ସାଇକେଲ ଯୋଗେ ବିଶାଖାପାଟଣାରୁ ୧୪ ଶ୍ରମିକ ଘରମୁହାଁ

ରାୟଗଡ଼ା ଅଫିସ,୧୦ା୫ : ବିଶ୍ୱ ମହାମାରୀ କରୋନା ମୁକାବିଲା ପାଇଁ ସରକାର ପ୍ରାୟ ୪୫ ଦିନରୁ ଊର୍ଦ୍ଧ୍ୱ ହେବ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଫଳରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଶହ ଶହ ଶ୍ରମିକ ଏବେ ଘରମୁହାଁ ହୋଇଛନ୍ତି। କେହି କେହି ସାଇକେଲ ଯୋଗେ ତ ଆଉ କେହି ଚାଲିଚାଲି ନିଜ ଗାଁକୁ ଫେରୁଛନ୍ତି। ସେହିପରି ବିଶାଖାପାଟଣାରେ ପ୍ରାୟ ୧୪ ଜଣ କାମ କରୁଥିଲେ। ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶରେ ଏମାନଙ୍କ ଘର। ଲକ୍‌ଡାଉନ୍‌ ହେବା ପରେ ଏହି ଶ୍ରମିକମାନେ ଖାଇବାକୁ ନ ପାଇ ଅନେକ ହଇରାଣ ହରକତ ହୋଇ ବିଶାଖାପାଟଣାରୁ ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ଯିବା ଲାଗି ରବିବାର ରାୟଗଡ଼ାରେ ପହଞ୍ଚିଛନ୍ତି। ଦୀର୍ଘଦିନ ହେଲା ଖାଇବାକୁ ନ ପାଇ ଆଜି ସ୍ଥାନୀୟ ବସ୍‌ଷ୍ଟାଣ୍ଡଠାରେ ରୋଷେଇ କରି ଖାଉଛନ୍ତି। ଓଡ଼ିଶା ସରକାର ନା ଆନ୍ଧ୍ର ସରକାର କେହି ବି ତାଙ୍କୁ ଘରେ ପହଞ୍ଚାଇବା ବ୍ୟବସ୍ଥା କରୁନାହାନ୍ତି ବୋଲି ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଏନେଇ ତହସିଲଦାର ଉମାଶଙ୍କର ବେହେରା କହିଛନ୍ତି, ସେମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ ସରିଛି। ନିଜ ବ୍ୟବସ୍ଥାରେ ଯିବେ। ଆମକୁ ଆଉ କୌଣସି ଗାଇଡ୍‌ଲାଇନ ନାହିଁ। ଏହି ସମସ୍ତ ଶ୍ରମିକ କ୍ୱାରାଣ୍ଟାଇନ୍‌ରେ ଥିଲେ। କାହାଠାରେ କୌଣସି ଲକ୍ଷଣ ଦେଖାଯାଇନାହିଁ। ସେମାନେ ଘରକୁ ଯାଇପାରିବେ।


All Right Reserved By Dharitri.Com

୨ ଦୋକାନ ସିଲ୍‌ କଲା ପ୍ରଶାସନ

ରାୟଗଡ଼ା ଅଫିସ,୨୦ା୪: କରୋନା ମୁକାବିଲା ପାଇଁ ଭାରତ ସରକାର ମେ’ ୩ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧି ବଢ଼ାଇଛନ୍ତି। ମାତ୍ର ଯେଉଁ ଜିଲାରେ କରୋନା ରୋଗୀ ଚି଼ହ୍ନଟ...

ପ୍ରଥମ ଥର ହାଇକୋର୍ଟଙ୍କ ପୂର୍ଣ୍ଣ ଖଣ୍ଡପୀଠ ବସିଲା

କଟକ ଅଫିସ, ୧୬।୧୦:ନିକଟ ଅତୀତରେ ଓଡ଼ିଶା ହାଇକୋର୍ଟଙ୍କ ପୂର୍ଣ୍ଣ ଖଣ୍ଡପୀଠ ବସିବାର ନଜିର ନ ଥିବାବେଳେ ମଙ୍ଗଳବାର ପ୍ରଥମ ଥର ପୂର୍ଣ୍ଣାଙ୍ଗ ଖଣ୍ଡପୀଠ ଏକ ମାମଲାର...

ବନ୍ୟାପାଣିରେ ପୋଲ ଭୁଶୁଡ଼ିଲା

ପାଟପୁର,୬ା୯(ଡି.ଏନ.ଏ.)- ସାନଖେମୁଣ୍ଡି ଅଞ୍ଚଳରେ ବୁଧବାର ସନ୍ଧ୍ୟାରୁ ଜାରି ରହିଛି ଲଗାଣ ବର୍ଷା। ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି ା ସମଗ୍ର ସାନଖେମୁଣ୍ଡି ଅଞ୍ଚଳ...

ପୁଣି ବିପଦସଂକେତ ଟପିଲା ଜଳକା

ବସ୍ତା, ୨୫।୮(ସ୍ବ.ପ୍ର.)-ଜଳକା ନଦୀରେ ରବିବାର ପୁଣି ବନ୍ୟାଜଳ ଆସି ବିପଦସଂକେତ ଊର୍ଦ୍ଧ୍ୱରେ ପ୍ରବାହିତ ହେଉଛି ା ବସ୍ତା ବ୍ଲକର ମଥାନୀଠାରେ ନଦୀର ବିପଦସଂକେତ ସ୍ତର ୫.୫୦...

କରୋନା ସଂକ୍ରମଣ ଆଶଙ୍କା: ଉତ୍ତେଜନା ପରେ ବନ୍ଦ ହେଲା ଟ୍ରାନ୍ସପୋର୍ଟ ଅଫିସ

କେନ୍ଦୁଝର,୨୫।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ପଳାଶପଙ୍ଗାଠାରେ ଚାଲିଥିବା ଟ୍ରାନ୍ସପୋର୍ଟ ଅଫିସକୁ ସ୍ଥାନୀୟ ସରପଞ୍ଚ ଓ ସଦର ପୋଲିସ ଉଦ୍ୟମରେ ଶନିବାର ବନ୍ଦ କରାଯାଇଛି।...

ଶିଳ୍ପ ଅନୁଷ୍ଠାନକୁ କାର୍ଯ୍ୟକ୍ଷମ କରିବାକୁ ଝାରସୁଗୁଡ଼ା ଜିଲା ପ୍ରଶାସନର ନୂତନ ଗାଇଡ୍‌ଲାଇନ

ଝାରସୁଗୁଡ଼ା ଅଫିସ,୨୪ା୪- ଝାରସୁଗୁଡ଼ା ଜିଲାରେ ଥିବା ସମସ୍ତ ବୃହତ୍‌, ମଧ୍ୟମ ଓ କ୍ଷୁଦ୍ରଶିଳ୍ପ ଅନୁଷ୍ଠାନ ତଥା ଖଣିଜ ଉପତ୍ାଦନ ପ୍ରତିଷ୍ଠାନ ନିମନ୍ତେ ଗୁରୁବାର ଜିଲା ବିପର୍ଯ୍ୟୟ...

ଅର୍ଜୁନପୁର ଛକରେ ଦୁର୍ଘଟଣା: ପୋଲିସ ଭ୍ୟାନ୍‌ ଧକ୍କାରେ ୨ ମୃତ

ସୋନପୁର,୧୨।୯(ନି.ପ୍ର.): ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ସୋନପୁର ଥାନା ଅର୍ଜୁନପୁର ଛକରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ପୋଲିସ ଭ୍ୟାନ୍‌ ଏକ ବାଇକ୍‌କୁ ମୁହାଁମୁହିଁ ଧକ୍କା...

ବାଲିଘାଟ ନିଲାମ ନେଇ ତତ୍ପରତା: କ୍ଷେତ୍ର ପରିଦର୍ଶନ କଲେ ତହସିଲଦାର

ବନ୍ତ,୧୫।୫(ଡି.ଏନ୍‌.ଏ./ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ବ୍ଲକ ସାଳନ୍ଦୀ ନଦୀର ବିଭିନ୍ନ ବାଲିଘାଟ ନିଲାମ ପାଇଁ ପ୍ରଶାସନିକସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଶୁକ୍ରବାର ତହସିଲଦାର ଇନ୍ଦିରା ସାହୁ ଖଣି...

Leave a comment

Your email address will not be published. Required fields are marked *