Posted inଫୁରସତ

ଗୋଟିଏ ଦିନରେ ବିବାହ ବାର୍ଷିକୀ ପାଳନ କରନ୍ତି ୫ ଭାଇ

ସିରମୋର,୧୩।୫: ଦମ୍ପତିଙ୍କ ପାଇଁ ବିବାହ ବାର୍ଷିକୀର ସ୍ବତନ୍ତ୍ର ମହତ୍ତ୍ୱ ରହିଥାଏ। ଏହାକୁ ପାଳନ କରିବାଲାଗି ସଭିଏଁ ପ୍ରୟାସ ମଧ୍ୟ କରିଥାନ୍ତି। ତେବେ ୫ ଭାଇଙ୍କ ବିବାହ ବାର୍ଷିକୀ ଗୋଟିଏ ଦିନରେ ପାଳିତ ହେବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। କିନ୍ତୁ ଏହା ସତ। ହିମାଚଳପ୍ରଦେଶର ସିରମୋର ଜିଲାର ଗିରିପାରର ଆଞ୍ଜ୍‌ଭୋଜ୍‌ ଅଞ୍ଚଳର ନଘେତା ଗାଁରେ ବାସ କରୁଥିବା ୫ ଭାଇ ପ୍ରତିବର୍ଷ ମେ ୧୨ରେ ସେମାନଙ୍କ ବିବାହ ବାର୍ଷିକୀ ପାଳନ କରିଥାନ୍ତି। ଏହି ଦିନ ଘରେ ଏକ ବଡ଼ ଉତ୍ସବ ହୋଇଥାଏ। ୧୯୯୮ ମେ ୧୨ରେ ଘରର ଦୁଇ ବଡ଼ ପୁଅ ସୁରେଶ ଶର୍ମା ଏବଂ ଦିନେଶ ଶର୍ମାଙ୍କ ବିବାହ ଯଥାକ୍ରମେ ମିଥଲେଶ ଏବଂ ରୀତାଙ୍କ ସହିତ ହୋଇଥିଲା। ଏହାପରେ ୨୦୦୯ ମେ ୧୨ରେ ରାଜୁ ଶର୍ମା ଏବଂ ସୁଦେଶ ଶର୍ମାଙ୍କ ବିବାହ ତାରା ଏବଂ ପ୍ରମିଳାଙ୍କ ସହିତ ହୋଇଥିଲା। ସେହିପରି ୨୦୧୮ ମେ ୧୨ରେ ସୁଭାଷ ଶର୍ମାଙ୍କ ବିବାହ ଶ୍ୟାମାଙ୍କ ସହିତ ହୋଇଥିଲା। ପରିବାରର ୫ ଭାଇ ଗୋଟିଏ ଘରେ ବାସ କରୁଛନ୍ତି। ବୋହୂମାନେ ଗୋଟିଏ ରୋଷେଇ ଘରେ ରନ୍ଧାବଢ଼ା କରିଥାନ୍ତି। ଏହି ସଂଯୁକ୍ତ ପରିବାର ସ୍ଥାନୀୟ ଅଞ୍ଚଳରେ ଏକ ଉଦାହରଣ ସୃଷ୍ଟି କରିଥିବା ଲୋକେ କୁହନ୍ତି।


All Right Reserved By Dharitri.Com

ପ୍ରେମୀଯୁଗଳଙ୍କୁ ମନା ଏହି ମନ୍ଦିର

ପ୍ରେମରେ ପଡ଼ିଥିବା ଝିଅ-ପୁଅ ସେମାନଙ୍କ ସମ୍ପର୍କ ଦୀର୍ଘସ୍ଥାୟୀ ହେବା ପାଇଁ ମନ୍ଦିର ଯାଇଥାନ୍ତି ପୂଜାର୍ଚ୍ଚନା କରିବାକୁ। ମାତ୍ର ଏମିତି ମନ୍ଦିର ଅଛି ଯେଉଁଠି ପ୍ରେମୀଯୁଗଳଙ୍କୁ ମନା...

ଆବର୍ଜନାରୁ ସର୍ଜନା

ପରିବେଶ ଚିନ୍ତା ଏବେ ସବୁଠୁ ବଡ଼ ଚିନ୍ତା । ତେବେ କେବଳ ଚିନ୍ତା କଲେ ତ ହେବନି ।  ସେଥିପାଇଁ ସମାଧାନର ବାଟ ଖୋଜିବା ଦରକାର...

ଉପହାର କାଟିଲା ସମ୍ପର୍କ

ବାହାଘରରେ ଅତିଥି ତଥା ସମ୍ପର୍କୀୟମାନଙ୍କୁ ନିମନ୍ତ୍ରଣ କରାଯାଏ ସମ୍ପର୍କକୁ ଆଗକୁ ବଢ଼େଇବା ପାଇଁ। ସେମାନେ ବି ଖାଲି ହାତରେ ଆସି ନ ଥାନ୍ତି। କିଛି ନା...

ଏମିତି ରାଜା ଅବସର ସମୟରେ କରନ୍ତି ମେକାନିକ୍‌ କାମ…

ଦୁଇ ଦୁଇଟି ଦେଶର ରାଜା ସେ ପୁଣି ଅବସର ସମୟରେ କାର୍‌ ମେକାନିକ୍‌ ଭାବେ କାମ କରନ୍ତି। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।...

ପୃଥିବୀଠାରୁ ବଡ଼ ଗ୍ରହର ମିଳିଲା ସନ୍ଧାନ: ମାତ୍ର ୩୭ ଦିନରେ ହେଉଛି ଏକ ବର୍ଷ

ଓ୍ବାଶିଂଟନ୍‌, ୯।୧: ପୃଥିବୀଠାରୁ ଏକ ବଡ଼ ଗ୍ରହର ସନ୍ଧାନ ମିଳିଛି। ଏଲିଅନ୍‌ଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଥିବା ସ୍ପେସକ୍ରାଫ୍ଟର ଟେଲିସ୍କୋପ୍‌ ଦ୍ୱାରା ଏହି ଗ୍ରହର ଉପସ୍ଥିତି...

ମା’ ଦୁର୍ଗାଙ୍କୁ କେଉଁ ଦେବତା କେଉଁ ଅସ୍ତ୍ର ପ୍ରଦାନ କରିଥିଲେ ଜାଣନ୍ତୁ…

ମା’ ଦୁର୍ଗାଙ୍କ ଆବାହନରେ ପୁରପଲ୍ଲୀ ହୋଇଉଠିଛି ଚଳଚଞ୍ଚଳ। ଆଶ୍ୱୀନ ମାସ ଶୁକ୍ଳପକ୍ଷ ୬ଷ୍ଠୀ ତିଥିରୁ ଆରମ୍ଭ ହୋଇଛି ମା’ଙ୍କର ଏହି ପୂଜାର୍ଚ୍ଚନା। ଆଜି ଅର୍ଥାତ ରବିବାର...

ସମୁଦ୍ର ତଳେ ଶହେ ବର୍ଷ ପୂର୍ବରୁ ହଜିଥିବା ଜାହାଜକୁ ଖୋଜି ଆଣିବ ରୋବୋ!

ଏବେ ମଣିଷ ସହ କାନ୍ଧ ମିଳାଇ କାମ କରିବାକୁ ପ୍ରସ୍ତୁତ କରାଗଲାଣି ରୋବେ। ଖୁବ୍‌ କମ୍‌ ସମୟ ମଧ୍ୟରେ ଏହା ମଣିଷର ସମକକ୍ଷ ହୋଇପାରିବ ବୋଲି...

ମୋଜା ପିନ୍ଧି ଶୋଇଲେ ଦମ୍ପତିଙ୍କ ମଧ୍ୟରେ ସମ୍ପର୍କ ହୁଏ ଦୃଢ

ଶୀତଦିନେ କେତେକେ ମୋଜା ପିନ୍ଧି ଶୋଇଥାନ୍ତି। ମାତ୍ର ସବୁଦିନେ ମୋଜା ପିନ୍ଧି ଶୋଇଲେ ଲାଭ ମିଳିଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି। ବିଶେଷ କରି ସ୍ତ୍ରୀସ୍ବାମୀ ଶୋଇବା...

Leave a comment

Your email address will not be published. Required fields are marked *