ନୂଆପଡ଼ାରେ ୧୫ରୁ ଧାନ କିଣା ହେବ

ନୂଆପଡା ଅଫିସ,୧୨ା୫- ନୂଆପଡ଼ା ଜିଲାରେ ଆସନ୍ତା ୧୫ ତାରିଖଠାରୁ ଧାନକିଣା ଆରମ୍ଭ ହେବ ବୋଲି ଚୂଡାନ୍ତ ହୋଇଛି। ଜିଲାପାଳ ମଧୁସ୍ମିତା ସାହୁଙ୍କ ଅଧ୍ୟକ୍ଷତାରେ ଏ ନେଇ  ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଜିଲାରେ ଏଥର  ୮ହଜାର ୫୫୦ ହେକ୍ଟର ଜମିରେ ଧାନ ଚାଷ କରାଯାଇଛି। ୨ଲକ୍ଷ ୨୦ହଜାର କୁଇଣ୍ଟାଲ ଧାନ କିଣାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏଥିସକାଶେ ଜିଲାର ୫ଟି ବ୍ଲକରେ ମୋଟ ୪୩ଟି ମଣ୍ଡି ଖୋଲାଯିବାର ବ୍ୟବସ୍ଥା ହୋଇଛି। ୨୬ଟି କୃଷି ସେବାସମବାୟ ସମିତି ଜରିଆରେ ୨୯ଟି ମଣ୍ଡି ଏବଂ ୧୪ଟି ମହିଳା ସ୍ବଂୟ ସହାୟକ ଦଳ ମଣ୍ଡି ଖୋଲିବେ। ମଣ୍ଡି ଗୁଡିକରେ କୋଭିଡ୍‌ ଗାଇଡ୍‌ ଲାଇନ ପାଳନକୁ ଗୁରୁତ୍ୱ ଦିଆଯିବ। ଚାଷୀ ଏବଂ କର୍ମଚାରୀମାନେ ସାମାଜିକ ଦୂରତ୍ୱ ପାଳନ ସହ ମାସ୍କ ଓ ସାନିଟାଇଜର ବବହାର କରିବାକୁ ବାଧ୍ୟତାମୂଳକ କରାଯାଇଛି। ବୈଠକରେ ଜିଲାପାଳ ସାହୁ ସଭାପତିତ୍ୱ କରିଥିବାବେଳେ ବିଭାଗୀୟ ଅଧିକାରୀଙ୍କ ସହ କୃଷକ ପ୍ରତିନିଧିମାନେ ଯୋଗ ଦେଇଥିଲେ।


All Right Reserved By Dharitri.Com

ଓ୍ବାର୍ଡସଭ୍ୟାଙ୍କ ଇସ୍ତଫା

ନିମାପଡ଼ା,୨୭।୧୧(ଡି.ଏନ୍‌.ଏ.): ନିମାପଡ଼ା ବ୍ଲକ ଅନ୍ତର୍ଗତ ଅରିଷଣ୍ଢ ପଞ୍ଚାୟତର ୧୦ନଂ. ଓ୍ବାର୍ଡର ଓ୍ବାର୍ଡସଭ୍ୟା କବିତା ଦଳେଇ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ମଙ୍ଗଳବାର...

ଯୋଡାରେ ରାଜ୍ୟ ନଗର ଉନ୍ନୟନ ସଂସ୍ଥାର ଅତିରିକ୍ତ ନିର୍ଦ୍ଦେଶକ:କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ ତଦାରଖ କଲେ

ଯୋଡ଼ା,୩।୮(ଡି.ଏନ.ଏ.)- ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଉପଶାସନ ସଚିବ ତଥା ରାଜ୍ୟ ନଗର ଉନ୍ନୟନ ସଂସ୍ଥାର ଅତିରିକ୍ତ ନିର୍ଦ୍ଦେଶକ ସାରଦା ପ୍ରସାଦ ପଣ୍ଡା...

ଧାନ ଅମଳ ସମୟରେ ହାତୀ ଉପଦ୍ରବ: ରାତି ଉଜାଗର ହେଉଛନ୍ତି ଚାଷୀ

କେନ୍ଦୁଝର,୧।୧୨(ସ୍ବ.ପ୍ର.) : ଜିଲାରେ ବର୍ତ୍ତମାନ ବିଲରୁ ଧାନ ଫସଲ ଅମଳ କରିବାର ସମୟ ହୋଇଛି। ଏହି ସମୟରେ ହାତୀ ଉପଦ୍ରବ ଚାଷୀଙ୍କୁ ଚିନ୍ତାରେ ପକାଇଛି। ସ୍ଥାନୀୟ...

ଦୁର୍ବୃତ୍ତ ଝାମ୍ପିନେଲେ ୪ ଲକ୍ଷ

ସଜନାଗଡ଼, ୪।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଥାନା ମିତ୍ରପୁର ବଜାରରୁ ଦୁର୍ବୃତ୍ତମାନେ ଶନିବାର ଅପରାହ୍ନ ସାଢ଼େ ୩ଟାରେ ୪ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି। ମିତ୍ରପୁର ଟ୍ରକ୍‌ ଆସୋସିଏଶନ...

ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା

ଖପ୍ରାଖୋଲ,୧୭-୯ (ଡି.ଏନ.ଏ.):ମଧ୍ୟଯୁଗୀୟ ଅନ୍ଧବିଶ୍ୱାସ, ଗୁଣିଗାରେଡି ସନ୍ଦେହ କିଭଳି ଭୟାନକ ରୂପ ନେଇପାରେ ସେଭଳି ଏକ ବୀଭତ୍ସ ଘଟଣା ଘଟିଛି ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ତଥା...

କରୋନା ଯୋଦ୍ଧା ପାଲଟିଛନ୍ତି ଗଣମାଧ୍ୟମ ପ୍ରତିନିଧି, ଭାଜପା ପକ୍ଷରୁ ସମ୍ବର୍ଦ୍ଧନା

ଭଦ୍ରକ ଅଫିସ ,୧୬।୫: ମହାମାରୀ କରୋନା ଆତଙ୍କରେ ବିଶ୍ୱ ଆତଙ୍କିତ। ଏହାର ମୁକାବିଲା ଲାଗି ଲକ୍‌ ଡାଉନ୍‌ ଓ ସଟ୍‌ ଡାଉନ୍‌ ମାଧ୍ୟମରେ ସରକାର ସମସ୍ତଙ୍କ...

ବଡ଼ସାହିରେ ରକ୍ତଦାନ ଶିବିର

ବଡ଼ସାହି,୧୯ା୪(ସ୍ବ.ପ୍ର)-ମୟୂରଭଞ୍ଜ ଜିଲାରେ ରକ୍ତର ଅଭାବକୁ ନେଇ ବଡସାହି ଡାକ୍ତରଖାନା ପରିସରରେ ଏକ ରକ୍ତଦାନ ଶିବିର ବିକାଶ ମଞ୍ଚ ପକ୍ଷରୁ ଶନିବାର ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ସଦସ୍ୟ...

ଦ୍ୱାଦଶ ବାର୍ଷିକ ଜ୍ଞାନ ବିଜ୍ଞାନ ମେଳା

ଯାଜପୁର ରୋଡ,୨୪।୮(ନି.ପ୍ର.)- ମୁଣ୍ଡମାଳସ୍ଥିତ ସରସ୍ବତି ଶିଶୁ ବିଦ୍ୟାମନ୍ଦିରରେ ଗୁରୁବାର ଦ୍ୱାଦଶ ବିଂଶ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହାକୁ ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟର ପ୍ରଧ୍ୟାପକ ସନ୍ତୋଷ...