ଦେବଗଡ଼ରେ କାଳବୈଶାଖୀ, ବ୍ୟାପକ କ୍ଷୟକ୍ଷତି

ଦେବଗଡ଼,୧୩।୫(ଡି.ଏନ.ଏ.)-ବୁଧବାର ଅପରାହ୍ନରେ ଦେବଗଡ଼ ପୌରାଞ୍ଚଳ ସମେତ ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ବଡବଡ ଗଛ ଭାଙ୍ଗି ପଡିଛି। ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ପଡିବା ସହ ତାର ଛିଡିଛି। ଫଳରେ ଦେବଗଡ଼ ସହର ଓ ଆଖପାଖ ଅଞ୍ଚଳରେ ବିଦ୍ୟୁତ୍‌ ସେବା ବ୍ୟାହତ ହୋଇଛି। ପ୍ରବଳ ବେଗରେ ପବନ ବହିବା ସହ ବର୍ଷା ଓ କୁଆପଥର ବୃଷ୍ଟି ହୋଇଥିଲା। ଏଥିଯୋଗୁ ଦେବଗଡ଼ ରାଜପ୍ରାସାଦର ଏକ ଟିଣ ଛପର ଉଡିଯାଇ ରାଜ ପ୍ରସାଦ ପରିସରରେ ଥିବା ୱେସ୍କୋ କାର୍ଯ୍ୟାଳୟ ସମ୍ମୁଖରେ ପଡିଥିଲା। ଫଳରେ ୱେସ୍କୋ କାର୍ଯ୍ୟାଳୟର ରାସ୍ତା ଦୀର୍ଘ ସମୟ ପର୍ଯ୍ୟନ୍ତ ଅବରୋଧ ହୋଇ ରହିଥିଲା। ସେହିପରି ଦେବଗଡ଼ ପୌରାଞ୍ଚଳର ପ୍ରଧାନପାଟ ରୋଡ, ଗଣେଶ ଛକ, ପୁରୁଣାଗଡ, ନୀଳବେର୍ଣ୍ଣୀ ସାହି ଅଞ୍ଚଳରେ ମଧ୍ୟ ବହୁ ଗଛ ଭାଙ୍ଗି ରାସ୍ତାରେ ପଡିଥିବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷେ ବଜ୍ରପାତରେ ତିଲେଇବଣି ବ୍ଲକ ଟାଇଁସର ପଞ୍ଚାୟତ କୋରଡ ଗ୍ରାମର ଜଣେ ବ୍ୟକ୍ତିଙ୍କ ଏକ ବଳଦର ମୃତ୍ୟୁ ଘଟିଛି।


All Right Reserved By Dharitri.Com

ପଛପଟୁ ପିଟିଲା ୧୦ ଚକିଆ ଟ୍ରକ୍‌, ବାଇକ୍‌ ଆରୋହୀ ମୃତ

ଢେଙ୍କିକୋଟ, ୫।୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ୨୦ନଂ ଜାତୀୟ ରାଜପଥ ଗୋପାଳପୁର ନିକଟରେ ବୁଧବାର ରାତିରେ ଏକ ଦୁର୍ଘଟଣା ଘଟିଛି। ଏକ ଦଶଚକିଆ ଟ୍ରକ୍‌ ବାଇକ୍‌କୁ ଧକ୍କା...

କରୋନା ସମ୍ପର୍କରେ ଶିଶୁଙ୍କୁ ସଚେତନ କରାଯିବ

କଟକ ଅଫିସ୍‌,୯।୫: ରାଜ୍ୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଶିଶୁମାନଙ୍କର ସୁରକ୍ଷା ପାଇଁ ଏକ ରାଜ୍ୟ ସ୍ତରୀୟ ପ୍ରଚାର ଅଭିଯାନର ଶୁକ୍ରବାର ଶୁଭାରମ୍ଭ ହୋଇଛି। ପ୍ରାଧିକରଣର...

ବାଡ଼ ଦେଇ ରାସ୍ତା ଅବରୋଧ, ଜିଲାପାଳଙ୍କୁ ଅଭିଯୋଗ

ବଇଣ୍ଡା, ୨୮ା୩(ଡି.ଏନ.ଏ.)- ଅନୁଗୋଳ ଜିଲାରେ ଲକଡାଉନ ଜାରି ଥିବାବେଳେ ବିଭିନ୍ନ ସ୍ଥାନରେ ଲୋକେ ଗାଁକୁ ଯିବାଆସିବା ରାସ୍ତାରେ ବାଡ଼ ଦେଇ ବାଟ ଅବରୋଧ କରିଥିବା ଅଭିଯୋଗ...

ପ୍ରଦ୍ୟୁଷଣମୁକ୍ତ ପରିବେଶ ଗଢି ତୋଳିବାକୁ ପ୍ରୟାସ

ଖଇରା, ୩।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ପୂର୍ବପଡା ବାଳିକା ଉଚ୍ଚ ବିଦ୍ୟାଳୟ, ମହତୀପୁର ଉଚ୍ଚ ବିଦ୍ୟାପୀଠ, ଦାଶରଥି ବାରପଡା ଉଚ୍ଚ ବିଦ୍ୟାପୀଠ, କଣ୍ଟାପଡା ୟୁଜିୟୁପି...

ଯୁକ୍ତ ୨ ବିଜ୍ଞାନ ଟପ୍ପର ଶର୍ମିଷ୍ଠାଙ୍କ ପଢ଼ା ଖର୍ଚ୍ଚ ବହନ କରିବ ବିଏସ୍‌ଇଟି

ଭଦ୍ରକ ଅଫିସ, ୮।୬ : ଚଳିତବର୍ଷ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାରେ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଶର୍ମିଷ୍ଠା ସାମଲ ୫୨୫ ନମ୍ବର ରଖି ମହାବିଦ୍ୟାଳୟ...

ଉପଖଣ୍ଡସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ: ଛତ୍ରପୁର ବଜାର ରାସ୍ତାରୁ ହଟିବ ଫାଷ୍ଟଫୁଡ୍‌ ଦୋକାନ

ଛତ୍ରପୁର,୧୨ା୧୨(ଡି.ଏନ.ଏ)-ଛତ୍ରପୁର ଉପଖଣ୍ଡସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ବୁଧବାର ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଅଧ୍ୟକ୍ଷତା...

ଶ୍ରୀମନ୍ଦିର ସେବାୟତଙ୍କ କରୋନା ଟେଷ୍ଟ ପ୍ରସ୍ତାବ

ପୁରୀ ଅଫିସ,୧୮।୪: ଆସନ୍ତା ଜୁନ୍‌ ୨୩ରେ ରଥଯାତ୍ରା। ତେବେ କରୋନା ପାଇଁ ରଥଯାତ୍ରା ଆୟୋଜନକୁ ନେଇ କୌଣସି ଚିତ୍ର ସ୍ପଷ୍ଟ ନ ଥିବା ବେଳେ କରୋନା...

ସୋରଡା ଆଦର୍ଶ ବିଦ୍ୟାଳୟ: ୨ଦିନ ହେଲା ଆସୁନାହାନ୍ତି ଛାତ୍ରୀଛାତ୍ର

ସୋରଡା, ୧ା୧୧(ଡି.ଏନ୍‌.ଏ.)- ରାଜ୍ୟ ସରକାର ଗରିବ ମେଧାବୀ ଛାତ୍ରୀଛାତ୍ରଙ୍କୁ ଇଂରାଜୀ ମାଧ୍ୟମରେ ଶିକ୍ଷା ଦେବାକୁ ପଛୁଆ ବ୍ଲକରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ମାତ୍ର ବିଭିନ୍ନ...