Posted inଜାତୀୟ

ଭଲ ବର୍ଷା ପାଇଁ ଖୋଲା ଆକାଶ ତଳେ ୪ ମାସ ହେବ ତପସ୍ୟା କରୁଛନ୍ତି ସାଧୁ

ଦୌସା,୧୩।୬: ରାଜସ୍ଥାନର ଦୌସାର ଜିଲା ମୁଖ୍ୟାଳୟଠାରୁ ମାତ୍ର ୩ କିଲୋମିଟର ଦୂରରେ ବଜୋରିର ବାଲାଜି ମନ୍ଦିର ପରିସରରେ ଜଣେ ସାଧୁ ବିଗତ ୪ ମାସ ହେବ ତପସ୍ୟା କରୁଥିବା ଦେଖାଯାଇଛି। ଖୋଲା ଆକାଶ ତଳେ ଚାରିପଟେ ନିଆଁ ଜାଳି ସାଧୁ ଜଣଙ୍କ ତପସ୍ୟା କରୁଛନ୍ତି। ଜଗଦିଶ ଦାସ ମହାରାଜ ନାମକ ଏହି ସାଧୁ ଜଣଙ୍କ ଚଳିତ ବର୍ଷ ଆକାଶରୁ ଅଗ୍ନିବର୍ଷା ହେଉଥିବା ବେଳେ ଭଲ ବର୍ଷା କାମନା କରି ତପସ୍ୟା କରୁଥିବା କୁହାଯାଉଛି। ବର୍ତ୍ତମାନର ସ୍ବାର୍ଥପର ଦୁନିଆରେ ସାଧୁ ଜଣଙ୍କର ଏପରି ଚେଷ୍ଟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ଯୋଗୁ ଲୋକେ ଘରୁ ବାହାରି ପାରୁ ନ ଥିବା ବେଳେ ସାଧୁ ଜଣଙ୍କ ଖୋଲା ଆକାଶ ତଳେ ବସି ଇନ୍ଦ୍ର ଦେବତାଙ୍କୁ ସନ୍ତୁଷ୍ଟ କରିବାକୁ ଯେଉଁ ଚେଷ୍ଟା କରଥିବା ଦେଖି ତାକୁ ସମସ୍ତେ ପ୍ରଶଂସା କରୁଛନ୍ତି।


All Right Reserved By Dharitri.Com

୬୦ ବର୍ଷ ବୟସରେ ବିବାହ କଲେ କଂଗ୍ରେସ ନେତା ମୁକୁଲ

ନୂଆଦିଲ୍ଲୀ,୯।୩: ରାଜସ୍ଥାନର କଂଗ୍ରେସ ମହାସଚିବ ମୁକୁଲ ଓ୍ବାସନିକ ୬୦ ବର୍ଷ ବୟସରେ ବିବାହ କରି ଆସିଛନ୍ତି ଚର୍ଚ୍ଚାକୁ। ବିଶେଷ ସୂତ୍ରରୁ ମିଳିଥିବା ଏକ ସୂଚନା ଅନୁଯାୟୀ...

ମାୟାବତୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅଖିଳେଶ

ଲକ୍ଷ୍ନୌ,୧୫।୧: ବହୁଜନ ସମାଜ ପାର୍ଟି(ବିଏସ୍‌ପି) ସୁପ୍ରିମୋ ମାୟାବତୀ ବୁଧବାର ୬୪ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସମାଜବାଦୀ ପାର୍ଟି(ଏସପି)ଅଧ୍ୟକ୍ଷ ଅଖିଳେଶ ଯାଦବ ଟୁଇଟ୍‌ ଯୋଗେ...

ଅଯୋଧ୍ୟା ଶୁଣାଣିର ସିଧାପ୍ରସାରଣ ନେଇ ପିଟିଶନ: ନିଷ୍ପତ୍ତି ନେବେ ସିଜେଆଇଙ୍କ ଖଣ୍ଡପୀଠ

ନୂଆଦିଲ୍ଲୀ,୭ା୯,(ପି.ଟି./ଆଇଏଏନ୍‌ଏସ୍‌): ଅଯୋଧ୍ୟାସ୍ଥିତ ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ୍‌ ବିବାଦ ମାମଲା ଦୈନନ୍ଦିନ ଶୁଣାଣିର ସିଧାପ୍ରସାରଣ ଓ ରେକର୍ଡିଂ ହେବ କି ନାହିଁ ତାହା ଭାରତର ପ୍ରଧାନ ବିଚାରପତି...

ସୋମବାର ସକାଳ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ପାଳନ ହେବ ‘ଜନତା କର୍ଫ୍ୟୁ’

ମୁମ୍ବାଇ,୨୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ରବିବାର ସାରା ଦେଶରେ ପାଳନ କରାଯାଉଛି ‘ଜନତା କର୍ଫ୍ୟୁ’। ଏହି ସମୟରେ ଦେଶବାସୀ ନିଜ ନିଜ ଘରେ...

ଚିକତ୍ସିତ ହେଉଥିବା ବିଧାୟକଙ୍କୁ ଭେଟିବାକୁ ଗଲା ବେଙ୍ଗାଲୁରୁ ପୋଲିସ: ରୋକିଲା ମୁମ୍ବାଇ ପୋଲିସ

ମୁମ୍ବାଇ, ୧୯।୭: କର୍ନାଟକ ରାଜନୀତିରେ ଘଣ୍ଟାକେ ଘୋଡା ଛୁଟୁଥିବାବେଳେ ଆସ୍ଥା ଭୋଟକୁ ନେଇ ଉଭୟ ଶାସକ ଏବଂ ବିରୋଧୀ ମଧ୍ୟରେ ପାଟିତୁଣ୍ଡ ଲାଗିରହିଛି। ଗୁରୁବାର ଆସ୍ଥାଭୋଟ...

ପରବର୍ତ୍ତି ନିର୍ବାଚନ ରାହୁଲ ପଡୋଶୀ ଦେଶରୁ ଲଢିବେ: ପିୟୁଷ ଗୋଏଲ

ନୂଆଦିଲ୍ଲୀ,୨୧।୪: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏଥର ଲୋକ ସଭା ନିର୍ବାଚନ ପାଇଁ ୨ଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତେବେ ସେ ୨ଟି ଯାକ ଆସନରେ...

ଥରିଲା ମହାରାଷ୍ଟ୍ର

ମୁମ୍ବାଇ,୨୦।୬: ମହାରାଷ୍ଟ୍ରର ସତରା ଜିଲାରେ ଗୁରୁବାର ଏକ ଭୂକମ୍ପ ଅନୁଭୂତ ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା...

ନିଲାମ ହେବ ୪୧ କୋଇଲା ବ୍ଲକ୍‌: ୨୦୩୦ ସୁଦ୍ଧା କୋଇଲା ଉତ୍ପାଦନରେ ଭାରତ ହେବ ଆତ୍ମନିର୍ଭରଶୀଳ

ନୂଆଦିଲ୍ଲୀ,୧୭।୭: ଖୁବ୍‌ ଶୀଘ୍ର ଦେଶର ୪୧ଟି କୋଇଲା ବ୍ଲକ୍‌ ନିଲାମ କରାଯିବ। ଏନେଇ ଏକ ପ୍ରଶ୍ନର ଉତ୍ତରରେ ଲୋକ ସଭାରେ କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ...

Leave a comment

Your email address will not be published. Required fields are marked *