Posted inଜାତୀୟ

ଦୁର୍ଘଟଣାଗ୍ରସ୍ତ ଏଏନ୍‌-୩୨ ବିମାନ ନିକଟରେ ପହଞ୍ଚିଲେ ବାୟୁସେନା ଟିମ୍‌

ସିୟାଂଗ,୧୩।୬: ବାୟୁସେନାର ଦୁର୍ଘଟଣାଗ୍ରସ୍ତ ବିମାନ ଏଏନ୍‌-୩୨ନିକଟରେ ଏହାର ଏକ ଟିମ୍‌ ପହଞ୍ଚିଥିବା ସୂଚନା ମିଳିଛି। ଗୁରୁବାର ସକାଳେ ସର୍ଚ୍ଚ ଟିମ୍‌ ସେଠାରେ ପହଞ୍ଚିଥିବା ବେଳେ ଏଥିରେ ଥିବା ସମସ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। କାରଣ ଏଠାରେ ଜୀବିତ ବ୍ୟକ୍ତିଙ୍କର କୌଣସି ସନ୍ଧାନ ମିଳିନାହିଁ। ତେବେ ବିମାନରେ ଥିବା ବ୍ୟକ୍ତିଙ୍କ ପରିଜନଙ୍କୁ ଏସମ୍ପର୍କରେ ପୂର୍ବରୁ ସୂଚନା ଦିଆଯାଇଥିଲା। ଏଥିରେ ବିମାନ କର୍ମଚାରୀଙ୍କ ସମେତ ୧୩ ଜଣ ଯାତ୍ରା କରୁଥିଲେ। ଏମାନେ ହେଲେ: ଜିଏମ୍‌ ଚାର୍ଲେସ, ଏଚ୍‌. ବିନୋଦ, ଆର୍‌ ଥାପା, ଏ ତନଓ୍ବର, ଏସ୍‌ ମହାନ୍ତି, ଏମ୍‌କେ ଗର୍ଗ, କେକେ ମିଶ୍ର, ଅନୁପ କୁମାର, ଶେରିନ୍‌, ଏସ୍‌ କେ ସିଂ, ପଙ୍କଜ, ପୁତାଲି ଓ ରାଜେଶ କୁମାର। ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଅରୁଣାଚଳ ପ୍ରଦେଶର ପଶ୍ଚିମ ସିୟାଂଗ ଜିଲାରେ ଏହାର ଭଗ୍ନାବଶେଷ ମିଳିଥିଲା। ଜୁନ୍‌ ୩ରେ ଏହା ଜୋରହାଟ ବିମାନ ବନ୍ଦରରୁ ଉଡିବାର ମାତ୍ର ଅଳ୍ପ ସମୟ ପରେ ନିଖୋଜ ହୋଇ ଯାଇଥିଲା। ହେଲେ ପାଗ ଖରାପ ଯୋଗୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲା।


All Right Reserved By

୨୦୨୧ରେ ପଶ୍ଚିମବଙ୍ଗରୁ ମୂଳପୋଛ ହେବ ତୃଣମୂଳ କଂଗ୍ରେସ: ବାବୁଲ୍‌ ସୁପ୍ରିୟୋ

କୋଲକାତା,୨୧।୭: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ଦିନ ଶେଷ ହେବାକୁ ବସିଛି। ଆସନ୍ତା ୨୦୨୧ ବିଧାନସଭା ନିର୍ବାଚନରେ ଏହା ରାଜ୍ୟରୁ ମୂଳପୋଛ ହେବ ବୋଲି ଜଙ୍ଗଲ ଓ...

ରାସ୍ତା ସଫା କରୁଥିଲାବେଳେ ବେହୋସ ହୋଇପଡିଲେ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ

ଜଳନ୍ଧର, ୧୪।୭: ଆଜିକାଲି ପଞ୍ଜାବରେ ସ୍ବଚ୍ଛ ଭାରତ ଅଭିଯାନ ଚାଲିଛି। ରାଜନେତାଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ଏହି ଅଭିଯାନରେ ସାମିଲ ହେଉଥିବା ନଜିର ରହିଛି।...

ଚୁପ୍‌ ରହିଛନ୍ତି ସିଦ୍ଧୁ

ଚଣ୍ଡିଗଡ଼,୧୩।୬: ପଞ୍ଜାବର କ୍ୟାବିନେଟ ମନ୍ତ୍ରୀ ନବଜୋତ ସିଂ ସିଦ୍ଧୁ ନିଜ ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ ଏବେ କିନ୍ତୁ ପୁରା ଚୁପ୍‌...

ତିରୁମାଲ ମନ୍ଦିରକୁ ୧୪ କୋଟି ଟଙ୍କା ଦାନ କଲେ ୨ ପ୍ରବାସୀ ଭାରତୀୟ

ତିରୁମାଲା,୧୦।୮: ଆନ୍ଧ୍ରପ୍ରଦେଶରେ ଥିବା ଭଗବାନ ବାଲାଜିଙ୍କ ତିରୁମାଲା ମନ୍ଦିରକୁ ୨ ଜଣ ପ୍ରବାସୀ ଭାରତୀୟ ବ୍ୟବସାୟୀ ଶୁକ୍ରବାର ୧୪ କୋଟି ଟଙ୍କା ଦାନ କରିଛନ୍ତି। ତେଲଗୁ...

ରାହୁଲଙ୍କ ନାଁରେ ଅଭିଯୋଗ ଆଣିଲେ ଆଇନଜୀବି

ମୁମ୍ବାଇ,୨୪।୬: ଅଡୁଆରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ମୁମ୍ବାଇର ଆଇନଜୀବି ଅଟଳ ବିହାରି ଦୁବେ ରାହୁଲଙ୍କ ନାଁରେ ଏକ ଅଭିଯୋଗ କରିଛନ୍ତି। ଅନ୍ତର୍ଜାତୀୟ ଯୋଗ ଦିବସରେ...

ଉନ୍ନାଓ ପୀଡିତାଙ୍କର ଏମ୍ସରେ ହେବ ଚିକିତ୍ସା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୫।୮: ଦୁର୍ଘଟଣାର ଶିକାର ହୋଇ କିଙ୍ଗ ଜର୍ଜସ୍‌ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା ଉତ୍ତର ପ୍ରଦେଶର ଉନ୍ନାଓ ପୀଡିତାଙ୍କର ଚିକିତ୍ସା ଏବେ ଦିଲ୍ଲୀ ସ୍ଥିତ ଅଲ୍‌...

ମୋଦି ସମାଲୋଚନା କରିବା ଅପେକ୍ଷା ଆଗ ପ୍ରତିଶୃତି ପାଳନ କରନ୍ତୁ: ଆନନ୍ଦ ଶର୍ମା

ନୂଆଦିଲ୍ଲୀ, ୨୬।୬: କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମା ଭାଜପା ସରକାର ଉପରେ ବର୍ଷିଛନ୍ତି। ବୁଧବାର ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ରାଜ୍ୟସଭାରେ ଚାଲିଥିବା ଆଲୋଚନାରେ ଭାଗ...

କମଲନାଥ ଆରମ୍ଭ କଲେ ସ୍କୁଲ୍‌ ଚଲୋ ଅଭିଯାନ

ଭୋପାଳ,୭।୭: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ରବିବାର ସ୍କୁଲ ଚଲୋ ଅଭିଯାନ ଆରମ୍ଭ କରିଛନ୍ତି। ସ୍ଥାନୀୟ ଛିନ୍ଦ୍‌ଓ୍ବାଡାରେ ଏହି ଅଭିଯାନର ଆରମ୍ଭ କରାଯାଇଛି। ଶିଶୁଙ୍କୁ ଶିକ୍ଷାଦାନ ଅଧିକାରରୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *