Posted inUncategorized

ଢାବା ଉପରେ ବୋମାମାଡ଼ କରି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ନୟାଗଡ଼ ଅଫିସ,୧୩ା୬: ନୟାଗଡ଼ ଜିଲା ଶରଣକୁଳ ଥାନା ଗୋଡ଼ିପଡ଼ାର ଏକ ଢାବା ଉପରେ ବୁଧବାର ରାତିରେ ବୋମାମାଡ଼ ହୋଇଛି। ଏଥିରେ ଢାବାମାଲିକଙ୍କର ବୁଲେଟ୍‌ ଏବଂ କାର୍‌ଟି ନଷ୍ଟ ହୋଇଯାଇଛି। ଘଟଣାରୁ ପ୍ରକାଶ ଯେ, ବୁଧବାର ବିଳମ୍ବିତ ରାତିରେ ୭/୮ ଜଣ ଦୁର୍ବୃତ୍ତ ଏକ କାରରେ ଆସି ଢାବା ନିକଟରେ ଅଟକି ଖାଇବାକୁ ମାଗିଥିଲେ। ଢାବାର ଜଣେ କର୍ମଚାରୀ ଖାଇବା ସରି ଯାଇଥିବା କହିବାରୁ ତାଙ୍କୁ ଆକ୍ରମଣ କରିଥିଲେ। ଫଳରେ ରୋଷେୟା ଏବଂ ଅନ୍ୟ କିଛି କର୍ମଚାରୀ ପ୍ରାଣ ବିକଳରେ ଢାବା ଛାଡ଼ି ଦୌଡ଼ି ପଳାଇଥିଲେ। ଦୁର୍ବୃତ୍ତମାନେ କ୍ୟାସ ବାକ୍ସରୁ ନଗଦ ୮ ହଜାର ଟଙ୍କା ନେଇ ଯାଇଥିବାବେଳେ ଆସବାବପତ୍ର ଭଙ୍ଗାରୁଜା କରିଥିଲେ। ଯିବା ସମୟରେ ଢାବା ନିକଟରେ ୨ଟି ବୋମାମାଡ଼ କରିଥିଲେ। ଖବର ପାଇ ଶରଣକୁଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।


All Right Reserved By Dharitri.Com

Posted inUncategorized View All

କଠିନ ବର୍ଜ୍ୟବସ୍ତୁ ପରିଚାଳନା

ମହାନଗର ରାଉରକେଲା ସ୍ମାର୍ଟ ସିଟି ମାନ୍ୟତା ପାଇବା ପରେ ବିଭିନ୍ନ ଦୃଷ୍ଟିରୁ ଏହାର ଗୁରୁତ୍ୱ ବଢିଛି। ନାନା ଯୋଜନା ମାଧ୍ୟମରେ ସହରକୁ ନୂଆ ରୂପ ଦେବାକୁ...

ବ୍ରହ୍ମଗିରିରେ ଗାନ୍ଧୀ ସଂକଳ୍ପ ପଦଯାତ୍ରା: ସାମିଲ ହେଲେ ଧର୍ମେନ୍ଦ୍ର ପ୍ରଧାନ

ବ୍ରହ୍ମଗିରି, ୩୧।୧୦(ଡି.ଏନ୍‌.ଏ.): ଅକ୍ଟୋବର ୨ରୁ ଆରମ୍ଭ ହୋଇଥିବା ଗାନ୍ଧୀ ସଂକଳ୍ପ ପଦଯାତ୍ରା ଗୁରୁବାର ବ୍ରହ୍ମଗିରିରେ ଅନୁଷ୍ଟିତ ହୋଇଯାଇଛି। ଏହି ପଦଯାତ୍ରା ବ୍ରହ୍ମଗିରି ବ୍ଲକଛକରୁ ବାହାରି ବ୍ରହ୍ମଗିରି...

ସମ୍ପାଦକୀୟ/କୋଚିରୁ ଶିକ୍ଷା

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେରଳର କୋଚିସ୍ଥିତ ୪ଟି ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟକୁ ଏବେ ମାଟିରେ ମିଶାଇ ଦିଆଯାଇଛି। ମାରାଡୁ ମ୍ୟୁନିସିପାଲିଟିରେ ଥିବା ଏହିସବୁ ଉଚ୍ଚ ଅଟ୍ଟାଳିକା କୋଷ୍ଟାଲ ରେଗୁଲେଶନ...

Featured Video Play Icon

What people know about the Independence Day | ଦେଶ ସ୍ବାଧୀନତା ସମ୍ପର୍କରେ …

As the country comes together to celebrate its 73rd Independence Day Thursday, there are celebrations everywhere. However, do people...

ନାବାଳିକା ଗର୍ଭବତୀ, ଅଭିଯୁକ୍ତ ଫେରାର

ବ୍ରହ୍ମପୁର ଅଫିସ,୪ା୭-କେ. ନୂଆଗାଁ ଥାନା ଇଲାକାରେ ଜନୈକା ନାବାଳିକାଙ୍କୁ ଭୟଭୀତ କରି ବାରମ୍ବାର ବଳାତ୍କାର କରିବା ପରେ ସେ ଗର୍ଭବତୀ ହେବା ଜାଣି ଅଭିଯୁକ୍ତ ଫେରାର୍‌...

ଶାକାହାରୀ ହେଲେ ବିରାଟ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ବର୍ତ୍ତମାନ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଅନ୍ୟତମ। କେବଳ ନିଜ ବ୍ୟାଟିଂ ପାଇଁ ନୁହେଁ, ଫିଟନେସ୍‌ରେ ମଧ୍ୟ...

ପୁରୀ ପୋଲିସକୁ ଅପରାଧୀଙ୍କ ଚାଲେଞ୍ଜ: ବଟି ନ ଦେବାରୁ ଘରେ ପଶି ଦମ୍ପତିଙ୍କୁ ହାଣିଲେ

ପୁରୀ ଅଫିସ, ୬।୧୦: ପାର୍ବଣ ପୂର୍ବରୁ ପୁରୀ ହେବ ଅପରାଧମୁକ୍ତ। ପୁରୀ ସହରରେ ହେବ ଅପରାଧ କ୍ଲିନ ଡ୍ରାଇଭ ଅପରେଶନ ଏଭଳି ଯୋଜନା କରିଥିଲା ପୁରୀ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ଧନୀ ପ୍ରାର୍ଥୀଙ୍କ ପାଖରେ ୪ଶହ ୧୭ କୋଟି ଥିବାବେଳେ ଗରିବ ପ୍ରାର୍ଥୀଙ୍କ ପାଖରେ ମାତ୍ର ୯ ଟଙ୍କା

ନୂଆଦିଲ୍ଲୀ,୧୭।୪: ଏପ୍ରିଲ୍‌ ୧୮ରେ ହେବ ଲୋକ ସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ୟାୟରେ ୪ଶହ ୨୩ ଜଣ କୋଟିପତି ପ୍ରାର୍ଥୀ ନିର୍ବାଚନ...

Leave a comment

Your email address will not be published. Required fields are marked *