କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିକୁ ପିଗି ବ୍ୟାଙ୍କ ଦାନ କଲେ ଦୁଇ ଶିଶୁ

ଲକ୍ଷ୍ନୌ,୧୧।୫: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। କରୋନା ମୁକାବିଲା ପାଇଁ ବହୁ ଲୋକ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଦାନ ଜାରି ରଖିଛନ୍ତି। ଏହି ମର୍ମରେ ଉତ୍ତରପ୍ରଦେଶ ଗୋଣ୍ଡା ଅଞ୍ଚଳର ଦୁଇ ଶିଶୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ନିଜ ନିଜର ପିଗି ବ୍ୟାଙ୍କ ଦାନ କରିଛନ୍ତି। ସ୍ଥାନୀୟ ତରବଗଞ୍ଜ୍‌ରେ ବାସ କରୁଥିବା ରାଧାରମଣ ଏବଂ ମଦନ ମୋହନ ନାମକ ଏହି ଶିଶୁ ଦୁଇଜଣ ଏସ୍‌ଡିଏମ୍‌ ରାଜେଶ କୁମାରଙ୍କୁ ଭେଟି ନିଜର ପିଗି ବ୍ୟାଙ୍କ ଦାନ କରିଛନ୍ତି। ସେମାନଙ୍କ ପିଗି ବ୍ୟାଙ୍କରେ ମୋଟ ୨୧ ଶହ ଟଙ୍କା ରହିଥିବା ଏସ୍‌ଡିଏମ୍‌ ସୂଚନା ଦେଇଛନ୍ତି। ସେମାନେ କାହିଁକି ଏଭଳି କରିଛନ୍ତି ପ୍ରଶ୍ନ କରାଯିବାରୁ ଶିଶୁ ଦୁଇଜଣ କହିଥିଲେ ଯେ, କରୋନା ସହିତ ଲଢ଼େଇ ପାଇଁ ସଭିଏଁ ଦାନ ଦେଉଛନ୍ତି। ଏହା ସେମାନଙ୍କ ମନରେ ପ୍ରେରଣା ସୃଷ୍ଟି କରିଛି। ଶିଶୁ ଦୁଇଜଣ ଏସ୍‌ଡିଏମ୍‌ଙ୍କୁ ୧୦୦ ମାସ୍କ ମଧ୍ୟ ପ୍ରଦାନ କରିଛନ୍ତି। ଏହାର ଏକ ୩୬ ସେକେଣ୍ଡର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


All Right Reserved By Dharitri.Com

ରାଜ ବାବ୍ବରଙ୍କୁ ଦୌଡାଇ ଦୌଡାଇ ମାରିବାକୁ ଧମକ

ନୂଆଦିଲ୍ଲୀ,୧୬।୪; ଫତେପୁର ସିକ୍ରିରୁ ନିର୍ବାଚନ ଲଢୁଥିବା ବିଏସ୍‌ପି ନେତା ଗୁଡ୍ଡୁ ପଣ୍ଡିତଙ୍କର ଏକ ଭିଡ଼ିଓ ଏବେ ସାମ୍ନାକୁ ଆସିଛି। ଯେଉଁଥିରେ ସେ କଂଗ୍ରେସ ନେତା ରାଜ...

ଆରମ୍ଭ ହେଲା ବଦ୍ରିନାଥ କବାଟ ବନ୍ଦ ପ୍ରକ୍ରିୟା

ଡେରାଡୁନ,୧୩।୧୧: ପଞ୍ଚ ପୂଜା ସହ ବଦ୍ରିନାଥ ଧାମର କବାଟ ବନ୍ଦ ହେବା ପ୍ରକ୍ରିୟା ବୁଧବାରଠାରୁ ଆରମ୍ଭ ହୋଇଛି। ଗଣେଶ ପୂଜାର୍ଚ୍ଚନା ସହ ସନ୍ଧ୍ୟାରେ ଗଣେଶ ମନ୍ଦିରର...

କେବଳ ବିବାହ ଦିନ ସ୍ନାନ କରନ୍ତି ଏହି ମହିଳା

ଆଫ୍ରିକାର ଉତ୍ତର-ପଶ୍ଚିମରେ ଥିବା ନାମିବିୟାର କୁନେର ଅଞ୍ଚଳରେ ବସବାସ କରନ୍ତି ହୁମ୍ବା ଜନଜାତି। ଏହି ଜନଜାତିର ମହିଳାମାନେ ଜୀବନରେ କେବଳ ଥରଟିଏ ଗାଧାନ୍ତି। ଏହା ସେମାନଙ୍କର...

ରହସ୍ୟମୟ ସ୍ଥାନ : ଏଠାକୁ ଆସିଥା’ନ୍ତି ପ୍ରେତଲୋକ

ଆତ୍ମା ଏବଂ ପ୍ରେତାତ୍ମା ସହିତ ଜଡ଼ିତ କିଛି କାହାଣୀ ନିଶ୍ଚିତ ପରିବାରର ବଡ଼ ସଦସ୍ୟମାନଙ୍କଠାରୁ ଶୁଣିଥିବେ। ଏହି କଥାକୁ କିଛି ଲୋକ ବିଶ୍ୱାସ କରୁଥିବାବେଳେ ଆଉ...

ଭାଇ ବବିଙ୍କ ସହ ଯାଇ ପ୍ରାର୍ଥିପତ୍ର ଦାଖଲ କଲେ ସନ୍ନି

ଅମୃତସର,୨୯।୪: ପଞ୍ଜାବର ଗୁରୁଦାସପୁର ନିର୍ବାଚନ ମଣ୍ଡଳୀ ଲାଗି ସୋମବାର ଅଭିନେତାରୁ ନେତା ହେଇଥିବା ସନ୍ନି ଦେଓଲ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ୬୨ ବର୍ଷୀୟ ସନ୍ନି...

ଘର ଭଡ଼ା ନେଉଥିଲେ…

ଜବ୍‌, ବ୍ୟବସାୟ ହେଉ କିମ୍ବା ଅନ୍ୟାନ୍ୟ କାରଣରୁ  ଅଧିକାଂଶ ପରିବାର ଭଡ଼ାଘର ନେଇ ରହିଥାନ୍ତି। ସେଠାରେ ଆବଶ୍ୟକତା ଅନୁସାରେ ସମସ୍ତ ସାମଗ୍ରୀ ମଧ୍ୟ ରଖିଥାନ୍ତି।  ହେଲେ...

ନିର୍ବାଚନ ପ୍ରଚାର କରିବାକୁ ବାରଣ ପରେ ହନୁମାନଙ୍କ ଶରଣ ନେଲେ ଯୋଗୀ

ଲକ୍ଷ୍ନୌ,୧୬।୪: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିର୍ବାଚନ କମିଶନ (ଇସି) ୭୨ ଘଣ୍ଟା ପାଇଁ ନିର୍ବାଚନ ପ୍ରଚାର କରିବାକୁ ବାରଣ କରିବା ପରେ ସେ...

ନରାଓ୍ବଣେଙ୍କୁ ପ୍ରଶଂସା କଲା ଶିବସେନା

ମୁମ୍ବାଇ,୧୩।୧: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ନେଇ ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ଦେଇଥିବା ମନ୍ତବ୍ୟକୁ ଶିବସେନା ପକ୍ଷରୁ ପ୍ରଶଂସା କରାଯାଇଛି। ଏନେଇ ଶିବସେନା ମୁଖପତ୍ର...

Leave a comment

Your email address will not be published. Required fields are marked *