Posted inଜାତୀୟ

ଅନଶନରେ ବସିଥିବା ଡାକ୍ତରଙ୍କୁ ୪ଘଣ୍ଟା ଭିତରେ କାର୍ଯ୍ୟରେ ଯୋଗ ଦେବାକୁ କହିଲେ ମମତା

କୋଲକତା,୧୩।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଅନଶନରେ ବସିଥିବା ଡାକ୍ତରଙ୍କୁ ୪ ଘଣ୍ଟା ମଧ୍ୟରେ କାର୍ଯ୍ୟରେ ଯୋଗ ଦେବାକୁ କହିଛନ୍ତି। ନଚେତ୍‌ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମମତା ଗୁରୁବାର ଏସ୍‌ଏସ୍‌କେଏମ୍‌ ସରକାରୀ ହସ୍ପିଟାଲରେ ପହଞ୍ଚିବା ପରେ ସେଠାରେ ଅନଶନରେ ବସିଥିବା ଡାକ୍ତରଙ୍କୁ ଉଠାଇବାକୁ ପୋଲିସକୁ କହିଥିଲେ। ଏହାସହ ହସ୍ପିଟାଲ ପରିସରରେ ରୋଗୀଙ୍କ ବ୍ୟତୀତ ଯେମିତି ଆଉ କେହି ଦେଖା ନ ଯାଆନ୍ତି ବୋଲି ପୋଲିସକୁ କହିଥିଲେ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦାୟିତ୍ୱ ମମତାଙ୍କ ହାତରେ ଥିବା ବେଳେ ଡାକ୍ତରଙ୍କର ଏପରି ଅନଶନ ବିରୋଧିଙ୍କ ଚାଲ୍‌ ବୋଲି ସେ କହିଛନ୍ତି। ତାଙ୍କ ମତରେ ସିପିଆଇ(ଏମ୍‌) ଓ ଭାଜପାର ପ୍ରରୋଚନାରେ ଡାକ୍ତରମାନେ ଏହି ଅନଶନ କରିଛନ୍ତି। ସୂଚନାଯୋଗ୍ୟ,ଏଠାକାର ଜୁନିୟର ଡାକ୍ତରମାନେ ଗତ ମଙ୍ଗଳବାର ରାତିରୁ ବିଭିନ୍ନ ଦାବି ନେଇ ଅନଶନରେ ବସିଛନ୍ତି।


All Right Reserved By Dharitri.Com

ହୋଟେଲରେ ବିଧାୟକଙ୍କୁ ଭେଟିଲେ ଆଦିତ୍ୟ ଠାକରେ

ମୁମ୍ବାଇ,୮।୧୧: ମହାରାଷ୍ଟ୍ରରେ ରାଜନୈତିକ ଜାରି ରହିଛି। ରାଜ୍ୟରେ ବିଧାନସଭା କାର୍ଯ୍ୟକାଳ ଶନିବାର ସରୁଥିବାବେଳେ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଉଭୟ ଭାଜପା ଏବଂ ଶିବସେନା ମଧ୍ୟରେ...

ହେଲ୍‌ମେଟ ପିନ୍ଧି କାମ କଲେ ଡାକ୍ତର

ନୂଆଦିଲ୍ଲୀ,୧୪।୬: ପଶ୍ଚିମବଙ୍ଗରେ ଡାକ୍ତରମାନେ ଅନଶନ କରିବା ଫଳରେ ରୋଗୀ ସେବା ବ୍ୟାହତ ହୋଇଛି। ଏମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ କରି ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ...

ଭୁଶୁଡିଲା କୋଠା:୨ ମୃତ, ଅନେକ ଆହତ

ଅହମ୍ମଦାବାଦ୍‌,୨୦।୧୦: ଗୁଜରାଟର ଭଦୋଦରାରେ ଏକ ନିର୍ମାଣାଧୀନ କୋଠା ଭୁଶୁଡି ପଡିଛି। ଫଳରେ ୨ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଦମକଳବାହିନୀ...

ଇନ୍ଦିରା ଗାନ୍ଧୀଙ୍କୁ ମନେ ପକାଇ ଗୀତ ଲେଖି ଟୁଇଟ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୯।୧୧: ମଙ୍ଗଳବାର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୧୦୨ ତମ ଜନ୍ମ ଦିବସ ଅବସରରେ ନାତୁଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଭାବୁକ ହୋଇଯାଇଛନ୍ତି। ସେ ଇନ୍ଦିରାଙ୍କ...

ଡିଏଲ୍‌ ବା ଆର୍‌ସି ନ ଥିଲେ ତୁରନ୍ତ ଟ୍ରାଫିକ ପୋଲିସ କାଟି ପାରିବନି ଚାଲାଣ

ନୂଆଦିଲ୍ଲୀ,୫।୯: ଏବେ ନୂଆ ମୋଟର ଯାନ ନିୟମ ଅନୁଯାୟୀ ଲୋକେ ପୂର୍ବାପେକ୍ଷା ବହୁଗୁଣା ଅଧିକ ଜରିମାନା ଦେଉଥିବା ଗତ ୩ ଦିନ ହେବ ଦେଖିବାକୁ ମିଳିଛି।...

୨ ଟ୍ରକ୍‌ ଡ୍ରାଇଭରଙ୍କୁ ହତ୍ୟାକଲେ ଆତଙ୍କବାଦୀ

ଶ୍ରୀନଗର,୨୫-୧୦:ଜମ୍ମୁ-କଶ୍ମୀରର ଶୋପିଆନ ଜିଲାରେ ୨ ଜଣ ଟ୍ରକ୍‌ ଡ୍ରାଇଭରଙ୍କୁ ଆତଙ୍କବାଦୀ ଗୁଳିକରି ହତ୍ୟା କରିଛନ୍ତି। ସେମାନେ ଗୁରୁବାର ସନ୍ଧ୍ୟାରେ ସେଓ ଆଣିବାକୁ ଟ୍ରକ୍‌ ନେଇ ଯାଇଥିଲାବେଳେ...

ନିଆଁ ଜଳାଇ ଆତ୍ମଦାହ କରୁଥିଲେ ମହିଳା, ଲୋକେ ମାତିଥିଲେ ଭିଡିଓ ଶୁଟିଂରେ

ରାଞ୍ଚି, ୧୯।୭: ଝାଡଖଣ୍ଡର ହଜାରିବାଗ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳା ଭାଇଙ୍କ ମୃତ୍ୟୁ ପରେ ଗାଁ ମଝିରେ ନିଆଁ ଜଳାଇ ଆତ୍ମଦାହ କରିବାକୁ...

ଏହି ଭାରତୀୟ ଗାଁରେ ସମସ୍ତେ କଥା ହୁଅନ୍ତି ପର୍ତ୍ତୁଗିଜ୍‌ ଭାଷାରେ

ଭାରତ ଏମିତି ଏକ ଦେଶ ଯେଉଁଠି ସବୁଧର୍ମ ଓ ବହୁ ଭାଷାଭାଷୀର ଲୋକେ ବସବାସ କରନ୍ତି। କିନ୍ତୁ ମହାରାଷ୍ଟ୍ର ରାଇଗଡର କୋରଲାଇ ଗାଁ ସବୁଠାରୁ ନିଆରା।...

Leave a comment

Your email address will not be published. Required fields are marked *