ସଜହ ହେବ ବ୍ୟବସାୟ;ଇଜ୍‌ ଅଫ୍‌ ଡୁଇଂ ବିଜନେସ ର଼୍ୟାଙ୍କିଙ୍ଗରେ ଟପ୍‌ ୫୦ରେ ସ୍ଥାନ ପାଇବା ଲକ୍ଷ୍ୟ

ନୂଆଦିଲ୍ଲୀ,୨୩-୪: ବ୍ୟବସାୟୀ ସୁଗମତା କ୍ଷେତ୍ରରେ ଭାରତ ଆଉ କିଛି ଦିନ ଭିତରେ ଇତିହାସ ରଚିବାକୁ ଯାଉଛି। କେନ୍ଦ୍ର ସରକାର ଦେଶରେ ବ୍ୟବସାୟ ସୁଗମତାକୁ ଆହୁରି ସହଜ କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି, ଯାହା ଦ୍ୱାରା ବ୍ୟବସାୟୀ ଖୁସିରେ ଉଛୁଳି ଉଠିବେ। ୨୭ ପାଦ ଉପରକୁ ଉଠି ଇଜ୍‌ ଅଫ୍‌ ଡୁଇଂ ବିଜନେସ ର଼୍ୟାଙ୍କିଙ୍ଗର ଟପ୍‌ ୫୦ରେ ସ୍ଥାନ ପାଇବାକୁ ସରକାର ସ୍ବତନ୍ତ୍ର ପଦକ୍ଷେପ ନେବାକୁ ଯାଉଛନ୍ତି। ନୂଆ ବ୍ୟବସ୍ଥାରେ କମ୍ପାନୀ ଆରମ୍ଭ କରିବା ପ୍ରକ୍ରିୟାକୁ ଅଧିକ ସହଜ ତଥା ସରଳ କରାଯିବ। ମାତ୍ର ୩ ଦିନ ଭିତରେ ବ୍ୟବସାୟୀଙ୍କୁ ପରମାନେଣ୍ଟ ଆକାଉଣ୍ଟ ନମ୍ବର(ପାନ୍‌), ଟ୍ୟାକ୍ସ ଆକାଉଣ୍ଟ ନମ୍ବର(ଟାନ୍‌) ପ୍ରଦାନ ସହ ଜିଏସ୍‌ଟି, ଏମ୍ପ୍ଲୟି ପ୍ରଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେଶନ(ଇପିଏଫଓ) ଏବଂ ଏମ୍ପ୍ଲୟି ଷ୍ଟେଟ୍‌ ଇନ୍‌ସ୍ୟୁରାନ୍ସ କର୍ପୋରେଶନ(ଇଏସ୍‌ଆଇସି)ରେ ପଞ୍ଜୀକରଣ କରାଯିବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।

ଡିପାର୍ଟମେଣ୍ଟ ଫର୍‌ ପ୍ରମୋଶନ ଅଫ୍‌ ଇଣ୍ଡଷ୍ଟ୍ରି ଆଣ୍ଡ ଇଣ୍ଟରନାଲ ଟ୍ରେଡ(ଡିପିଆଇଆଇଟି) ଇଜ୍‌ ଅଫ୍‌ ଡୁଇଂରେ ଭାରତର ର଼୍ୟାଙ୍କିଙ୍ଗ ସୁଧାରିବା ଦିଗରେ କାର୍ଯ୍ୟ କରୁଛି। ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ, ଏବେ କମ୍ପାନୀ ନାମ ପଞ୍ଜୀକରଣ କରିବାରେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି। ଏହାକୁ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଦୂର କରୁଛି। ଅନେକ ସମୟରେ ଏକାଧିକ ଏଜେନ୍ସି ନିକଟରେ ଲାଇନରେ ଯାଇ ଅନୁମତି ନେବାରେ ଦୀର୍ଘ ସମୟ ବିତିଯାଉଛି। ଏହାର ସମାଧାନ ପାଇଁ ପ୍ରୟାସ ଆରମ୍ଭ ହୋଇଛି। ସମସ୍ତ କେନ୍ଦ୍ରୀୟ ଏଜେନ୍ସିଙ୍କ ନିକଟରେ ପଞ୍ଜୀକରଣ ଲାଗି ଏକପ୍ରକାର ପ୍ରକ୍ରିୟା ପ୍ରସ୍ତୁତ କରାଯାଉଛି। ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବରରେ ଜାରି ହୋଇଥିବା ବିଶ୍ୱବ୍ୟାଙ୍କର ଇଜ୍‌ ଅଫ୍‌ ଡୁଇଂ ବିଜନେସ ର଼୍ୟାଙ୍କିଙ୍ଗରେ ଭାରତ ୨୩ ସ୍ଥାନ ଉପରକୁ ଉଠି ୭୭ତମ ସ୍ଥାନରେ ପହଞ୍ଚତ୍ ପାରିଛି। ବ୍ୟବସାୟକୁ ସୁଗମ କରିବା ଉଦ୍ଦେଶ୍ୟରେ ଉପୁଜୁଥିବା ବାଧାକୁ ଦୂର କରିବା ଲାଗି ସରକାର ଗତ ଦୁଇବର୍ଷ ହେବ କ୍ରମାଗତ ଉଦ୍ୟମ ଜାରି ରଖିଥିବାରୁ ଭାରତର ର଼୍ୟାଙ୍କିଙ୍ଗରେ ଯଥେଷ୍ଟ ସୁଧାର ଆସିଲାଣି। ସବୁଠାରୁ ଅଧିକ ସୁଧାର କରିବାରେ ଭାରତ ଅନ୍ୟତମ ଦେଶ ବୋଲି ବିଶ୍ୱ୍ୟାଙ୍କ ନିଜ ରିପୋର୍ଟରେ ଦର୍ଶାଇଛି। ୨୦୧୪-୧୮ ମଧ୍ୟରେ ଭାରତ ଏହି ର଼୍ୟାଙ୍କିଙ୍ଗରେ ୬୫ ସ୍ଥାନ ଉପରକୁ ଚଢ଼ିଥିବା ବେଳେ ଚାଇନା ୨୭ ସ୍ଥାନ ତଳକୁ ଖସିଛି। ଡିପିଆଇଆଇଟି ପକ୍ଷରୁ ଇନ୍‌ସଲଭେନ୍ସି ଫ୍ରେମଓ୍ବର୍କ, ପ୍ରପର୍ଟି ରେଜିଷ୍ଟେଶନ, ଟ୍ୟାକ୍ସ ପେମେଣ୍ଟ ଏବଂ ଏହାର ରିଫଣ୍ଡରେ ପରିବର୍ତ୍ତନ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ଏମାନଙ୍କ ଭିତରୁ କିଛି କ୍ଷେତ୍ରରେ ଭାରତର ର଼୍ୟାଙ୍କିଙ୍ଗ ୧୦୦ ତଳକୁ ରହିଛି। ରାଜ୍ୟର ଏଜେନ୍ସିଗୁଡ଼ିକୁ ମଧ୍ୟ ଡିପିଆଇଆଇଟି ସାମିଲ କରିଛି। ଏହାଦ୍ୱାରା ଉଭୟ କେନ୍ଦ୍ର ଓ ରାଜ୍ୟରୁ ଅନୁମତି ମିଳିବା ସହଜ ହେବ। ଉଲ୍ଲେଖ କରାଯାଇପାରେ ଯେ, ଇଜ୍‌ ଅଫ୍‌ ଡୁଇଂ ବିଜନେସ୍‌ ର଼୍ୟାଙ୍କିଙ୍ଗକୁ ଦେଶରେ ବ୍ୟବସାୟ ପରିବେଶର ଏକ ମାପକାଠି ଭାବେ ଦର୍ଶାଯାଇଥାଏ। ବିଦେଶୀ ନିବେଶକଙ୍କୁ ଆକର୍ଷିତ କରିବା ଉଦ୍ଦେଶ୍ୟରେ ଏବେ ଭାରତ ଟପ୍‌ ୫୦ ଦେଶ ମଧ୍ୟରେ ନିଜକୁ ସାମିଲ କରିବାକୁ ଚାହୁଁଛି।


All Right Reserved By

ବାଣିଜ୍ୟ ନିଅଣ୍ଟ ୬ ମାସର ସର୍ବୋଚ୍ଚ ସ୍ତରରେ

ନୂଆଦିଲ୍ଲୀ,୧୬-୬: ଦେଶର ରପ୍ତାନି ମେ’ରେ ୩.୯୩ ପ୍ରତିଶତ ବଢ଼ି ୩୦ ବିଲିୟନ ଡଲାରରେ ପହଞ୍ଚତ୍ୟାଇଛି। ବାଣିଜ୍ୟ ମନ୍ତ୍ରଣାଳୟ ଦ୍ୱାରା ଶୁକ୍ରବାର ଜାରି ତଥ୍ୟ ଅନୁସାରେ ଇଲେକ୍ଟ୍ରୋନିକ୍ସ...

ହ୍ୟୁଣ୍ଡାଇର ନୂଆ କନେକ୍‌ଟେଡ ଏସ୍‌ୟୁଭି ‘ଭେନ୍ୟୁ’

ଭୁବନେଶ୍ୱର,୨୩-୫: ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ ପକ୍ଷରୁ ନୂଆ କନେକଟେଡ ଏସ୍‌ୟୁଭି ଭେନ୍ୟୁ ବଜାରକୁ ଆସିଛି। ଏହା କମ୍ପାନୀର ପ୍ରଥମ ସ୍ମାର୍ଟ ମୋବିଲିଟି ସଲ୍ୟୁଶନ୍ସ ହୋଇଥିବା...

ଫ୍ଲିପ୍‌କାର୍ଟ ମାମଲା : ଶୁଣାଣି କରିବେ ଏନ୍‌ସିଏଲ୍‌ଏଟି

ନୂଆଦିଲ୍ଲୀ,୨୨-୫: ଅନ୍‌ଲାଇନ ବିକ୍ରେତା ଫ୍ଳିପ୍‌କାର୍ଟର ଏକଚାଟିଆ କାରବାରକୁ ବିରୋଧ କରି ଆଗତ ମାମଲାକୁ ଶୁଣାଣି ଲାଗି ରାଷ୍ଟ୍ରୀୟ କମ୍ପାନୀ ବିଧି ଅପୀଲିୟ ନ୍ୟାୟାଧିକରଣ(ଏନ୍‌ସିଏଲ୍‌ଏଟି) ଗ୍ରହଣ କରିଛନ୍ତି।...

ଇପିଏଫ୍‌ରେ ମିଳିବ ୮.୬୫%ସୁଧ

ନୂଆଦିଲ୍ଲୀ,୨୭-୪: କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ଆର୍ଥିକ ବର୍ଷ ୨୦୧୮-୧୯ ଲାଗି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି(ଇପିଏଫ୍‌) ଉପରେ ୮.୬୫% ସୁଧ ହାର ଦେବାକୁ ନିଷ୍ପତ୍ତି ନେଇଛି। କର୍ମଚାରୀ ଭବିଷ୍ୟନିଧି...

ବିପିସିଏଲ୍‌ ଆଉଟଲେଟରେ ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ସେବା

ଭୁବନେଶ୍ୱର,୧।୮, (ବ୍ୟୁରୋ)  ସାରା ରାଜ୍ୟରେ ଥିବା ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ(ବିପିସିଏଲ୍‌) ଆଉଟଲେଟଗୁଡିକ ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ପଏଣ୍ଟ ଭାବେ କାର୍ଯ୍ୟ କରିବ। ଓଡିଶାରେ କମ୍ପାନୀର ମୋଟ...

ସୁଧହାର କମାଇଲା ଆରବିଆଇ

ନୂଆଦିଲ୍ଲୀ,୪।୧୦: ମୁଦ୍ରାନୀତି ସମୀକ୍ଷା ପରେ ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୦.୨୫ ବେସିସ୍‌ ପଏଣ୍ଟ ହ୍ରାସ କରିଛି। ଫଳରେ ୫.୧୫ ପ୍ରତିଶତକୁ ରେପୋ ରେଟ...

ଏମ୍‌ଏସ୍‌ଏମ୍‌ଇ ସେକ୍ଟରରେ ସମସ୍ୟା: ଆର୍‌ବିଆଇକୁ ରିପୋର୍ଟ ଦେଲେ ସିହ୍ନା କମିଟି

ନୂଆଦିଲ୍ଲୀ,୧୯-୬: ଏମ୍‌ଏସ୍‌ଏମ୍‌ଇ ସେକ୍ଟରରେ ଦେଖାଦେଇଥିବା ଅଚଳାବସ୍ଥା ଦୂର କରିବା ତଥା ଏହାର ଅଭିବୃଦ୍ଧି ହାସଲ ନେଇ ପୂର୍ବତନ ସେବି ଅଧ୍ୟକ୍ଷ ୟୁ.କେ.ସିହ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି...

ପାନ୍‌-ଆଧାର ଲିଙ୍କ୍‌ ଅବଧି ୩୧ ଡିସେମ୍ବର ଯାଏ ବୃଦ୍ଧି

ନୂଆଦିଲ୍ଲୀ,୨୯ା୯: ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର (ପାନ୍‌) ସହ ଆଧାର ସଂଯୋଗ କରାଇବା ଅବଧିକୁ ଚଳିତ ବର୍ଷ ୩୧ ଡିସେମ୍ବର ଯାଏ ବଢାଯାଇଛି। ଏହାର ଲିଙ୍କ୍‌ କରାଇବା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *