ଅତ୍ୟଧିକ ମିଠା ଓ ସ୍ମରଣ ଶକ୍ତି

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଅନେକେ ଲୋଭର ବଶବର୍ତ୍ତୀ ହୋଇ ଅଧିକ ପରିମାଣରେ ମିଠା ଖାଇବାକୁ ପସନ୍ଦ କରିଥାଆନ୍ତି। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ ପ୍ରଭାବିତ କରିଥାଏ। ‘ଅତ୍ୟଧିକ ମିଠା ଓ ସ୍ମରଣ ଶକ୍ତି’ ବିଷୟକୁ ନେଇ ହୋଇଥିବା ଗବେଷଣାରୁ ଟୋକିଓ ୟୁନିଭର୍ସିଟିର ପୁଷ୍ଟିବିଜ୍ଞାନୀମାନେ ଏକଥା ଜାଣିପାରିଛନ୍ତି। ଏଭଳି ସିଦ୍ଧାନ୍ତରେ ଉପନୀତ ହେବା ପୂର୍ବରୁ ସେମାନେ କିଛି ବ୍ୟକ୍ତିଙ୍କୁ ଗବେଷଣା ପରିସରଭୁକ୍ତ କରିଥିଲେ। ସେମାନଙ୍କୁ ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରି ଗୋଟିଏ ଗ୍ରୁପ୍‌ରେ ଥିବା ବ୍ୟକ୍ତିଙ୍କୁ ସାଧାରଣ ଭାବରେ ମିଠା ଖାଇବାକୁ ଏବଂ ଅନ୍ୟ ଗ୍ରୁପ୍‌ର ବ୍ୟକ୍ତିମାନଙ୍କୁ ମନଇଚ୍ଛା ମିଠା ଖାଇବାକୁ ପରାମର୍ଶ ଦେଇଥିଲେ। ଅପରପକ୍ଷରେ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଏହାର କି ପ୍ରକାର ପ୍ରଭାବ ସେମାନଙ୍କର ସ୍ମରଣ ଶକ୍ତି ଉପରେ ପଡୁଛି ତାହାନୁ ତନ୍ନ ତନ୍ନ କରି ଅନୁଧ୍ୟାନ କରାଯାଇଥିଲା। ଯେଉଁମାନେ ଆବଶ୍ୟକତାଠାରୁ ଅଧିକ ମିଠା ଖାଉଥିଲେ ସେମାନଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ବ୍ୟକ୍ତି ସ୍ମରଣ ଶକ୍ତିରେ ତାରତମ୍ୟତା ଦେଖିବାକୁ ମିଳିଥିଲା।


All Right Reserved By Dharitri.Com

ଗର୍ଭବତୀ ମହିଳାଙ୍କ ପାଇଁ ଉପକାରୀ ବ୍ରୋକୋଲି

ବ୍ରୋକୋଲି ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏଥିରେ ପ୍ରୋଟିନ୍‌, କ୍ୟାଲସିୟମ, କାର୍ବୋହାଇଡ୍ରେଟ୍‌, ଆଇରନ୍‌, ଭିଟାମିନ-ଏମ, ସି ଏବଂ ଅନେକ ପୋଷକ ତତ୍ତ୍ୱ ରହିଥାଏ।...

ଚର୍ମକୁଞ୍ଚନରୁ ଦୂରେଇ ରଖି ବାର୍ଦ୍ଧକ୍ୟରୁ ଯବାନ କରାଏ ଏହି ଫଳ

ଫଳ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥିବା ବେଳେ ଶରୀରକୁ ଶକ୍ତି ଯୋଗାଇଥାଏ। ମାତ୍ର କିଛି ଫଳର ଏପରି ଗୁଣ ରହିଛି, ଯାହା ବାର୍ଦ୍ଧକ୍ୟରୁ ଯୌବନ ରଖିବାରେ...

ବାତରକ୍ତ ସମସ୍ୟା ଦୂର କରିବ ଅମୃତଭଣ୍ଡା ଚା’

ଶରୀରରେ ୟୁରିକ୍‌ ଏସିଡ୍‌ର ମାତ୍ରା ଅଧିକ ହେଲେ ବାତରକ୍ତ ସମସ୍ୟା ଉପୁଜିଥାଏ। ଏହି ରୋଗ ଯୋଗୁ ଜଏଣ୍ଟ୍‌ ପେନ୍‌ ଯନ୍ତ୍ରଣା ପୀଡ଼ିତକୁ ଦରମରା କରିପକାଏ। ଯନ୍ତ୍ରଣା...

ବିଭିନ୍ନ ରୋଗ ନାଶ କରେ କଞ୍ଚାଲଙ୍କା

କଞ୍ଚାଲଙ୍କା ଖାଦ୍ୟର ସ୍ବାଦ ବଢ଼ାଇଥାଏ। ଖାଲି ଏତିକି ନୁହେଁ, ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି।  ଜାଣନ୍ତୁ ଏ ସମ୍ପର୍କରେ… ଭିଟାମିନ୍‌ରେ ଭରପୂର କଞ୍ଚାଲଙ୍କା...

କୋଭିଡ୍‌-୧୯ ଏବଂ ବାୟୁ ସଂକ୍ରମଣ

”ମନରେ କୋଭିଡ୍‌-୧୯ ଭୂତାଣୁକୁ ନେଇ ଅନେକ ସମୟରେ ଅନେକ ପ୍ରଶ୍ନ ଆସିଥାଏ। ତନ୍ମଧ୍ୟରୁ ଗୋଟିଏ ହେଲା ଯେ ଏହା ବାୟୁ ମାଧ୍ୟମରେ ବ୍ୟାପୁ ନାହିଁ କାହିଁକି...

ଘରେ ସୁଖ, ଶାନ୍ତି ଚାହୁଁଛନ୍ତି କି? ଏସବୁ କରିବାକୁ ଭୁଲନ୍ତୁ ନାହିଁ..

ହିନ୍ଦୁଧର୍ମ ଅନୁସାରେ ଏପରି କିଛି ବିଶ୍ୱାସ ରହିଛି ଯାହାକୁ ଏଯାଏଁ ମଧ୍ୟ ଲୋକ ମାନି ଆସୁଛନ୍ତି। ଘରେ କିଛି ଜିନିଷ ରଖିବା ଦ୍ୱାରା ସୁଖ, ଶାନ୍ତି,...

ସକାଳୁ ଏଥିରୁ ଦୁଇମୁଠା…

ସକାଳେ ଦୁଇ ମୁଠା ବୁଟ, ମଟର ଅବା ମୁଗ ଗଜା ଚୋବାଇ ଖାଇଲେ ମିଳିଥାଏ ଅନେକ ଫାଇଦା। ଏହା କୋଷ୍ଠକାଠିନ୍ୟରୁ ମୁକ୍ତି ଦିଏ। ରକ୍ତରେ କୋଲେଷ୍ଟଟରଲସ୍ତର...

ସାମ୍ନାକୁ ଆସିଲା କରୋନା ଭାଇରସ୍‌ ସଂକ୍ରମଣର ୬ଟି ନୂଆ ଲକ୍ଷଣ

ଓ୍ବାଶିଂଟନ୍‌,୨୭।୪: କରୋନା ଭାଇରସ୍‌ ସଂକ୍ରମଣ ପ୍ରାରମ୍ଭରୁ ସଂକ୍ରମିତ ରୋଗୀଙ୍କ ମଧ୍ୟରେ ସୁଖା କାଶ, ଭୀଷଣ ଜ୍ୱର ଓ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ ହେଲା ଭଳି ଲକ୍ଷଣ...

Leave a comment

Your email address will not be published. Required fields are marked *