୧୪୦୦ରୁ ଅଧିକ ସନ୍ତାନଙ୍କ ଜନନୀ ସିନ୍ଧୁତାଇ

ମୁମ୍ବାଇ,୧୦।୫: ଜଣେ ମହିଳା ପୁଣି ସେ ୧୪୦୦ରୁ ଅଧିକ ସନ୍ତାନଙ୍କ ଜନନୀ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ। ମହାରାଷ୍ଟ୍ରର ସିନ୍ଧୁତାଇ ୧୪୦୦ରୁ ଅଧିକ ଅନାଥ ଶିଶୁଙ୍କ ଜନନୀ ପାଲଟିଛନ୍ତି। ମା ଭଳି ସେମାନଙ୍କ ଦେଖାଶୁଣା କରୁଛନ୍ତି। ସିନ୍ଧୁତାଇଙ୍କ ଜନ୍ମ ଓ୍ବର୍ଦ୍ଧାର ଏକ ଗରିବ ପରିବାରରେ ହୋଇଥିଲା। ତେଣୁ ତାଙ୍କୁ ବହୁ ଭେଦଭାବର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପାଠ ପଢ଼ିବା ପାଇଁ ତାଙ୍କୁ ବହୁ କଷ୍ଟ ସ୍ବୀକାର କରିବାକୁ ପଡ଼ିଥିଲା। ତେବେ ତତ୍‌ କାଳୀନ ସାମାଜିକ ପରମ୍ପରା ଅନୁସାରେ ତାଙ୍କୁ ୧୨ ବର୍ଷ ବୟସରେ ବିବାହ କରିବାକୁ ପଡ଼ିଥିଲା। ତାଙ୍କ ସ୍ବାମୀଙ୍କ ବୟସ ସେତେବେଳ ୨୦ ଥିଲା। ବିବାହ ପରେ ସେ ନଓ୍ବରଗାଓ୍ବଁରେ ତାଙ୍କ ଶାଶୁଘରେ ରହିଥିଲେ। ତେବେ ବହୁ ସମୟରେ ସ୍ବାମୀଙ୍କ ନିର୍ଯାତନା ସିନ୍ଧୁତାଇଙ୍କୁ ସହ୍ୟ କରିବାକୁ ପଡୁଥିଲା। ପରେ ତାଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଅସିଥିଲା। ସେ ସାମାଜିକ କାର୍ଯ୍ୟରେ ସମୟ ଦେବାକୁ ଆରମ୍ଭ କଲେ। ପରେ ସେ ଅନାଥ ଶିଶୁଙ୍କ ଦେଖାଶୁଣା ଆରମ୍ଭ କରିଥିଲେ। ତାଙ୍କର ସମାଜ ସେବା ଯୋଗୁ ଇତିମଧ୍ୟରେ ସିନ୍ଧୁତାଇଙ୍କୁ ୨୭୦ରୁ ଅଧିକ ପୁରସ୍କାର ମିଳିସାରିଛି। ୨୦୧୭ରେ ରାଷ୍ଟ୍ରପତି ତାଙ୍କୁ ନାରୀ ଶକ୍ତି ସମ୍ମାନରେ ସମ୍ମାନୀତ କରିଛନ୍ତି।


All Right Reserved By Dharitri.Com

ମାସିକ ୬ ହଜାର ଟଙ୍କା ଆୟ କରୁଥିବା ଯୁବକଙ୍କ ନାଁରେ ଆସିଲା ୩.୪୯ କୋଟି ଟଙ୍କାର ଆୟକର ନୋଟିସ

ଭୋପାଳ,୧୬।୧: ମଧ୍ୟପ୍ରଦେଶ ଭିଣ୍ଡର ରବି ଗୁପ୍ତା ନାମକ ଜଣେ ଯୁବକଙ୍କ ନିକଟକୁ ୩.୪୯ କୋଟି ଟଙ୍କାର ଆୟକର ନୋଟିସ ଆସିଥିବା ସେ ପ୍ରକାଶ କରିଛନ୍ତି। ତାଙ୍କର...

ଏଲଓସି ନିକଟରେ ପାକ୍‌ ସେନା

ଶ୍ରୀନଗର,୫।୯: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଯିବା ପରେ ବିଚଳିତ ହୋଇପଡ଼ିଥିବା ପାକିସ୍ତାନ ଭାରତ ବିରୋଧରେ ପ୍ରତ୍ୟକ୍ଷ ଭାବେ କିଛି କରି ପାରୁ ନ ଥିବା ବେଳେ...

ଶହେ ଟଙ୍କା ପାଇଁ ୭୭ହଜାର ଟଙ୍କା ହରେଇଲେ ଇଞ୍ଜିନିୟର

ପାଟନା,୨୩।୯: ଲଗାତାର କିଛି ଦିନରୁ ଲୋକମାନେ ଅନ୍‌ଲାଇନ୍‌ରେ ଖାଦ୍ୟ ମଗାଇ ଠକେଇର ଶିକାର ହେଉଥିବା ଘଟଣା ସାମ୍ନାକୁ ଆସିଛି। ଏହି କ୍ରମରେ ଜଣେ ଇଞ୍ଜିନିୟର ମଧ୍ୟ...

ଶିବସେନାର ନୂଆ ପୋଷ୍ଟର ଉଦ୍ଧବ ହେବେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୧୦।୧୧: ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ସରକାର ଗଠନକୁ ନେଇ ଟଣା ଭିଡା ଚାଲିଥିବା ବେଳେ ଏବେ ଶିବସେନାର ନୂଆ ପୋଷ୍ଟର ଦେଖିବାକୁ ମିଳିଛି। ପ୍ରଥମେ ଭାଜପା-ଶିବସେନା ମଧ୍ୟରେ...

୧୧୦୦ ଫୁଟ ଉଚ୍ଚରୁ ସହରର ସମ୍ପୂର୍ଣ୍ଣ ଦୃଶ୍ୟ ଦେଖିପାରିବେ ପର୍ଯ୍ୟଟକ

ଓ୍ବାଶିଂଟନ୍‌: ଆମେରିକାର ନ୍ୟୁୟର୍କ ସହରସ୍ଥିତ ହଡ୍‌ସନ ୟାର୍ଡସ ବିଲ୍ଡିଂରେ ୧୧୦୦ ଫୁଟ ଉଚ୍ଚରେ ଏକ ପ୍ଲାଟ୍‌ଫର୍ମ ନିର୍ମିତ ହୋଇଛି। ଏହି ପ୍ଲାଟଫର୍ମରୁ ପର୍ଯ୍ୟଟକମାନେ ୩୬ଡଲାର (ପ୍ରାୟ...

ମୌସୁମୀ ନେଇଛି ୨,୩୯୧ ଜୀବନ

ନୂଆଦିଲ୍ଲୀ,୧୯ା୧୧(ପି.ଟି.):ଚଳିତବର୍ଷ ମୌସୁମୀ ଋତୁରେ ବର୍ଷା, ବନ୍ୟା ଓ ତଜ୍ଜନିତ କାରଣରୁ ୨,୩୯୧ ଜଣଙ୍କ ଜୀବନ ଯାଇଥିବାବେଳେ ୮ ଲକ୍ଷରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଯାଇଛି। ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ...

ବୋତଲ ଦେଲେ ମିଳୁଛି ବସ୍‌ ଟିକେଟ

ଜାକର୍ତ୍ତା: ଲୋକେ ପ୍ଲାଷ୍ଟିକ ବୋତଲ ହେଉ ବି ଡିସ୍‌ପୋଜାଲ କପ୍‌ ଦେଇ ବସ ଟିକେଟ ନେଉଛନ୍ତି ଇଣ୍ଡୋନେସିଆରେ। ଦେଶରେ କେମିତି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ କମ୍‌ ହୋଇପାରିବ ସେଥିପାଇଁ...

କରୋନା ଭୟ: ୪ ଟଙ୍କାରେ ବିକ୍ରି ହେଲା ଚିକେନ୍‌

ହରିୟାଣା,୧୬।୩: କରୋନା ଭାଇରସ ଏବେ କାୟା ବିସ୍ତାର କରି ଚାଲିଥିବା ବେଳେ ଏହାର ପ୍ରଭାବ ସବୁଠି ଦେଖିବାକୁ ମିଳିଲାଣି। ବିଶେଷ ଭାବେ ପୋଲଟ୍ରି ଫାର୍ମ ଉପରେ...

Leave a comment

Your email address will not be published. Required fields are marked *