ଲକ୍‌ଡାଉନରେ ଭିତରେ ଏହି ଅଭିନେତାଙ୍କ ହେଲା ନିର୍ବନ୍ଧ: ଅନ୍‌ଲାଇନ୍‌ରେ ଛୁଟିଲା ଶୁଭେଚ୍ଛାର ସୁଅ

ମୁମ୍ବାଇ: କରୋନା ଭାଇରସ୍‌ ଯୋଗୁ ସାଧାରଣ ଜୀବନଯାପନ ଏକପ୍ରକାର ଠପ୍‌ ହୋଇଯାଇଛି। ଏଥିଯୋଗୁ ବ୍ୟବସାୟ, ବିଭିନ୍ନ ପ୍ରକାରର କାର୍ଯ୍ୟପନ୍ଥା, ଫିଲ୍ମ ଶୁଟିଂ, ରିଲିଜ ଉପରେ ବହୁ ପ୍ରଭାବ ପଡ଼ିଛି। ଏଥିସହ କେତେକଙ୍କ ବିବାହ ସ୍ଥଗିତ ହୋଇଯାଇଥିବା ବେଳେ ଆଉ କେତେକ ଅନ୍‌ଲାଇନ୍‌ରେ ବିବାହ କରୁଥିବା ଦେଖିବାକୁ ମିଳିଛି। ଇତିମଧ୍ୟରେ ଫିଲ୍ମ ବାହୁବଳିର ଭଲାଲ ଦେବ ଫେମ୍‌ ରାଣା ଡଗ୍ଗୁବତୀ ନିଜ ପ୍ରେମିକା ତଥା ବ୍ୟବସାୟୀ ମିହିକା ବଜାଜଙ୍କ ସହ ନିର୍ବନ୍ଧ କରିଥିବା ଜଣାପଡ଼ିଛି। ଇନ୍‌ଷ୍ଟାଗ୍ରାମରେ ରାଣା ଏକ ଫଟୋ ଶେୟାର କରି ଏନେଇ ସୂଚନା ଦେଇଛନ୍ତି। ଏଥିସହ ସେ ଟୁଇଟ କରି ଲେଖିଛନ୍ତି ସେ ହଁ କହିଦେଲା।

ଏହାପରେ ଅନ୍‌ଲାଇନ୍‌ରେ ଏହି କପଲଙ୍କୁ ସେଲିବ୍ରିଟିଙ୍କ ସହ ପ୍ରଶଂସକଙ୍କ ମଧ୍ୟ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ସାଉଥ୍‌ ସୁପରଷ୍ଟାର ଚିରଞ୍ଜିବ ଫିଲ୍ମି ଅନ୍ଦାଜରେ ରାଣା ଓ ମିହିକାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଚିରଞ୍ଜିବ ଟୁଇଟରରେ ରାଣାଙ୍କ ସହ ଏକ ଫଟୋ ଶେୟାର କରି ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ସେ ଲେଖିଛନ୍ତି, ଶେଷରେ ଭଲାଲଦେବ ପ୍ରେମରେ ପଡ଼ିଗଲେ। ଏହି ଲକ୍‌ଡାଉନ ବିବାହ ଆଡ଼କୁ ନେଇଯାଉ। ଭଗବାନ ତୁମ ଦୁହିଁଙ୍କୁ ଆର୍ଶୀବାଦ କରନ୍ତୁ ବୋଲି ଚିରଞ୍ଚିବ କହିଛନ୍ତି।


All Right Reserved By Dharitri.Com

କଳାହାଣ୍ଡିରେ ମା’ ଝିଅ କରୋନା ପଜିଟିଭ୍‌ : ଆକ୍ରାନ୍ତଙ୍କ ସଂଖ୍ୟା ୧୫ରେ ପହଞ୍ଚିଲା

ଜୁନାଗଡ଼,୨୪ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ର ଏକ ଦେୟଯୁକ୍ତ ଟିଏମ୍‌ସିରେ ଥିବା ୨ ଜଣ ମହିଳାଙ୍କ ସ୍ବାବ୍‌ ନମୁନା କରୋନା ପଜିଟିଭ୍‌ ଆସିଛି। ସେମାନେ ଉଭୟ ମା’...

୨୦ରୁ ଅଧିକ ଦେଶରେ ଲକ୍‌ଡାଉନ୍‌: ୧୨୦କୋଟି ଲୋକ ଘରେ ବନ୍ଦ

ଓ୍ବାଶିଂଟନ,୨୧।୩: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ପୃଥିବୀରେ ୨୦ଟିରୁ ଅଧିକ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛ। ଚାଇନା, ଇଟାଲି, ସ୍ପେନ୍‌, ଫ୍ରାନ୍ସ୍‌, ଅୟାରଲାଣ୍ଡ୍‌, ଡେନମାର୍କ,...

ହାତ ତିଆରି ମାସ୍କ ପରେ ଏବେ ଗାମୁଛାକୁ ପସନ୍ଦ କଲେ ମୋଦି

ନୂଆଦିଲ୍ଲୀ,୧୪।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍‌ଡାଉନକୁ ନେଇ ମଙ୍ଗଳବାର ଦେଶବାସୀଙ୍କୁ ଉଦ୍‌ବୋଧନ ଦେବା ସମୟରେ ଏକ ପାରମ୍ପରିକ ଗାମୁଛା ମୁହଁରେ ବାନ୍ଧିଥିବା ଦେଖାଯାଇଥିଲା। ପ୍ରଥମେ ଏହି...

ଡବ୍ଲ୍ୟୁଏଚ୍‌ଓର ନେତୃତ୍ୱ ନେବ ଭାରତ

ନୂଆଦିଲ୍ଲୀ,୨୪ା୪: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ମୁଖ୍ୟାଳୟରେ ଭାରତ ନେତୃତ୍ୱ ଭୂମିକା ନେବ। ସାରା ବିଶ୍ୱ କରୋନା ମହାମାରୀ କବଳିତ ହୋଇଥିବାବେଳେ ଆସନ୍ତା ମାସରେ ଡବ୍ଲ୍ୟୁଏଚ୍‌ଓ...

ବହୁମୁଖୀ ହାସ୍ୟାଭିନେତା ପ୍ରଭାକର

ପ୍ରଭାକର ସାହୁ। ଡାକନାମ ଚଗନ। ସେ ଯାତ୍ରା ଜଗତରେ ଏହି ନାମରେ ହିଁ ପରିଚିତ। ଚଗନ ଜଣେ ନିଆରା ମଣିଷ। ସମସ୍ତେ ତାଙ୍କୁ ମଞ୍ଚରେ ଦେଖନ୍ତି...

ମହାରାଷ୍ଟ୍ରରେ ୧୨୭୩ ପୋଲିସ କରୋନା ପଜିଟିଭ୍‌

ମୁମ୍ବାଇ,୧୮।୫: କରୋନା ସଂକ୍ରମଣ ଭାରତରେ ଥମିବାର ନାଁ ଧରୁନି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ସାମାଜିକ ଦୂରତା ବଜାୟ ରଖିବା ଲାଗି ଲକ୍‌ଡାଉନ୍‌...

ମାସ୍କ ପିନ୍ଧିବାକୁ ବ୍ୟବସାୟୀ ସଂଘ ପକ୍ଷରୁ ଲୋକଙ୍କୁ କରାଯାଉଛି ସଚେତନ

ହିଳିକାଟୁ,୧୦ା୪(ଡି.ଏନ୍‌.ଏ): କରୋନା ସଂକ୍ରମଣରୁ ରକ୍ଷା ପାଇଁ ଲୋକଙ୍କୁ ମୁହଁ ଓ ନାକକୁ ମାସ୍କ କିମ୍ବା କପଡ଼ାରେ ଘୋଡ଼ାଇବା ପାଇଁ ବାଧ୍ୟତାମୂଳକ କରାଯାଇଛି। ବାହାରେ ମାସ୍କ ନ...

ଲକ୍‌ଡାଉନ୍‌ରେ ଫସିଛନ୍ତି ବିଶ୍ୱ ଭ୍ରମଣରେ ବାହାରିଥିବା ଦମ୍ପତି : କାର୍‌କୁ କରିଛନ୍ତି ଘର

ଓ୍ବାଶିଂଟନ୍‌: କରୋନା ଭୂତାଣୁ ଯୋଗୁ ବିଶ୍ୱବ୍ୟାପୀ କରାଯାଇଥିବା ଲକ୍‌ଡାଉନ୍‌ରେ ଅନେକ ଲୋକ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି। ଏମିତି ସମୟରେ ଫସିଛନ୍ତି ଇଂଲଣ୍ଡର ଏକ ଦମ୍ପତି।...

Leave a comment

Your email address will not be published. Required fields are marked *