ଉପାନ୍ତ ଅଞ୍ଚଳରେ କରୋନା ଯୋଦ୍ଧା: ୩ବର୍ଷର ପିଲାକୁ ଧରି ଗ୍ରାମରେ ଲୋକଙ୍କୁ କରୁଛନ୍ତି ସଚେତନ

ଜୟପୁର,୧୨ା୫ (ନି.ପ୍ର.)-କରୋନା ପାଇଁ ଏବେ ସାରା ଦେଶ ଲକ୍‌ଡାଉନରେ ରହିଛି। ତେବେ ଏନେଇ ରହିଥିବା ସଚେତନତା ବାର୍ତ୍ତା ଉପାନ୍ତ ଅଞ୍ଚଳରେ ପହଞ୍ଚତ୍ ପାରୁନାହିଁ। ଏଭଳି ସ୍ଥିତିରେ କାଖରେ ନିଜର ୩ବର୍ଷର ଛୁଆକୁ ଧରି କରୋନା ସଚେତନତା କରୁଛନ୍ତି କୋରାପୁଟ ଜିଲା ଜୟପୁର ବ୍ଲକ ବାରିଣିପୁଟ ଗାଦଲାବାଡ଼ି ଗ୍ରାମର ମାମି ଖିଲ। କୋରାପୁଟ ଜିଲା ଜୟପୁର ଘାଟି ପାହାଡ଼ ଘେରା ଉପାନ୍ତ ଆଦିବାସୀ ଅଞ୍ଚଳରେ ସଚେତନ କରାଇବା ଭୁଲିଯାଇଛି ପ୍ରଶାସନ। ଏପରିକି ଜୟପୁର ସହରଠାରୁ ମାତ୍ର ୧୦ କି.ମି. ଦୂର ପାହାଡ଼ ଉପରେ ରହୁଥିବା ଆଦିବାସୀ ଲୋକଙ୍କୁ ସରପଞ୍ଚ କିମ୍ବା ବିଡିଓ ସଚେତନତା କରିନାହାନ୍ତି। ଏଭଳି ପରିସ୍ଥିତିରେ ନିଜ ଗାଁକୁ ଯେପରି କରୋନା ଛୁଇଁ ନ ପାରିବ ଏହି ଚିନ୍ତାଧାରା ନେଇ ମାମି ସଚେତନତା ଜାରି ରଖିଛନ୍ତି। ସେ ଗ୍ରାମର ପ୍ରତି ଘରକୁ ଯାଇ ଲୋକଙ୍କୁ ସଚେତନ କରୁଛନ୍ତି। ସାବୁନରେ ବାରମ୍ବାର ହାତ ଧୋଇବା, ମାସ୍କ ବ୍ୟବହାର କରିବା ଓ ସାମାଜିକ ଦୂରତା ରକ୍ଷା କରିବା ଲାଗି ଗ୍ରାମବାସୀଙ୍କୁ ଶପଥପାଠ କରାଉଛନ୍ତି। ମାମିଙ୍କ ଏପରି ପ୍ରୟାସ ଯୋଗୁ ଗ୍ରାମରେ କରୋନା ପଶିପାରିବ ନାହିଁ ବୋଲି ବିଶ୍ୱାସ ରହିଛି ସମସ୍ତଙ୍କର।


All Right Reserved By Dharitri.Com

କୋରାପୁଟରେ କଫି ପ୍ରକ୍ରିୟାକରଣ କେନ୍ଦ୍ରର ଉଦ୍‌ଘାଟନ ନେଇ ସମସ୍ତ ପ୍ରସ୍ତୁତି ଶେଷ

କୋରାପୁଟ,୧୦।୯(ସ୍ବ.ପ): କୋରାପୁଟ ଚନ୍ଦନ ପୋଖରୀ ନିକଟରେ ଥିବା କଫି ପ୍ରକ୍ର୍ରିୟାକରଣ କେନ୍ଦ୍ର ଆସନ୍ତା ବୁଧବାର ଉଦ୍‌ଘାଟିତ ହେବାର ରହିଛି। ଏଥିନିମନ୍ତେ କୋରାପୁଟ ଆଇଟିଡିଏ ପକ୍ଷରୁ ସମସ୍ତ...

ଏୟାରଷ୍ଟ୍ରିପ୍‌ ସଂପ୍ରସାରଣ: ଦ୍ୱୀତିୟ ପର୍ଯ୍ୟାୟରେ ୪୨ କୋଟିର ଟେଣ୍ଡର ଆହ୍ବାନ

  ଜୟପୁର,୧୧ା୧(ଡି.ଏନ୍‌.ଏ.): କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ଉଡାନ ଯୋଜନାରେ ଜୟପୁର ଏୟାରଷ୍ଟ୍ରିପ ସଂପ୍ରସାରଣ କାର୍ଯ୍ୟ ଚାଲିଛି। ଦ୍ୱିତୀୟ ପର୍ଯ୍ୟାୟରେ ଏଥିପାଇଁ ୪୨...

କୋରାପୁଟରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି: ଜାତୀୟ ଲୋକ ଅଦାଲତକୁ ବନ୍ଦ କଲେ ଆଇନଜୀବୀ

ଜୟପୁର, ୧୪।୯(ଡି.ଏନ୍‌.ଏ.): କୋରାପୁଟ ଜିଲାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲଙ୍କ କୋର୍ଟ ବର୍ଜନ ଆନ୍ଦୋଳନ ଡିସେମ୍ବର ୪ରୁ ଚାଲୁ ରହିଛି। ଦୀର୍ଘ ୧୦ମାସ...

ଚାଷୀମାନଙ୍କ ପକ୍ଷରୁ ସିଏସ୍‌ ଅଫିସ ଘେରାଉ

ଜୟପୁର,୨୪।୮(ଡି.ଏନ୍‌.ଏ.): ଏସ୍‌ଏଚ୍‌ଜି ପକ୍ଷରୁ ଖରିଫ ଧାନ କ୍ରୟ ନିଷ୍ପତ୍ତିକୁ ବିରୋଧ କରି ଜୟପୁର ବ୍ଲକ ଜାମୁଣ୍ଡ ପଞ୍ଚାୟତର ଚାଷୀମାନେ ଶନିବାର ଜିଲା ଯୋଗାଣ (ସିଏସ୍‌) ଅଫିସ...

ଗାଈ ଚରାଉଛନ୍ତି ଜାତୀୟସ୍ତରର କବାଡ଼ି ଖେଳାଳି

ଜୟପୁର,୨୩ା୨(ନି.ପ୍ର.) ନୁଆଁଣିଆ ଟିଣ ଛପର ଘର ଖଣ୍ଡେ। ଆଉ ଏହାରି ମଧ୍ୟରେ ମା’-ବାପାଙ୍କ ସହ ନିଜ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି ଜଣେ ଯୁବକ। କେତେବେଳେ ଘର...

ବିଭିନ୍ନ ଦୋକାନରେ ଚଢ଼ାଉ: ୧ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ପଲିଥିନ ସାମଗ୍ରୀ ଜବତ, ୩୮,୫୦୦ ଟଙ୍କା ଜରିମାନା ଆଦାୟ

ଜୟପୁର,୬।୧୨(ଡି.ଏନ୍‌.ଏ.) : କୋରାପୁଟ ଜିଲା ଜୟପୁର ସହରର ବିଭିନ୍ନ ଦୋକାନ ଉପରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ୧ କ୍ୱିଣ୍ଟାଲ ୯୫ କିଲୋଗ୍ରାମ ପଲିଥିନ ସାମଗ୍ରୀ...

କରୋନା ଲଢ଼େଇରେ ଯୋଦ୍ଧା ସାଜିଛନ୍ତି ଏସଏଚ୍‌ଜି ମହିଳା

ଜୟପୁର,୨ା୪(ନି.ପ୍ର.): ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାର ମୁକାବିଲା କରିବାକୁ ହେଲେ ଘରୁ ବାହାରକୁ ନ ବାହାରିବା, ସାମାଜିକ ଦୂରତା ରଖିବାକୁ ସଚେତନ...

ବିସ୍ଫୋରକ ଜବତ ଘଟଣା: ୨ କୋର୍ଟ ଚାଲାଣ

ଜୟପୁର,୯ା୩(ଡ଼ି.ଏନ୍‌.ଏ)- ଜୟପୁର ଟାଉନ୍‌ ଥାନା ପକ୍ଷରୁ ଗତ ସପ୍ତାହରେ ୫ଟନ୍‌ ବିସ୍ଫୋରକ ଜବତ ଘଟଣାରେ ହାଇଦ୍ରାବାଦର ୨ ଜାଲ୍‌ ବିକ୍ରେତା ରାଜି ରେଡ୍ଡୀ ଏବଂ ମହେଶ୍ୱର...

Leave a comment

Your email address will not be published. Required fields are marked *