୪୬୮ ଶ୍ରମିକ ସ୍ବତନ୍ତ୍ର ଟ୍ରେନ ଚଳାଚଳ

ନୂଆଦିଲ୍ଲୀ, ୧୨।୫ – କରୋନା ସଂକ୍ରମଣର ଭୟ ପାଇଁ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକ, ଛାତ୍ରୀଛାତ୍ର, ପର୍ଯ୍ୟଟକ, ତୀର୍ଥଯାତ୍ରୀ ଓ ଅନ୍ୟାନ୍ୟ ଲୋକମାନଙ୍କୁ ଶୀଘ୍ର ଘରକୁ ପଠାଇବା ଲାଗି ସରକାର ପଦକ୍ଷେପ ନେଇଛନ୍ତି । କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ରେଳ ମନ୍ତ୍ରଣାଳୟ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ୪୬୮ଟି ଶ୍ରମିକ ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି । ସୋମବାର ସୁଦ୍ଧା ୩୬୩ ଟି ଟ୍ରେନ ପହଞ୍ଚତ୍ ସାରିଥିବା ବେଳେ ୧୦୮ଟି ଟ୍ରେନ ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରି ସାରିଛି ା ଏଥି ମଧ୍ୟରୁ ଆନ୍ଧ୍ରପ୍ରଦେଶକୁ ୧, ବିହାର ୧୦୦, ହିମାଚଳ ପ୍ରଦେଶ ୧, ଝାଡଖଣ୍ଡ୨୨, ମଧ୍ୟ ପ୍ରଦେଶ ୩୦, ମହାରାଷ୍ଟ୍ର ୩, ଓଡିଶା ୨୫, ରାଜସ୍ଥାନ ୪, ତେଲଙ୍ଗାନା ୨, ଉତ୍ତର ପ୍ରଦେଶ ୧୭୨, ପଶ୍ଚିମବଙ୍ଗ ୨ଏବଂ ତାମିଲନାଡୁରେ ୧ ଟ୍ରେନ ବିଭିନ୍ନ ଷ୍ଟେଶନରେ ପହଞ୍ଚତ୍ ସାରିଛି ା ପ୍ରତି ଟ୍ରେନରେ ୧୨୦୦ଜଣ ଯାତ୍ରୀ ଏବଂ ୨୪ଟି ବଗି ରହିଛି । ପ୍ରତି ବଗିରେ ୭୨ସିଟ ଓ ୫୪ ଜଣ ଯାତ୍ରୀ ଯାତାୟାତ କରୁଛନ୍ତି ା ସେହିଭଳି ଟ୍ରେନଗୁଡିକରେ ସାମାଜିକ ଦୂରତା ଓ ସରକାରୀ ନିୟମକୁ କଡାକଡି କରାଯାଇଛି ।


All Right Reserved By Dharitri.Com

ସବୁ ସେକ୍ଟରକୁ ପ୍ୟାକେଜ ଦେବେ ସରକାର

ନୂଆଦିଲ୍ଲୀ,୮।୫: କୋଭିଡ୍‌-୧୯ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ କ୍ଷେତ୍ରକୁ ସରକାର ପ୍ୟାକେଜ ପ୍ରଦାନ କରିବେ। ଏ ନେଇ ବର୍ତ୍ତମାନ ବିଚାର ହେଉଥିବା ବେଳେ ଶୀଘ୍ର ଘୋଷଣା...

ନୂଆ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହେବ ମୁଦ୍ରାସ୍ପୀତି, ଜିଡିପି

ନୂଆଦିଲ୍ଲୀ,୨୩-୫: ଗୁରୁବାର ଦେଶର ସାଧାରଣ ନିର୍ବାଚନ ଫଳାଫଳ ଆସୁଛି। କେନ୍ଦ୍ରରେ ଏନ୍‌ଡିଏ ସରକାର ପୁଣି ଥରେ କ୍ଷମତାକୁ ଫେରିବା ନେଇ ଏକଜିଟ୍‌ ପୋଲ୍‌ କହି ସାରିଛି।...

୨୦ ହଜାର କୋଚ୍‌ରେ ହେବ ଆଇସୋଲେଶନ ୟୁନିଟ୍‌

ନୂଆଦିଲ୍ଲୀ,୩୧। ୩: କୋଭିଡ୍‌-୧୯ରେ ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସା ଲାଗି ରେଲଓ୍ବେ ଆଗେଇ ଆସିଛି। ଏହାର ୨୦ ହଜାର କୋଚ୍‌କୁ ଆଇସୋଲେଶନ ୟୁନିଟରେ ରୂପାନ୍ତରିତ କରିବା ଲାଗି...

୧୫ ହଜାର ଶାଖା ଖୋଲିବାକୁ ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୭-୧: ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ପ୍ରାଥମିକତା ସ୍ବରୂପ ୨୦୨୦-୨୧ ଆର୍ଥତ୍କ ବର୍ଷରେ ସାରା ଦେଶରେ ୧୫ ହଜାର ନୂଆ ଶାଖା ଖୋଲିବାକୁ ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। କେଉଁ...

୨୫ ଲକ୍ଷ ପର୍ଯ୍ୟନ୍ତ ଟିଡିଏସ୍‌ ଦାଖଲ ନ କଲେ;ହେବ ନାହିଁ ଫୌଜଦାରୀ ମାମଲା

ନୂଆଦିଲ୍ଲୀ,୧୩-୯: ଟିକସ ପ୍ରଦାନକାରୀଙ୍କୁ ଆଶ୍ୱସ୍ତ କରି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ଏକ ସର୍କୁଲାର ଜାରି କରିଛି। ଏଣିକି ଜାଣିଶୁଣି ଟିକସ ଫାଙ୍କିବାର ପ୍ରୟାସ, ଆୟକର...

ଏଏସ୍‌ବିଏମ୍‌ ବିଶ୍ୱବିଦ୍ୟାଳୟରେ ଅନ୍‌ଲାଇନ କ୍ଲାସ

ଭୁବନେଶ୍ୱର, ୩।୪: ବର୍ତ୍ତମାନର କରୋନା ଜନିତ ଲକ୍‌ଡାଉନ ସମୟରେ ଏଏସ୍‌ବିଏମ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି। ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନ୍‌ଲାଇନ କ୍ଲାସ ଶୁଭାରମ୍ଭ...

୧୨୦୦ ଟଙ୍କାରେ ବିକ୍ରି ହେଉଛି ଗୋଟିଏ ଆମ୍ବ

ନୂଆଦିଲ୍ଲୀ,୨୪ା୬:ଗୋଟିଏ ଆମ୍ବର ଦାମ ୧୨୦୦ ଟଙ୍କା, ଏହା କେହି କେବେ କଳ୍ପନା ମଧ୍ୟ କରି ନ ଥିବେ। କିନ୍ତୁ ଏହା ନିରାଟ ସତ। ଆମ୍ବର ମହାରାଣୀ...

ପାକିସ୍ତାନରେ ମହଙ୍ଗା ମାଡ଼; କ୍ଷୀର ଦର ପେଟ୍ରୋଲଠୁ ଅଧିକ

ଇସଲାମାବାଦ୍‌,୧୨-୯: ଜମ୍ମୁ-କଶ୍ମୀରକୁ ନେଇ ଭାରତ ସହିତ ଶତ୍ରୁତା ବୃଦ୍ଧି ପାକିସ୍ତାନ ଅର୍ଥନୀତିର ମେରୁଦଣ୍ଡକୁ ଦୋହଲାଇ ଦେଇଛି। ପନିପରିବା ଠାରୁ ଆରମ୍ଭ କରି ସାଧାରଣ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ...

Leave a comment

Your email address will not be published. Required fields are marked *