ଜୋତା ଦାନକରି ଜନତାଙ୍କ ହୃଦୟ ଜିତିଲା ଇନ୍ଦୋର ପୋଲିସ

ଇନ୍ଦୋର,୧୧।୫: ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ବୃଦ୍ଧି ପାଉଥିବା ବେଳେ ଦିନକୁ ଦିନ ନୂଆ ସମସ୍ୟାମାନ ମଧ୍ୟ ମୁଣ୍ଡ ଟେକୁଛି। କରୋନା ସଂକ୍ରମଣକୁ ନେଇ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ଏବେ ନିଜ ରାଜ୍ୟଛାଡି ବାହାର ରାଜ୍ୟକୁ ଚାଲିଯାଇଥିବା ଶ୍ରମିକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖାଯାଉଛି। ଏମାନଙ୍କର ରୋଜଗାରର ବାଟ ବନ୍ଦ ହୋଇ ଯାଇଥିବା ବେଳେ ଏବେ ଏମାନେ ଘର ମୁହାଁ ହୋଇଛନ୍ତି। ହେଲେ ଏମାନଙ୍କ ପାଇଁ ଯେମିତି ଦେବଦୂତ ସାଜିଛି ଇନ୍ଦୋର ପୋଲିସ। ପ୍ରତିଦିନ ଇନ୍ଦୋର ପୋଲିସ ପକ୍ଷରୁ ପାଖାପାଖି ୪ ହଜାର ବେସାହାରାଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି। କେବଳ ସେତିକି ନୁହେଁ ଏମିତି ଶହ ଶହ ବେସାହାରାଙ୍କୁ ଜୋତା ଓ ଚପଲ ମଧ୍ୟ ଦାନ କରୁଛି ଇନ୍ଦୋର ପୋଲିସ। ପୋଲିସର ଏହି କାର୍ଯ୍ୟକୁ ଏବେ ସମସ୍ତେ ବେଶ୍‌ ପ୍ରଶଂସା କରୁଛନ୍ତି। ବିଶେଷ ଭାବେ ଘରମୁହାଁ ହୋଇଥିବା ପ୍ରବାସୀ ଶ୍ରମିକମାନେ ଚାଲିଚାଲି ଘରମୁହାଁ ହୋଇଥିବା ବେଳେ ଏମାନେ ଯେତେବେଳେ ଥକାମାରି ରାସ୍ତା କଡରେ ଆଶ୍ରୟ ନେଉଛନ୍ତି ପୋଲିସ ଏମାନଙ୍କୁ ସହାୟତା ଯୋଗାଇ ଦେଉଛନ୍ତି।


All Right Reserved By Dharitri.Com

ଭାରତରେ ଦେଢ଼ ଲକ୍ଷ ଛୁଇଁବ କରୋନା ସଂକ୍ରମିତଙ୍କ ସଂଖ୍ୟା: ମହାରାଷ୍ଟ୍ରରେ ୫୨ ହଜାରରୁ ଅଧିକ ସଂକ୍ରମିତ

ନୂଆଦିଲ୍ଲୀ,୨୬।୫: କରୋନା ସଂକ୍ରମଣ ନେଇ ଭାରତରେ ସଙ୍କଟ ଜାରି ରହିଛି। ଖୁବ୍‌ ଶୀଘ୍ର ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦେଢ଼ ଲକ୍ଷ ଛୁଇଁବ। ମଙ୍ଗଳବାର ସୁଦ୍ଧା...

୪ର୍ଥ ଶ୍ରେଣୀ ଛାତ୍ରୀ ତିଆରି କଲେ ଆଣ୍ଟି ବୁଲିଙ୍ଗ୍‌ ଆପ୍‌

ଶିଲଂ,୧୦।୨: ଅସୁବିଧା ନୂଆନୂଆ ଉଦ୍‌ଭାବନ ପାଇଁ ବାଟ କଢ଼ାଇଥାଏ। ମେଘାଳୟର ଜଣେ ଛାତ୍ରୀ କ୍ଷେତ୍ରରେ ଏହା ସତ୍ୟରେ ପରିଣତ ହୋଇଛି। ୯ବର୍ଷ ବୟସ୍କା ୪ର୍ଥ ଶ୍ରେଣୀ...

ପାକିସ୍ତାନରେ ବି ରହିଛି ମନ୍ଦିର ପାଖରେ ମସଜିଦ୍‌: ଲୋକେ ପାଳନ୍ତି ଇଦ୍‌-ହୋଲି-ଦିଓ୍ବାଲି

ଇସଲାମାବାଦ୍‌: ପୃଥିବୀରେ ଭିନ୍ନ ଭିନ୍ନ ସମ୍ପ୍ରଦାୟର ମଣିଷ ମଣିଷ ମଧ୍ୟରେ ଭେଦଭାବ ବଢ଼ିଚାଲିଛି। ତେବେ ପାକିସ୍ତାନର ଏକ ସହର ସାମ୍ପ୍ରଦାୟିକ ସଦ୍‌ଭାବର ବାର୍ତ୍ତା ଦେଇଥାଏ। ସହରରେ...

ମୈତ୍ରୀପୂର୍ଣ୍ଣ ସମାଧାନକୁ ସ୍ବାଗତ: ରବି ଶଙ୍କର

ନୂଆଦିଲ୍ଲୀ,୯।୧୧: ଅଯୋଧ୍ୟା ମାମଲାର ରାୟକୁ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ସ୍ବାଗତ କରିଛନ୍ତି। ଏହାର ମୈତ୍ରୀପୂର୍ଣ୍ଣ ସମାଧାନ ଦେଶବାସୀଙ୍କ ମଧ୍ୟରେ ଏକତାକୁ ସୁଦୃଢ଼ କରିବ...

ସାଇକେଲ୍‌ ଚଢି ସଂସଦ ଆସିଲେ ମନୋଜ-ମନସୁଖ

ନୂଆଦିଲ୍ଲୀ,୧୮।୧୧: ସଂସଦର ଶୀତକାଳିନ ଅଧିବେଶନ ସୋମବାର ଆରମ୍ଭ ହୋଇଛି। ଏହି ଅଧିବେଶନରେ ଯୋଗ ଦେବା ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍‌ପି ମନୋଜ ତିଓ୍ବାରି ସାଇକେଲ...

ସବୁ ପ୍ରକାର ସହଯୋଗ ମିଳିବ ବୋଲି ଜଗନ ମୋହନଙ୍କୁ କଥା ଦେଲେ ମୋଦି

ତିରୁପତି,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମାଲଦ୍ୱୀପରୁ ଫେରି ଶ୍ରୀଲଙ୍କା ଗସ୍ତ କରିଥିଲେ। ଏହି ସମୟରେ ସେ ଗୁରୁଭୟୁର ମନ୍ଦିର ଦର୍ଶନ କରିବା ସହ ତିରୁପତି...

ଯୋଗ ଭିଡିଓ ଶେୟାର କଲେ ମୋଦି

ନୂଆଦିଲ୍ଲୀ,୩୧ା୩ (ଆଇଏଏନ୍‌ଏସ୍‌): ଲକ୍‌ଡାଉନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜକୁ ଫିଟ୍‌ନେସ ରଖିବା ପାଇଁ ନେଉଥିବା ପଦକ୍ଷେପ ସମ୍ପର୍କରେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଅନେକ...

ଦିଲ୍ଲୀ ବିଧାନସଭା ନିର୍ବାଚନ: ପ୍ରଥମଥର ପ୍ରଚାର ମଇଦାନରେ ମୋଦି

ନୂଆଦିଲ୍ଲୀ,୩।୨: ପାଖେଇ ଆସିଲାଣି ଦିଲ୍ଲୀ ବିଧାନସଭା ନିର୍ବାଚନ। ଏଥିରେ ପୂର୍ବରୁ ହେଭି ଓ୍ବେଟ୍‌ ରାଜନେତାମାନେ ପ୍ରଚାର ମଇଦାନକୁ ଓହ୍ଲାଇଥିବା ବେଳେ ସୋମବାର ପ୍ରଥମକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

Leave a comment

Your email address will not be published. Required fields are marked *