ସୁରଟରୁ ୧୬୦୦ କିମି ସାଇକେଲ ଯାତ୍ରା କରି ଫେରିଲେ ପ୍ରବାସୀ

ଖୋର୍ଦ୍ଧା ଅଫିସ,୧୩।୫: କରୋନା ଭୁତାଣୁ ସଂକ୍ରମଣ ମୁକାବିଲା ଲାଗି ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି । ରାଜ୍ୟ ସରକାରଙ୍କ ଘୋଷଣା ପରେ ବାହାର ରାଜ୍ୟରୁ ପ୍ରବାସୀ ଗା ମୁହଁା ହେବାରେ ଲାଗିଛନ୍ତି। ବୁଧବାର ସାଇକେଲରେ ୧୬୦୦ କିଲୋମିଟର ଯାତ୍ରା କରିଛନ୍ତି ୫ ଜଣ ପ୍ରବାସୀ ଓଡିଆ। ସେମାନେ ସୁରଟର ଭେଣ୍ଡାନ ସହରରୁ ସାଇକେଲରେ ବାହାରି ବୁଧବାର ବେଗୁନିଆ ବ୍ଳକ ଦେଉଳି ପଞ୍ଚାୟତରେ ପହଞ୍ଚିଛନ୍ତି। ପ୍ରବାସୀ ଓଡିଆ ମାନେ ଖୋର୍ଦ୍ଧା ଜିଲା ବେଗୁନିଆ ଓ ପୁରୀ ଜିଲା କଣାସ ଅଞ୍ଚଳର ବୋଲି ଜଣାପଡିଛି । ସେମାନେ ସୁରଟର ଭେଣ୍ଡାନ ସହରରେ ଏକ ସୁତା ମିଲରେ ରହି କାମ କରୁଥିଲେ । ଲକଡାଉନ ପାଇଁ ସୂତା ମିଲ ବନ୍ଦ ରହିଛି । ଫଳରେ ସୁରଟରେ ରହିଯାଇଥିଲେ। ପାଖରେ ଥିବା ଟଙ୍କାରେ କିଛି ଦିନ ଚଳି ଯାଇଥିଲେ ୟ। ମିଲ ବନ୍ଦ ଯୋଗୁ ମାଲିକ ଦରମା ପ୍ରଦାନ ଲାଗି ମନା କରିଥିଲେ। ପାଖରେ ଥିବା ଟଙ୍କା ସରି ଆସିଥିଲା। ସେମାନଙ୍କ ପାଖ ଘରେ କରୋନା ଆକ୍ରାନ୍ତ ବାହାରିଲା ପରେ ସେମାନେ ଭୟଭିତ ହୋଇଘରକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ। ବସ କି ଟ୍ରେନରେ ଆସିଲେ ସଂକ୍ରମଣର ଆଶଙ୍କା ଥିବାରୁ ନିଜ ସାଇକେଲରେ ସୁଦୂର ସୁରତରୁ ନିଜ ଗାଁ ଅଭିମୁଖେ ବାହାରିଥିଲେ। ୧୦ ଦିନ ସାଇକେଲରେ ଯାତ୍ରା କରି ବେଗୁନିଆ ପହଞ୍ଚିବା ପରେ କିଛି ସାମାଜିକ କର୍ମୀ ସେମାନଙ୍କ ଖାଇବା ପିଇବା ବ୍ୟବସ୍ଥା କରିଥିଲେ । ପରେ ସେମାନଙ୍କୁ ସରକାରୀ କାରାଣ୍ଟାଇନ୍‌ରେ ରଖାଯାଇଥିବା ସୂଚନା ମିଳିଛି।


All Right Reserved By Dharitri.Com

ମାନ୍ୟତା ପାଇଁ ମୂଲ୍ୟାଙ୍କନ

ଢେଙ୍କାନାଳ ଅଫିସ, ୮।୨ – ବଦଳିବ କପିଳାସ ଜୁ’ର ମାଷ୍ଟର ପ୍ଲାନ। ଏଥିପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯିବ ଲେ-ଆଉଟ୍‌। ଥିମ୍‌ ଅନୁଯାୟୀ ରହିବେ ଜଙ୍ଗଲୀ...

କେଳୁଣି ମୁହାଣ ନିକଟରେ ଜାହାଜର ସଫି

କୋଣାର୍କ,୧୭।୩(ଡି.ଏନ୍‌.ଏ): ପୁରୀ ଜିଲା କେଳୁଣି ମୁହାଣ ନିକଟ କେଉଟଜଙ୍ଗା ଗ୍ରାମ ନିକଟ ସମୁଦ୍ର କୂଳରେ ମଙ୍ଗଳବାର ଭୋରୁ ଏକ ଜାହାଜର ସଫି ଲାଗିଥିଲା। ଏହା ଦେଖି...

କାର୍‌ ପୋଛା ବେଳେ ଦାଗ: ଦିବ୍ୟାଙ୍ଗ ଛାତ୍ରଙ୍କୁ ନିସ୍ତୁକ ପିଟିଲେ ଶିକ୍ଷକ

ଦିଗପହଣ୍ଡି,୧୦।୧୧(ଡି.ଏନ.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ତଲାସିଙ୍ଗି ସରକାରୀ ହାଇସ୍କୁଲର ଜଣେ ଶିକ୍ଷକଙ୍କ କାରରୁ ଧୂଳି ସଫା କରିବା ପାଇଁ ୯ମ ଶ୍ରେଣୀର...

ଅଧିକ ଲକ୍ଷ୍ୟ ହାସଲ ଓ ଶ୍ରମିକ କଲ୍ୟାଣ ପରସ୍ପର ପରିପନ୍ଥୀ ନୁହନ୍ତି: ଧର୍ମେନ୍ଦ୍ର

ଭୁବନେଶ୍ୱର,୪ା୯(ବ୍ୟୁରୋ):ଅଳ୍ପ ଖର୍ଚ୍ଚରେ ଅଧିକ ଲକ୍ଷ୍ୟ ହାସଲ ଓ ଶ୍ରମିକ କଲ୍ୟାଣ ପରସ୍ପର ପରିପନ୍ଥୀ ନୁହନ୍ତି। ଉଭୟଙ୍କୁ ଏକାସଙ୍ଗେ ହାସଲ କରିହେବ ବୋଲି ଇସ୍ପାତ କ୍ଷେତ୍ରରେ କାର୍ଯ୍ୟ...

୬ ମାସରେ ୧୦୯ ଗାଁରେ ପହଞ୍ଚତ୍ବ ସମସ୍ତ ଯୋଜନା

ସୋନପୁର,୫।୩(ନି.ପ୍ର.): ପଞ୍ଚାୟତିରାଜ ଦିବସରେ ସୁବର୍ଣ୍ଣପୁର ଜିଲାରେ ଘୋଷଣା ହୋଇଛି ମିଶନ ୧୦୯ କାର୍ଯ୍ୟକ୍ରମ । ଜିଲାପାଳ ମୋନିଷା ବାନାର୍ଜୀ ଏହି ଘୋଷଣା କରିଛନ୍ତି । କେନ୍ଦ୍ର...

ମଦ ଜବତ, ୩ ଗିରଫ

ଆଠମଲ୍ଲିକ,୧୫।୧୦(ଡି.ଏନ.ଏ.)-ଆଠମଲ୍ଲିକ ଅବକାରୀ ବିଭାଗ ଗତ ୨ଦିନ ମଧ୍ୟରେ ୩୧ ଲିଟର ଚୋରା ମହୁଲି ମଦ, ୨୦୦ କେଜି ପୋଚ୍‌ ଜବତ କରିଛି। ଏଥିରେ ସମ୍ପୃକ୍ତି ଅଭିଯୋଗରେ...

ଇସ୍କନ ବିରୋଧରେ ଏତଲା ଦେଲା ଶ୍ରୀଜଗନ୍ନାଥ ସେନା

ପୁରୀ ଅଫିସ, ୨ା୨:ଇସ୍କନ ପକ୍ଷରୁ ମୁମ୍ବାଇରେ ଗତ ଗୁରୁବାର ଅଦିନିଆ ରଥଯାତ୍ରା ଆୟୋଜିତ ହୋଇଥିଲା। ଏହା ଶ୍ରୀଜଗନ୍ନାଥ ସଂସ୍କୃତି ଓ ମହାପ୍ରଭୁଙ୍କ ପ୍ରତି ଅପମାନ ବୋଲି...

ଟ୍ରଲି ବ୍ୟାଗ୍‌ରେ ଗଞ୍ଜେଇ ଚାଲାଣ

ଭୁବନେଶ୍ୱର,୧୮ା୫(ବ୍ୟୁରୋ): ରାତାରାତି ବିପୁଳ ଟଙ୍କା ରୋଜଗାର କରିବା ନିଶା ଏବେ ଗଞ୍ଜେଇ ମାଫିଆଙ୍କୁ ଘାରିଛି। ଅତି ଚତୁରତାର ସହ ନୂଆ ତରିକାରେ ଚାଲୁଛି ଗଞ୍ଜେଇ ଚାଲାଣ।...

Leave a comment

Your email address will not be published. Required fields are marked *