Posted inଫୁରସତ

ଲକ୍‌ଡାଉନ: ଏକ ଟଙ୍କାରେ ଇଡଲି ଯୋଗାଉଛନ୍ତି ୮୫ ବର୍ଷୀୟା ବୃଦ୍ଧା

ତାମିଲନାଡୁର କୋଏମ୍ବାଟୁର ସହରଠାରୁ ପ୍ରାୟ ୨୦ କିଲୋମିଟର ଦୂର ପେରୁର ନିକଟରେ ଭାଦିଭେଲାମପାଲୟମ ଗାଁରେ ରହୁଥିବା ୮୫ ବର୍ଷୀୟା ବୃଦ୍ଧା କମଲାଥଲ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମସ୍ତଙ୍କ ଆଦରର ଦାଦିଭାବେ ପରିଚିତ କମଲାଥଲ ବେଶ୍‌ କିଛି ବର୍ଷ ହେବ ଲୋକଙ୍କୁ ୧ ଟଙ୍କାରେ ଇଡଲି, ଶମ୍ବର ଓ ଚଟନି ଖାଇବାକୁ ଦେଉଛନ୍ତି। ଏବେ କରୋନା ଭାଇରସ ସଂକ୍ରମଣ ପାଇଁ ସାରା ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ କମଲାଥଲ କିନ୍ତୁ ତାଙ୍କ ସେବା ବନ୍ଦ କରି ନାହାନ୍ତି। କେହି ଶ୍ରମିକ ଯେମିତି ଭୋକିଲା ନ ରହୁ ତାକୁ ଦୃଷ୍ଟିରେ ରଖି ସେ ଏବେବି ୧ ଟଙ୍କାରେ ଇଡଲି ଯୋଗାଇ ଦେଉଛନ୍ତି। ଲକ୍‌ଡାଉନ ସମୟରେ କିଏ କେତେ ପ୍ରକାର ଜିନିଷର ଦାମ୍‌ ବୃଦ୍ଧି କରି ବିକ୍ରି କରିଥିବା ବେଳେ କମଲାଥଲ କିନ୍ତୁ ଅନ୍ୟମାନଙ୍କଠାରୁ ଯେ ଭିନ୍ନ ତାହା ସ୍ପଷ୍ଟ ହୋଇଛି। ପାଖାପାଖି ୩୦ ବର୍ଷ ହେବ କମଲାଥଲ ଏହି କାମ କରୁଥିବା ବେଳେ ଲାଭ ଆଶରେ ନୁହେଁ ବରଂ ଅନ୍ୟର ଭୋକ ମେଣ୍ଟାଇବାକୁ ସେ ଇଡଲି ବିକ୍ରି କରୁଥିବା କହିଛନ୍ତି। ଲକ୍‌ଡାଉନ ପୂର୍ବରୁ ସେ ଦୈନିକ ୧ହଜାର ଇଡଲି ତିଆରି କରୁଥିବା ବେଳେ ସବୁକାମ ସେ ଏକା କରନ୍ତି ବୋଲି କୁହନ୍ତି। ସେତେବେଳେ ଆଖପାଖ ଦୋକାନରେ ଇଡଲି ୬ ଟଙ୍କାରେ ବିକ୍ରି କରାଯାଉଥିବା ବେଳେ କମଲାଥଲ କିନ୍ତୁ ୧ ଟଙ୍କାରେ ବିକ୍ରି କରନ୍ତି ବୋଲି କୁହନ୍ତି।


All Right Reserved By Dharitri.Com

ଦୀପାବଳି ୨୦୧୯: କିଛି ତେଲର ବ୍ୟବହାର ବଦଳାଇପାରେ ଆପଣଙ୍କ ଭାଗ୍ୟ, ଜାଣନ୍ତୁ କିପରି….

ହିନ୍ଦୁ ଶାସ୍ତ୍ରରେ କୌଣସି ପୂଜା ଦୀପ ବିନା ସମ୍ପୂର୍ଣ୍ଣ ହୋଇ ନ ଥାଏ। ଅନ୍ତୁଡିଶାଳରୁ ଆରମ୍ଭ କରି ଶ୍ମଶାନ ପର୍ଯ୍ୟନ୍ତ ସବୁଠି ଆଲୋକର ଆବଶ୍ୟକତା ରହିଛି।...

ଏଠି ହୋଇଥାଏ ଅସ୍ଥାୟୀ ବିବାହ

ବିବାହ ସର୍ବଦା ସ୍ଥାୟୀ ବୋଲି କୁହାଯାଏ। ହେଲେ ବିଶ୍ୱରେ ଏମିତି ଏକ ଦେଶ ଅଛି ଯେଉଁଠି ଅସ୍ଥାୟୀ ବିବାହ କରାଯାଏ। ବେଳେବେଳେ ମାତ୍ର କିଛି ଘଣ୍ଟା...

ମଧ୍ୟପ୍ରଦେଶ ଦ୍ୱାଦଶ ବୋର୍ଡ: ବାପା-ଝିଅ ପରୀକ୍ଷା ଦେବାକୁ ଗୋଟିଏ କେନ୍ଦ୍ରରେ ପହଞ୍ଚିଲେ

ଭୋପାଳ,୨।୩: ମଧ୍ୟପ୍ରଦେଶ ମାଧ୍ୟମିକ ଶିକ୍ଷା ମଣ୍ଡଳ(ଏମ୍‌ଏସ୍‌ଏମ୍‌) ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ସୋମବାରଠାରୁ ଆରମ୍ଭ ହୋଇଛି। ଏହା ପ୍ରଥମ ପରୀକ୍ଷା ମାତୃଭାଷା ହିନ୍ଦୀ...

ଷଣ୍ଢ ଖାଇଗଲା ୪୦ ଗ୍ରାମର ସୁନାଗହଣା

ଚଣ୍ଡିଗଡ଼: ବୁଲା ଷଣ୍ଢ ୪୦ ଗ୍ରାମର ସୁନା ଗହଣା ଖାଇଦେଇଛି। ଏହା ଶୁଣି ଆପଣମାନେ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ। ହେଲେ ଏହା ଏକ ସତ ଘଟଣା।...

ତ୍ରିରଙ୍ଗା ପଗଡି, ତ୍ରିରଙ୍ଗା ମାଳ ପିନ୍ଧି ବିବାହ କଲେ ଦମ୍ପତି

ସମ୍ଭଲ, ୪।୨: ଉତ୍ତର ପ୍ରଦେଶର ସମ୍ଭଲରେ ଏକ ନିଆରା ବିବାହ ଦେଖିବାକୁ ମିଳିଛି। ଚନ୍ଦୌସିର ଜଣେ ବ୍ୟକ୍ତି ପରିବହନ ବିଭାଗରେ କାମ କରୁଥିବା ବେଳେ ସେ...

ହ୍ବାଟ୍‌ସ୍‌ଆପ୍‌ ମେସେଜ୍‌ରେ ବଢୁଛି ଶର୍ଟଫର୍ମର ବ୍ୟବହାର, କେଉଁଟି କ’ଣ ସୂଚାଏ ଜାଣନ୍ତୁ…

ଆଜିକାଲି ହ୍ବାଟ୍‌ସ୍‌ଆପ୍‌ର ବହୁଳ ବ୍ୟବହାର କରାଯାଉଛି। ଏଥିରେ ଇଂରାଜୀ ହେଉ କି ହିନ୍ଦୀ, ସବୁଥିରେ ଶର୍ଟଫର୍ମ ବ୍ୟବହାର କରାଯାଇ ମେସେଜ୍‌ ପଠାଯାଉଛି। ଯଦି କିଛି ମଜାଳିଆ...

ଶତାବ୍ଦୀ ପୁରୁଣା ବୁକ୍‌ଷ୍ଟୋର

ଟେକ୍ନୋଲୋଜିର ଅଗ୍ରଗତି ଫଳରେ ଆଜିକାଲି ସବୁକିଛି ଡିଜିଟାଲାଇଜ୍‌ ହୋଇଯାଇଛି। ଏମିତି କି ପାଠ୍ୟପୁସ୍ତକର ସ୍ଥାନ ନେଇଯାଇଛି ଇ-ବୁକ୍ସ୍‌। ଆଜିକାଲି ସ୍ମାର୍ଟ ଫୋନ୍‌ ଏବଂ ଟ୍ୟାବ୍‌ ମାଧ୍ୟମରେ...

ସମୁଦ୍ର ସଫେଇ ଅଭିଯାନରେ ଯୁବକ

ସମୁଦ୍ର ପ୍ରଦୂଷଣରେ ଏବେ ଯାଉଛି ଅନେକ ଜଳଚର ପ୍ରାଣୀଙ୍କ ଜୀବନ। ତେଣୁ ଏହି ପ୍ରଦୂଷଣକୁ କମାଇବା ଲାଗି ସାରା ପୃଥିବୀରେ ଚାଲିଛି ଅନେକ ଗବେଷଣା। ତେବେ...

Leave a comment

Your email address will not be published. Required fields are marked *