ପୋଲିସକୁ ୫୦ହଜାର ଟଙ୍କା ଦାନ କଲେ ୩ବର୍ଷର ବାଳକ

ମୁମ୍ବାଇ,୧୩।୫: ସାରା ଦେଶରେ କରୋନା ଭାଇରସ୍‌ ପ୍ରକୋପ ଜାରି ରହିଛି। କରୋନା ମୁକାବିଲା ପାଇଁ ସରକାରଙ୍କୁ ସବୁ ବର୍ଗର ଲୋକେ ସହାୟତାର ହାତ ବଢ଼ାଉଛନ୍ତି। ଇତିମଧ୍ୟରେ ଜଣେ ୩ ବର୍ଷର ବାଳକ ନିଜେ ଆୟ କରିଥିବା ୫୦ହଜାର ଟଙ୍କାକୁ ମୁମ୍ବାଇ ପୋଲିସକୁ ଦାନ କରିଥିବା ଜଣାପଡ଼ିଛି। ଏହି ଖବର ସାମ୍ନାକୁ ଆସିବା ପରେ ଏବେବାଳକ ଜଣଙ୍କ ସୋସିଆଲ ମିଡିଆରେ ସେନ୍‌ସେଶନ୍‌ ପାଲଟିଛନ୍ତି। ସୂଚନାଯୋଗ୍ୟ, କବିର ନାମକ ଜଣେ ୩ ବର୍ଷର ବାଳକ କପ୍‌ କେକ୍‌ ତିଆରି କରି ୫୦ ହଜାର ଟଙ୍କା ଆୟ କରିଥିଲେ। କରୋନା ସହାୟତା ପାଇଁ କବିର ମା’ ବାପାଙ୍କ ସହ ମଙ୍ଗଳବାର ମୁମ୍ବାଇ ପୋଲିସ ମୁଖ୍ୟାଳୟକୁ ପହଞ୍ଚିଥିଲେ। ସେଠାରେ ସେ ପୋଲିସ କମିଶନରଙ୍କୁ ଏହି ରାଶି ପ୍ରଦାନ କରିଥିଲେ। ଏନେଇ ମୁମ୍ବାଇ ପୋଲିସ ଟୁଇଟ କରି ସୂଚନା ଦେବା ସହ କବିରଙ୍କ ଏଭଳି କାର୍ଯ୍ୟକୁ ବେଶ୍‌ ପ୍ରଶଂସା କରାଯାଇଛି। ତେବେ ମୁମ୍ବାଇ ପୋଲିସର ଏହି ଟୁଇଟକୁ ଏପର୍ଯ୍ୟନ୍ତ ୪ଶହରୁ ଊର୍ଦ୍ଧ୍ୱ ୟୁଜର୍ସ ଲାଇକ୍ସ କରିବା ସହ କମେଣ୍ଟ ଦେଇଛନ୍ତି।


All Right Reserved By Dharitri.Com

ମୁଜଫରନଗରରେ ଘର ଭୁଷୁଡ଼ି ୩ ଶିଶୁ ମୃତ

ମୁଜଫରନଗର,୮।୭: ଉତ୍ତରପ୍ରଦେଶ ମୁଜଫରନଗରର ସିଖେଡା ଗଁ।ରେ ସୋମବାର ଘରର ଛାତ ଭୁଷୁଡ଼ିଯାଇଛି। ଏହି ଦୁର୍ଘଟଣାରେ ୩ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଆହତ ହୋଇଛନ୍ତି। ସହରରେ...

ଫେରାର ଓଡ଼ିଆ ପ୍ରବାସୀଙ୍କୁ କ୍ୱାରାଣ୍ଟାଇନକୁ ଅଣାଗଲା: ୧୨ରୁ ଊର୍ଦ୍ଧ୍ୱଙ୍କ ନାମରେ ମାମଲା

ଛତ୍ରପୁର, ୪।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ଜନତା ହାଇସ୍କୁଲ ଓ ରାଗପୁର କ୍ୱାରାଣ୍ଟାଇନ ସେଣ୍ଟରର ପ୍ରବାସୀ ଓଡ଼ିଆ ଗତ ୩ ତାରିଖରେ ପୋଲିସ ଓ...

ପରଲୋକରେ ଆଧୁନିକ ଦିଲ୍ଲୀର ବିନ୍ଧାଣି

ନୂଆଦିଲ୍ଲୀ,୨୧ା୭(ପି.ଟି.): ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତଙ୍କର ଶନିବାର ଅପରାହ୍ଣରେ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କୁ ୮୧...

ପୁଣି ଅଧ୍ୟକ୍ଷ ପଦ ସମ୍ଭାଳିବେ ରାହୁଲ: ମନମୋହନଙ୍କ ପରେ ଶଶି ଥରୁର୍‌ ଦେଲେ ସଙ୍କେତ

ନୂଆଦିଲ୍ଲୀ,୧୫।୧୨: କଂଗ୍ରେସ ଅଧ୍ୟକ୍ଷ ପଦ ପୁଣି ରାହୁଲ ଗାନ୍ଧୀ ସମ୍ଭାଳିବେ ବୋଲି ସଙ୍କେତ ମିଳିଛି। ଭାରତ ବଚାଓ ରାଲିରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏନେଇ...

ମଥୁରାର ୮ ପଞ୍ଚାୟତରେ ଯୌତୁକ, ଭୋଜି ବନ୍ଦ

ମଥୁରା:  ଦେଶରେ ଯୌତୁକ ନିରୋଧୀ ନିୟମ ଲାଗୁ ହୋଇଛି। ଏହାକୁ ଦୂରକରିବା ପାଇଁ ସାମାଜିକ ସ୍ତରରେ ସ୍ବର ବି ଉଠୁଛି। ଯୌତୁକ ଦେବା ନେବା ଦୋଷାବହ...

ବିଶ୍ୱର ସବୁଠୁ ବଡ଼ ସମାଧିସ୍ଥଳ

ଦୁନିଆରେ ଏମିତି ଏକ ସ୍ଥାନ ରହିଛି, ଯେଉଁଠାରେ ବିଶ୍ୱର ସବୁଠୁ ବଡ଼ ସାମୂହିକ ସମାଧିସ୍ଥଳର ସନ୍ଧାନ ମିଳିଛି। ଏକସଙ୍ଗେ ପ୍ରାୟ ୨୩୦ଟି କଙ୍କାଳ ବରାମଦ୍‌ ହୋଇଛି...

ମହାରାଷ୍ଟ୍ର, ହରିୟାଣା ପାଇଁ ଭାଜପାର ୨ୟ ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ,୩ା୧୦(ଆଇଏଏନ୍‌ଏସ୍‌): ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଭାଜପା ବୁଧବାର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହରିୟାଣା ପାଇଁ ଏହି ପର୍ଯ୍ୟାୟରେ...

ଭାରତକୁ ବିଭାଜନ କରିବା ପାଇଁ ମୋଦି ଲୋକଙ୍କ ମଧ୍ୟରେ ବୁଣୁଛନ୍ତି ଘୃଣାର ବିଷ ମଞ୍ଜି: ରାହୁଲ

ଓ୍ବାୟନାଡ,୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଲୋକଙ୍କ ମଧ୍ୟରେ ସାମ୍ପ୍ରଦାୟିକ ଭେଦଭାବର ଘୃଣା ବିଷ ମଞ୍ଜି ବୁଣୁଛନ୍ତି। ସେ ଦେଶ ବିଭାଜନ କରିବାକୁ ଉଦ୍ୟମ କରୁଥିବା...

Leave a comment

Your email address will not be published. Required fields are marked *