Posted inଫୁରସତ

୨୦୧୬ରେ ଆକାଶରୁ ଅଦୃଶ୍ୟ ହୋଇଥିଲା ଏହି ଯାତ୍ରୀବାହୀ ବିମାନ, ଆଜିପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିନାହିଁ

ବିଶ୍ୱରେ ଅନେକଥର ଏପରି କିଛି ଘଟଣା ଘଟିଛି, ଯାହାକୁ ବିଶ୍ୱାସ କରିବା କେବେ ସହଜ ନୁହେଁ। ୨୦୧୬ ମସିହାରେ ଠିକ୍‌ ଏମିତି ଏକ ଘଟଣା ଘଟିଥିଲା। ପ୍ୟାରିସ୍‌ର ଅତ୍ୟାଧୁନିକ ଏୟାରପୋର୍ଟରୁ ମିଶରର କାଇରୋ ସହରକୁ ଏକ ଏୟାରବସ୍‌-୩୨୦ ପ୍ରାୟ ୬୦ ଯାତ୍ରୀଙ୍କୁ ନେଇ ଯିବା ସମୟରେ ହଠାତ୍‌ ଆକାଶରୁ ଅଦୃଶ୍ୟ ହୋଇଯାଇଥିଲା। ଏହି ରହସ୍ୟମୟ ଘଟଣା ଘଟିବାର ଅନେକ ଦିନ ବିତିଗଲାଣି, କିନ୍ତୁ ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ସନ୍ଧାନ ମିଳିନାହିଁ। ଇଜିପ୍ଟ ଏୟାରଲାଇନ୍ସର ଏହି ଯାତ୍ରୀବାହୀ ବିମାନଟି ପ୍ୟାରିସରୁ ୧୮ ମେ’ ୨୦୧୬ରେ ଇଜିପ୍ଟର କାଇରୋ ସହର ଅଭିମୁଖେ ଉଡ଼ିଥିଲା। ଏହି ଚାରି ଘଣ୍ଟିଆ ବିମାନଟି ୩ ଘଣ୍ଟା ୪୦ମିନିଟର ଯାତ୍ରା ସମାପ୍ତ କରିଥିଲା। ଲ୍ୟାଣ୍ଡ୍‌ କରିବାକୁ ମାତ୍ର ୨୦ ମିନିଟ୍‌ ବାକିଥିଲା। କିନ୍ତୁ ହଠାତ୍‌ ଏହି ବିମାନ ଟ୍ରାଫିକ୍‌ କେନ୍ଦ୍ର ସହିତ ସମ୍ପର୍କ ହରାଇଲା। ଯଦିଓ ଏହାର ନିଖୋଜ ବିଷୟରେ ଅନେକ ଘଟଣା ଘଟିଥିଲା କିନ୍ତୁ ବିମାନ ସମ୍ପର୍କରେ କିଛି ଜଣା ପଡ଼ି ନ ଥିଲା।


ପ୍ରଥମେ ଅନୁମାନ କରାଯାଉଥିଲା ଯେ, ବିମାନଟି ହୁଏତ ଆତଙ୍କବାଦୀଙ୍କ ଦ୍ୱାରା ଅପହରଣ ହୋଇଥାଇପାରେ। କିନ୍ତୁ ପରେ ସେପରି କୌଣସି ଖବର ମିଳିଲା ନାହିଁ। ଏହା ପରେ ପୁଣି ଅନୁମାନ କରାଯାଉଥିଲା, ବିମାନଟି କୌଣସି ସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହୋଇଥାଇପାରେ। ଏହି ବିଷୟରେ ପୁନର୍ବାର ଏକ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା। ଅନେକ ଦେଶରେ ଖୋଜାଖୋଜି କରାଯାଇଥିଲେ ମଧ୍ୟ ଏ ସମ୍ପର୍କରେ କୌଣସି ଆଜି ପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିପାରିନାହିଁ।


All Right Reserved By Dharitri.Com

ସାଥୀଙ୍କଠାରୁ ଦୂରେଇ ରହୁଥିଲେ କରନ୍ତୁ ଏପରି, ବନ୍ଧନ ରହିବ ଅତୁଟ

ସାଥୀଙ୍କଠାରୁ ଦୂରେଇ ରହିବା ବାସ୍ତବରେ କଷ୍ଟଦାୟକ। କିନ୍ତୁ କିଛି ଲୋକ କୁହନ୍ତି, ଦୂରତା ଦୁଇଟି ହୃଦୟକୁ ନିକଟତର କରିଥାଏ। ଆଉ କିଛି ଭାବନ୍ତି, ଯିଏ ଆଖିରୁ...

ଜନ୍ମମାସ କୁହେ ବ୍ୟକ୍ତି କେତେ ରୋମାଣ୍ଟିକ୍‌

ଜନ୍ମମାସ ଓ ରାଶିରୁ ଜଣେ ବ୍ୟକ୍ତିର ବ୍ୟକ୍ତିତ୍ୱ ବିଷୟରେ କିଛି ସୂଚନା ମିଳିଥାଏ। ତେବେ ଜୁଲାଇ ମାସରେ ଜନ୍ମିତ ବ୍ୟକ୍ତିଙ୍କ ପାଖରେ ରହିଛି କିଛି ବିଶେଷତ୍ୱ।...

ଟ୍ରେନ୍‌ରେ ବାଜିଥାଏ ୧୧ ପ୍ରକାର ହର୍ନ: ଜାଣନ୍ତୁ ଏହା କ’ଣ ସୂଚାଇଥାଏ

ପିଲାଙ୍କଠାରୁ ବୁଢ଼ା ପର୍ଯ୍ୟନ୍ତ ଟ୍ରେନ୍‌ ବିଷୟରେ ପ୍ରାୟ ସମସ୍ତେ ଜାଣନ୍ତି। ଟ୍ରେନ୍‌ରେ ବାଜୁଥିବା ହର୍ନ ମଧ୍ୟ ସମସ୍ତେ ଶୁଣିଥିବେ। ହେଲେ ଆପଣମାନେ କେବେ ଧ୍ୟାନ ଦେଇଛନ୍ତି,...

ପ୍ରଥମ ଦରମା ଟଙ୍କା ଘରକୁ ପଠାଇଥିଲି: ଅବସରପ୍ରାପ୍ତ ଶାସନ ସଚିବ ଡ. ଇଂ ନନ୍ଦନନ୍ଦନ ଦାସ

ଅବସରପ୍ରାପ୍ତ ଶାସନ ସଚିବ ତଥା ସମାଜସେବୀ ଡ. ଇଂ ନନ୍ଦନନ୍ଦନ ଦାସ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ଭଦ୍ରକ ଜିଲା ବାଉଦପୁର ଗାଁରେ...

ମିଛ କହିଲେ ହାଡ଼ ଦୁର୍ବଳ ହୁଏ

ଫରିଦାବାଦ୍‌: ଜଣେ ବ୍ୟକ୍ତି ଶାରୀରିକ ଭାବେ ସୁସ୍ଥ ରହିବା ଫଳରେ ଅନେକ ରୋଗଠାରୁ ଦୂରେଇ ରହିଥାଆନ୍ତି। ଫଳରେ ଶରୀରର ହାଡ଼ ମଜଭୁତ ହେବା ସହ ଫ୍ରାକ୍ଚର...

‘ସ୍ମାଇଲ୍‌’ ବହୁଳ ବ୍ୟବହୃତ ଇମୋଜି: ନିର୍ମାତା କିଏ ଜାଣନ୍ତୁ

ପ୍ରତିବର୍ଷ ଜୁଲାଇ ୧୭କୁ ‘ଇମୋଜି ଡେ’ ଭାବେ ପାଳନ କରାଯାଏ । ୨୦୧୪ରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜିକାଲିର ସମୟରେ ମେସେଜର ବହୁଳ ବ୍ୟବହାର...

ଯେଉଁ ଖଣିର ହୀରା ନେଇ ପାରିବେ ସାଧାରଣ ଜନତା

ହୀର ଖଣି ସାଧାରଣତଃ କମ୍ପାନୀମାନଙ୍କ ଅଧିନରେ ଥାଏ। ଯେଉଁମାନେ ଏହାକୁ କ୍ରୟ କରିଥାଆନ୍ତି। ହେଲେ ଏମିତି ଏକ ଖଣି ଅଛି ଯେଉଁଠୁ ସାଧାରଣ ଜନତା ମଧ୍ୟ...

ପ୍ଲାଷ୍ଟିକ ବିରୋଧରେ ଲଢେଇ: ଇଟାଲି ରେଷ୍ଟୁରାଣ୍ଟରେ ପାସ୍ତା ଷ୍ଟ୍ର’ ବ୍ୟବହାର

ପୃଥିବୀକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବା ଅଭିଯାନ ଏବେ ଜୋର୍‌ ଧରିଛି। ତେଣୁ ବିଭିନ୍ନ ପ୍ଲାଷ୍ଟିକ୍‌ ଜିନିଷର ବିକଳ୍ପ ତିଆରି କରାଗଲାଣି। ନିକଟରେ ଇଟାଲିର କିଛି ରେଷ୍ଟୁରାଣ୍ଟରେ...

Leave a comment

Your email address will not be published. Required fields are marked *