ଶୁକ୍ରବାରଠାରୁ ଧାନକିଣା, ଚାଷୀଙ୍କୁ ଅଡୁଆ ସମ୍ଭାବ୍ୟ ବାତ୍ୟା

ସୋନପୁର,୧୪ା୫(ନି.ପ୍ର.): ସୁବର୍ଣ୍ଣପୁର ଜିଲାରେ ରବିଋତୁ ଧାନକିଣା ଶୁକ୍ରବାରଠାରୁ ଆରମ୍ଭ ହେବ। ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ଅନ୍ୟପକ୍ଷେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଏବଂ ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବାକୁ ଯାଉଛି। ଏହାର ପ୍ରଭାବରେ ଓଡିଶାରେ ପ୍ରବଳ ବର୍ଷା ସହିତ ପବନ ବହିବାର ସମ୍ଭାବନା ରହିଛି। ତେଣୁ ଚାଷୀମାନେ ସେମାନଙ୍କ ଅମଳ ଧାନ ତୁରନ୍ତ ବିକ୍ରି କରିବାକୁ ଚାହୁଁଛନ୍ତି। ଚାଷୀଙ୍କ ସୁବିଧା ପାଇଁ ସପ୍ତାହକ ୭ ଦିନ ମଣ୍ଡିରେ ଚାଷୀଙ୍କ ଧାନକ୍ରୟ ପାଇଁ ଜିଲାସ୍ତରୀୟ ଧାନ ସଂଗ୍ରହ କ୍ରୟ କମିଟିରେ ନିଷ୍ପତ୍ତି ହୋଇଛି। ଏଥର ଲକ୍‌ଡାଉନ୍‌ ଯୋଗୁଁ କୃଷି ଶ୍ରମିକଙ୍କ ଅଭାବ ଦେଖାଯାଇଥିବା ବେଳେ ସାମାଜିକ ଦୂରତ୍ୱ ନେଇ କଟକଣା ଧାନ କିଣାବିକାକୁ ପ୍ରଭାବିତ କରିବାର ଆଶଙ୍କା ରହିଛି । ଏହି କଟକଣା ଚାଷୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ସୁବର୍ଣ୍ଣପୁର ଜିଲାରେ ୩୫ହଜାର ୯୭୭ହେକ୍ଟର ଜମିରେ ରବି ଧାନ ଚାଷ ହୋଇଥିଲା। ଧାନ ବିକ୍ରି ପାଇଁ ୨୮ହଜାର ୭୩୯ ଚାଷୀ ପଞ୍ଜିକୃତ ହୋଇଛନ୍ତି। ଧାନ କିଣାବିକା ପାଇଁ ସମୁଦାୟ ୮୭ଟି ମଣ୍ଡି ଖୋଲାଯିବାର ବ୍ୟବସ୍ଥା ହୋଇଛି। ଧାନ ସଂଗ୍ରହ ପାଇଁ ଏଥର ସୁବର୍ଣ୍ଣପୁର ଜିଲାର ୪୧ଟି ମିଲର୍ସଙ୍କୁ ସାମିଲ କରାଯାଇଛି। ଏକର ପ୍ରତି ୨୬କୁଇଣ୍ଟାଲ ହାରରେ ପ୍ରତି ମଣ୍ଡିକୁ ଦିନକୁ କେବଳ ୩୦ରୁ ୩୫ଜଣ ଚାଷୀ ସାମାଜିକ ଦୂରତ୍ୱ ରଖି ଧାନବିକ୍ରି ପାଇଁ ଆସି ପାରିବେ ବୋଲି ସରକାରଙ୍କ କଟକଣା ରହିଛି । ଏହା ସେମାନଙ୍କୁ ଅଡୁଆରେ ପକାଇବ ବୋଲି ଚାଷୀ ମହଲରେ ମତପ୍ରକାଶ ପାଇଛି। ଜିଲା ଯୋଗାଣ ଅଧିକାରୀ ବିବେକାନନ୍ଦ କୋରକୋରାଙ୍କୁ ପଚାରିବାରୁ ଶୁକ୍ରବାର ଧାନକ୍ରୟର ଶୁଭାରମ୍ଭ କରାଯିବ । ୨ରୁ ୩ ଦିନ ପରେ ଧାନକ୍ରୟ ସ୍ବାଭାବିକ ଭାବେ ଚାଲିବ। ଏ ସମ୍ପର୍କରେ ଅନଲାଇନ ଟୋକନ୍‌ ପାଇଥିବା ଚାଷୀଙ୍କୁ ପୂର୍ବରୁ ଜଣାଇ ଦିଆଯିବ ବୋଲି ସେ କହିଛନ୍ତି।


All Right Reserved By Dharitri.Com

ଗାଁ ଜଳାର୍ଣ୍ଣବ, ଧୋଇଗଲା ଅସ୍ଥାୟୀ ପୋଲ

ପାଟପୁର,୨୫ା୧୦(ଡି.ଏନ.ଏ.)- ସାନଖେମୁଣ୍ଡି ଅଞ୍ଚଳରେ ବୁଧବାର ସକାଳୁ ଜାରି ରହିଛି ଲଗାଣ ବର୍ଷା। ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବୁଧବାର ପୋଚକା ନାଳ ଉପରମୁଣ୍ଡରେ ଲଗାଣ...

ନିମ୍ନମାନର ରାସ୍ତା କାମକୁ ବିରୋଧ: ଯନ୍ତ୍ରୀ ମାନିଲେ, ବନ୍ଦ ହେଲା କାମ

କାମାକ୍ଷାନଗର, ୨୩।୧୦(ଡି.ଏନ୍‌.ଏ.) : ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ବାରୁଆ(କା) ପଞ୍ଚାୟତ ପୂର୍ତ୍ତ ବିଭାଗ ରାସ୍ତାଠାରୁ ଇଚ୍ଛାବତୀପୁର ଯାଏ ଚାଲିଥିବା ରାସ୍ତାକାମ ଅତ୍ୟନ୍ତ ନିମ୍ନମାନର ହେଉଥିବା...

ହାଇଦ୍ରାବାଦରୁ ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ବସ ଦୁର୍ଘଟଣା : ଡ୍ରାଇଭର ମୃତ, ୨ଆହତ

ଖୋର୍ଦ୍ଧା ଅଫିସ,୫।୫ : ଖୋର୍ଦ୍ଧା ଟାଙ୍ଗି ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ କୁହୁଡ଼ି ଛକରେ ହାଇଦ୍ରାବାଦ ରୁ ପ୍ରବାସୀ ଓଡିଆଙ୍କୁ ଧରି ଫେରୁଥିବା ବସ...

ଆର୍ଥିକ ଅନଗ୍ରସରଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ

ରାଇକିଆ,୨୩ା୪(ଡି.ଏନ୍‌.ଏ.)- ଲକ୍‌ଡାଉନ ଯୋଗୁ ସାଧାରଣ ଲୋକ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଆର୍ଥିକ ଅନଗ୍ରସର ଲୋକଙ୍କ ଉପରେ ଏହାର ପ୍ରଭାବ ପଡୁଛି।...

ଜାଗରରେ ଅଘଟଣ: ଦୀପରୁ ନିଆଁ ଲାଗି ମହିଳା ଆହତ

ଆନନ୍ଦପୁର,୨୧।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଅନ୍ତର୍ଗତ ଦେଓଗାଁର କୁଶଳେଶ୍ୱର ମହାଦେବଙ୍କ ମନ୍ଦିରରେ ଶୁକ୍ରବାର ଜାଗରରେ ଅଘଟଣ ଘଟିଛି । ଆନନ୍ଦପୁରର ଏହି ପ୍ରାଚୀନ ଶୈବପୀଠରେ...

ଅପହରଣକାରୀଙ୍କୁ ୫ ବର୍ଷ ସଶ୍ରମ ଜେଲଦଣ୍ଡାଦେଶ

କେନ୍ଦୁଝର, ୧୦ା୧ (ସ୍ବ.ପ୍ର.)- ଜଣେ ଯୁବତୀଙ୍କୁ ଅପହରଣ କରାଯିବା ମାମଲାର ବିଚାର କରି ସ୍ଥାନୀୟ ସିଜେଏମ କୋର୍ଟ ଶୁକ୍ରବାର ନନ୍ଦନ କୁମାର ସାହୁ ଓରଫ ଅଯୋଧ୍ୟା(୩୨)ନାମକ...

ଆବାସ ଯୋଜନାରୁ ବଞ୍ଚିତ: ଭଙ୍ଗା କୁଡ଼ିଆ ତଳେ ବିତୁଛି ଜୀବନ

ଗଣିଆ,୧୫।୯(ଡି.ଏନ.ଏ.)-ସମସ୍ତଙ୍କ ପାଇଁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ମୌଳିକ ଆବଶ୍ୟକତା ଅଟେ । ଏହାକୁ ବାଦ୍‌ ଦେଇ ମଣିଷ ଚଳିବା କଷ୍ଟସାଧ୍ୟ। ଏହି ପ୍ରରିପ୍ରେକ୍ଷୀରେ ଆର୍ଥିକ...

ଅସ୍ବାସ୍ଥ୍ୟକର ପରିବେଶରେ ଗ୍ରାମବାସୀ

ହାଟଡିହୀ, ୨୦।୧୦(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଆଇତିପୁର ଗ୍ରାମର ଦେହୁରୀସାହିର ଲୋକମାନେ ଅସ୍ବାସ୍ଥ୍ୟକର ପରିବେଶରେ ଜୀବନ ବିତାଇ ନାନା ପ୍ରକାର ରୋଗର ସମ୍ମୁଖୀନ ହେଉଛନ୍ତି। ଲୋକମାନେ...

Leave a comment

Your email address will not be published. Required fields are marked *