କିମିଆ କଲା ମୟୂର

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ସମୟରେ ଏବେ ପ୍ରକୃତିର ବିଭିନ୍ନ ରୂପକୁ ଦେଖିବାକୁ ପାଉଛନ୍ତି ଲୋକେ। ରାସ୍ତାଘାଟରେ ଲୋକମାନଙ୍କ କୋଳାହଳ କମ୍‌ଥିବାରୁ ଜୀବଜନ୍ତୁମାନେ ବେଶ୍‌ ସ୍ବଚ୍ଛନ୍ଦରେ ବୁଲାବୁଲି କରିପାରୁଛନ୍ତି। ଏମିତି ଏକ ଦୃଶ୍ୟ ଏବେ ଲୋକଙ୍କୁ ଆଚମ୍ବିତ କରିଛି। ଦିଲ୍ଲୀର ଜଣେ ବ୍ୟକ୍ତିଙ୍କ ଘରକୁ ହଠାତ୍‌ ଏକ ମୟୂର ଆସି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏଇ ବ୍ୟକ୍ତିଜଣକ ହେଲେ ଗୁଞ୍ଜନ ମେହେଟ୍ଟା। ସେ ତାଙ୍କ ଟୁଇଟରରେ ତାଙ୍କ ଘର ବାଲକୋନିର ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଠାରେ ମୟୂରଟି ବେଶ୍‌କିଛି ମୁହୂର୍ତ୍ତ କଟାଇଛି। ମୟୂରଟିର ଆକର୍ଷଣୀୟ ପୁଚ୍ଛ ଓ ଆନନ୍ଦରେ ଖେଳୁଥିବାର ଦୃଶ୍ୟ ସମସ୍ତଙ୍କୁ ଆନନ୍ଦିତ କରିପାରିଛି। ମୟୂରଟି ଘରର ବାଲକୋନି ପର୍ଯ୍ୟନ୍ତ କିପରି ଆସିଲା ସେ ସମ୍ପର୍କରେ କାହାକୁ ଜଣା ନ ଥିଲେ ବି ଏହାକୁ ଦେଖିବା ମାତ୍ରେ ସମସ୍ତେ ପ୍ରଭାବିତ ହୋଇଛନ୍ତି। ସେଥିପାଇଁ ସୋସିଆଲ୍‌ ମିଡିଆରେ ଏହାକୁ ବହୁସଂଖ୍ୟାରେ ଲୋକେ ପସନ୍ଦ କରିଛନ୍ତି। ଭିଡିଓଟିକୁ ଶେୟାର କରିବାର ମାତ୍ର ଗୋଟିଏ ଦିନ ପରେ ଏହାକୁ ୨ ହଜାରରୁ ଅଧିକ ଲୋକ ଲାଇକ୍‌ କରିବା ସହିତ ୩୦୦ରୁ ଅଧିକ ରିଟୁଇଟ୍‌ କରିଛନ୍ତି। ଏହାକୁ ନେଇ ଲୋକେ ସୁନ୍ଦର ସୁନ୍ଦର କମେଣ୍ଟ ବି ଦେଇଛନ୍ତି।


All Right Reserved By Dharitri.Com

ଲକ୍‌ଡାଉନ୍‌ ହଟିବା ପରେ ବି ରହିବ କଟକଣା !

ନୂଆଦିଲ୍ଲୀ,୭।୪: ଦେଶରେ କରୋନା ସଂକ୍ରମଣକୁ ରୋକିବାକୁ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଏବେ ଏହା ପୂରଣ ହେବାକୁ ଆଉ ମାତ୍ର ୭ ଦିନ ବାକି...

ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ଅତିକ୍ରମ କଲା: ଟ୍ରମ୍ପ କହିଲେ ୨ ସପ୍ତାହ ମଧ୍ୟରେ ବଢିବ ମୃତ୍ୟୁ ସଂଖ୍ୟା

ୱାଶିଂଟନ,୫ ।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଆସନ୍ତା ୨ ସପ୍ତାହ ମଧ୍ୟରେ ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟିବ । ଯାହା...

୧ କୋଟି ଟଙ୍କାର ଚାକିରି ଅଫର ଛାଡ଼ିଲେ ଚା’ ବିକାଳିଙ୍କ ପୁଅ

ପିଲାଦିନରୁ ସମସ୍ତେ ପାଠପଢ଼ାରେ ଧ୍ୟାନ ଦେଇଥାନ୍ତି। ବଡ଼ ହେଲେ କେମିତି ଭଲ ଚାକିରିଟିଏ କରିବେ। ଚାକିରି ମିଳିଗଲେ ଖୁସିରେ ପାଦ ତଳେ ଲାଗେନି। ଭଲ ଦରମାରେ...

ଏମ୍ସ ଟ୍ରମା ସେଣ୍ଟରରେ ଚିକିତ୍ସିତ ହେବେ କରୋନା ସଂକ୍ରମିତ

ନୂଆଦିଲ୍ଲୀ,୩୦।୩: କୋଭିଡ-୧୯ର ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଦେଖିବା ପରେ ଏବେ ଦିଲ୍ଲୀର ଅଲ ଇଣ୍ଡିଆ ଅନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ୍‌ ସାଇନସେସ୍‌(ଏମ୍ସ)ର ଟ୍ରମା ସେଣ୍ଟର...

ମୌସୁମୀରେ ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ

ନୂଆଦିଲ୍ଲୀ, ୨୫।୪: ଆଉ କିଛି ସପ୍ତାହ ପରେ କରୋନା ଭାଇରସ୍‌ ଜନିତ ସଂକ୍ରମଣ କମିଯିବ ବୋଲି କୁହାଯାଉଛି। କିନ୍ତୁ ଜୁଲାଇ କିମ୍ବା ଅଗଷ୍ଟ ମୌସୁମୀ ସମୟରେ...

ଡ୍ରାଇଭରଙ୍କ ପାଇଁ ବର୍ଷକର ଦରମା ଦେଲେ ଓଲା ସିଇଓ

ନୂଆଦିଲ୍ଲୀ, ୨୮।୩- କରୋନା ପାଇଁ ୨୧ ଦିନ ଲକ୍‌ଡାଉନ୍‌ ରହିଛି ସାରାଦେଶ। ଏଥିଯୋଗୁ ଅନେକ ଲୋକଙ୍କ ସମସ୍ୟା ବଢ଼ିଯାଇଥିବା ବେଳେ ରାଇଡ୍‌ ସେୟାରିଂ ପ୍ଲାଟଫର୍ମ ଓଲା...

ରାଜସ୍ଥାନର ନିଆରା ପରିବାର: ମାଟିରେ ତିଆରି କରୁଛନ୍ତି ସୁନା ଭଳି ସୁନ୍ଦର ଅଳଙ୍କାର

ଏପରି ଏକ ସହର ରହିଛି ଯେଉଁଠାରେ ସୁନା ଭଳି ସୁନ୍ଦର ଅଳଙ୍କାରମାନ ମାଟିରେ ତିଆରି କରାଯାଉଛି। କଥାଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ, ହେଲେ ସତ। କିଛି...

ବିଶ୍ୱର ସେହି ୫ଟି ରହସ୍ୟ, ଯାହା ଏବେ ବି ଲୁକ୍କାୟିତ ହୋଇ ରହିଛି

ବିଶ୍ୱରେ ଏଭଳିି ଅଜବ ରହସ୍ୟ ରହିଛି ଯାହା ଆଜି ବି ଲୁକ୍କାୟିତ ହୋଇ ରହିଛି। ବୈଜ୍ଞାନିକମାନେ ଆଜିଯାଏ ଏହାର ଉତ୍ତର ପାଇପାରି ନାହାନ୍ତି। ଆସନ୍ତୁ ଜାଣିବା...

Leave a comment

Your email address will not be published. Required fields are marked *