Posted inଗଜପତି

ଲକ୍‌ଡାଉନ ଉଲ୍ଲଂଘନ କରି କ୍ୱାରାଣ୍ଟାଇନରେ ରହିଲେ ସରପଞ୍ଚ, ଯନ୍ତ୍ରୀଙ୍କ ସହ ଏସ୍‌ଆଇ

ପାରଳାଖେମୁଣ୍ଡି,୧୨ା୫ (ସ୍ବ.ପ୍ର.) -ଗଜପତି ଜିଲାରେ ଲକ୍‌ଡାଉନ ନିୟମ ଉଲ୍ଲଂଘନ କରି ଜିଲାପାଳ କ୍ଷମତାପ୍ରାପ୍ତ ଜଣେ ସରପଞ୍ଚ ନିଜ ପରିବାରଙ୍କ ସହ କ୍ୱାରାଣ୍ଟାଇନରେ ରହିଛନ୍ତି। ସେହିପରି କରୋନା ସଂକ୍ରମିତ ରେଡ୍‌ ଜୋନ୍‌ରୁ ଗଜପତି ଜିଲାକୁ ଆସିଥିବାରୁ ଜଣେ ପୋଲିସ ଏସ୍‌ଆଇ ଏବଂ ଜଣେ କନିଷ୍ଠଯନ୍ତ୍ରୀଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଥିବା ଖବର ମିଳିଛି। ଖବରରୁ ଜଣାପଡିଛି ଗଜପତି ଜିଲାର ମଙ୍ଗରାଜପୁର ପଞ୍ଚାୟତର ସରପଞ୍ଚ ରୁବି ରଇତ ଆର.ଉଦୟଗିରି ତହସିଲଦାର ସ୍ମୃତିରଞ୍ଜନ ଶତପଥୀଙ୍କଠାରୁ ଅନୁମତି ନେଇ କୋରାପୁଟ ଜିଲାରେ ରହୁଥିବା ତାଙ୍କ ବାପାଙ୍କୁ ଭେଟିବା ପାଇଁ ଯାଇଥିଲେ ା ହେଲେ ବିନା ଅନୁମତିରେ କୋରାପୁଟରୁ ନିଜ ବାପାଙ୍କୁ ଧରି ଗ୍ରାମକୁ ଫେରିଥିଲେ ା କୋରାପୁଟରେ କରୋନା ସଂକ୍ରମଣ ଥିବାରୁ ସରପଞ୍ଚ କୋରାପୁଟରୁ ବାପାଙ୍କୁ ଧରି ଫେରିବା ନେଇ ଗ୍ରାମବାସୀ ଭୟଭୀତ ହୋଇପଡିଥିଲେ। ଏଘଟଣା ସମ୍ପର୍କରେ ଆର.ଉଦୟଗିରି ତହସିଲଦାର ଶତପଥୀ ଜାଣିବା ପରେ ସମ୍ପୃକ୍ତ ସରପଞ୍ଚଙ୍କୁ ସପରିବାର କ୍ୱାରାଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ସମ୍ପୃୃକ୍ତ ସରପଞ୍ଚ ପରିବାର ସଦସ୍ୟଙ୍କ ସହ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଛନ୍ତି ା ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ସରପଞ୍ଚ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟାବସ୍ଥା ପ୍ରତ୍ୟହ ତଦାରଖ କରୁଛନ୍ତି ା ସେହିପରି ଗଜପତିର ଆର୍‌.ଉଦୟଗିରି ଥାନାରେ କାର୍ଯ୍ୟରତ ଜଣେ ଏସ୍‌ଆଇ କରୋନା ସଂକ୍ରମିତ ଖୋର୍ଦ୍ଧାରେ କିଛିଦିନ ଅବସ୍ଥାନ କରି ଆର୍‌.ଉଦୟଗିରି ଫେରିଥିଲେ। ସୁରକ୍ଷା ଦୃଷ୍ଟିରୁ ସମ୍ପୃକ୍ତ ଏସ୍‌ଆଇଙ୍କୁ ତାଙ୍କ କ୍ୱାର୍ଟର୍ସରେ ହୋମ୍‌ କ୍ୱାରାଣ୍ଟାଇନରେ ରଖାଯାଇଛି ା ଆର୍‌.ଉଦୟଗିରିର ଜଣେ କନିଷ୍ଠ ଯନ୍ତ୍ରୀ କରୋନା ସଂକ୍ରମିତ ବ୍ରହ୍ମପୁରରୁ ଆର୍‌.ଉଦୟଗିରି ଫେରିବା ପରେ ତାଙ୍କୁ ମଧ୍ୟ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି ା ଏମାନଙ୍କ ଗତିବିଧି ଓ ସ୍ବାସ୍ଥ୍ୟାବସ୍ଥା ନେଇ ମଧ୍ୟ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ଟିମ୍‌ ନଜର ରଖିଛନ୍ତି ା


All Right Reserved By Dharitri.Com

ପରଲୋକରେ ପାରଳା ମହାରାଜା

ଭୁବନେଶ୍ୱର/ପାରଳାଖେମୁଣ୍ଡି,୧୦।୧(ବ୍ୟୁରୋ/ସ୍ବ.ପ୍ର.): ପାରଳାଖେମୁଣ୍ଡି ରାଜା ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ଶୁକ୍ରବାର ସକାଳେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୬ବର୍ଷ ହୋଇଥିଲା। ...

ସର୍ବଭାରତୀୟ ଭଲିବଲ୍‌ ପ୍ରତିଯୋଗିତାରେ ଗଜପତିର ୨ ଛାତ୍ର

ପାରଳାଖେମୁଣ୍ଡି,୪ା୧(ସ୍ବ.ପ୍ର.) ଗଜପତି ଜିଲା ଗୋଷାଣୀ ବ୍ଲକ୍‌ ଅଧୀନ ଗାରାବନ୍ଧସ୍ଥିତ ଭେଙ୍କେଟେଶ୍ୱର ହାଇସ୍କୁଲ୍‌ର ୨ଛାତ୍ର ସର୍ବଭାରତୀୟ କନିଷ୍ଠ ଭଲିବଲ୍‌ ପ୍ରତିଯୋଗିତା ପାଇଁ ମନୋନିତ ହୋଇଛନ୍ତି। ଉକ୍ତ ଦୁଇ...

ସ୍କୁଲ ଅଟୋକୁ ଧକ୍କା ଦେଲା ଟ୍ରାକ୍ଟର, ଜଣେ ଛାତ୍ର ମୃତ

ଚନ୍ଦ୍ରଗିରି,୧୪।୧୨(ଡି.ଏନ୍‌.ଏ.): ଗଜପତି ଜିଲା ଆର୍‌. ଉଦୟଗିରି ଥାନା ରଣାଲଇ ନିକଟସ୍ଥ ରାମଚନ୍ଦ୍ରପୁର ବୁଲାଣୀ ରାସ୍ତାରେ ଶନିବାର ସକାଳେ ଏକ ଦୁର୍ଘଟଣା ଘଟିଛି। ରଣାଲଇ ଗ୍ରାମରୁ ଗୋଟିଏ...

ଜରାଜୀର୍ଣ୍ଣ ଅଲଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଅବ୍ୟବସ୍ଥାରେ ଚାଲିଛି ୧୮୮ ପିଲାଙ୍କ ପାଠପଢ଼ା

କାଶୀନଗର, ୩୦ା୮(ଡି.ଏନ.ଏ.)-କାଶୀନଗର ବ୍ଲକ୍‌ ଅଲଡ଼ାଗ୍ରାମ ଉଚ୍ଚ ୟୁପି ସ୍କୁଲ ଅବ୍ୟବସ୍ଥାରେ ଚାଲିଛି। ବିଦ୍ୟାଳୟଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିଲେ ମଧ୍ୟ ଏଠାରେ ପାଠପଢ଼ା ଚାଲିଛି। ବହୁ ପୁରୁଣା...

ଅସ୍ବାସ୍ଥ୍ୟକର ପରିବେଶରେ ଦୈନିକ ବଜାର

କାଶୀନଗର,୨୮ା୧(ଡି.ଏନ.ଏ.) – ଗଜପତି ଜିଲା କାଶୀନଗର ବସଷ୍ଟାଣ୍ଡ ନିକଟ ବଜାର ଆବର୍ଜନାପୂର୍ଣ୍ଣ ଓ ଅସ୍ବାସ୍ଥ୍ୟକର ପରିବେଶରେ ରହିଛି। ବଜାରରେ ପ୍ରତ୍ୟେକ ଦିନ ପନିପରିବା ଏବଂ ଆମିଷ...

ବାଙ୍କୀଝୋଳା ଓ ଚଢିଆପଦା ଗାଁର ବିକାଶ ଅପହଞ୍ଚ : ଗମନାଗମନ ପାଇଁ କାଠପୋଲ ଭରସା

ଚନ୍ଦ୍ରଗିରି,୪।୮(ଡି.ଏନ୍‌.ଏ.): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ଲାଗି ବିଭିନ୍ନ ଯୋଜନା ମାଧ୍ୟମରେ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା। ଉଦ୍ଦେଶ୍ୟ ରହିଛି...

ମକା ବିକ୍ରି ପାଇଁ ମଣ୍ଡି ନାହିଁ, ଚାଷୀ ହତାଶ

ଆର.ଉଦୟଗିରି,୧୪ା୧୨(ଡି.ଏନ.ଏ.)-ଗଜପତି ଜିଲା ଆର.ଉଦୟଗିରି, ନୂଆଗଡ ଓ ମୋହନା ବ୍ଲକ ଅଞ୍ଚଳରେ ବ୍ୟାପକ ମକା ଚାଷ ହେଉଛି। ସରକାର ଚାଷୀମାନଙ୍କଠାରୁ ମକା କ୍ରୟ କରୁ ନ ଥିବାବେଳେ...

ବିଦ୍ୟୁତ୍‌ ସଂଯୋଗରେ ଦୁର୍ନୀତି: ଟଙ୍କା ନେଉଛନ୍ତି ସଂଯୋଗ ଦେଉନାହାନ୍ତି

ରାୟଗଡ଼(ଗଜପତି),୯ା୧୨-ପ୍ରତ୍ୟେକ ଘରକୁ ବିଦ୍ୟୁତ୍‌ ସଂଯୋଗ ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଥିବାବେଳେ ଗଜପତି ଜିଲା ରାୟଗଡ଼ ବ୍ଲକ୍‌ରେ ବିଦ୍ୟୁତ୍‌ ସଂଯୋଗରେ ଦୁର୍ନିତି ଅଭିଯୋଗ ହୋଇଛି। ଠିକା...

Leave a comment

Your email address will not be published. Required fields are marked *