଧ୍ୟରେ ଜୟପୁର ଓ ଏହାର ଆଖପାଖ...

କୋରାପୁଟ ଜିଲାରେ ୧୫୯୫.୧ ମିମି ବର୍ଷା ରେକର୍ଡ : ଦଶମନ୍ତପୁର ବ୍ଲକରେ ସର୍ବାଧିକ

କୋରାପୁଟ,୭।୮(ସ୍ବ.ପ୍ର.): କୋରାପୁଟ ଜିଲାରେ ବୁଧବାର ୧୫୯୫.୧ ମିଲିମିଟର ବର୍ଷା ହୋଇଥିବାବେଳେ ଜିଲାର ଦଶମନ୍ତପୁର ବ୍ଲକରେ ସର୍ବାଧିକ ୧୮୩ ମିମି ବର୍ଷା ହୋଇଥିବା ଜିଲା ଜରୁରୀ ବିଭାଗ...

ବଟି ପାଇଁ କ୍ରଶର ମ୍ୟାନେଜରଙ୍କୁ ଗୁଳି

କୋରାପୁଟ,୭ା୧୧(ସ୍ବ.ପ୍ର.): କୋରାପୁଟ ଜିଲା ମାଛକୁଣ୍ଡ ଥାନା ସିଲପଣ୍ଡି ଗ୍ରାମସ୍ଥିତ ଏସ୍‌ଇପିଏଲ କ୍ରଶର ୟୁନିଟରେ ଟଙ୍କା ଆଦାୟ କରିବାକୁ ଯାଇ ବୁଧବାର ରାତିରେ ସେଠାକାର ମ୍ୟାନେଜରଙ୍କୁ ଗୁଳି...

ଜୁଆ ଆଡ୍ଡାରେ ଚଢ଼ାଉ: ୮ ଜୁଆଡି ଗିରଫ

ଜୟପୁର,୨୬।୧୧(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁର ସଦର ଥାନା ପୋଲିସ ସୋମବାର ବିଳମ୍ବିତ ରାତିରେ ସ୍ଥାନୀୟ ବୈରାଗୀମଠ ଗ୍ରାମଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ...

ଦାଣ୍ଡରେ ବିତୁଛି ପ୍ରତିଷ୍ଠିତ ମିଲ୍‌ ମାଲିକଙ୍କ ଜୀବନ

ଜୟପୁର,୧୮।୩(ନି.ପ୍ର.) – ଜୀବନରେ ଅଭାବ କ’ଣ ଜଣା ନ ଥିଲା। ପାଖରେ ଥିଲା ୨୫ ଏକର ଚାଷଜମି, ଜାତୀୟ ରାଜପଥ କଡ଼ରେ ଅନେକ ଦୋକାନଘର ସାଙ୍ଗକୁ...

ଜୟପୁରରେ ଶୁଭାରମ୍ଭ ହେଲା କୋଭିଡ୍‌ ହସ୍ପିଟାଲ

ଜୟପୁର,୧୩ା୪(ଡି.ଏନ୍‌.ଏ.): କୋରାପୁଟ ଜିଲାର ଏକମାତ୍ର କୋଭିଡ୍‌ ହସ୍ପିଟାଲ ଜୟପୁରସ୍ଥିତ ପୁରାତନ ଚିକିତ୍ସାଳୟଠାରେ ସୋମବାର ଶୁଭାରମ୍ଭ ହୋଇଛି। ଜିଲାପାଳ ମଧୁସୂଦନ ମିଶ୍ର ଏହାକୁ ଉଦ୍‌ଘାଟନ କରିଥିଲେ। ସରକାରଙ୍କ...

ରାସ୍ତାପାର୍ଶ୍ୱରେ ପଡ଼ିରହିଛି ଶିଶୁର ମୃତଦେହ

ଜୟପୁର,୪।୯(ଡି.ଏନ୍‌.ଏ.): ଜୟପୁରରୁ ବିଶାଖାପାଟଣା ଯିବା ମୁଖ୍ୟ ରାସ୍ତା ଲମତାପୁଟ ତୁସୁବା ଛକ ନିକଟରେ ଏକ ଶିଶୁର ମୃତଦେହ ପଡ଼ି ରହିଥିବା ଦେଖିବାକୁ ମିଳିଛି। ଶିଶୁଟିକୁ କିଏ...

୩ବର୍ଷରେ କେସିସି ବ୍ୟାଙ୍କରେ ୬ କୋଟିର ଦୁର୍ନୀତି ଅଭିଯୋଗ

ଜୟପୁର,୫ା୩(ଡି.ଏନ୍‌.ଏ.) କୋରାପୁଟ କେନ୍ଦ୍ରିୟ ସମବାୟ ବ୍ୟାଙ୍କ (କେସିସିବି)ରେ ଗତ ତିନିବର୍ଷରେ ୬କୋଟି ଟଙ୍କାର ଦୁର୍ନୀତି ହୋଇଛି। ଏ ନେଇ ରାଜ୍ୟ ଲୋକାୟୁକ୍ତଙ୍କ ନିକଟରେ ମାମଲା ରହିଥିବା ବେଳେ...

Leave a comment

Your email address will not be published. Required fields are marked *