ଚାଲି ଚାଲି ବିଶାଖାପାଟଣାରୁ ଉତ୍ତରପ୍ରଦେଶ

ନୂଆପଡା ଅଫିସ,୧୨ା୫: କରୋନା ପାଇଁ ସାରା ଦେଶ ଲକ୍‌ ଡାଉନ୍‌ ରହିଛି। କାମ ଧନ୍ଦା ବନ୍ଦ ହୋଇଯିବାରୁ ଶ୍ରମିକମାନେ ଚିନ୍ତାରେ ପଡ଼ିଛନ୍ତି। ଗାଡ଼ିମୋଟର ବନ୍ଦ ଥିବାରୁ ଲୋକେ ଯିଏ ଯେଉଁଠି ଅଟକି ରହିଛନ୍ତି। ଆଉ କେତେକ ସାଇକେଲ ଅଥବା ଚାଲି ଚାଲି ଘରମୁହାଁ ହୋଇଛନ୍ତି। ଭିଟାମାଟିରେ ପହଞ୍ଚିବାକୁ ଲୋକେ ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ଚାଲି ଚାଲି ଚାଲି ହଜାର ହଜାର କି.ମି. ରାସ୍ତା ଅତିକ୍ରମ କରୁଛନ୍ତି। ମଙ୍ଗଳବାର ୧୫ଜଣ ଶ୍ରମିକ ବିଶାଖାପାଟଣାରୁ ଚାଲି ଚାଲି ଉତ୍ତର ପ୍ରଦେଶର ଗୋରଖପୁର ଓ ଛତିଶଗଡ ଯିବାବାଟରେ ନୂଆପଡ଼ାରେ ଆସି ପହଞ୍ଚିଛନ୍ତି। ଏଠାରେ ସ୍ଥାନୀୟ କଲ୍ୟାଣ ମଣ୍ଡପ ନିକଟରେ ଥିବା ଅସ୍ଥାୟୀ ଶ୍ରମିକ ଶିବିର ନିକଟରେ ଏନ୍‌ଏସି ତରଫରୁ ଏମାନଙ୍କୁ ଆଶ୍ରୟ ଦିଆଯାଇଥିଲା। ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘର କର୍ମକର୍ତ୍ତା ଏମାନଙ୍କୁ ଖାଦ୍ୟ ପାନୀୟ ଯୋଗାଇ ଦେଇଥିଲେ। ମଧ୍ୟାହ୍ନରେ ସେମାନେ ନୂଆପଡ଼ା ଛାଡିବାବେଳେ କହିଛନ୍ତି ଯେ, ବାଟରେ ସେମାନଙ୍କୁ କୌଣସି ଗାଡ଼ିମୋଟର ଉଠାଉ ନାହାନ୍ତି। ଏଣୁ ଚାଲି ଚାଲି ଯିବାକୁ ପଡ଼ୁଛି। ପାଖରେ ଥିବା ଟଙ୍କା ସର ିଯାଇଛି। ବାଟରେ ଯିଏ ଯାହା ଦେଲା ଖାଇପିଇ ଆଗକୁ ଚାଲୁଛନ୍ତି।


All Right Reserved By Dharitri.Com

ବାସି ଖାଦ୍ୟ ଖାଇ ଝାଡ଼ାବାନ୍ତିରେ ୪୦ ଆକ୍ରାନ୍ତ: ଡାକ୍ତରଖାନାରେ ଭର୍ତ୍ତି, ଗାଁରେ ପହଞ୍ଚିଲେ ଡାକ୍ତରୀ ଦଳ

ବୈପାରୀଗୁଡ଼ା,୨।୨(ଡି.ଏନ୍‌.ଏ.): କୋରାପୁଟ ଜିଲା ବୈପାରୀଗୁଡ଼ା ବ୍ଲକ ବୋଡାପୁଟ ପଞ୍ଚାୟତ କୁରୁକୁଟି ଗ୍ରାମରେ ଶୁକ୍ରବାର ଏକ ବିବାହ ଭୋଜି ହୋଇଥିଲା। ଶନିବାର ଭୋଜିର ବଳକା ତଥା ବାସି...

ଖବରକାଗଜରେ ଲୋକଙ୍କ କଥା ଉପସ୍ଥାପନ କରୁଥିଲେ ଗାନ୍ଧିଜୀ

ଢେଙ୍କାନାଳ ଅଫିସ,୩୧ା୧- ଢେଙ୍କାନାଳ ଭାରତୀୟ ଜନସଞ୍ଚାର ସଂସ୍ଥାନ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସରେ ଗୁରୁବାର ‘ମହାତ୍ମା ଗାନ୍ଧୀ: ସାମ୍ବାଦିକ ଓ ସମ୍ପାଦକ’ ମନୋଗ୍ରାମ ଉନ୍ମୋଚିତ...

ଶାରୀଶୁଆ ଖଣିରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌: ୫ ଖଣି ମାଫିଆଙ୍କୁ ବାନ୍ଧିଲା; ଟ୍ରକ୍‌, ଟ୍ରାକ୍ଟର ଜବତ

ଖଇରା,୨୩।୨(ଡି.ଏନ୍‌.ଏ.): କଟକ କ୍ରାଇମ ବ୍ରାଞ୍ଚର ଏକ ଟିମ୍‌ ରବିବାର ବାଲେଶ୍ବର ଜିଲା ଖଇରା ତହସିଲର ଶାରୀଶୁଆ ପାହାଡରେ ୧୪୪ ଧାରା ଥିବା ବିଭିନ୍ନ ଖଣିରେ ଚଢାଉ...

୫୩ ଲକ୍ଷର ବକେୟା ବିଲ୍‌ ଆଦାୟ,୩୪୯ ଜଣ ଖିଲାପିଙ୍କ ବିଦ୍ୟୁତ୍‌ ବିଚ୍ଛିନ୍ନ

ବଇଣ୍ଡା,୨୧ା୧(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ଓ କିଶୋରନଗର ବ୍ଲକର ବିଭିନ୍ନ ବିଦ୍ୟୁତ୍‌ ଉପଭୋକ୍ତାଙ୍କଠାରୁ ବକେୟା ସହ ଚଳିତ ମାସର ବିଲ୍‌ ବାବଦକୁ ମୋଟ୍‌ ୫୩ ଲକ୍ଷ...

ପୋଷ୍ଟ ଅଫିସ୍‌ରେ ହେଉନି ଆଧାର ସଂଶୋଧନ: ଲୋକେ ହୀନସ୍ତା

ଯୋଡ଼ା, ୧୪।୨(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ସହରର ମଧ୍ୟଭାଗରେ ଥିବା ଯୋଡା ପୋଷ୍ଟ ଅଫିସ୍‌ରେ ହେଉଥିବା ଆଧାର ସଂଶୋଧନ ପ୍ରକୋଷ୍ଠଟି ବନ୍ଦ ପଡିଥିବା ଯୋଗୁ ଲୋକେ ହୀନସ୍ତା...

ଖେଳ ଶିକ୍ଷକଙ୍କ ମାଡ଼ରେ ଛାତ୍ର ଆହତ

ଫିରିଙ୍ଗିଆ/କେଳାପଡା, ୬ା୧୨: ଫିରିଙ୍ଗିଆ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଖେଳ ଶିକ୍ଷକଙ୍କ ମାଡରେ ଆହତ ହୋଇଛନ୍ତି। ଏ ନେଇ ଛାତ୍ରଙ୍କ ପରିବାର...

ପୂର୍ତ୍ତ ରାସ୍ତାରେ ଏନ୍‌ଟିପିସି ଆଶ୍‌ପଣ୍ଡ ପାଣି

କଣିହାଁ,୧୩।୮(ଡି.ଏନ.ଏ.) କଣିହାଁ ବ୍ଲକ ସ୍ଥିତ ଏନଟିପିସି ବିଦ୍ୟୁତ୍‌ ପ୍ରକଳ୍ପର ଆଶପଣ୍ଡ ପାଣି ସାମାନ୍ୟ ବର୍ଷାରେ ରାସ୍ତାରେ ପ୍ରବାହିତ ହେଉଛି। ଏଥିଯୋଗୁ ପିଚୁ ରାସ୍ତା କ୍ଷୟକ୍ଷତି ହୋଇ...

ହିନ୍ଦୀ ଥିଓରି ଫୁଲ୍‌ ମାର୍କ ୪୦, ଛାତ୍ର ରଖିଲେ ୮୭

ଉମରକୋଟ,୨୭ା୨ (ଡି.ଏନ.ଏ): ଛାତ୍ରଙ୍କ ଭବିଷ୍ୟତ ସହ ଖେଳ। ବୋର୍ଡ କାର୍ଯ୍ୟାଳୟର ଖାମଖିଆଲ ମୂଲ୍ୟାଙ୍କନ ଯୋଗୁ ପରୀକ୍ଷାରେ ଫୁଲ ମାର୍କଠାରୁ ଅଧିକ ମାର୍କ ରଖିଛନ୍ତି ଜଣେ ଛାତ୍ର।...