ଟ୍ରକ୍‌ ଦୁର୍ଘଟଣାରେ ସ୍ତ୍ରୀ ମୃତ; ସ୍ବାମୀ-ଝିଅ ଗୁରୁତର: ରାଜପଥ ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ

ସାକ୍ଷୀଗୋପାଳ,୧୩।୬(ଡି.ଏନ୍‌.ଏ.): ସତ୍ୟବାଦୀ ବ୍ଲକ ଛକରେ ଗୁରୁବାର ଏକ ମର୍ମନ୍ତୁଦ ଟ୍ରକ୍‌ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ପୁରୀ ନବକଳେବର ରୋଡରେ ରହୁଥିବା ସସ୍ମିତା ମିଶ୍ର(୩୯)। ସେହିପରି ମହିଳାଙ୍କ ସ୍ବାମୀ ଶିବ ପ୍ରସାଦ ମିଶ୍ର ଓ କନ୍ୟା ସ୍ଥିତି ପ୍ରଜ୍ଞା ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ବାରମ୍ବାର ଦୁର୍ଘଟଣା ହେଉଥିବା ଉକ୍ତ ସ୍ଥାନରେ ହମ୍ପସ୍‌ ନିର୍ମାଣ ଓ ଆଲୋକ ବ୍ୟବସ୍ଥା କରିବା ଦାବିରେ ରାସ୍ତାରୋକୋ କରିଥିଲେ। ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନ, ବିଡିଓ ସରୋଜ କୁମାର ଦତ୍ତ ଓ ସତ୍ୟବାଦୀ ବ୍ଲକ ଅଧଧ୍ୟକ୍ଷ ସସ୍ମିତା ପ୍ରଧାନ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଦାବି ପୂରଣ ହେବାକୁ ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକୋ ହଟିଥିଲା। ଏଥିଯୋଗୁ ଦୁଇ ଘଣ୍ଟା କାଳ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।


All Right Reserved By

ଡାବୁଗାଁରେ ବିଜେଡିର ମନୋହର ରନ୍ଧାରୀ ବିଜୟୀ

ନବରଙ୍ଗପୁର, ୨୩।୫(ବି.ପ୍ର.)-ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ବିଜୟୀ ହୋଇଛି। ବିଜେଡିର ମନୋହର ରନ୍ଧାରୀ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଭୁଜବଳ ମାଝିଙ୍କଠାରୁ ୭,୩୯୨ ଭୋଟରେ ଜିତିଛନ୍ତି।ମନୋହର...

ବଦଳିଲା ‘ମେଡିକାଲ ବଣ୍ଡ ପଲିସି ନିୟମ’: ପାଠପଢ଼ା ପରେ ଦୁଇ ବର୍ଷ ଓଡ଼ିଶାରେ କାମ କରିବାକୁ ବାଧ୍ୟ, ନହେଲେ ଦେବାକୁ ପଡ଼ିବ ମୋଟା ଟଙ୍କର ଅର୍ଥ

ଭୁବନେଶ୍ୱର,୧୬।୮(ବ୍ୟୁରୋ): ରାଜ୍ୟ ସରକାର ମେଡିକାଲ ବଣ୍ଡ ପଲିସି ନିୟମକୁ ପରିବର୍ତ୍ତନ କରିଛନ୍ତି। ଏହି ନିୟମ ଚଳିତ ବର୍ଷଠାରୁ ଲାଗୁ ହେବ ବୋଲି ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରୀ...

ଋଷିକୁଲ୍ୟାରୁ ଜଳ ଯୋଗାଣ ବନ୍ଦ:  ୫ ଦିନ ହେଲା ମିଳୁନି ପିଇବା ପାଣି

ବ୍ରହ୍ମପୁର ଅଫିସ,୨୪ା୭: ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଅଦୂରଦର୍ଶିତା ଯୋଗୁ ବ୍ରହ୍ମପୁର ସହରରେ ଶ୍ରାବଣ ମାସରେ ମଧ୍ୟ ଉତ୍କଟ ପାନୀୟ ଜଳ ସମସ୍ୟା ସୃଷ୍ଟି ହୋଇଛି। ଗୋଟିଏ...

ଚକା ଫାଟିବାରୁ ଚଳନ୍ତା ଟ୍ରକରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର, ହେଲପର

ସରଣ୍ଡା,୧୦।୬(ଡି.ଏନ୍‌.ଏ.): ସ୍ପଞ୍ଜ ଆଇରନ୍‌ ନେଇ ଟ୍ରକ(ଡବ୍ଲ୍ୟୁବି୩୩ବି ୯୦୩୮) ସୋମବାର ପୂର୍ବାହ୍ନରେ ସମ୍ବଲପୁରରୁ ବରଗଡ଼ ଅଭିମୁଖେ ଯାଉଥିଲା। ବରଗଡ-ସମ୍ବଲପୁର ସୀମାନ୍ତ ଗୋଡ଼ଭଗା ସାରସ୍ବତ ମହାବିଦ୍ୟାଳୟ ସମ୍ମୁଖ ୫୩...

ନୂଆ ରୂପରେ ‘ଓଡ଼ିଶା ପର୍ଯ୍ୟଟନ’

ଭୁବନେଶ୍ୱର,୨୭ା୭(ବ୍ୟୁରୋ): ଦୀର୍ଘଦିନର ପ୍ରତୀକ୍ଷା ପରେ ନୂଆ ରୂପ ପାଇଛି ରାଜ୍ୟ ପର୍ଯ୍ୟଟନ ବିଭାଗ ଓ୍ବେବ୍‌ସାଇଟ୍‌। ଓଡ଼ିଶା ପର୍ଯ୍ୟଟନର ଏହି ନୂଆ ଓ୍ବେବ୍‌ସାଇଟ୍‌ www.odishatourism.gov.inକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ...

ଦକ୍ଷତା ବିକାଶ କାର୍ଯ୍ୟକ୍ରମର ଅଗ୍ରଗତି ଉପରେ ଗୁରୁତ୍ୱ ଦିଆଯାଉଛି: ମନ୍ତ୍ରୀ

ଭୁବନେଶ୍ୱର,୨୦।(ବ୍ୟୁରୋ): କର୍ମନିଯୁକ୍ତି ସହାୟକ ତାଲିମ କାର୍ଯ୍ୟକ୍ରମ ଓ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଅନ୍ତର୍ଗତ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମରେ କାର୍ଯ୍ୟରତ ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥାଗୁଡ଼ିକର...

ଗଞ୍ଜେଇ ଜବତ, ୨ ଗିରଫ

ଫିରିଙ୍ଗିଆ,୧୩ା୮: ଫିରିଙ୍ଗିଆ ପୋଲିସ ମାଶ୍ରିପଡା ରାସ୍ତା ପୁକେରିମା ସାହିରେ ଚଢ଼ାଉ କରି ଏକ ବୋଲରରୁ ୧ କୁଇଣ୍ଟାଲ ୬ କେଜି ଗଞ୍ଜେଇ ଜବତ କରିଛି। ଏହି...

୨ଦିନ ବିଧାନସଭା ଛୁଟି

ଭୁବନେଶ୍ୱର,୨୯।୬(ବ୍ୟୁରୋ): ଶନିବାର ଓ ରବିବାର ଦୁଇଦିନ ବିଧାନସଭା ବନ୍ଦ ରହିବ। ଶୁକ୍ରବାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭାରେ ଏହି ଘୋଷଣା କରିଥିଲେ। ପୂର୍ବ ନିର୍ଦ୍ଧାରୀତ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *