ତେଲଙ୍ଗାନାରେ ୪ ଦିନରେ ୬୦୦ କୋଟିର ମଦ ବିକ୍ରି

ହାଇଦ୍ରାବାଦ,୧୧।୫: ତେଲଙ୍ଗାନାରେ ମାତ୍ର ୪ ଦିନରେ ୬୦୦ କୋଟି ଟଙ୍କାର ମଦ ବିକ୍ରି ହୋଇଛି। ଏହାଯୋଗୁ ରାଜ୍ୟ ଏକ ରେକର୍ଡ କରିଛି। ଲକ୍‌ଡାଉନ୍‌ ସମୟରେ ରାଜ୍ୟର ରାଜସ୍ବ କ୍ଷତିକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଦ ବିକ୍ରି ପାଇଁ ଅନୁମତି ମିଳିଥିଲା। ଏହାପରେ ତେଲଙ୍ଗାନାରେ ମେ ୬ରୁ ମଦ ବିକ୍ରି ଆରମ୍ଭ ହୋଇଥିଲା। ମେ ୬ରେ ୭୨ କୋଟି ୫୦ ଲକ୍ଷର ଟଙ୍କାର ମଦ ବିକ୍ରି ହୋଇଥିବାବେଳେ ମେ ୭ରେ ୧୮୮ କୋଟି ୨୦ ଲକ୍ଷ, ମେ ୮ରେ ୧୯୦ କୋଟି ୪୭ ଲକ୍ଷ ଏବଂ ମେ ୯ରେ ୧୪୯ କୋଟି ଟଙ୍କାର ମଦ ବିକ୍ରି ହୋଇଥିଲା। ରାଜ୍ୟରେ ମଦ ଦାମ ଅପେକ୍ଷାକୃତ କମ୍‌ ଥିବାରୁ ଏପରି ହୋଇଥିବା କୁହାଯାଉଛି। ଅପରପକ୍ଷରେ ଆନ୍ଧ୍ରପ୍ରଦେଶରେ ମଦ ଉପରେ ୭୫ ପ୍ରତିଶତ ଟିକସ ଲାଗୁ ହୋଇଥିବାରୁ ଏଠାରେ କମ୍‌ ପରିମାଣର ମଦ ବିକ୍ରି ହୋଇଛି। ଲକ୍‌ଡାଉନ୍‌ ସମୟ ସୀମା ପୁଣି ବଢ଼ିବା ଆଶଙ୍କା କରି ବହୁ ଲୋକ ପେଟି ପେଟି ମଦ କିଣି ଷ୍ଟକ୍‌ ରଖିଛନ୍ତି। ସାଧାରଣତଃ ଏତେ ପରିମାଣର ମଦ ୧୦ରୁ ୧୨ ଦିନରେ ବିକ୍ରି ହୋଇଥାଏ ବୋଲି କୁହାଯାଉଛି।


All Right Reserved By Dharitri.Com

ଜଗନମୋହନଙ୍କ ନୂଆ ଯୋଜନା: ଆନ୍ଧ୍ରପ୍ରଦେଶରେ ହେବ ୩ ରାଜଧାନୀ

ହାଇଦ୍ରାବାଦ୍‌,୧୮।୧୨: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନମୋହନ ରେଡ୍ଡୀ ରାଜ୍ୟରେ ୩ ରାଜଧାନୀ ପ୍ରତିଷ୍ଠା ପାଇଁ ନୂଆ ଯୋଜନା କରିଛନ୍ତି। ଏନେଇ ବିଧାନସଭାରେ ସେ ସଙ୍କେତ ଦେଇଛନ୍ତି।...

ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ, ଠିକ୍‌ ସମୟରେ ନିଷ୍ପତ୍ତି ନେବ କଂଗ୍ରେସ: ଅଶୋକ ଚୌହାନ

ମୁମ୍ବାଇ,୧।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଶିବସେନା ବହୁମତରେ ବିଜୟ ଲାଭ କଲେ ସତ। ହେଲେ ଏପର୍ଯ୍ୟନ୍ତ ସରକାର ଗଠନ କରିପାରୁ...

କଶ୍ମୀର ଛାଡୁଛନ୍ତି ହିନ୍ଦୀଭାଷୀ ଶ୍ରମିକ

ଜମ୍ମୁ,୧୧ା୮(ପି.ଟି.): ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଆଇନଶୃଙ୍ଖଳା ପରିସ୍ଥିତି ଆଶଙ୍କାରେ ବିଭିନ୍ନ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଥିବାବେଳେ ବହୁସଂଖ୍ୟାରେ ହିନ୍ଦୀଭାଷୀ ଶ୍ରମିକ ଉପତ୍ୟକା...

ଷ୍ଟେଶନ ପରିସରରେ କଡାକଡି ହେବ ସ୍ବଚ୍ଛତା ନିୟମ

ଭୁବନେଶ୍ୱର,୮-୨: ଚଳିତ ମାସ ୧୦ ତାରିଖଠାରୁ ରେଳ ଓ ରେଳ ଷ୍ଟେଶନ ପରିସରରେ ସ୍ବଚ୍ଛତା ନିୟମ କଡାକଡି ହେବ। ନିୟମ ଅବମାନନା କରୁଥିବା ବ୍ୟକ୍ତି ବିଶେଷଙ୍କ...

ମୋଦି ବ୍ୟବହାର କରୁଛନ୍ତି ଆଇଫୋନ୍‌-୬ ସ୍ମାର୍ଟଫୋନ୍‌; ଶାହଙ୍କ ପାଖରେ ଆଇଫୋନ୍‌ ଏକ୍ସ୍‌ଏସ୍‌

ନୂଆଦିଲ୍ଲୀ, ୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁରକ୍ଷା ଦୃଷ୍ଟିରୁ ଆଇଫୋନ୍‌-୬ ସିରିଜ୍‌ ସ୍ମାର୍ଟଫୋନ୍‌ ବ୍ୟବହାର କରୁଛନ୍ତି। ଆପଲ୍‌ ପକ୍ଷରୁ ଏହି ସିରିଜ୍‌ରେ ଆଇଫୋନ୍‌-୬, ଆଇଫୋନ୍‌-୬ ପ୍ଲସ୍‌,...

ଦୁବାଇ ଷ୍ଟାଇଲରେ ମେଗା ଶପିଂ ଫେଷ୍ଟିଭାଲ

ନୂଆଦିଲ୍ଲୀ,୧୫-୯: ମାନ୍ଦାବସ୍ଥାକୁ ଦୂର କରିବା ଲକ୍ଷ୍ୟରେ ରପ୍ତାନି କ୍ଷେତ୍ରକୁ ପ୍ରୋତ୍ସାହିତ କରିବାକୁ ଯାଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ୫୦ ହଜାର କୋଟି କୋଟି ଟଙ୍କାର...

ପଶ୍ଚିମବଙ୍ଗରେ ସିଏଏ ବିରୋଧରେ ପାସ୍‌ ହେଲା ପ୍ରସ୍ତାବ

କୋଲକାତା,୨୭।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ସୋମବାର ପଶ୍ଚିମବଙ୍ଗ ବିଧାନସଭାରେ ପ୍ରସ୍ତାବ ପାସ୍‌ ହୋଇଛି। ଏଭଳି ବିରୋଧକୁ ନେଇ ଏବେ ପଶ୍ଚିମବଙ୍ଗ ୪ର୍ଥ ରାଜ୍ୟ...

ସାନିଟାଇଜର ସ୍ପ୍ରେ କରିବ ରୋବୋ

ନୂଆଦିଲ୍ଲୀ ,୩୧।୩: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଏଥିଲାଗି ସାମାଜିକ ଦୂରତା ସହିତ ରାସ୍ତାଘାଟକୁ ବିଶୁଦ୍ଧ କରିବା ଲାଗି ସାନିଟାଇଜର ସ୍ପ୍ରେ...

Leave a comment

Your email address will not be published. Required fields are marked *