Posted inଫୁରସତ

ଚାଷ ପାଇଁ ଛାଡ଼ିଲେ ଚାକିରି

ପିଲାଟି ଦିନରୁ ତାଙ୍କର ଚାଷ ପ୍ରତି ଥିଲା ଅହେତୁକ ଆଗ୍ରହ। ହେଲେ ଇଞ୍ଜିନିୟରିଂ ପାଠ ପଢ଼ି ସେ ଟେଲିକମ୍‌ ବିଭାଗରେ ପାଇଲେ ଚାକିରି। କିନ୍ତୁ କେଜାଣି କାହିଁକି ପୁଣି ଚାଷକୁ ନେଇ ତାଙ୍କର ସ୍ବପ୍ନ ବଢ଼ିଗଲା। ୧୫ ବର୍ଷର ଇଞ୍ଜିନିୟରିଂ ଚାକିରି ଛାଡ଼ି ସେ ଫେରିଆସିଲେ ଗଁାକୁ। ସ୍ବପ୍ନକୁ ସାକାର ରୂପ ଦେବାକୁ ପ୍ରସ୍ତୁତ କଲେ ଯୋଜନା। ନୂତନ ଜ୍ଞାନକୌଶଳ ତଥା ବୈଜ୍ଞାନିକ ପଦ୍ଧତିକୁ ଅନୁସରଣ କରି ଆରମ୍ଭ କଲେ ଚାଷ। ଅଳ୍ପ ଦିନ ମଧ୍ୟରେ ତାଙ୍କର ସ୍ବପ୍ନ ବାସ୍ତବ ରୂପ ନେବା ଆରମ୍ଭ କରିଛି। ଆଉ ଏହା ତାଙ୍କୁ ସ୍ଥାନୀୟ ଅଞ୍ଚଳରେ କରିଛି ଚର୍ଚ୍ଚିତ। ସେହି ବ୍ୟକ୍ତି ହେଲେ ପ୍ରକାଶ ରଞ୍ଜନ ନାୟକ(ମୋ: ୯୬୯୨୮୮୮୬୬୬)। ଘର ବରଗଡ଼ ଜିଲା ଅତାବିରା ବ୍ଲକ୍‌ ବନହର ଗ୍ରାମରେ। ମା’ ଗାୟତ୍ରୀ ଓ ବାପାଙ୍କ ନାମ ବିନୋଦ ନାୟକ।
ପ୍ରକାଶ ଚାକିରି ଛାଡ଼ି ଗଁାକୁ ଫେରିବା ପରେ ଅର୍ଥାତ୍‌ ଗତ ୬ମାସ ହେଲା କୃଷିକ୍ଷେତ୍ରରେ ପାଦ ଦେଇଛନ୍ତି। ଆଧୁନିକ ଜ୍ଞାନକୌଶଳ ତଥା ବୈଜ୍ଞାନିକ ପଦ୍ଧତିକୁ ଆପଣାଇଛନ୍ତି। ୧୮ଲକ୍ଷ ଟଙ୍କା ବିନିଯୋଗ କରି ପ୍ରାୟ ୩୦ ଡେସିମିଲ ଜମିରେ ଏକ ପଲି ହାଉସ୍‌ ନିର୍ମାଣ କରିଛନ୍ତି। ଆଉ ପ୍ରଥମ ପରୀକ୍ଷଣ ଭାବେ ସେଥିରେ କ୍ୟାପ୍‌ସିକମ୍‌(ସିମଳା ଲଙ୍କା) ଚାଷ କରିଛନ୍ତି ସେ। ଫସଲ ବି ଭଲ ହୋଇଛି। ଗତ ୩ମାସ ଭିତରେ ସେଥିରୁ ସେ ପ୍ରାୟ ୬ଟନ୍‌ କ୍ୟାପ୍‌ସିକମ୍‌ ଉତ୍ପାଦନ କରିଥିବା କହିଛନ୍ତି। କ୍ୟାପ୍‌ସିକମ୍‌ ଚାଷକୁ ସେ କେବଳ ପରୀକ୍ଷଣଭାବେ ଆରମ୍ଭ କରିଛନ୍ତି। ଆଗକୁ ଅନ୍ୟ କିସମର ପରିବା ଚାଷ ମଧ୍ୟ ଏଭଳି ପଲି ହାଉସ୍‌ରେ କରିବାକୁ ତାଙ୍କର ଲକ୍ଷ୍ୟ ରହିଛି। ଏହି ପଦ୍ଧତିରେ ଚାଷ କଲେ କମ୍‌ ଜାଗାରେ ଉତ୍ତମ ମାନର ଅଧିକ ଫସଲ ଉତ୍ପାଦନ ହୋଇପାରିବ। ସାଧାରଣ ପ୍ରଣାଳୀର ଚାଷ ଅପେକ୍ଷା ଏଥିରେ ବହୁତ କମ୍‌ ଅର୍ଥାତ୍‌ ପ୍ରାୟ ୧୦ ପ୍ରତିଶତ ସାର, କୀଟନାଶକ ଦରକାର ପଡ଼ୁଥିବା କୁହନ୍ତି ସେ। ତେବେ ଇଞ୍ଜିନିୟରିଂ ଚାକିରି ଛାଡ଼ି କୃଷିକ୍ଷେତ୍ରକୁ ଆସିବା ପ୍ରସଙ୍ଗରେ ପ୍ରକାଶ କୁହନ୍ତି, ‘ଚାଷ ପ୍ରତି ଆଗରୁ ଆଗ୍ରହ ଥିଲା। ଜାପାନ, ଇସ୍ରାଏଲ, ଚାଇନା ଭଳି ଦେଶରେ ଲୋକେ ନୂତନ ଜ୍ଞାନକୌଶଳ ପ୍ରୟୋଗ କରି ଚାଷକାର୍ଯ୍ୟରେ ବେଶ୍‌ ସଫଳ ହେଉଛନ୍ତି। ତେଣୁ ସେଭଳି ଅତ୍ୟାଧୁନିକ ଜ୍ଞାନକୌଶଳକୁ ଅବଲମ୍ବନ କରି ଚାଷ ଲାଗି ମନ ବଳିଲା। ଏଥିସହିତ ଏଭଳି କୌଶଳରେ ଚାଷ କରି ନିଜେ ସଫଳ ହେବା ପରେ ଏହି ସଫଳତାର ବାର୍ତ୍ତା ଲୋକଙ୍କ ପାଖକୁ ପହଞ୍ଚାଇବା ହିଁ ଉଦ୍ଦେଶ୍ୟ ଥିଲା।’ ଏହି ପଦ୍ଧତିରେ କମ୍‌ ଜମିରେ ଅଧିକ ଉନ୍ନତ ଓ ଗୁଣମାନର ଉତ୍ପାଦନ ହୋଇପାରୁଛି ବୋଲି ସେ କହିଛନ୍ତି। ତେବେ ଲୋକଙ୍କୁ ଏଦିଗରେ ସଚେତନ କରାଇବା ସହ ସେମାନଙ୍କର ଆର୍ଥିକ ମାନଦଣ୍ଡ ସୁଦୃଢ଼ ଲାଗି ଲକ୍ଷ୍ୟ ରଖିଛନ୍ତି ପ୍ରକାଶ।
-ପ୍ରେମାନନ୍ଦ ଖମାରୀ


All Right Reserved By Dharitri.Com

ଫ୍ୟାଶନ୍‌ରେ ନୂଆ ସମ୍ଭାବନା

ସ୍ବପ୍ନ ଥିଲା କିଛି ନୂଆ କରିବାର। ନିଜର ଏକ ପରିଚୟ ତିଆରି କରିବାର। ନୂଆ ନୂଆ ପୋଷାକ ପ୍ରତି ରୁଚି ତାଙ୍କୁ ପ୍ରେରଣା ଦେଇଥିଲା ‘ଫ୍ୟାଶନ...

ଭାରତର ଏହି ସ୍ଥାନକୁ ଯିବା ପାଇଁ ଲାଗିଥାଏ ଭିଜା

ସାରା ବିଶ୍ୱରେ ସେପ୍ଟେମ୍ବର ୨୭ରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରାଯାଇଛି। ବ୍ୟସ୍ତବହୁଳ ଜୀବନରୁ ଟିକେ ଜଞ୍ଜାଳ ମୁକ୍ତ ହୋଇ ମନଖୁସି କରିବା ଲାଗି ବିଭିନ୍ନ...

ପ୍ରକୃତିର ଶୋଷଣ ନୂଆ ରୋଗର ପ୍ରକୋପ ବଢ଼ାଇବ

ଓ୍ବାଶିଂଟନ,୧୬ା୪: ମହାମାରୀ କରୋନା ଯୋଗୁ ବିଶ୍ୱ ଏବେ ଥରହର। କେହି କେହି ଏହା ମାନବୀୟ ଅବହେଳାର ପରିଣାମ ବୋଲି କହୁଥିବା ବେଳେ ପ୍ରକୃତିର ଶୋଷଣ ଏଭଳି...

୩୦ ହଜାର ପକ୍ଷୀଙ୍କୁ ବଞ୍ଚାଇବା ପାଇଁ ବିଶ୍ୱର ପ୍ରଥମ ରେଳ ନଏଜ ବ୍ୟାରିୟର

ଚାଇନାର ଗୁଆଙ୍ଗଡଙ୍ଗ ଜିଲା ଜିଆଙ୍ଗମେନ୍‌ ସହରରେ ବିଶ୍ୱର ପ୍ରଥମ ହାଇସ୍ପିଡ୍‌ ରେଳ ନଏଜ୍‌ ବ୍ୟାରିୟର ନିର୍ମାଣ କରାଯାଇଛି। ୩୫୫ କିଲୋମିଟର ଜିଆଙ୍ଗମେନ୍‌-ଝାଞ୍ଜିୟାଙ୍ଗ୍‌ ହାଇସ୍ପିଡ୍‌ ରେଳ ଟ୍ରାକ୍‌...

କନ୍ୟା ମାଗିଲେ ଯୌତୁକ: ବରପକ୍ଷ କଲେ ମନା; ଭାଙ୍ଗିଲା ବିବାହ

ରୁର୍‌କି, ୧।୨: କନ୍ୟାପକ୍ଷ ବରଙ୍କୁ ଯୌତୁକ ଦେବାର ପରମ୍ପରା ଭାରତୀୟ ସଂସ୍କୃତିରେ ପ୍ରାୟତଃ ଦେଖିବାକୁ ମିଳିଥାଏ। ତେବେ ରୁର୍‌କିର ଜଣେ କନ୍ୟା ବରପକ୍ଷଙ୍କଠାରୁ ଯୌତୁକ ଦାବି...

ବିଶ୍ୱର ସବୁଠାରୁ ହାଲୁକା ମିଠା, ଯାହାର ୯୬% ପବନ

ମିଠା ଖାଇବାକୁ କାହାକୁ ବା ଭଲ ନ ଲାଗେ! ଛୁଆଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ମିଠା ଖାଇବାକୁ ପସନ୍ଦ କରନ୍ତି। ବିଶ୍ୱରେ ଅନେକ ପ୍ରକାରର ମିଠା...

୩ ଘଣ୍ଟାରେ ୧୪୦୦ କିମି ଅତିକ୍ରମ କରି ପୁଣେରୁ ଦିଲ୍ଲୀ ହସ୍ପିଟାଲରେ ପ୍ରତିରୋପଣ ପାଇଁ ପହଞ୍ଚିଲା ହୃଦୟ: ମହିଳାଙ୍କୁ ମିଳିଲା ନୂଆ ଜୀବନ

ନୂଆଦିଲ୍ଲୀ,୧୯।୨: ମାତ୍ର ୩ ଘଣ୍ଟାରେ ୧୪୦୦ କିମି ଅତିକ୍ରମ କରି ପୁଣେର ରୁବି ହଲ୍‌ କ୍ଲିନିକ୍‌ରୁ ଦିଲ୍ଲୀର ଫୋର୍ଟିସ୍‌ ହସ୍ପିଟାଲରେ ପ୍ରତିରୋପଣ ପାଇଁ ହୃଦୟ ପହଞ୍ଚିଛି।...

କ୍ୟାନ୍‌ସର ପୀଡ଼ିତାଙ୍କ ବିଶ୍ୱ ରେକର୍ଡ

ଲଣ୍ଡନ: ଜୀବନରେ ଅସମ୍ଭବ ବୋଲି କିଛି ନାହିଁ। ଦୃଢ଼ ଇଚ୍ଛାଶକ୍ତି ଓ ମନୋବଳ ଥିଲେ ସବୁକିଛି ସମ୍ଭବ। କାରଣ କ୍ୟାନସର ଭଳି ମାରାତ୍ମକ ରୋଗରେ ପୀଡ଼ିତ...

Leave a comment

Your email address will not be published. Required fields are marked *