ପିପିଇ କିଟ୍‌ ସିଲେଇ କରୁଛନ୍ତି ୯ ବର୍ଷର ଝିଅ

ସେରେମ୍ବାନ୍‌: କରୋନା ଯୁଦ୍ଧରେ କୋଭିଡ୍‌ ଯୋଦ୍ଧାଙ୍କୁ ଲୋକେ ସମ୍ମାନ ଜଣାଇବାକୁ ସବୁଆଡ଼େ କୁହାଯାଉଛି। ତେବେ ଏହି କୋଭିଡ୍‌ ଯୋଦ୍ଧାଙ୍କ ମଧ୍ୟରେ ଜଣେ ୯ ବର୍ଷର ଝିଅ ଏବେ ସୋସିଆଲ୍‌ ମିଡିଆରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଝିଅଟିର ନାଁ ହେଉଛି ନୁର୍‌ ଆଫିଆ କିଷ୍ଟିନା ଜାମଜୁରୀ। ମାଲେସିଆର ଏହି ଛୋଟ ଝିଅଟି ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ପିପିଇ କିଟ୍‌ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି।
ନୁର ଆଫିଆ କରୋନା ଭାଇରସ୍‌ ସମ୍ପର୍କରେ ଜାଣିବା ପରେ ଡାକ୍ତରମାନେ କିଭଳି ନିଜ ଜୀବନକୁ ବାଜି ଲଗାଇ କରୋନା ରୋଗୀଙ୍କୁ ଚିକିତ୍ସା କରୁଛନ୍ତି, ଗଣମାଧ୍ୟମରୁ ଜାଣି ପାରିଥିଲେ। ଏହାପରେ ସ୍ଥାନୀୟ ଅଞ୍ଚଳର ଏକ ଡାକ୍ତରଖାନାରେ କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ପିପିଇ କିଟ୍‌ର ଆବଶ୍ୟକତା ଥିବା ସେ ଜାଣିବାକୁ ପାଇଥିଲେ। ଏହାପରେ ସେ ନିଜେ ଏହି କାମ କରିବା ପାଇଁ ଆଗେଇ ଆସିଥିଲେ। କିନ୍ତୁ ଏତେ କମ୍‌ ବୟସର ଝିଅ ଏହି କାମ କରିପାରିବ କି ନାହିଁ, ସେନେଇ ଡାକ୍ତରଖାନା କର୍ମଚାରୀମାନେ ସନ୍ଦେହ କରିଥିଲେ। ମାତ୍ର ନୁର୍‌ ସେମାନଙ୍କୁ ଦୃଢ ଆଶ୍ୱାସନା ଦେବା ସହ କାମ ଆରମ୍ଭ କରିଥିଲେ। ୫ ବର୍ଷ ବୟସରୁ ସେ ପୋଷାକ ସିଲେଇ କରିବା ଶିଖିଥିଲେ। ତେଣୁ ବେଶ୍‌ ସହଜରେ ସେ ଏହି ପୋଷାକ ତିଆରି କରି ଡାକ୍ତରଖାନାକୁ ଦେଇଥିଲେ। ଏବେ ସେ ଅନ୍‌ଲାଇନ୍‌ରେ ନିଜ କ୍ଲାସ୍‌ ଶେଷକରିବା ପରେ ଡାକ୍ତରଙ୍କ ପାଇଁ ପିପିଇ କିଟ୍‌ ସିଲେଇ କରି ଯୋଗାଉଛନ୍ତି। ଏବେ ସୁଦ୍ଧା ସେ ମୋଟ ୧୩୦ଟି ପିପିଇ କିଟ୍‌ ତିଆରି କରି ସାରିଲେଣି। ଏବେ ବି ଏହି କାମରେ ଲାଗିଛନ୍ତି ସେ।


All Right Reserved By Dharitri.Com

ସାନିଟାଇଜର ସିଞ୍ଚନ ଆରମ୍ଭ କଲା ବୋରିଗୁମ୍ମା ପ୍ରଶାସନ

ବୋରିଗୁମ୍ମା,୪।୪(ଡି.ଏନ୍. ଏ.): କରୋନା ପାଇଁ ସାମାଜିକ ଦୂରତା ଓ ପରିମଳ ସ୍ୱଚ୍ଛତା ଗୁରୁତ୍ୱପୂର୍ଣ୍ଣ ଥିବାରୁ କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ସଦରରେ ସାନିଟାଇଜର ସିଞ୍ଚନ ଆରମ୍ଭ...

ପରିବାରର ନାମରେ ଶପଥ କରନ୍ତୁ,ଜରୁରୀ କାମ ନ ଥିଲେ ଘରୁ ବାହାରିବେ ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୩(ବ୍ୟୁରୋ): ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୧୪ ଜିଲାକୁ ସମ୍ପୂର୍ଣ୍ଣ ତାଲାବନ୍ଦ ବା ଲକ୍‌ଡାଉନ୍‌ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହାସତ୍ତ୍ୱେ କିଛି...

ଭୟାବହ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲେ ଯୁବକ

ରୋମ,୨୭।୫: ରୋମ ସହରରେ ଥିବା ଏକ ଘରେ ଭିଷଣ ନିଆଁ ଲାଗିଯାଇଥିବାର ଏକ ଭିଡିଓ ସାମ୍‌ନାକୁ ଆସିଛି। ଯେଉଁଥିରେ ଜଣେ ଯୁବକ ନିଜର ଉପସ୍ଥିତି ବୁଦ୍ଧି...

ମ୍ୟାଲେରିଆରେ ଶହେ ୬ ଦେଶର ୩ ଶହ ୩୦ କୋଟି ଲୋକ ପ୍ରଭାବିତ: ଆଫ୍ରିକାରେ ଅଧିକ

ଜେନେଭା, ୨୪।୪: ମ୍ୟାଲେରିଆରେ ପୃଥିବୀର ଶହେ ୬ଟି ଦେଶର ୩ ଶହ ୩୦ କୋଟି ଲୋକ ପ୍ରଭାବିତ ହେଉଛନ୍ତି। ଏନେଇ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶିତ...

କୋଭିଡ୍‌-୧୯ରୁ ମୁକ୍ତି ମିଳିବାକୁ ବର୍ଷେ ଲାଗିବ

ବେଙ୍ଗାଲୁରୁ,୧ା୪ (ଆଇଏଏନ୍‌ଏସ୍‌): ମହାମାରୀ କରୋନାରୁ ମୁକ୍ତି ମିଳିବା ପାଇଁ ୬ ମାସରୁ ବର୍ଷେ ଲାଗିଯିବ ବୋଲି ୮୪% ଭାରତୀୟ ମନେକରନ୍ତି। ଏକ ନୂଆ ସର୍ବେକ୍ଷଣରୁ ଏହି...

କୋଭିଡ୍‌ ହସ୍ପିଟାଲ ପାଇଁ ଆସିଲା ୩ ଭେଣ୍ଟିଲେଟର, ୪ ମେଡିକାଲ ଆମ୍ବୁଲାନ୍ସ

ଭୁବନେଶ୍ୱର,୧୯।୪(ବ୍ୟୁରୋ): କରୋନା ସଂକ୍ରମଣଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର କୋଭିଡ୍‌-୧୯ ହସ୍ପିଟାଲ ନିର୍ମାଣ କରିଛନ୍ତି। ଏହି ହସ୍ପିଟାଲଗୁଡିକରେ ଶୁକ୍ରବାର ମଧ୍ୟରାତ୍ର ସୁଦ୍ଧା...

ରାଜ୍ୟ ବାହାରୁ ପାଟଣା ଫେରିଥିବା ୧୫୧ ଜଣ ଆଇସୋଲେଶନରେ

ପାଟଣା,୨୩।୩(ସ୍ବ.ପ୍ର.): ମହାମାରୀ କରୋନାକୁ ନେଇ ସାରା ବିଶ୍ୱ ଆତଙ୍କିତ ଅବସ୍ଥାରେ। ଏହି ପରିପ୍ରେକ୍ଷୀରେ ବାଙ୍ଗାଲୋରରେ ରହି କାମ କରୁଥିବା କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର...

ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

କଲମ୍ବୋ, ୨।୮: ଇଷ୍ଟର ବୋମା ବିସ୍ଫୋରଣ ପରେ ଶ୍ରୀଲଙ୍କାକୁ ସମସ୍ତ ସହାୟତା ଯୋଗାଇ ଦେଇଥିଲା ଭାରତ। ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରନିଲ୍‌ ବିକ୍ରମସିଂଘେ ଏଥିପାଇଁ ଭାରତର ପ୍ରଧାନମନ୍ତ୍ରୀ...

Leave a comment

Your email address will not be published. Required fields are marked *