ଜାକ୍‌ଲିନଙ୍କ ସହ ସଲମାନଙ୍କ ନୂଆ ଭିଡିଓ ରିଲିଜ

ମୁମ୍ବାଇ: କରୋନା ପାଇଁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଲିଉଡ ଅଭିନେତ୍ରୀ, ଅଭିନେତା ସମସ୍ତେ ଘରେ ଏକ ପ୍ରକାର ବନ୍ଦ ହୋଇ ରହିଛନ୍ତି। ମାତ୍ର ଏହା କଳାକାରଙ୍କ ସୃଜନଶୀଳତାକୁ ଅଟକାଇପାରି ନାହିଁ। ନିକଟରେ ଅଭିନେତା ସଲମାନ ଖାନ ‘ପ୍ୟାର କରୋନା’ ଶୀର୍ଷକ ଏକ ଗୀତ ପ୍ରସ୍ତୁତ କରିଥିବା ବେଳେ ଏବେ ଆଉ ଏକ ଗୀତର ଭିଡିଓ ରିଲିଜ କରିଛନ୍ତି। ଗୀତଟି ହେଲା ‘ତେରେ ବିନା ’। ଏହି ଗୀତଟି ସଲମାନଙ୍କ ପାନଭେଲସ୍ଥିତ ଫାର୍ମହାଉସ୍‌ରେ ସୁଟ୍‌ ହୋଇଛି। ଜାକ୍‌ଲିନ୍‌ ଫର୍ନାଣ୍ଡିଜ୍‌ଙ୍କ ସହ ସେ ଏହି ଗୀତରେ ଅଭିନୟ କରିଛନ୍ତି। ତେବେ ସଲମାନ ନିଜ ଇନ୍‌ଷ୍ଟାଗ୍ରାମରେ ଏହି ଭିଡିଓଟିକୁ ଶେୟାର କରିଛନ୍ତି। ସଲମାନ ଆଉ ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ମୁଁ ଆଉ ବସିପାରିବି ନାହିଁ। ପ୍ରଥମ ଥର ପାଇଁ କାମ ଛାଡ଼ି ମୁଁ ଏତେଦିନ ଖାଲି ବସିଛି। ଦର୍ଶକଙ୍କ ମନୋରଞ୍ଜନ କରିବାକୁ ମୁଁ ମୋର ଉଦ୍ୟମ ଜାରି ରଖିଛି। ଇନ୍‌ଷ୍ଟାରେ ଭିଡିଓଟି ଭାଇରାଲ ହେବାରେ ଲାଗିଛି। ଦର୍ଶକମାନେ ଏହି ଗୀତକୁ ମଧ୍ୟ ପସନ୍ଦ କରିଛନ୍ତି।


All Right Reserved By Dharitri.Com

ମାରାକେଚ ଫିଲ୍ମ ଫେଷ୍ଟିଭାଲରେ ସମ୍ମାନୀତ ହେଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୬।୧୨: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଡିସେମ୍ବରରେ ପ୍ରଶଂସା ସାଉଁଟି ଚାଲିଛନ୍ତି। ୟୁନିସେଫ୍‌ ଦ୍ୱାରା ଗତ ମଙ୍ଗଳବାର ଡାନି କାୟେ ହ୍ୟୁମାନିଟାରିୟାନ ଆଓ୍ବାର୍ଡ ପାଇଥିବା...

ଶିଳ୍ପାଙ୍କ ଜନ୍ମଦିନରେ ସ୍ବାମୀ ରାଜ ଲେଖିଲେ ସ୍ବତନ୍ତ୍ର ବାର୍ତ୍ତା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଆଜି ୪୪ତମ ଜନ୍ମଦିନ। ଏହି ଅବସରରେ ତାଙ୍କ ନିକଟକୁ ପରିବାର, ଶୁଭେଚ୍ଛୁ ତଥା କଳାକାର ବନ୍ଧୁମାନଙ୍କ ନିକଟରୁ ଶୁଭେଚ୍ଛାର...

ଲକ୍‌ଡାଉନ୍‌ରେ ଗାଁରେ ଫସିଲେ ରତନ: ଚୁଲିରେ କରୁଛନ୍ତି ରୋଷେଇ

ଲକ୍‌ଡାଉନ୍‌ ପାଇଁ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡ଼ିଛି। ଅନେକ ଲୋକ ଅଛନ୍ତି ଯୋଉଁମାନେ ନିଜ ଘରଠାରୁ ଦୂରେଇ ଅନ୍ୟ ସ୍ଥାନରେ ଫସି ରହିଛନ୍ତି। ଏମିତି...

‘କଲ୍‌ ହୋ ନା ହୋ’କୁ ପୂରଣ ହେଲା ୧୬ ବର୍ଷ

ମୁମ୍ବାଇ: ନିଖିଲ ଆଡଭାନୀଙ୍କ ନିର୍ଦ୍ଦେଶିତ ରୋମାଣ୍ଟିକ୍‌ ଡ୍ରାମା ଫିଲ୍ମ ‘କଲ୍‌ ହୋ ନା ହୋ’କୁ ପୂରଣ ହୋଇଛି ୧୬ ବର୍ଷ। ଏହି ଉପଲକ୍ଷେ ବଲିଉଡ୍‌ ନିର୍ଦ୍ଦେଶକ...

ଅଭିନେତା ମୋହିତ୍‌ଙ୍କ ଦେହାନ୍ତ

ମୁମ୍ବାଇ, ୨୪।୫:ବଲିଉଡ୍‌ର ଜଣାଶୁଣା ଅଭିନେତା ମୋହିତ୍‌ ବାଘେଲଙ୍କ କ୍ୟାନ୍‌ସରରେ ଶନିବାର ସକାଳେ ମୃତ୍ୟୁ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୨୬ ବର୍ଷ ହୋଇଥିଲା। ନିଜ ହୋମ୍‌ଟାଉନ୍‌...

କ୍ଷୀର ପରି ତୋଫା ଗୋରା ୪ ଅଭିନେତ୍ରୀଙ୍କ ଚେହେରା: ନେବାକୁ ପଡ଼େନି ମେକ୍‌ ଅପ୍‌

ମୁମ୍ବାଇ: ଫିଲ୍ମ ଶୁଟିଂ ସମୟରେ ଅଭିନେତ୍ରୀ, ଅଭିନେତା ତଥା ଅନ୍ୟ କଳାକାରଙ୍କୁ ମେକ୍‌ ଅପ୍‌ ନେବାକୁ ପଡ଼ିଥାଏ। ତେବେ ବିଲିଉଡ୍‌ର ୪ ଅଭିନେତ୍ରୀଙ୍କ ଚେହେରା କ୍ଷୀର...

ନିର୍ଦ୍ଦେଶକ ରାମଗୋପାଳ ବର୍ମାଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ,୨୦।୪: ନିଜ ବୟାନକୁ ନେଇ ସବୁବେଳେ ବିବାଦରେ ରହୁଥିବା ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଏବେ ପୁଣି ଥରେ ବିବାଦରେ ଫଶିଯାଇଛନ୍ତି। ଚଳିତ ଥର...

ନ୍ୟୁୟର୍କରେ ଛୁଟି ମନାଇ ମୁମ୍ବାଇ ଫେରିବା ପରେ କ୍ୟାମେରା ସାମ୍ନାରେ ମୁହଁ ଲୁଚାଇଲେ ରଣବୀର, ମୁରୁକି ହସୁଥିଲେ ଆଲିଆ

ଆଲିଆ ଏବଂ ରଣବୀରଙ୍କ ରିଲେସନଶିପକୁ ନେଇ ଚର୍ଚ୍ଚା କମୁନି। କିଛିଦିନ ତଳେ ଦୁଇଜଣ ଯାକ ନ୍ୟୁୟର୍କରେ ଛୁଟି ମନାଉଥିବା ଖବର ଆସିଥିଲା। ତେବେ ଛୁଟି କଟାଇ...

Leave a comment

Your email address will not be published. Required fields are marked *