ମାସ୍କ ଲଗାଇ ୨ ମାସ ପରେ ଘରୁ ବାହାରିଲେ ଦେଶୀ ଗର୍ଲ

ମୁମ୍ବାଇ: କରୋନା ଭାଇରସ ସଂକ୍ରମଣ ପାଇଁ ସାରା ବିଶ୍ୱର ବିଭିନ୍ନ ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ଅଧିକାଂଶ ଲୋକେ ଘରେ ବନ୍ଦ ହୋଇ ରହୁଛନ୍ତି। ତେବେ ସବୁବେଳେ ବ୍ୟସ୍ତ ରହୁଥିବା ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ଶୁଟିଂ ନ ଥିବାରୁ ଘରେ ପରିବାର ସହ କ୍ୱାଲିଟି ଟାଇମ୍‌ ସ୍ପେଣ୍ଡ କରୁଛନ୍ତି। ଏହାସହ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ରହୁଛନ୍ତି ଏମାନେ। ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ବି ଏଥିରୁ ବାଦ୍‌ ପଡି ନ ନାହାନ୍ତି। ଏବେ ସେ ତାଙ୍କ ଶାଶୁଘରେ ଲସ୍‌ ଆଞ୍ଜେଲସରେ ଥିବା ବେଳେ ସ୍ବାମୀ ନିକ୍‌ ଜୋନସଙ୍କ ସହ କିଛି କିଛି ଫଟୋ ମଝିରେ ମଝିରେ ସୋସିଆଲ ମିଡିଆରେ ଅପଲୋଡ କରୁଥିବା ଦେଖିବାକୁ ମିଳିଛି। ତେବେ ଦୀର୍ଘ ୨ ମାସ ପରେ ସେ ପୁଣିଥରେ ବାହାରକୁ ବାହାରିଛନ୍ତି ବୋଲି କହିଛନ୍ତି। ମୁହଁରେ ମାସ୍କ ପିନ୍ଧିଥିବା ଏକ ଫଟୋ ଶେୟାର କରି ପ୍ରିୟଙ୍କା ଏହା କହିଛନ୍ତି। ହେଲେ ସେ କାହିଁକି ବାହାରକୁ ବାହାରିଛନ୍ତି ତାହା ସ୍ପଷ୍ଟ କରି ନାହାଁନ୍ତି। ତାଙ୍କର ମାସ୍କ ପିନ୍ଧା ଫଟୋ ଦେଖିବା ପରେ ଅନେକ ଲୋକ ଏହାକୁ ନେଇ ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି। ସେ ଯାହା ହେଉ ପ୍ରିୟଙ୍କା ଯେ ଏକ ଜରୁରୀ କାମରେ ବାହାରିଛନ୍ତି ତାହା ଅନେକେ ଅନୁମାନ ଲଗାଇଛନ୍ତି।


All Right Reserved By Dharitri.Com

ହିରୋରୁ ବାପା ଭୂମିକା ଯାଏ

ଦୁର୍ଗା ଭୂୟାଁ! ଓଡ଼ିଆ ଯାତ୍ରା ଜଗତର ଜଣେ ବର୍ଷୀୟାନ୍‌ କଳାକାର। ଯାତ୍ରାର ଅନେକ ପରିବର୍ତ୍ତନ ସେ ଦେଖିଛନ୍ତି। ପୁଣି ଅନେକ କଥା ସେ ଅଙ୍ଗେ ନିଭେଇଛନ୍ତି।...

ମାଡ଼ ଖାଇ ଅଭିନୟ ଶିଖିଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ର ଅରିଜିନାଲ ଡିଭା କୁହାଯାଉଥିବା ରେଖା ବୁଧବାର ୬୪ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୫୪ ଅକ୍ଟୋବର ୧୦ ଚେନ୍ନାଇରେ ଜନ୍ମ ଗ୍ରହଣ କରିଥିଲେ ଭାନୁରେଖା...

ମା’ ତୁମେ ବହୁତ ମନେ ପଡୁଛ…

ମୁମ୍ବାଇ: ବଲିଉଡ୍‌ର ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ୨୪ ଫେବୃୟାରୀ ଅର୍ଥାତ୍‌ ସୋମବାର ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ। ଆଜିର ଦିନରେ ଶ୍ରୀଦେବୀଙ୍କ ଅଚାନକ ମୃତ୍ୟୁ ସିନେପ୍ରେମୀଙ୍କୁ ହତବାକ କରିଦେଇଥିଲା।...

କେବିସିରେ ଭାଗ ନେଇ ପାରିବେ ନାହିଁ ଅମିତାଭଙ୍କ ପରିବାର

ଅମିତାଭ ବଚ୍ଚନ ଖୁବ୍‌ଶୀଘ୍ର ଲୋକପ୍ରିୟ ରିଅଲିଟି ଶୋ’ ‘କୌନ୍‌ ବନେଗା କରୋଡ଼ପତି’(କେବିସି) ସିଜିନ୍‌ ୧୧ରେ ପୁଣି ଟିଭି ପରଦାକୁ ଫେରିବେ। ମୁମ୍ବାଇରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ...

ଆସାମ ବନ୍ୟା ପୀଡିତଙ୍କୁ କାହିଁକି ଟଙ୍କା ଦାନ କରିଥିଲେ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ଶହୀଦ ଯବାନଙ୍କ ପରିବାର ହେଉ ଅବା ଆସାମ ବନ୍ୟା ପୀଡିତ। ସବୁଠି ଅର୍ଥରାଶି ଦାନ କରି ସମସ୍ତଙ୍କ...

ଟିଭି ଦେଖି ଆକ୍ଟିଙ୍ଗ ଶିଖୁଛନ୍ତି ସନ୍ନି

ମୁମ୍ବାଇ: ବଲିଉଡ୍‌ ବୋଲ୍ଡ କୁଇନ୍‌ ସନ୍ନି ଲିଓନ ଏବେ ସୋସିଆଲ ମିଡିଆରେ ଏକ ଭିଡଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଆକ୍ଟିଙ୍ଗ ଶିଖୁଥିବା ଦେଖିବାକୁ ମିଳିଛି।...

କରୋନା ଉପରେ ବବିଙ୍କ ନୂଆ କବିତା: ଟୁଇଟ୍‌ କଲେ ସଲମାନ୍‌

ଲମ୍ବା ବ୍ୟବଧାନ ପରେ ବଲିଉଡ୍‌ ଅଭିନେତା ବବି ଦେଓଲ ଏବେ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କର ଏହି ଚର୍ଚ୍ଚାର କାରଣ ହେଉଛି ଏକ କବିତା। କରୋନାର ଏହି...

କରୋନାକୁ ନାହିଁ ଡର: ୧୦୦ ବର୍ଷ ବୟସ୍କ ଭାରତୀୟ ଫିଲ୍ମ ନିର୍ମାତା କଲେ ବିବାହ

ଲଣ୍ଡନ,୨୧।୩: ସାରା ଦୁନିଆ କରୋନା ଆତଙ୍କରେ ଆତଙ୍କିତ ହୋଇପଡ଼ିଛି। ତେବେ ଏହାକୁ ୧୦୦ ବର୍ଷ ବୟସ୍କ ଭାରତୀୟ ଫିଲ୍ମ ନିର୍ମାତା ପାଓ୍ବ।ର ଅବାସ୍‌ ନ ଡରି...

Leave a comment

Your email address will not be published. Required fields are marked *