୪ ଦଶନ୍ଧି ପରେ କମିଛି ଅଙ୍ଗାରକାମ୍ଳ ନିର୍ଗମନ

ନୂଆଦିଲ୍ଲୀ,୧୪ା୫: ଭାରତରେ ଗତ ମାର୍ଚ୍ଚ ୨୫ରୁ ବିଭିନ୍ନ ପର୍ଯ୍ୟାୟରେ ଲକ୍‌ଡାଉନ୍‌ ଜାରି ରହିଛି। ଫଳରେ କଳକାରଖାନା ବନ୍ଦ ହୋଇଯାଇଥିବାବେଳେ ପ୍ରାୟତଃ ଗାଡ଼ିମୋଟର ଚଳାଚଳ କରୁନାହିଁ। ଅର୍ଥନୀତି ଉପରେ ଏହାର ପ୍ରଭାବ ଗୁରୁତର ଭାବେ ପଡ଼ିଛି। କିନ୍ତୁ ଅନ୍ୟ ପ୍ରକାର ଫାଇଦା ଦେଶକୁ ମିଳିଛି। ତାହା ହେଉଛି ସ୍ବଚ୍ଛ ବାୟୁମଣ୍ଡଳ। କାରଣ ଗତ ୪ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ବିଷାକ୍ତ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇଛି। ସେଣ୍ଟର ଫର୍‌ ରିସର୍ଚ୍ଚ ଅନ୍‌ ଏନର୍ଜି ଆଣ୍ଡ କ୍ଲିନ୍‌ ଏୟାର(ସିଆରଇଏ)ର ଲାଉରି ମିଲିଭର୍ଟା ଏବଂ ସୁନୀଲ ଡାହିଆଙ୍କ ଦ୍ୱାରା କରାଯାଇଥିବା ଅଧୁନାତନ ବିଶ୍ଳେଷଣରେ ଏହା ପ୍ରକାଶ ପାଇଛି।
ବିଶ୍ଳେଷଣ ଅନୁଯାୟୀ, ମାର୍ଚ୍ଚରେ ଦେଶରେ ଅଙ୍ଗାରକାମ୍ଳ ନିର୍ଗମନ ପ୍ରାୟ ୧୫% ହ୍ରାସ ପାଇଥିଲା ଏବଂ ଏପ୍ରିଲରେ ଏହା ୩୦% ହ୍ରାସ ପାଇଥିବା ଅନୁମାନ କରାଯାଉଛି। ଲକ୍‌ଡାଉନ୍‌ ସ୍ଥିତି ଆଗକୁ ଜାରି ରହିଲେ, ଏହି ବିଷାକ୍ତ ବାୟୁ ନିର୍ଗମନ ଆହୁରି ଯଥେଷ୍ଟ ହ୍ରାସ ପାଇବ ବୋଲି କୁହାଯାଉଛି। କୋଇଲା, ତୈଳ ଏବଂ ଗ୍ୟାସ୍‌ ବ୍ୟବହାରର ତଥ୍ୟକୁ ଆଧାର କରି ବିଶ୍ଳେଷକମାନେ କହିଛନ୍ତି ଯେ, ପୂର୍ବ ଆର୍ଥିକବର୍ଷ ତୁଳନାରେ ୨୦୧୯-୨୦ ଆର୍ଥିକବର୍ଷରେ ଅଙ୍ଗାରକାମ୍ଳ ନିର୍ଗମନ ୩୦ ନିୟୁତ ଟନ୍‌ ହ୍ରାସ ପାଇଛି। ଶକ୍ତି ଓ ପରିବହନ କ୍ଷେତ୍ର ହେଉଛି ଦେଶରେ ଅଙ୍ଗାରକାମ୍ଳ ବୃଦ୍ଧିର ପ୍ରମୁଖ କାରଣ। କୁହାଯାଉଛି ଯେ, ଥର୍ମାଲ ସେକ୍ଟର ଦ୍ୱାରା ବର୍ଷକୁ ପ୍ରାୟ ୯୨୯ ନିୟୁତ ଟନ୍‌ ଅଙ୍ଗାରକାମ୍ଳ ନିର୍ଗତ ହୁଏ। ବର୍ତ୍ତମାନ ଜୀବାଶ୍ମ ଇନ୍ଧନ ବ୍ୟବହାରରେ ହ୍ରାସ ଯୋଗୁ ଅଙ୍ଗାରକାମ୍ଳ ଉତ୍ପନ୍ନ ହେବା ମଧ୍ୟ କମିଛି ବୋଲି ଡାହିଆ କହିଛନ୍ତି। ବିଭିନ୍ନ ମନ୍ତ୍ରଣାଳୟର ତଥ୍ୟକୁ ଆଧାରକରି ଏହି ବିଶ୍ଳେଷଣରେ ଦର୍ଶାଯାଇଛି ଯେ, କୋଇଲାଚାଳିତ ପ୍ଲାଣ୍ଟରୁ ଉତ୍ପାଦିତ ବିଦ୍ୟୁତ୍‌ ଶକ୍ତି ମାର୍ଚ୍ଚରେ ୧୫% ଏବଂ ଏପ୍ରିଲର ପ୍ରଥମ ତିନି ସପ୍ତାହରେ ୩୧% ହ୍ରାସ ପାଇଛି। ଏହା ତୁଳନାରେ ସ୍ବଚ୍ଛ ଊର୍ଜା ତଥା ଅକ୍ଷୟ ଶକ୍ତି(ଆର୍‌ଇ) ଉତ୍ପାଦନ ମାର୍ଚ୍ଚରେ ୬.୪% ବୃଦ୍ଧିପାଇଛି। କିନ୍ତୁ ଏପ୍ରିଲର ପ୍ରଥମ ତିନି ସପ୍ତାହରେ ଏହି ଉତ୍ପାଦନ ୧.୪% ହ୍ରାସ ଘଟିଛି। କୋଇଲାଚାଳିତ ବିଦ୍ୟୁତ୍‌ ଉତ୍ପାଦନ ଅଧିକ ନ ବଢ଼ିବା ଯୋଗୁ ଅଙ୍ଗାରକାମ୍ଳ ନିର୍ଗମନ ବୃଦ୍ଧିରେ ବିଶେଷ ହ୍ରାସ ଘଟିପାରେ ବୋଲି ଗତବର୍ଷ ହୋଇଥିବା ଏକ ଅଧ୍ୟୟନରେ ମିଲିଭର୍ଟା ଓ ଡାହିଆ ପୂର୍ବାନୁମାନ କରିଥିଲେ। କେବଳ କୋଇଲା ନୁହେଁ, ତୈଳର ବ୍ୟବହାର ମଧ୍ୟ ହ୍ରାସ ପାଇଛି। ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ମାର୍ଚ୍ଚରେ ତୈଳ ବ୍ୟବହାର ୧୮% କମିଛି।


All Right Reserved By Dharitri.Com

ଫିଲ୍ମ ଗୀତ ମାଧ୍ୟମରେ ନୀତିଶଙ୍କ ଉପରେ ବର୍ଷିଲେ ଲାଲୁ

ରାଞ୍ଚି, ୧୩।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ବିଭିନ୍ନ ରାଜନୈତିକ ଦଳର ନଜର ଆଗାମୀ ରାଜ୍ୟ ବିଧାନସଭା ନିର୍ବାଚନ ଉପରେ ରହିଛି। ଚଳିତବର୍ଷ ବିହାର ବିଧାନସଭା...

ରୋଗୀଙ୍କ ଗଳାରୁ ବାହାରୁଥିଲା ରକ୍ତ, କାରଣ ଜାଣି ଆଶ୍ଚର୍ଯ୍ୟ ହେଲେ ଡାକ୍ତର

ବ୍ରିଟେନ୍‌ରେ ରହୁଥିବା ୭୨ ବର୍ଷୀୟ ଅବସରପ୍ରାପ୍ତ ଇଲେକ୍ଟ୍ରିସିଆନ୍‌ ଜ୍ୟାକ୍‌ଙ୍କ ଗଳାରୁ ରକ୍ତ ବାହାରୁଥିଲା।  ଜ୍ୟାକ୍‌ଙ୍କ ଗଳା ଦରଜ ହେବା ସହ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ...

କାର୍‌ କିଣିବା ନିଶା : ଜାଗୁଆର କିଣିବା ପାଇଁ ବାପା ମନା କରିବାରୁ କେନାଲ୍‌ରେ ବିଏମ୍‌ଡବ୍ଲ୍ୟୁ ଭସାଇଦେଲେ ଯୁବକ

ହରିୟାଣାର ଜଣେ ଯୁବକଙ୍କ ଅଜବ ନିଶା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଯୁବକ ଜଣକଙ୍କର କାର୍‌ କିଣିବାରେ ଭାରି ନିଶା। ଗୋଟିଏ ପରେ ଗୋଟିଏ ଦାମୀ...

୨୪ ଘଣ୍ଟାରେ ଦେଶରେ ୧,୫୫୩ ନୂଆ କରୋନା ସଂକ୍ରମିତ ଚିହ୍ନଟ: ମୃତକଙ୍କ ସଂଖ୍ୟା ୫ଶହ ଟପିଲା

ନୂଆଦିଲ୍ଲୀ,୨୦।୪: କରୋନା ସଂକ୍ରମଣକୁ ନେଇ ଗୋଟିଏ ପଟେ ଦେଶର ଲକ୍‌ଡାଉନ ଯୋଗୁ ଲୋକେ ଅସ୍ତବ୍ୟସ୍ତ ହୋଇଯାଇଥିବା ବେଳେ ଅନ୍ୟପଟେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ହଠାତ୍‌ ବୃଦ୍ଧି...

ଦୁଇ ହାତ ନ ଥିବା ଦିବ୍ୟାଙ୍ଗ ଯୁବକ ଗୋଡ଼ ଆଙ୍ଗୁଳିରେ ମତଦାନ ଅଧିକାର କଲେ ସାବ୍ୟସ୍ତ

ପାଟନା,୨୩।୪: ଭୋଟ ଦେବା ପାଇଁ ଦେଶର ଲୋକଙ୍କ ମଧ୍ୟରେ ଦେଖା ଦେଇଛି ପ୍ରବଳ ଉତ୍ସାହ। ବିଭିନ୍ନ ପ୍ରତିବନ୍ଧକ ସତ୍ତ୍ୱେ ଉତ୍ସାହ ଫିକା ପଡ଼ିନି। ବିହାର ମଧୁବନରେ...

ଭାଜପାରେ ହୋଇପାରେ ବିଦ୍ରୋହ

ବେଙ୍ଗାଲୁରୁ,୧୪ା୧୧(ପି.ଟି.): ଅଯୋଗ୍ୟ ଘୋଷିତ ୧୭ ବିଧାୟକଙ୍କ ମଧ୍ୟରୁ କେତେଜଣଙ୍କୁ କର୍ନାଟକ ବିଧାନସଭା ଉପନିର୍ବାଚନରେ ଭାଜପା ଟିକେଟ ଦେବ ବୋଲି କୁହାଯାଉଛି। ଏହା ଜଣାପଡିବା ପରେ ଭାଜପାରେ...

ନଭେମ୍ବର ୫ ପର୍ଯ୍ୟନ୍ତ ବନ୍ଦ ରହିବ ଦିଲ୍ଲୀର ସମସ୍ତ ସ୍କୁଲ

ନୂଆଦିଲ୍ଲୀ,୧।୧୧: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସାଂଘାତିକ ସ୍ତରକୁ ଚାଲିଯାଇଥିବା ଜଣାପଡିଛି। ଫଳରେ ଦିଲ୍ଲୀବାସୀ ଏବେ ଏକ ପ୍ରକାର ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ...

ସରକାରୀ ବାବୁଙ୍କୁ ଉପହାର ମନା

ଲକ୍ଷ୍ନୌ,୧।୭: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ସରକାରୀ ବାବୁଙ୍କ ପାଇଁ ଗୋଟିଏ ପରେ ଗୋଟିଏ ଆଇନ ଲାଗୁ କରିବା ଜାରି ରଖିଛନ୍ତି। ପ୍ରଥମେ ସରକାରୀ...

Leave a comment

Your email address will not be published. Required fields are marked *