ପିଲାବେଳର ଭିଡିଓ ଶେୟାର କଲେ ଅନନ୍ୟା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ରବିବାର ବିଶ୍ୱ ମାତୃ ଦିବସ ଅବସରରେ ନିଜର ପିଲାବେଳର ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଭିଡିଓରେ ସେ ତାଙ୍କ ମା’ ଭାବନା ପାଣ୍ଡେଙ୍କ ସହ ଥିବା ଦେଖିବାକୁ ମିଳିଛି। ଉଭୟ ଏହି ଭିଡିଓରେ ବହୁତ ମସ୍ତି କରୁଛନ୍ତି। ଏଥିରେ ଅନନ୍ୟା ତାଙ୍କ ମା’ଙ୍କୁ କହୁଛନ୍ତି ଯେ, ଦୁନିଆରେ ମୁଁ ଯାହାଙ୍କୁ ବହୁତ ପସନ୍ଦ କରେ ସେ ମୋ ମା’। ଅନନ୍ୟା ଆଉ ଏକ ଭିଡିଓ ଶେୟାର କରି ଲେଖିଛନ୍ତି ଯେ, ମୋ ମା’ ମୋ ସହିତ ଛୋଟ ପିଲାଙ୍କ ଭଳି ଖେଳୁଥିଲେ ମଧ୍ୟ। ସେ ମୋର ବହୁତ କ୍ଲୋଜ। ଜଣେ ଭଲ ବାନ୍ଧବୀ । ସେ ଏହି ଫଟୋ ଶେୟାର କରି ଦୁନିଆର ସବୁ ମା’ମାନଙ୍କୁ ବିଶ୍ୱ ମାତୃ ଦିବସର ଶୁଭକାମନା ଜଣାଇଛନ୍ତି। ତେବେ ଏହି ଭିଡିଓଗୁଡ଼ିକୁ ସେତେବେଳେ ତାଙ୍କ ବାପା ଚଙ୍କି ପାଣ୍ଡେ ସୁଟ୍‌ କରିଥିଲେ। ସେ ଛୋଟବେଳେ ବହୁତ କ୍ୟୁଟ୍‌ ଥିଲେ। ତାଙ୍କର ଏହି ଭିଡିଓ ଇନ୍‌ଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି। ସମଗ୍ର ଦେଶ ଆଜି କରୋନା ସହ ଲଢ଼େଇ କରୁଛି। ସମସ୍ତଙ୍କୁ ଘରେ ସୁରକ୍ଷିତ ରହି କରୋନା ଭଳି ମହାମାରୀକୁ ଆମ ଦେଶରୁ ହଟାଇବାକୁ ପଡ଼ିବ। ସେଥିଲାଗି ଘରେ ରୁହନ୍ତୁ। ସୁରକ୍ଷିିତ ରୁହନ୍ତୁ ବୋଲି ଅନନ୍ୟା କହିଛନ୍ତି।


All Right Reserved By Dharitri.Com

ବ୍ରେକ୍‌ଫାଷ୍ଟରୁ ଡିନର ପର୍ଯ୍ୟନ୍ତ କେଉଁ ଅଭିନେତ୍ରୀଙ୍କ କ’ଣ ପସନ୍ଦ? ଜାଣନ୍ତୁ…

ସୁସ୍ଥ ଏବଂ ସୁନ୍ଦର ଚେହେରା ପାଇଁ ବଲିଉଡ୍‌ର ଅଭିନେତ୍ରୀମାନେ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେଇଥାନ୍ତି। ଦୀପିକା ପାଦୁକୋନ୍‌ ହୁଅନ୍ତୁ କି ଆଲିଆ ଭଟ୍ଟ। ବ୍ରେକ୍‌ଫାଷ୍ଟରୁ...

ଦୁଇ କପ୍‌ ଚା’ରୁ ସକାଳ ଆରମ୍ଭ

ଶ୍ରଦ୍ଧା କପୁର ଏବେ ବଲିଉଡ୍‌ର ଅନ୍ୟତମ ବ୍ୟସ୍ତ ନାୟିକା। ଚଳିତ ମାସରେ ରିଲିଜ ହେବାକୁ ଯାଉଥିବା ବିଗ୍‌ ବଜେଟ ଫିଲ୍ମ ‘ଶାହୋ’ରେ ସେ ପ୍ରଭାସଙ୍କ ଅପୋଜିଟ୍‌ରେ...

ବିଭୋରଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ନେହା

ମୁମ୍ବାଇ: ବଲିଉଡ୍‌ ଗାୟିକା ନେହା କକ୍କର ତାଙ୍କ ସୁମଧୁର କଣ୍ଠ ପାଇଁ ବେଶ୍‌ ପରିଚିତ। ବହୁ ସଂଘର୍ଷ କରି ସଫଳତା ପାଇଥିବା ନେହା ଏବେ ତାଙ୍କ...

କ୍ୟାଟ୍ରିନାଙ୍କ ଶାଢ଼ିପିନ୍ଧା ଫଟୋ ଦେଖି ଏମିତି କ୍ୟାପଶନ୍‌ ଲେଖିଲେ ଭାଇଜାନ୍‌

ଆଉ ୪ ଦିନ ପରେ ‘ଭାରତ’ ଫିଲ୍ମ ରିଲିଜ ହେବ। ଦର୍ଶକ ଏହି ଫିଲ୍ମକୁ ଅପେକ୍ଷା କରି ରହିଛନ୍ତି। କାରଣ କ୍ୟାଟ୍ରିନା ଆଉ ଭାଇଜାନ୍‌ଙ୍କ ଫିଲ୍ମକୁ...

ଏକତାଙ୍କ ବାୟୋପିକରେ ଦିଶା

ମୁମ୍ବାଇ: ବଲିଉଡ୍‌ର ହଟ୍‌ ଓ ସେକ୍ସି ନାୟିକା ଦିଶାା ପାଟନି ଏବେ ଚଣ୍ଡିଗଡ଼ରେ ଅଛନ୍ତି। ସେ ତାଙ୍କ ଅପ୍‌କମିଙ୍ଗ ଫିଲ୍ମ ‘କେ ଟିନା’ର ଶୁଟିଂରେ ବ୍ୟସ୍ତ...

ଘର ଖର୍ଚ୍ଚ ପାଇଁ ଗହଣା ବିକିଲେ ଅଭିନେତ୍ରୀ

ନୂଆଦିଲ୍ଲୀ: ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋ-ଅପରେଟିଭ୍‌ (ପିଏମ୍‌ସି)ବ୍ୟାଙ୍କର ମାନ୍ଦାବସ୍ଥା ଏହାର ଗ୍ରାହକଙ୍କ ଜୀବନଶୈଳୀକୁ ପ୍ରଭାବିତ କରିଛି। ପରିସ୍ଥିତି ଏପରି ହୋଇଛି ଯେ, କେବଳ ସାଧାରଣ ଗ୍ରାହକ...

‘ଛପାକ’ ଫିଲ୍ମ ସହ ଶିରୋଜ କ୍ୟାଫେର କ’ଣ ରହିଛି ସମ୍ପର୍କ

ଲକ୍ଷ୍ନୌ: ଦୀପିକା ପାଦୁକୋନଙ୍କ ଅଭିନୀତ ଓ ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଛପାକ’ ବହୁ ବାଦ ବିବାଦ ପରେ ରିଲିଜ୍‌ ହୋଇସାରିଛି। ଏହା ଏସିଡ୍‌ ଆଟାକ୍‌...

ଫେରୁଛି ‘ରୋଜା’

ମୁମ୍ବାଇ: ମଣିରତ୍ନମଙ୍କ ନିର୍ଦ୍ଦେଶିତ ଫିଲ୍ମ ୧୯୯୨ରେ ପରଦାରେ ସୁପରହିଟ୍‌ ସାବ୍ୟସ୍ତ ହୋଇଥିବା ବେଳେ ଏବେବି ଏହା ଦର୍ଶକଙ୍କ ମନରେ ଅଭୁଲା ହୋଇ ରହିଛି। ଏଥିରେ ଅରବିନ୍ଦ...

Leave a comment

Your email address will not be published. Required fields are marked *