ଧାନ ରୋଇଲେ ଏସ୍‌ପି

ଚିତ୍ତୋର(ଆନ୍ଧ୍ରପ୍ରଦେଶ): କରୋନା ସମୟରେ ଅନେକ ଘଟଣା ସାମ୍ନାକୁ ଆସୁଛି, ଯାହା ଅନେକଙ୍କୁ ପ୍ରେରିତ କରୁଛି। ଏହି ସଙ୍କଟ ସମୟରେ ରାଜନେତାଙ୍କଠାରୁ ଅଧିକ ପ୍ରଶାସନିକ ଓ ପୋଲିସ ଅଧିକାରୀମାନେ ଆଗଧାଡ଼ିର ଯୋଦ୍ଧାଭାବେ ସାଧାରଣ ଲୋକଙ୍କ ସହ ଯୋଡ଼ିହୋଇ ରିୟଲ ହିରୋର ପରିଚୟ ଦେଇଛନ୍ତି। ମଙ୍ଗଳବାର ଆନ୍ଧ୍ରପ୍ରଦେଶର ତିରୁପତି ଅର୍ବାନ୍‌ ଏସ୍‌ପି ଅଭୁଲା ରମେଶ ରେଡ୍ଡି ଚାଷୀଙ୍କ ସହ ମିଶି ଧାନ ତଳି ରୋଇବା ଦେଖିବାକୁ ମିଳିଛି। ଶ୍ରୀକାଳହସ୍ତୀ ମନ୍ଦିର ସହରରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାରୁ ସେଠାରେ ଲକ୍‌ଡାଉନ୍‌ ନିୟମକୁ ଲୋକେ ମାନୁଛନ୍ତି କି ନାହିଁ ଯାଞ୍ଚ କରିବା ପାଇଁ ମଙ୍ଗଳବାର ଏସ୍‌ପି ପାଟୋଲିଂ କରୁଥିଲେ। ଏହି ସମୟରେ ଭେଙ୍କଟଗିରି ରୋଡ୍‌ସ୍ଥିତ ୟେରପେଡ଼ୁ ନିକଟ ରାସ୍ତାକଡ଼ ଜମିରେ ଧାନରୁଆ ଚାଲିଥିଲା। ଏହା ଦେଖି ଏସ୍‌ପି ନିଜକୁ ସମ୍ଭାଳିପାରି ନ ଥିଲେ। ସେ ଗାଡ଼ି ଅଟକାଇ ୟୁନିଫର୍ମ ପ୍ୟାଣ୍ଟକୁ ଫୋଲ୍ଡ କରି ସିଧା ଚାଷଜମିକୁ ଓହ୍ଲାଇଥିଲେ। ଧାନତଳି ଧରି ଚାଷୀ ଓ ଶ୍ରମିକଙ୍କ ସହ ମିଶି ନିଜେ ରୋଇଥିଲେ। ଏହି ସମୟରେ ଚାଷୀମାନଙ୍କ ସହିତ ଆଲୋଚନାକରି ସେ ମଧ୍ୟ କୃଷକ ପରିବାରରୁ ଆସିଛନ୍ତି ଏବଂ କୃଷିକୁ ସେ ଭଲ ପାଆନ୍ତି ବୋଲି କହିଥିଲେ। ଏବେ କୃଷି କାର୍ଯ୍ୟ ଆରମ୍ଭ କରିବାକୁ ସରକାର ଅନୁମତି ଦେଇଛନ୍ତି। ତେଣୁ ଚାଷ କାର୍ଯ୍ୟ ନେଇ ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ମଧ୍ୟ ସେ ବୁଝିଥିଲେ। ଉଲ୍ଲେଖଯୋଗ୍ୟ, ରେଡ୍ଡି ଜଣେ ବିଏସ୍‌ସି(ଏଗ୍ରିକଲ୍‌ଚର) ଛାତ୍ର। ତେବେ ଜଣେ ଆଇପିଏସ୍‌ ଅଧିକାରୀଙ୍କ ଏଭଳି କାର୍ଯ୍ୟ ଦେଖି ଚାଷୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହେବା ସହ ଖୁସି ବ୍ୟକ୍ତ କରିଛନ୍ତି। ଏସ୍‌ପି ଆହୁରି ମଧ୍ୟ କହିଛନ୍ତି, ଲୋକେ ସିନେମା, ପିକ୍‌ନିକ୍‌ ଯିବା ବଦଳରେ ବର୍ଷକୁ ଥରେ ନିଜ ଗାଁକୁ ଯାଇ ଚାଷୀଙ୍କ ସହ ସମୟ ବିତାଇବା ସହ ସେମାନଙ୍କୁ ସହଯୋଗର ହାତ ବଢ଼ାଇବା ଉଚିତ।


All Right Reserved By Dharitri.Com

‘ଭୁଆଁ ବୁଲାଉଛି କେନ୍ଦ୍ର’

ନୂଆଦିଲ୍ଲୀ,୧୮ା୫(ପି.ଟି.): କରୋନା ଜନିତ ଲକ୍‌ଡାଉନ ଯୋଗୁ ଦୁର୍ବଳ ହୋଇପଡ଼ିଥିବା ଦେଶର ଅର୍ଥନୀତିକୁ ବଳ ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦ ଲକ୍ଷ କୋଟି ଟଙ୍କାର...

ସ୍ତ୍ରୀଙ୍କୁ ମନାଇବା ପାଇଁ ଛାତିରେ ଟାଟୁ ଆଙ୍କିଲେ ସ୍ବାମୀ, ଲେଖିଲେ ଏମିତି କିଛି କଥା

ଜଣେ ବ୍ୟକ୍ତି ସ୍ତ୍ରୀଙ୍କୁ ମନାଇବା ପାଇଁ ନିଜ ଶରୀରରେ ଟାଟୁ ଆଙ୍କି ସେଥିରେ ଏମିତି କିଛି ଲେଖିଛନ୍ତି, ଯାହା ଜାଣି ଆପଣ ବି କହିବେ ସ୍ବାମୀଙ୍କୁ...

ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ କନଷ୍ଟେବଳ

ବଲାଙ୍ଗୀର ଅଫିସ, ୩୦।୩ (ଡି.ଏନ.ଏ.)-କରୋନା ସଂଗ୍ରମଣକୁ ରୋକିବାକୁ ସାରା ଦେଶକୁ କେନ୍ଦ୍ର ସରକାର ଲକ୍‌ ଡାଉନ କରିଛନ୍ତି। ନିୟମ ନ ମାନିଲେ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ...

ଲକଡାଉନ୍‌ ବେଳେ ମଦ ଦୋକାନ ସିଲ୍‌ ଭଙ୍ଗାଗଲା

ଯୋଡ଼ା,୧୫।୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡା ସହରର ବାଂଶପାଣି ରୋଡ୍‌ ନିକଟରେ ଥିବା ଏକ ବିଦେଶୀ ମଦ ଦୋକାନରେ ସିଲ୍‌ ଭଙ୍ଗାଯାଇଛି। ଅବକାରୀ ବିଭାଗର ଜଣେ ଅଧିକାରୀ...

ମାନବିକତା ଦେଖାଇଲେ ବିଏସ୍‌ଏସ୍‌ଓ

ଜୁନାଗଡ଼,୨୯।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକରେ କାର୍ଯ୍ୟରତ ବିଏସ୍‌ଏସ୍‌ଓ(ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ) ତୁଷାର ରଞ୍ଜନ ସାହୁ ମାନବିକତା ଦେଖାଇଛନ୍ତି। ରାସ୍ତା କଡ଼ ଗଛ ତଳେ...

ଉଦ୍ଧବଙ୍କ ଚୌକିରେ କରୋନା ଗ୍ରହଣ

ମୁମ୍ବାଇ,୯ା୪: ମହାରାଷ୍ଟ୍ରରେ ଗୋଟିଏ ପଟେ ଲକ୍‌ଡାଉନ୍‌ ଅବଧି ବଢ଼ାଇବାର ସଙ୍କେତ ମିଳୁଥିବାବେଳେ ଅନ୍ୟପଟେ ରାଜ୍ୟର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଚୌକି ଉପରେ ସଙ୍କଟର କଳାବାଦଲ ଘନେଇବାରେ...

ଏସ୍‌ସିବିରେ ହେବ କରୋନା ପରୀକ୍ଷା

କଟକ ଅଫିସ, ୩୧।୩: କଟକ ଏସ୍‌ସିବି ମେଡିକାଲରେ କରୋନା ଭୂତାଣୁ ପରୀକ୍ଷା କେନ୍ଦ୍ର ଖୋଲାଯିବ। ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁମତି ପ୍ରଦାନ କରିଥିବା...

ବଲାଙ୍ଗୀରରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ

ବଲାଙ୍ଗୀର ଅଫିସ, ୧୪।୪: ରାଜ୍ୟ ସରକାରଙ୍କ ପକ୍ଷରୁ ବଲାଙ୍ଗୀର କିସ୍‌ କ୍ୟାମ୍ପସରେ ପ୍ରତିଷ୍ଠା କରାଯାଇଥିବା ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ମଙ୍ଗଳବାରଠାରୁ କାର୍ଯ୍ୟକ୍ଷମ ହୋଇଛି।...

Leave a comment

Your email address will not be published. Required fields are marked *