ମୁମ୍ବାଇରେ ଫସିଛନ୍ତି ୬୮ସଂସ୍କୃତ ଛାତ୍ରୀଛାତ୍ର

ଖୋର୍ଦ୍ଧା ଅଫିସ,୧୩ା୫: କରୋନା ଲାଗି ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିଛି। ଫଳରେ ମୁମ୍ବାଇ ସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ(ଆରଏସଏସ) ବିଦ୍ୟା ବିହାରରେ ଫସି ରହିଥିବା ଓଡ଼ିଶାର ୬୮ଜଣ ସଂସ୍କୃତ ଛାତ୍ରୀଛାତ୍ର ଫେରିବା ଲାଗି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ଏକ ପତ୍ର ଲେଖିବା ସହ ସେମାନଙ୍କ ଫେରିବା ବ୍ୟବସ୍ଥା ଲାଗି ନିବେଦନ କରିଛନ୍ତି। ଅନ୍ୟପକ୍ଷେ ଏ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ପତ୍ରରେ ଦର୍ଶାଯାଇଛି ଯେ, ଓଡ଼ିଶାର ବିଭିନ୍ନ ଜିଲାର ୬୮ଜଣ ଛାତ୍ରୀଛାତ୍ର ମୁମ୍ବାଇସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ,ବିଦ୍ୟା ବିହାର କ୍ୟାମ୍ପସରେ ବିଏଡ୍‌ ବିଭାଗରେ ଅଧ୍ୟୟନ କରୁଛନ୍ତି। ଦ୍ୱିତୀୟ ବର୍ଷ ଅନ୍ତିମ ପରୀକ୍ଷା ଲାଗି ଅପେକ୍ଷା କରିଥିଲେ। କିନ୍ତୁ ଏହି ସମୟରେ କରୋନା ଲାଗି ଦେଶରେ ଲକ୍‌ଡାନ୍‌ ଜାରି କରାଯାଇଥିଲା। ଫଳରେ ଛାତ୍ରୀଛାତ୍ରମାନେ ଫେରିପାରି ନ ଥିଲେ। ରାଜ୍ୟକୁ ଫେରିବା ଲାଗି ସ୍ଥାନୀୟ ପୋଲିସ ଓ ପ୍ରଶାସନକୁ ଅନୁରୋଧ ସତ୍ତ୍ୱେ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ। ଅନ୍ୟପଟେ ସମସ୍ତ ଛାତ୍ରୀଛାତ୍ର ଓଡ଼ିଶା ଏବଂ ମହାରାଷ୍ଟ୍ର ସରକାରଙ୍କ ଓ୍ବେବ ପୋର୍ଟାଲ ଜରିଆରେ ନାମ ପଞ୍ଜୀକରଣ କରିଛନ୍ତି। ଓଡ଼ିଶା ସରକାରଙ୍କ ହେଲ୍ପ ଲାଇନ ନମ୍ବରରେ ଯୋଗାଯୋଗ ସତ୍ତ୍ୱେ କୌଣସି ସୁଫଳ ମିଳି ନ ଥିବା ଛାତ୍ରୀଛାତ୍ରମାନେ ମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି।


All Right Reserved By Dharitri.Com

ପାର୍କ ପୁନରୁଦ୍ଧାର ନେଇ ଅଣ୍ଟା ଭିଡିଲେ ସ୍ଥାନୀୟ ଯୁବକ

ଏମଭି-୭୯,୧୫ା୧(ଡିଏନ.ଏ.): ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏମଭି-୭୯ସ୍ଥିତ ଏକମାତ୍ର ପାର୍କ ଏବେ ଘନ ଜଙ୍ଗଲରେ ପରିଣତ ହୋଇଛି । ଏହି ପାର୍କଟିରେ ଏବେ ବୁଲା ଗୋରୁ ତଥା...

ସଙ୍ଗରୋଧ ଗୃହରେ ଧାରଣା ଦେଲେ ପ୍ରବାସୀ

ଭଦ୍ରକ ଅଫିସ, ୨୨ା୫- ଭଦ୍ରକ ଜିଲାର ବିଭିନ୍ନ ସଙ୍ଗରୋଧ ଗୃହରେ ଥିବା ପ୍ରବାସୀ ଓଡ଼ିଆମାନେ ଗୁରୁବାର ଧାରଣା ଦେଇଥିଲେ। ୧୫ ଦିନରୁ ଊର୍ଦ୍ଧ୍ୱ ହେବ ସଂଗରୋଧ...

ପ୍ରସ୍ତାବରେ ଅଟକିଛି ଗ୍ରେଟର (ବୃହତ୍‌) ବ୍ରହ୍ମପୁର ଗଠନ: ୨୦୧୫ରୁ ପ୍ରସ୍ତୁତ ହୋଇଛି (ସିଡିପି) ମାଷ୍ଟର ପ୍ଲାନ

ବ୍ରହ୍ମପୁର ଅଫିସ,୩୦ା୮- ବ୍ରହ୍ମପୁର ମହାନଗର ନିଗମ ଏବଂ ଛତ୍ରପୁର ଓ ଗୋପାଳପୁର ଏନ୍‌ଏସି (ବିଜ୍ଞାପିତ ଅଞ୍ଚଳ ପରିଷଦ) ସହିତ ଏହି ୩ ସହରାଞ୍ଚଳ ପାର୍ଶ୍ୱବର୍ତ୍ତୀ ଗ୍ରାମାଞ୍ଚଳଗୁଡ଼ିକୁ...

ଟାଙ୍ଗିଆରେ ଆକ୍ରମଣ ଘଟଣାରେ ଜଣେ ଗିରଫ

ବୁଗୁଡ଼ା,୧୩ା୯(ଡି.ଏନ.ଏ.)-ବୁଗୁଡ଼ା ଥାନା ଡାକରାବାଡ଼ିରେ ଟାଙ୍ଗିଆରେ ଆକ୍ରମଣ କରିଥିବା ଘଟଣାରେ ପୋଲିସ ଶୁକ୍ରବାର ଜଣଙ୍କୁ କୋର୍ଟଚାଲାଣ କରିଛି। ଗିରଫ ଜଣକ ହେଲେ ଡାକରାବାଡ଼ି ଗ୍ରାମର ପରୀକ୍ଷିତ ସାହୁ।...

ସିବିଆଇକୁ ଦିଆଯିବ ଭକ୍ତଙ୍କ ଦସ୍ତଖତପତ୍ର

ପୁରୀ ଅଫିସ,୯।୩: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆରବିଆଇ) ୟେସ୍‌ ବ୍ୟାଙ୍କ କାରବାର ଉପରେ କଟକଣା ଜାରି କରିଛି। ବ୍ୟାଙ୍କର ଆର୍ଥତ୍କ ସ୍ଥିତି ବିଗିଡ଼ି ଥିବାରୁ...

ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ: ୩୭ ଲିଟର ମଦ ଜବତ, ୩ ଗରଫ

ଆର୍‌.ଉଦୟଗିରି, ୧୫।୪(ଡି.ଏନ୍‌.ଏ.): ଗଜପତି ଜିଲା ଆର.ଉଦୟଗିରି ଅବକାରୀ ବିଭାଗ ପକ୍ଷରୁ ଆର.ଉଦୟଗିରି ଆସିସାହି, ଖଜୁରିପଦା, ସେରେଙ୍ଗ ଆଦି ଗ୍ରାମରେ ମଙ୍ଗଳବାର ଚଢ଼ାଉ କରାଯାଇ ୩୭ ଲିଟର...

ହୋମ୍‌ କ୍ବାରାଣ୍ଟାଇନ୍‌ରେ ଥିବା ବ୍ୟକ୍ତିଙ୍କ ଘର ଆଗରେ ଲାଗିବ ଷ୍ଟିକର

ଭୁବନେଶ୍ୱର,୨୪।୩(ବ୍ୟୁରୋ): ଜନସାଧାରଣଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହୁଥିବାବ୍ୟକ୍ତିଙ୍କ ଘର ସମ୍ମୁଖରେ ଏକ ନିର୍ଦ୍ଧାରିତ ଫର୍ମ ପୂରଣ କରି ଲଗାଯିବ।...

ଭୋକ ଉପାସରେ ୯ ଦିନ: ଧାରଣା ଦେଲେ ଆଦିବାସୀ ପରିବାର

ଖଇରା, ୧୮।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ଝାଟିଆ ଗ୍ରାମର କେତେକ ଦିନମଜୁରିଆ ଆଦିବାସୀ ପରିବାର ୯ଦିନ ଭୋକ ଉପାସରେ ରହିବା ପରେ...

Leave a comment

Your email address will not be published. Required fields are marked *