ରାସ୍ତାରେ ଯାଉଥିବା ୧୦ ଜଣଙ୍କୁ ଧରିନେଇ ସଙ୍ଗରୋଧ କେନ୍ଦ୍ରକୁ ପଠାଇଦେଲା ପୋଲିସ

ସମ୍ବଲପୁର,୧୨ା୫(ବ୍ୟୁରୋ): ସମ୍ବଲପୁର ଜିଲା ଦେଇ ରାଜ୍ୟ ବାହାରର ଲୋକେ ପ୍ରତିଦିନ ଚାଲି ଚାଲି ନିଜ ରାଜ୍ୟ ତଥା ଘରକୁ ଯାଉଛନ୍ତି। ମଙ୍ଗଳବାର ପଶ୍ଚିମବଙ୍ଗ ଯାଉଥିବା ୧୨ ଜଣ ଶ୍ରମିକଙ୍କୁ ଗେଙ୍ଗୁଟିପାଲିରେ ସ୍ଥାନୀୟ କେତେକ ଲୋକେ ଦେଖି ଧନୁପାଲି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ ଏମାନଙ୍କୁ ପଚରାଉଚରା କରିଥିଲା। ସେମାନେ ରାୟପୁରରୁ ପଶ୍ଚିମବଙ୍ଗ ଯାଉଛନ୍ତି। ଲକ୍‌ଡାଉନ ଯୋଗୁ କାମ ବନ୍ଦ ହୋଇଯିବାରୁ ଏବେ ଘରକୁ ଫେରୁଛନ୍ତି। ସୁନାପାଲି ଅଞ୍ଚଳରେ ଜଣେ ସମ୍ପର୍କୀୟ ରହୁଥିବାରୁ ସେମାନେ ସେଠାକୁ ଆସିଥିଲେ। ଖାଇପିଇ ପୁଣି ନିଜ ରାଜ୍ୟ ଅଭିମୁଖେ ବାହାରିଥିବା ପୋଲିସକୁ କହିଥିଲେ। ହେଲେ ପୋଲିସ ସେମାନଙ୍କୁ ଏକ ବସ୍‌ ଯୋଗେ ଅଇଁଠାପାଲିସ୍ଥିତ କ୍ୱାରାଣ୍ଟାଇନ ସେଣ୍ଟରକୁ ପଠାଇଛି। ଏହି ସମୟରେ କିନ୍ତୁ ୨ ଜଣ ଶ୍ରମିକ ଫେରାର ହୋଇଯାଇଛନ୍ତି। ଖସି ପଳାଇଥିବା ୨ ଶ୍ରମିକଙ୍କୁ ଧରିବାକୁ ପୋଲିସ ତନାଘନା ଚଳାଇଛି। ସେହିପରି ଯାଯପୁର ଜିଲା ଚଣ୍ଡିଖୋଲରୁ ଆସୁଥିବା କିଛି ଶ୍ରମିକଙ୍କୁ ଧନୁପାଲି ଛକରେ ଲୋକେ ଅଟକାଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ପଚରାଉଚୁରା କରିଥିଲା। ସେମାନେ ଛତିଶଗଡ ଯାଉଥିବା କହିବା ପରେ ପୋଲିସ କିନ୍ତୁ ଛାଡି ଦେଇଛି। ଅନ୍ୟପକ୍ଷେ ସମ୍ବଲପୁର ସହରର ବିଭିନ୍ନ ସ୍ଥାନରେ କାମ କରୁଥିବା ପଶ୍ଚିମବଙ୍ଗ ମୁର୍ଶିଦାବାଦର ୧୧୦ ଜଣ ଶ୍ରମିକ ୩ଟି ବସ୍‌ରେ ନିଜ ଘରକୁ ଫେରିଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ପାସ୍‌ ଦିଆଯାଇଛି।


All Right Reserved By Dharitri.Com

ସମସିଆ ଘେରରେ ଭୁତଟିକ୍ରା ଗାଁବାସୀ

ଜାମଟିକ୍ରା, ୨୧।୮ (ଡି.ଏନ୍‌.ଏ): କେନ୍ଦ୍ର ଆର ରାଏଜ୍‌ ସରକାର ଗାଁଗଁଲିର ବିକାଶ ଲାଗି ଅନେକ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ଅନେକ ଜାଗାରେ ଯୋଜନାକେ କାଯ୍‌କାରୀ...

ପୋଖରୀରେ ବୁଡ଼ି ଶିଶୁପୁତ୍ର ମୃତ

ରୂପ୍‌ସା, ୫।୯(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ବାହାବଳପୁର ସାମୁଦ୍ରିକ ଥାନା ଅନ୍ତର୍ଗତ ବାହାବଳପୁର ଗ୍ରାମର କାର୍ତ୍ତିକ ଜେନାଙ୍କ ଦେଢ଼ବର୍ଷର ପୁଅ ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ବୁଧବାର...

ସିସିଟିଭି ନଜରରେ ରହିବ ଜଗତ୍‌ସିଂହପୁର ସହର

ଜଗତ୍‌ସିଂହପୁର ଅଫିସ, ୧୫।୨: ଜଗତ୍‌ସିଂହପୁର ସହରରେ ଦିନ ଦି ପ୍ରହରରେ ଲୁଟ୍‌ କିଛି ନୂଆ କଥା ନୁହେଁ। ଏଭଳି ଘଟଣା ଥରେ କି ଦୁଇଥର ନୁହେଁ,...

ବାଣ ବେପାର ନେଇ ଚିନ୍ତାରେ ବ୍ୟବସାୟୀ

ଆନନ୍ଦପୁର,୨୬।୧୦(ସ୍ବ.ପ୍ର.):କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ପକ୍ଷରୁ ୨୩ରୁ ୨୭ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ବାଣ ବିକ୍ରି ପାଇଁ ଅନୁମତି ମିଳିଥିବା ବେଳେ ଜନବସତି...

ଆମ୍ବନାଳ ସେତୁର ଆପ୍ରୋଚ ରାସ୍ତା ନିର୍ମାଣ ଦାବି

ଖଣ୍ଡପଡ଼ା,୧୧।୧୦(ସ୍ବ.ପ୍ର.): ନୟାଗଡ଼ ଜିଲା ଖଣ୍ଡପଡ଼ା ସହରରୁ ଜେଲଖାନା ଛକଦେଇ ନିକଟସ୍ଥ ବନମାଳୀପୁର ଗ୍ରାମକୁ ସଂଯୋଗ କରୁଥିବା ଆମ୍ବନାଳ ଉପରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଏକ ସେତୁ...

ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠି ପାଇଁ ଘର ଘର ବୁଲି ଟଙ୍କା ସଂଗ୍ରହ କରୁଛନ୍ତି ସୁନ୍ଦରଗଡ଼ ବିଧାୟିକା

ସୁନ୍ଦରଗଡ ,୧।୫ (ଡି.ଏନ୍‌.ଏ.): ବିଶ୍ୱ ମହାମାରୀ କରୋନାକୁ ପରାସ୍ତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ଯୋଡି ହୋଇଛନ୍ତି ସବୁ ବର୍ଗର...

ରାସ୍ତାପାର୍ଶ୍ୱରେ ପଡ଼ିରହିଛି ଶିଶୁର ମୃତଦେହ

ଜୟପୁର,୪।୯(ଡି.ଏନ୍‌.ଏ.): ଜୟପୁରରୁ ବିଶାଖାପାଟଣା ଯିବା ମୁଖ୍ୟ ରାସ୍ତା ଲମତାପୁଟ ତୁସୁବା ଛକ ନିକଟରେ ଏକ ଶିଶୁର ମୃତଦେହ ପଡ଼ି ରହିଥିବା ଦେଖିବାକୁ ମିଳିଛି। ଶିଶୁଟିକୁ କିଏ...

୨ ବର୍ଷ ପରେ ବି ମିଳିଲାନି ପାରିଶ୍ରମିକ

ଫିରିଙ୍ଗିଆ, ୨୪ା୧ – ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ କାମ କରି ଦୁଇ ବର୍ଷ ହେଲା ଶ୍ରମିକମାନେ ପାରିଶ୍ରମିକ ପାଇ...

Leave a comment

Your email address will not be published. Required fields are marked *