ହତ୍ୟା ଉଦ୍ୟମ ମାମଲା : ଜେଲ ଗଲେ ଅଭିଯୁକ୍ତ, ରକ୍ତଭିଜା ଛୁରି ଜବତ

ଦିଗପହଣ୍ଡି,୧୩ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଅନ୍ତର୍ଗତ ଦିଗପହଣ୍ଡି ପୋଲିସ ଦକ୍ଷିଣପୁର ଗ୍ରାମର ପି.ଜାଗିଲି ରେଡ୍ଡୀଙ୍କୁ ଏକ ହତ୍ୟା ଉଦ୍ୟମ ମାମଲାରେ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି। ପ୍ରକାଶ ଯେ, ମଙ୍ଗଳବାର ସକାଳେ ପୂର୍ବ ଶତୃତାକୁ କେନ୍ଦ୍ର କରି ପି.ଜାଗିଲି ତାଙ୍କ ଗ୍ରାମର ଜି.ଯୋଗେନ୍ଦ୍ର ରେଡ୍ଡୀ ଏବଂ ତାଙ୍କ ପୁଅ ଜି.ରାଜେଶଙ୍କୁ ଏକ ଛୁରିରେ ଭୁସି ଦେଇଥିଲେ। ଗୁରୁତର ଅବସ୍ଥାରେ ପିତାପୁତ୍ରଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏନେଇ ଜି.ଯୋଗେନ୍ଦ୍ରଙ୍କ ସମ୍ପର୍କୀୟ ଏଲ୍‌. ପ୍ରକାଶ ରେଡ୍ଡୀ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଆଇଆଇସି ଗୌରାଙ୍ଗ ଚରଣ ସାହୁ ଘଟଣାର ତଦନ୍ତ କରି କେସ ନଂ ୧୦୭/୧୯ରେ ଏକ ମାମଲା ରୁଜୁ କରିଥିଲେ। ତଦନ୍ତକାରୀ ପୋଲିସ ଅଧିକାରୀ ଏସ୍‌ଆଇ ମଧୁସ୍ମିତା ପ୍ରଧାନ ଅଭିଯୁକ୍ତଙ୍କୁ ବୁଧବାର ତାଙ୍କ ଘରୁ ଗିରଫ କରିବା ସହ ହତ୍ୟା ଉଦ୍ୟମରେ ବ୍ୟବହୃତ ଛୁରୀ ଜବତ କରିଥିଲେ। କୋର୍ଟଚାଲାଣ ପରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍‌ଜେଲ ହାଜତକୁ ପଠାଇ ଦିଆଯାଇଛି।


All Right Reserved By Dharitri.Com

ଏମ୍‌ଭି ପଡ଼ିଆ ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ୪ ଗିରଫ

କଟକ ଅଫିସ,୧୨ା୮: ବାଦାମବାଡ଼ି ଥାନା ଅନ୍ତର୍ଗତ ଖାନ୍‌ନଗର ଏମ୍‌ଭି ପଡିଆରେ ଗତ ଜୁଲାଇ ୧ରେ ଘଟିଥିବା ଶୁଭ୍ରାଂଶୁ ଶତପଥୀ ହତ୍ୟାକାଣ୍ଡର ରବିବାର ପର୍ଦ୍ଦାଫାଶ କରିଛି ପୋଲିସ।...

କଲ୍ୟାଣ ମଣ୍ଡପରୁ ମୃତଦେହ ଉଦ୍ଧାର

ହିିଞ୍ଜିଳିକାଟୁ,୨ା୧୧: ହିିଞ୍ଜିଳିକାଟୁ ପୌରାଞ୍ଚଳ ନୂଆଁଗଡ଼ ଶିବ ମନ୍ଦିର ନିକଟରେ ନିର୍ମାଣାଧୀନ ବାପୁଜୀ କଲ୍ୟାଣ ମଣ୍ଡପରୁ ଶନିବାର ପୋଲିସ ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରିଛି। ସେ...

ପଶ୍ଚିମବଙ୍ଗରେ ଡାକ୍ତରଙ୍କୁ ମାଡ଼ ଘଟଣା :ଏମ୍‌କେସିଜିରେ ଜେଡିଏର କାମ ବନ୍ଦ, ରୋଗୀ ହଇରାଣ

ବ୍ରହ୍ମପୁର ଅଫିସ,୧୮ା୬-ପଶ୍ଚିମବଙ୍ଗର ଜୁନିୟର ଡ଼ାକ୍ତରଙ୍କୁ ଆକ୍ରମଣ ଘଟଣାର ଆନ୍ଦୋଳନ ଏବେ ବ୍ୟାପିବାରେ ଲାଗିଛି। ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ମଧ୍ୟ ଜୁନିୟର ଡ଼ାକ୍ତର ଏସୋସିଏଶନ୍‌ (ଜେଡିଏ) ତରଫରୁ...

କଫସିରପ ମାଷ୍ଟରମାଇଣ୍ଡ ସାନ ନେଗୀ, ଦୁଇ ସହଯୋଗୀ କୋର୍ଟ ଚାଲାଣ

ବଲାଙ୍ଗୀର ଅଫିସ, ୧୦।୧- କଫସିରପ କାରବାରର ମାଷ୍ଟରମାଇଣ୍ଡ ସାନ ନେଗୀ ଓ ତାଙ୍କର ଦୁଇ ସହଯୋଗୀ ଅଜିତ ନନ୍ଦ ଏବଂ ଫାରୁକ ଖାନଙ୍କୁ ପୋଲିସ ଗିରଫ...

ବେପରୁଆ ଗାଡ଼ି ଚାଳକଙ୍କୁ ଜଗିବ ସ୍ପିଡ୍‌ ହଣ୍ଟର କ୍ୟାମେରା

ଛତ୍ରପୁର,୨୮ା୧୨(ଡି.ଏନ.ଏ)-ଗଞ୍ଜାମ ଜିଲାରେ ଦ୍ରୁତଗତିରେ ଗାଡ଼ି ଚଳାଉଥିବା ଚାଳକଙ୍କୁ ଚିହ୍ନଟ କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଆରମ୍ଭ ହୋଇଛି। ଏଥିପାଇଁ ସ୍ପିଡ୍‌ ହଣ୍ଟର ୨ ପ୍ଲସ୍‌ କ୍ୟାମେରା...

ଜେଲ୍‌ରେ ଭାଇଙ୍କୁ ରାଖୀ ବାନ୍ଧିଲେ ଭଉଣୀ

ବ୍ରହ୍ମପୁର ଅଫିସ୍‌,୧୫।୮-ବ୍ରହ୍ମପୁର ମଣ୍ଡଳ କାରାଗାରରେ ଗୁରୁବାର ରାଖୀ ପୂର୍ଣ୍ଣିମା ପାଳିତ ହୋଇଯାଇଛି। ବିଭିନ୍ନ ମାମଲାରେ ସଜା କାଟୁଥିବା ଅନ୍ତେବାସୀଙ୍କୁ ସେମାନଙ୍କ ଭଉଣୀମାନେ ରାଖୀ ବାନ୍ଧିଥିଲେ। ଏଥିପାଇଁ...

ସିଡିଏମ୍‌ଓଙ୍କ ହିଞ୍ଜିଳି ଉପଖଣ୍ଡ ଡାକ୍ତରଖାନା ପରିଦର୍ଶନ

ହିଞ୍ଜିଳିକାଟୁ,୫।୧୦(ଡି.ଏନ୍‌.ଏ.): ଗଞ୍ଜାମ ସିଡିଏମ୍‌ଓ (ଜିଲା ମୁଖ୍ୟ ଚିକିତ୍ସାଧିକାରୀ) ଡାକ୍ତର ବିଜୟ କୁମାର ପାଣିଗ୍ରାହୀ ଶନିବାର ହିଞ୍ଜିଳି ଉପଖଣ୍ଡ ଡାକ୍ତରଖାନା ପରିଦର୍ଶନ କରିଛନ୍ତି। ଡାକ୍ତରଖାନାର ବିଭିନ୍ନ ସମସ୍ୟା...

ପୂର୍ଣ୍ଣ ହତ୍ୟାକାଣ୍ଡର ପର୍ଦ୍ଦାଫାଶ, ଅଭିଯୁକ୍ତ ଗିରଫ

ଆର.ଉଦୟଗିରି,୧୧ା୬(ଡି.ଏନ.ଏ.)- ଗଜପତି ଜିଲା ଆର.ଉଦୟଗିରି ଥାନା ନୂଆଗଡ ବ୍ଲକ ତାବରଡା ଗ୍ରାମର ପୂର୍ଣ୍ଣଚନ୍ଦ୍ର ସିଂ (୬୫) ହତ୍ୟାକାଣ୍ଡର ଗୁମର ଖୋଲିଛି ପୋଲିସ। ୨ ମାସ ୧୮...

Leave a comment

Your email address will not be published. Required fields are marked *